ଭୁବନେଶ୍ବରରେ ନିଶାଡିର ବିଭତ୍ସ ହତ୍ୟାକାଣ୍ଡ,ନର୍ସ ସ୍ତ୍ରୀ ଓ ଝିଅର ଗଳା କାଟି ଗିରଫ
Advertisement
Article Detail0/zeeodisha/odisha1213693

ଭୁବନେଶ୍ବରରେ ନିଶାଡିର ବିଭତ୍ସ ହତ୍ୟାକାଣ୍ଡ,ନର୍ସ ସ୍ତ୍ରୀ ଓ ଝିଅର ଗଳା କାଟି ଗିରଫ

(ଭୁବନେଶ୍ୱର, ଚନ୍ଦନ ପାଇକରାୟ ):-ନିଶାଡି ନିଶା ପାଇଁ ପରିବାରର ସମସ୍ତଙ୍କୁ ହତ୍ୟା କଲା Ι ନିଜ ସ୍ତ୍ରୀର ଗଳାକାଟି ହତ୍ୟା କରିବା ପରେ 6 ବର୍ଷର ଝିଅର ତଣ୍ଟି ଚିପି ଦେଲା Ι କେବଳ ଟିକିଏ ବ୍ରାଉନସୁଗାର ଖାଇବାକୁ ପାଇଲା ନାହିଁ ବୋଲି Ι ନିଶା ନ ଖାଇ ପାଗଳ ପ୍ରାୟ ହୋଇ ଯାଇଥିବା ଯୁବକ ଜଣକ ନିଜ ଉପରେ ନିୟନ୍ତ୍ରଣ ହରାଇବା ସହ ପରିବାରରର  ସମସ୍ତଙ୍କୁ ହତ୍ୟା କରିବା ପାଇଁଭୁବନେଶ୍ବରରେ ନିଶାଡିର ବିଭତ୍ସ ହତ୍ୟାକାଣ୍ଡ,ନର୍ସ ସ୍ତ୍ରୀର ଗଳା କାଟି ଓ ଝିଅର ତଣ୍ଟି ଚିପି ଗିରଫ Ι 

 

ଭୁବନେଶ୍ବରରେ ନିଶାଡିର ବିଭତ୍ସ ହତ୍ୟାକାଣ୍ଡ,ନର୍ସ ସ୍ତ୍ରୀ ଓ ଝିଅର ଗଳା କାଟି ଗିରଫ

ସୂଚନା  ମୁତାବକ  ଭରତପୁର ଥାନା ଅନ୍ତର୍ଗତ ଘାଟିକିଆ ଗ୍ରାମରେ ସଂଜିତ ଦାସଙ୍କ ଘର ଓ ତାଙ୍କ ସହ ତାଙ୍କର ସ୍ତ୍ରୀ ଓ 6 ବର୍ଷର ଝିଅ  ସହ ଅନ୍ୟ ସଦସ୍ୟମାନେ ରହୁଥିଲେ Ι ତେବେ ସଂଜିତଙ୍କ ସ୍ତ୍ରୀ ସ୍ଥାନୀୟ ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲରେ ନର୍ସ ଭାବେ କାର୍ଯ୍ୟ କରୁଥିବା ବେଳେ ସଂଜିତ କିନ୍ତୁ ବେକାର  ହୋଇ ବୁଲୁଥିଲେ Ι ବାପାଙ୍କର କୋଟି କୋଚି ଟଙ୍କା ସଂପତି ଥିବା ବେଳେ ଘରଭଡା ଆକାରରେ ଲକ୍ଷାଧିକ  ଟଙ୍କା  ମାସିକ ରୋଜଗାର କରୁଥିଲେ Ι ହେଲେ ସଂଜିତ ସବୁବେଳ ନିଶାରେ ଚୁର ହୋଇ ରହିବା ସହିତ ସେ  ନିଶା କବଳରେ ପଡି ବେଳେ ବେଳେ କାହାକୁ ଚିହ୍ନି ମଧ୍ୟ ପାରନ୍ତି ନାହିଁ Ιତେବେ  ବ୍ରାଉନସୁଗାର କବଳରେ ପଡିଥିବା ସଂଜିତଙ୍କୁ ବଞ୍ଚାଇବା ପାଇଁ ସବୁବେଳ ତାଙ୍କ  ପରିବାର ଲୋକ ଉଦ୍ୟମ କରିଆସୁଥିଲେ Ι ବିସେଷ କରି ସଂଜିତଙ୍କ ନର୍ସ ସ୍ତ୍ରୀ ସବୁବେଲେ ଅହରହ ଉଦ୍ୟମ କରିବା ସହ ନିଶା କବଳରୁ ସ୍ବାମୀଙ୍କୁ ଛଡାଇ ଆଣିବା ପାଇଁ ଉଦ୍ୟମ କରୁଥାନ୍ତି Ι ଏହି କ୍ରମରେ ସ୍ତ୍ରୀ ନିଶା ନ ଖାଇବା ପାଇଁ ସଂଜିତଙ୍କ ଉପରେ  ସବୁବେଳେ ନଜର ଖିଥାନ୍ତି Ι 

