Berhampur Lover Agitation: କୋର୍ଟଙ୍କ ନିର୍ଦ୍ଦେଶଠୁ ବଡ଼ ପ୍ରେମିକା ଡ଼ର! ଦୀପିକାଙ୍କୁ ଛାଡ଼ି ଦିନେଶ ଫେରାର
Advertisement
Article Detail0/zeeodisha/odisha1347772

Berhampur Lover Agitation: କୋର୍ଟଙ୍କ ନିର୍ଦ୍ଦେଶଠୁ ବଡ଼ ପ୍ରେମିକା ଡ଼ର! ଦୀପିକାଙ୍କୁ ଛାଡ଼ି ଦିନେଶ ଫେରାର

Berhampur Lover Agitation: ପୂର୍ବରୁ ଦୀପିକା ଦାୟର କରିଥିବା ଦୁଷ୍କର୍ମ ମାମଲାରେ ୪ ମାସ ଜେଲରେ ରହି ଦିନେଶ ଜାମିନରେ ମୁକୁଳିଥିଲେ। କୋର୍ଟଙ୍କ ସର୍ତ୍ତମୂଳକ ଜାମିନ ଅନୁଯାୟୀ, ବଡବଜାର ଥାନାରେ ଦିନେଶ ଦୈନିକ ହାଜିର୍ ହେବାରଥିଲା। ତଥାପି ସେ ଏହାକୁ ଅବମାନନା କରିଥିବା ଦୀପିକା କହିଛନ୍ତି।

 Berhampur Lover Agitation: କୋର୍ଟଙ୍କ ନିର୍ଦ୍ଦେଶଠୁ ବଡ଼ ପ୍ରେମିକା ଡ଼ର! ଦୀପିକାଙ୍କୁ ଛାଡ଼ି ଦିନେଶ ଫେରାର

Berhampur Lover Agitation, ବ୍ରହ୍ମପୁର: ଦୀର୍ଘ ୪୨ ଦିନରେ ପହଞ୍ଚିଲାଣି କେ.ଦୀପିକାଙ୍କ ଧାରଣା। ନ୍ୟାୟ ଦାବି ନେଇ ସେ ବ୍ରହ୍ମପୁର ଦେଶିବେହେରା ସାହିରେ ନିଜ ପ୍ରେମିକ ଘର ବାରଣ୍ଡାରେ ବସିଛନ୍ତି। ଖରା, ବର୍ଷାକୁ ଖାତିର ନ କରି ଦିନେଶକୁ ପାଇବା ଜିଦରେ ଦୀପିକା ଅଟଳ ଅଛନ୍ତି। ଧାରଣା ସ୍ଥଳରେ ନାଳ ନାର୍ଦ୍ଧମାର ଦୁର୍ଗନ୍ଧ ସାଙ୍ଗକୁ ମଶାମାଛିଙ୍କ ପ୍ରାଦୁର୍ଭାବ ବୃଦ୍ଧିପାଇଛି। ଅନ୍ୟପଟେ ହାଇକୋର୍ଟରେ ମାମଲା ବିଚାରାଧିନ ଥିବାବେଳେ ପ୍ରେମିକ ଦିନେଶଙ୍କ ଏଯାବତ୍ ପତ୍ତା ମିଳୁନାହିଁ। 

ପୂର୍ବରୁ ଦୀପିକା ଦାୟର କରିଥିବା ଦୁଷ୍କର୍ମ ମାମଲାରେ ୪ ମାସ ଜେଲରେ ରହି ଦିନେଶ ଜାମିନରେ ମୁକୁଳିଥିଲେ। କୋର୍ଟଙ୍କ ସର୍ତ୍ତମୂଳକ ଜାମିନ ଅନୁଯାୟୀ, ବଡବଜାର ଥାନାରେ ଦିନେଶ ଦୈନିକ ହାଜିର୍ ହେବାରଥିଲା। ତଥାପି ସେ ଏହାକୁ ଅବମାନନା କରିଥିବା ଦୀପିକା କହିଛନ୍ତି। ଏନେଇ ପରବର୍ତ୍ତୀ ସମୟରେ ଦିନେଶ ଦୈନିକ ଉପସ୍ଥିତ ରହିଛନ୍ତି କି ନାହିଁ ତାହା ଜାଣିବା ପାଇଁ ସେ RTI ଜରିଆରେ ବଡ଼ ବଜାର ଥାନାକୁ ତଥ୍ୟ ମାଗିଥିଲେ। ତେବେ କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ମଧ୍ୟ ଗୋଟିଏ ଦିନ ବି ଦିନେଶ ଥାନାରେ ଉପସ୍ଥିତ ହୋଇନଥିବା ଜାଣିବାକୁ ମିଳିଛି। ମାମଲାର ଶୁଣାଣି ସମୟରେ ସେ କୋର୍ଟରେ  ଅନୁପସ୍ଥିତ ରହିଥିବା ମଧ୍ୟ RTI କହୁଛି।

