ବର୍ଷକରେ ୬ ଥର ବଢିଲାଣି ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟ; ଦର ବୃଦ୍ଧିକୁ ତେଜିଲା ରାଜନୀତି
Advertisement
Article Detail0/zeeodisha/odisha1177201

ବର୍ଷକରେ ୬ ଥର ବଢିଲାଣି ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟ; ଦର ବୃଦ୍ଧିକୁ ତେଜିଲା ରାଜନୀତି

ଗୋଟିଏ ବର୍ଷ ମଧ୍ୟରେ ପାଖାପାଖି ୬ ଥର ଘରୋଇ ରନ୍ଧନ ଗ୍ୟାସ ଦରରେ ୨୦୦ ଟଙ୍କା ବୃଦ୍ଧି ହୋଇଛି। 

 ବର୍ଷକରେ ୬ ଥର ବଢିଲାଣି ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟ;  ଦର ବୃଦ୍ଧିକୁ ତେଜିଲା ରାଜନୀତି

ଭୁବନେଶ୍ବର: ଲଗାତାର ଭାବେ ବଢି ଚାଲିଛି ପେଟ୍ରୋଲ ଡିଜେଲ ଦର। ଏହା ସହିତ କ୍ରମାଗତ ଭାବେ ଘରୋଇ ରନ୍ଧନ ଗ୍ୟାସ ଦର ମଧ୍ୟ ବୃଦ୍ଧି ହେବାରେ ଲାଗିଛି। ଘରୋଇ ରନ୍ଧନ ଗ୍ୟାସ ଦରରେ ୫୦ ଟଙ୍କା ବୃଦ୍ଧି ପଇବା ପରେ  ଏବେ  ରାଜଧାନୀ ଭୁବନେଶ୍ବରରେ ହଜାରେ ଟପିଛି  ଗ୍ୟାସ ସିଲିଣ୍ଡର ଦାମ। ରାଜଧାନୀରେ ଏବେ ୧୪.୨ କେଜି ଗ୍ୟାସ ସିଲିଣ୍ଡର ମୂଲ୍ୟରେ ୧୦୨୬ ଟଙ୍କାରେ ପହଞ୍ଚିଛି। ପୂର୍ବରୁ ମାର୍ଚ୍ଚରେ ଗ୍ୟାସ ଦର ୫୦ ଟଙ୍କା ବୃଦ୍ଧି ପାଇଥିଲା।  

ଗୋଟିଏ ବର୍ଷ ମଧ୍ୟରେ ପାଖାପାଖି ୬ ଥର ଘରୋଇ ରନ୍ଧନ ଗ୍ୟାସ ଦରରେ ୨୦୦ ଟଙ୍କା ବୃଦ୍ଧି ହୋଇଛି। ହଜାରେ ଟପିଲା ଘରୋଇ ଗ୍ୟାସ ସିଲିଣ୍ଡର ଦର। ଶନିବାର ଗ୍ୟାସ ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି ପାଇବା ସହ ରାଜଧାନୀ ଭୁବନେଶ୍ବରରେ ଘରୋଇ ଗ୍ୟାସ ସିଲିଣ୍ଡର ଦାମ ୧୦୨୬ ଟଙ୍କା ହୋଇଛି। ଗତ ଏକ ବର୍ଷ ମଧ୍ୟରେ ୬ ଥର ଘରୋଇ ଗ୍ୟାସ ସିଲିଣ୍ଡର ଦରରେ ବୃଦ୍ଧି ଘଟିଲାଣି। ଗତ ଏକ ବର୍ଷ ମଧ୍ୟରେ ପାଖାପାଖି ଗ୍ୟାସ ସିଲିଣ୍ଡରରେ ୨ ଶହ ଟଙ୍କା ବୃଦ୍ଧି ଘଟିଲାଣି। ବାରମ୍ବାର ଗ୍ୟାସ ଦରରେ ବୃଦ୍ଧି ଘଟୁଥିବା ବେଳେ ଏହାକୁ ନେଇ ସାଧାରଣ ଲୋକ କ୍ଷୁବ୍ଧ ହେଲେଣି।  

