ସ୍ୱାଭିମାନି ବିଧାୟକ ପବିତ୍ର ମୋହନ ଜେନା
Advertisement
Article Detail0/zeeodisha/odisha1166755

ସ୍ୱାଭିମାନି ବିଧାୟକ ପବିତ୍ର ମୋହନ ଜେନା

ଆଜି ଏମିତି ଜଣେ ପୂର୍ବତନ ବିଧାୟକଙ୍କ ସହିତ ଆପଣଙ୍କ ପରିଚୟ କରିବୁ ଯାହାଙ୍କୁ ଦେଖିଲେ ନେତାଙ୍କ ପ୍ରତି ଥିବା ସବୁ ଧାରଣା ଭୁଲ ବୋଲି ପ୍ରମାଣିତ ହୋଇଯିବ।

ସ୍ୱାଭିମାନି ବିଧାୟକ ପବିତ୍ର ମୋହନ ଜେନା

କୁହାଯାଏ ନେଇ ନେଇ ନେତା।ଅର୍ଥାତ ଅସତ ଉପାୟରେ ରୋଜଗାର କରୁଥିବା ଲୋକେ ରାଜନୀତିକୁ ଆସିଥାନ୍ତି ବୋଲି ବିଶ୍ୱାସ ରହିଛି। କିନ୍ତୁ ଆଜି ଏମିତି ଜଣେ ପୂର୍ବତନ ବିଧାୟକଙ୍କ ସହିତ ଆପଣଙ୍କ ପରିଚୟ କରିବୁ ଯାହାଙ୍କୁ ଦେଖିଲେ ନେତାଙ୍କ ପ୍ରତି ଥିବା ସବୁ ଧାରଣା ଭୁଲ ବୋଲି ପ୍ରମାଣିତ ହୋଇଯିବ। ଆମେ କହୁଛୁ ଯାଜପୁର ଜିଲ୍ଲା ବିଂଝାରପୁରର ପୂର୍ବତନ ବିଧାୟକ ପବିତ୍ର ମୋହନ ଜେନାଙ୍କ କଥା। ବୟସ ଏବେ ୮୦ ଛୁଇଁଲାଣି, ରହିବା ପାଇଁ ନାହିଁ କୋଠା ଘର କିମ୍ବା ଚଢିବା ପାଇଁ ଗାଡି। ଏବେବି ସାଇକେଲ ରେ ନିଜର ସମସ୍ତ କାମ କରିଥାନ୍ତି, ତାଙ୍କର ଏପରି ସରଳ ଜୀବନ ଯାପନ ଅନ୍ୟମାନଙ୍କ ପାଇଁ ପ୍ରେରଣା ନିଶ୍ଚୟ। ଯାଜପୁର ଜିଲ୍ଲା ବିଂଝାରପୁର ତଥା ପୂର୍ବ ଅଭିଭକ୍ତ ବରୀ ବିଂଝାରପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପବିତ୍ର ମୋହନ ଜେନା। 

ବାଙ୍ଗରା ପଞ୍ଚାୟତରେ ପବିତ୍ର ମୋହନ ଜେନାଙ୍କ ଜନ୍ମ। ସେତେବେଳେ ସେକ୍ରେଟାରୀ ଚାକିରି ଛାଡ଼ି ମହାତ୍ମାଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ସେ କଂଗ୍ରେସ ଦଳ ରୁ ୧୯୭୧ ମସିହା ରେ ବିଧାୟକ ହୋଇଥିଲେ। ହେଲେ ଆଜି ତାଙ୍କର ଚାଲିଚଳନକୁ ଦେଖିଲେ କେହି ତାଙ୍କୁ ଜଣେ ପୂର୍ବତନ ବିଧାୟକ ଭାବେ ଜାଣିପାରିବେ ନାହିଁ। ଆଜିର ଦିନରେ ରହିବା ପାଇଁ ତାଙ୍କ ପାଖରେ ପକ୍କା ଘର ଖଣ୍ଡିଏ ନାହିଁ। ସେ ବର୍ତମାନ ବୟସର ଅପରାହ୍ନରେ ପହଞ୍ଚି ଥିଲେ ମଧ୍ୟ ନିଜ କାମ ନିଜେ ସାଇକେଲ ମାଧ୍ୟମରେ କରିଥାନ୍ତି। ସାଇକେଲ ଯୋଗେ ନିଜ ଗାଁରୁ ୬ ରୁ ୭ କିମି ଦୂର ସବୁଦିନ ସିଂହପୁର ବଜାରକୁ ଯାଆନ୍ତି। ସକାଳୁ ଉଠି ଗାଈ ଦୁହିଁ ଥାନ୍ତି। ସ୍ନାନ ସାରି ଖାଲି ଆଖିରେ ଖବର କାଗଜ ମଧ୍ୟ ପଢନ୍ତି। ଗାନ୍ଧିବାଦୀ ଚିନ୍ତାଧାରାକୁ ଆଜି ମଧ୍ୟ ଭୁଲି ନାହାନ୍ତି।

ଆଜିର ଚାକଚକ୍ୟ ରାଜନୀତି ତାଙ୍କୁ ପ୍ରଭାବିତ କରିପାରିନି। ଆଜି ମଧ୍ୟ ସେ ଧୋତି ଖଦଡ଼ ପିନ୍ଧନ୍ତି। ନିଜକୁ ଜଣେ ସଚୋଟ ଓ ସ୍ୱାଭିମାନି ଭାବେ ପ୍ରତିପାଦିତ କରିପାରିଛନ୍ତି। ତାଙ୍କରି ଉଦ୍ୟମରେ ଅନେକ କିଛି କାମ କରାଯାଇଛି। ବସ ସଂଯୋଗକୁ ବାଳମୁକୁଳିରେ ସୀମିତ ନ ରଖି ସେ ସିଂହପୁରକୁ ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ବିଞ୍ଝାରପୁର ପର୍ଯ୍ୟନ୍ତ ବିଦ୍ୟୁତ୍ ସଂଯୋଗ ଥିବା ବେଳେ ସେ ଏହାକୁ ସିଂହପୁର ପର୍ଯ୍ୟନ୍ତ ଆଣିଥିଲେ। ସେ ନିଜେ ଜଣେ କେବଳ ସ୍ୱାଭିମାନି ନୁହେଁ ତାଙ୍କରି ଆଦର୍ଶରେ ନିଜର ସନ୍ତାନ ମାନେ ଚାଲୁଛନ୍ତି। ବାପାଙ୍କ ପେନସନ ଅର୍ଥରେ ଘର ଚଳୁଥିଲେ ବି କେବେ ବି ସରକାରଙ୍କ ନିକଟରେ ହାତ ପାତି ନାହାନ୍ତି ଏହି ପରିବାର।

ଆଜିର ଦୁର୍ନୀତି ଗ୍ରସ୍ତ ରାଜନୀତିରେ ରାଜନେତା ମାନେ ରାତାରାତି କୋଟିପତି ହେବାର ସ୍ୱପ୍ନ ଦେଖୁଛନ୍ତି, ଠିକ ସେତିକିବେଳେ ପଵିତ୍ର ଙ୍କ ସ୍ୱପ୍ନ ସତରେ କେତେ ପବିତ୍ର। (Odisha Assignment)