ବିପର୍ଯ୍ୟୟ ମୁକାବଲାର ମାଷ୍ଟର ଓଡ଼ିଶା; ୯ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳକୁ ଦେଉଛି ଶିକ୍ଷା
Advertisement
Article Detail0/zeeodisha/odisha996216

ବିପର୍ଯ୍ୟୟ ମୁକାବଲାର ମାଷ୍ଟର ଓଡ଼ିଶା; ୯ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳକୁ ଦେଉଛି ଶିକ୍ଷା

ପ୍ରାକୃତିକ ବିପର୍ଯ୍ୟୟ (Natural Disaster Management) ମୁକାବଲାରେ ଓଡ଼ିଶା ବିଶ୍ୱର ଏକ ରୋଲ୍‌ ମଡେଲ। ଓଡ଼ିଶା ମଡେଲକୁ ଆପଣାଇଲେ ୯ ରାଜ୍ୟ ଓ ୪ଟି କେନ୍ଦ୍ରଶାସିତ ଅଞ୍ଚଳ।

ସୌ: ସୋସିଆଲ ମି଼ଡିଆ

ଭୁବନେଶ୍ୱର: ଓଡିଶା ଦେଉଛି ବିପର୍ଯ୍ୟୟ ପ୍ରଶିକ୍ଷଣ। ବିପର୍ଯ୍ୟୟ ମୁକାବିଲା ଓଡିଶା କେମିତି କରୁଛି ତାହା ଅନ୍ୟ ରାଜ୍ୟ ଶିଖୁଛନ୍ତି। ଭୁବନେଶ୍ୱରରେ ବିପର୍ଯ୍ୟୟ ମୁକାବିଲା ନେଇ ବୁଧବାରଠୁ ଏକ ତିନି ଦିନିଆ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଯାଇଛି। ଏଥିରେ ୯ଟି ରାଜ୍ୟ, ୪ଟି କେନ୍ଦ୍ରଶାସିତ ଅଞ୍ଚଳର ପ୍ରମୁଖ ସଚିବ ଯୋଗ ଦେଇଛନ୍ତି।

ପ୍ରାକୃତିକ ବିପର୍ଯ୍ୟୟ (Natural Disaster Management) ମୁକାବଲାରେ ଓଡ଼ିଶା ବିଶ୍ୱର ଏକ ରୋଲ୍‌ ମଡେଲ। ଓଡ଼ିଶା ମଡେଲକୁ ଆପଣାଇଲେ ୯ ରାଜ୍ୟ ଓ ୪ଟି କେନ୍ଦ୍ରଶାସିତ ଅଞ୍ଚଳ। ବୁଧବାରଠୁ ୩ ଦିନ ଧରି ଗୋପବନ୍ଧୁ ଏକାଡେମୀରେ ବିପର୍ଯ୍ୟୟ ପ୍ରଶିକ୍ଷଣ କର୍ମଶାଳା ଆୟୋଜନ ହେଉଛି। ବିପର୍ଯ୍ୟୟ ମୁକାବିଲା ଶିକ୍ଷା ଦେବା ପାଇଁ ଓଡ଼ିଶାକୁ ଲାଲବାହାଦୁର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ଏକାଡେମୀ ଚୟନ କରିଛି। 

Also Read: ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ: ଦୁଇ ଦିନ ଛେଚିବ, ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଛତିଶଗଡ଼, ପଶ୍ଚିମବଙ୍ଗ, ଗୁଜୁରାଟ, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର ଆଦି ୯ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳର ୨୨ରୁ ଅଧିକ ପ୍ରଶାସନିକ ଅଧିକାରୀ ଓଡ଼ିଶାଠାରୁ ଏନେଇ ଶିକ୍ଷା ନେବେ। ଫାଇଲିନ, ହୁଡ୍‌ହୁଡ୍‌, ତିତ୍‌ଲି, ଫନି, ବୁଲ୍‌ବୁଲ୍‌, ଅମ୍ପାନ, ୟସ୍‌ ଆଉ ଏବେ ଗୁଲାବ। ଗତ ୯ବର୍ଷ ଭିତରେ ଓଡ଼ିଶା ୮ଟି ବାତ୍ୟାର ସାମ୍ନା କରିଛି। ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ସହିତ ମିଶନ ଜିରୋ କାଜୁଆଲଟିରେ ବି ଓଡ଼ିଶା ସଫଳ ହୋଇଛି। ଏଥିପାଇଁ ରାଜ୍ୟକୁ ଜାତିସଂଘ ମଧ୍ୟ ପ୍ରଶଂସା କରିଛି। 

କୋଣାର୍କ (Konark) ର ରାମଚଣ୍ଡିରେ ବିପର୍ଯ୍ୟୟ ମୁକାବିଲାର ବାସ୍ତବ ଶିକ୍ଷା ଦିଆଯିବ। ଓସଡମା ପକ୍ଷରୁ ପାଣିରୁ ଉଦ୍ଧାର, ଯାନ୍ତ୍ରିକ ଡଙ୍ଗା ଦ୍ବାରା ଲୋକଙ୍କୁ ସ୍ଥାନାନ୍ତର, ରାସ୍ତା ସଫା ପାଇଁ ଗଛ କଟା ନେଇ ଶାରୀରିକ ଶିକ୍ଷା ଦିଆଯିବ।