ତେବେ ବୁଧବାର ରାତିରେ ନିଶା ଖାଇବା କୁ ନେଇ ସଂଜିତ ଓ ତାଙ୍କ ସ୍ତ୍ରୀଙ୍କମ ଧ୍ୟରେ ଜୋରଦାର ଗଣ୍ଡଗୋଳ ହୋଇଥିଲା Ι ଉଭୟଙ୍କମ ଧ୍ୟରେ ଉଚ୍ଚବାଚ ହେବା ସହ ଘର ମଧ୍ୟରେ ଜିନିଷପତ୍ର ଫୋପଜଡା ଫୋପଡିର ପ୍ରଚଣ୍ଡ ଶବ୍ଦ ପଡୋଶୀ  ଶୁଣିବା ପାଇଁ ପାଇଥିଲେΙ ତେବେ ଏହା ନିତିଦିନିଆ କଥା ହୋଇଥିବାରୁ କୌଣସି ଲୋକ ଏହାକୁ ନେଇ ସଂଜିତ ଘରକୁ ଯାଇ ନଥିଲେ କି ପ୍ରକୃତ ଘଟଣା କଣ ଦେଖିବା ପାଇଁ ଚେଷ୍ଟା କରି ନଥିଲେ Ι ତେବେ ବୁଧବାର ରାତିରେ  ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଘଟିଥିବା ଗଣ୍ଡଗୋଳ ଉଗ୍ରରୂପ ନେବା ସହ ଶେଷରେ ଏକ ବ୍ଲେଡ ସାହାଯ୍ୟରେ ନିଜର ସ୍ତ୍ରୀର ଗଳା କାଟି  ଦେଇଥିଲା ସଂଜିତΙ  ପରେ ପାଖରେ ଶୋଇଥିବା 6 ବର୍ଷରେ ଶିଶୁ କନ୍ୟାକୁ ତଣ୍ଟିଚିପି ହତ୍ୟା ଉଦ୍ୟମ କରିଥିଲା 
ସକାଳ ସମୟରେ ଏହି ଘଟଣା ପାଖପଡୋଶୀ ଜାଣିବା ପରେ ଘର କୋଲି ଦେଖିବା ପରେ ରକ୍ତାକ୍ତ ହୋଇ ସଂଜିତଙ୍କ ସ୍ତ୍ରୀଙ୍କ ମୃତ ଶରୀର ପଡିଥିବା ବେଳେ ଗୁରୁତର ଅବସ୍ଥାରେ 6 ବର୍ଷର ଝିଅ ଛଟପଟ ହେଉଛି Ι  ସଂଗେ ସଂଗେ କମିଶନରେଟ ପୋଲିସ ଏହି ଖବର ପାଇବା କ୍ଷଣି ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଝିଅକୁ ଉଦ୍ଧାର କରି ହସ୍ପିଟାଲରେ ଭୃର୍ତ୍ତି କରିଥିଲା  Ι ପରେ ଘଟଣା ସ୍ଥଳରେ ପୋଲିସ ମୃତଦେହକୁ ଜବତ କରିବା ସହ ଘଟଣାର ଛାନବିନ ଆରମ୍ଭ କରିଥିଲାΙ 
ତେବେ ଘଟଣା ପରେ ହତ୍ୟା କରିଥିବା ନୃଶଂସ ସ୍ବାମୀ ସଂଜିତ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୋଲିସର ଛାନବିନ ପରେ ସଂଜିତକୁ ପୋଲିସ ଗିରଫ କରିଛି Ι ଅଧିକ ତଥ୍ୟ ପାଇଁ ପୋଲିସ ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଚଳାଇଛି 
ଏ ନେଇ  ଭରତପୁର ଥାନାରେ ଏକ  ହତ୍ୟା  ମାମଲା ରୁଜୁ ହୋଇଛି Ι