କେନ୍ଦ୍ର ସରକାର ଦର ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ବେଳେ ଏହାକୁ ନେଇ ରାଜନୀତି ଜୋର ଧରିଛି। ଉଭୟ ବିଜେଡି-କଂଗ୍ରେସ ଏ ପ୍ରସଙ୍ଗରେ ବିଜେପି ନେତୃତ୍ବାଧିନ କେନ୍ଦ୍ର ସରକାରକୁ ଟାର୍ଗେଟ କରିଛି। ବିଜେଡି କହିବା ଅନୁସାରେ ଗ୍ୟାସ ଦର ବୃଦ୍ଧି ହେଉଛି ପ୍ରଧାମନ୍ତ୍ରୀଙ୍କ ଆଛା ଦିନ। ମହିଳାଙ୍କୁ ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ବାରମ୍ବାର ଗ୍ୟାସ ଦର ବୃଦ୍ଧି କରି ରୋଷେଇ ଘରକୁ ଗୋଇଠା ମାରିଛନ୍ତି। ସାଧାରଣ ଲୋକଙ୍କ ବଜେଟ ବାହାରେ ଦର ବୃଦ୍ଧି ପହଞ୍ଚିଲାଣି। ୧୦୦୦ ପାର ହେଲାଣି ରୋଷେଇ ଘରେ ଚଡ଼କ ପଡ଼ିଛି। ଏହା ହେଉଛି ଆଛା ଦିନ। ବିଜେଡି ସବୁବେଳେ ପେଟ୍ରୋଲ, ଡିଜେଲ, ଗ୍ୟାସ ଦର ବୃଦ୍ଧିକୁ ନେଇ ପ୍ରତିବାଦ କରିଛି। ସବୁବେଳେ ଲୋକଙ୍କ ସହିତ ଅଛୁ। ଲୋକଙ୍କ ପାଖକୁ ଯାଇ ଗରିବ ମାରଣ ନୀତି ବିରୁଦ୍ଧରେ ବୁଝାଇବୁ। ଖରା କମିଲେ ପ୍ରତିବାଦ କରିବା ନେଇ ବିଜେଡି ଦେଇଛି ସଂକେତ।

ସେପଟେ କଂଗ୍ରେସ କହିବା ଅନୁସାରେ ଗ୍ୟାସ ଦର ବୃଦ୍ଧି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା। ଏନେଇ ସେ କହିଛନ୍ତି ବିଜେଡି-ବିଜେପି ମିଶିକି ରହିଛନ୍ତି ଯେତେ ଦର ବଢିଲେ ମଧ୍ୟ ବିଜେଡି ପ୍ରତିବାଦ କରିବ ନାହିଁ। କାରଣ ତେଲରେ ଅଧିକ ଭ୍ୟାଟ ଆକାରରେ ଅଧିକ ଟଙ୍କା ପାଉଛନ୍ତି ରାଜ୍ୟ ସରକାର। ମାତ୍ର ଆମେ ପ୍ରତିବାଦ କରିବୁ। 

ସେପଟେ ବିଜେପି ଏହାକୁ ନେଇ ପ୍ରତିକ୍ରିୟା ରଖିଛି। ବିଜେପି କହିବା ଅନୁସାରେ ବିରୋଧୀଙ୍କ କାମ ସେମାନେ ବିରୋଧ କରିବେ ସରକାର କାହିଁକି ଗ୍ୟାସ ଦର ବଢ଼ାଉଛନ୍ତି ସେହି ଜାଣନ୍ତି ଲୋକ ଟଙ୍କିକିଆ ଚାଉଳ ଖାଉଛନ୍ତି ଆଉ ସେ ବାବଦରେ ଗ୍ୟାସରେ ପଇସା ଦିଅନ୍ତୁ । ଯେଉଁମାନେ ଟଙ୍କିକିଆ ଚାଉଳ ପାଉଛନ୍ତି ସବୁ ଘରେ ଗ୍ୟାସ। ଆଗରୁ ଟଙ୍କିକିଆ ଚାଉଳ ମିଳୁ ନଥିଲା। ୩୦ ଟଙ୍କା ଲେଖାଏଁ ଚାଉଳ ଥିଲା। ଏବେ ଯେହେତୁ ଟଙ୍କିକିଆ ଚାଉଳ ଖାଉଛନ୍ତି ତେଣୁ ଗ୍ୟାସ ବାବଦରେ ପଇସା ଦେବେ ବୋଲି କହିଲେ ବିଜେପି ବିଧାୟକ ଜୟନ୍ତ ଷଡ଼ଙ୍ଗୀ। ଗ୍ୟାସ ବଢ଼ିବ କମିବ ସେଇଟା ଚାଲିଛି। କମିଗଲା ବେଳେ  କେହି ଧନ୍ୟବାଦ ଦେଉନାହାଁନ୍ତି ବଢ଼ିଗଲେ ସମସ୍ତେ ଟିକିଏ ବିରୋଧ କରିବେ। କେତେବେଳେ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇଁ ଗ୍ୟାସ ଦର ବୃଦ୍ଧି ହେଉଥିବା କହୁଛି ବିଜେପି। ଏବେ କହିଲାଣି  ଲୋକଙ୍କୁ ଟଙ୍କିକିଆ ଚାଉଳ ଯୋଗାଇ ଦିଆଯାଉଛି ତେଣୁ ଗ୍ୟାସ ଦର ବଢୁଛି।