Also Read: ଦିନରେ ପତ୍ନୀ ସହ ୧୦ ମିନିଟ ଶାରୀରିକ ସମ୍ପର୍କ ରଖି 'ଅପରିଚିତ' ପାଲଟିଗଲେ ବ୍ୟକ୍ତି

ଅନ୍ୟପଟେ ଦିନେଶଙ୍କ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଅନ୍ୟତ୍ର ବିବାହ କରିଥିବା ଦୀପିକା ଆଶଙ୍କା କରୁଛନ୍ତି। ସେଥିପାଇଁ ଦିନେଶଙ୍କ ଜାମିନକୁ ଖାରଜ କରିବା ଲାଗି ମାନ୍ୟବର କୋର୍ଟଙ୍କ ନିକଟରେ ପୁଣି ଆବେଦନ କରିଥିବା ଦୀପିକା କହିଛନ୍ତି। ଏହାସହ DNA ରିପୋର୍ଟ୍ ପ୍ରଦାନ ପରେ ଦୀପିକାଙ୍କ ଔରସରୁ ଜନ୍ମିତ ଶିଶୁପୁତ୍ର ଦିନେଶଙ୍କ ବୋଲି କୋର୍ଟରେ ପ୍ରମାଣିତ ହୋଇଛି। ତେବେ ଏଥିରେ ଭୟଭୀତ ହୋଇ କୋର୍ଟରେ ଅନୁପସ୍ଥିତ ରହୁଥିବା କୁହାଯାଉଛି। ମକଦ୍ଦମା ଲଢ଼ୁଥିବା ଓଲକିକୁ ପରିବର୍ତ୍ତନ କରି ଦିନେଶ ଜାଣିଶୁଣି ବିଳମ୍ବ କରୁଥିବା ଦୀପିକା ଅଭିଯୋଗ କରିଛନ୍ତି। ବିଳମ୍ବ ହେଉ ପଛେ କୋର୍ଟଙ୍କ ନିଷ୍ପତ୍ତି ତାଙ୍କୁ ଉଚିତ୍ ନ୍ୟାୟ ପ୍ରଦାନ କରିବା ସହ ତାଙ୍କ ଛୁଆକୁ ନିଜ ବାପାର ପରିଚୟ ନିଶ୍ଚୟ ମିଳିବ ବୋଲି କେ.ଦୀପିକା ଆଶା ବାନ୍ଧିଛନ୍ତି।

ସୂଚନାଯୋଗ୍ୟ, ଗତ ଅଗଷ୍ଟ  ୨ ତାରିଖରୁ ଦିନେଶଙ୍କ ଘର ବାରଣ୍ଡାରେ ଦୀପିକା ଧାରଣାରେ ବସିଛନ୍ତି। ତାଙ୍କ ଠାରୁ ୧୯ ମାସର ପୁଅ ଦିବାନ୍ସ ଦୂରରେ ରହୁଛି। ଯେଉଁଥିପାଇଁ ଦୀପିକାଙ୍କ ପୁଅର ସ୍ବାସ୍ଥ୍ୟବସ୍ଥା ଦିନକୁ ଦିନ ବିଗୁଡୁଛି। ଫଳରେ କିଛି କିଛି ସମୟରେ ପୁଅକୁ ଧାରଣାସ୍ଥଳକୁ ଆଣି ସେ ପୁଣି ନିଜ ମା' ଘରକୁ ପଠାଇ ଦିଅନ୍ତି। ପୁଅର ଏଭଳି ଅବସ୍ଥାକୁ ଦେଖି ମଧ୍ୟ ଦିନେଶ ଆଗକୁ ଆସୁନାହାନ୍ତି। ପ୍ରଥମରୁ ହିଁ ନିଜ ଅବିବାହିତା ସ୍ତ୍ରୀ ଉପରୁ ପ୍ରେମ କମି ଯାଇଥିବା ବେଳେ ଏବେ ପୁତ୍ର ମୋହ ମଧ୍ୟ ହଟିଯାଇଛି ବୋଲି କୁହାଯାଉଛି। ତେବେ ଆଉ କେତେ ଦିନ ଦୀପିକା ଓ ଦିନେଶଙ୍କ ପ୍ରେମ ପ୍ରତାରଣାର ହାଇ ଡ୍ରାମା ଚାଲିବ ତାହା ଦେଖିବାକୁ ବାକି ରହିଲା। ଅନ୍ୟପଟେ କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିଥିବାରୁ ତାଙ୍କର ଜାମିନ ନାମଞ୍ଜୁର କରିବାକୁ ମଧ୍ୟ ଦାବି ହେଉଛି।