SBI PO Recruitment 2024: ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ପ୍ରୋବେସନରୀ ଅଫିସର (PO) ପଦବୀରେ ବମ୍ପର ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଥିଲା। ଏହି SBI ନିଯୁକ୍ତି ପାଇଁ ୨୭ ଡିସେମ୍ବରରୁ ଆବେଦନ ହୋଇଛି। ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀମାନେ SBI ର ଅଫିସିଆଲ୍ ୱେବସାଇଟ୍ sbi.co.in ଭିଜିଟ୍ କରି ଆବେଦନ କରିପାରିବେ।
Trending Photos
SBI PO Recruitment 2024: ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ପ୍ରୋବେଶନରୀ ଅଫିସର (PO) ପଦବୀରେ ବମ୍ପର ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଥିଲା। ଏହି SBI ନିଯୁକ୍ତି ପାଇଁ ୨୭ ଡିସେମ୍ବରରୁ ଆବେଦନ ହୋଇଛି। ଏବେ ଆବେଦନ କରିବାର ଶେଷ ତାରିଖ ପାଖେଇ ଆସିଲାଣି। ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀମାନେ SBI ର ଅଫିସିଆଲ୍ ୱେବସାଇଟ୍ sbi.co.in ଭିଜିଟ୍ କରି ଆବେଦନ କରିପାରିବେ।
କେବେ ଯାଏଁ କରିପାରିବେ ଆବେଦନ
ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ଏହି ନିଯୁକ୍ତି ପାଇଁ ୧୬ ଜାନୁଆରୀ ୨୦୨୫ ପର୍ଯ୍ୟନ୍ତ କିମ୍ବା ତା’ପୂର୍ବରୁ ଆବେଦନ କରାଯାଇପାରିବ। ନିଯୁକ୍ତି ପରୀକ୍ଷା ୮ ଏବଂ ୧୫ ମାର୍ଚ୍ଚରେ ଅନୁଷ୍ଠିତ ହେବ। ଏପରି ପରିସ୍ଥିତିରେ ସମସ୍ତ ପ୍ରାର୍ଥୀ ସମୟ ମଧ୍ୟରେ ଆବେଦନ କରିବା ଉଚିତ।
ପଦବୀର ବିବରଣୀ
ଏହି ନିଯୁକ୍ତି ଅଭିଯାନ ମାଧ୍ୟମରେ ମୋଟ ୬୦୦ ପଦବୀ ପୂରଣ କରାଯିବ।
ବୟସ ସୀମା ଏବଂ ଶିକ୍ଷାଗତ ଯୋଗ୍ୟତା
ଆବେଦନକାରୀଙ୍କ ବୟସ ୨୧ ରୁ ୩୦ ବର୍ଷ ମଧ୍ୟରେ ହେବା ଉଚିତ। ବିଭିନ୍ନ ବର୍ଗରୁ ଆସୁଥିବା ପ୍ରାର୍ଥୀଙ୍କ ପାଇଁ ଭିନ୍ନ ଭିନ୍ନ ବୟସ ସୀମା ସ୍ଥିର କରାଯାଇଛି। ବୟସ ସୀମା ସମ୍ପର୍କରେ ଅଧିକ ସୂଚନା ପାଇଁ ଅଫିସିଆଲ୍ ୱେବସାଇଟ୍ ଭିଜିଟ୍ କରନ୍ତୁ। SBIର ଏହି ନିଯୁକ୍ତି ପାଇଁ ଆବେଦନ କରିବା ପାଇଁ ଯେକୌଣସି ପ୍ରାର୍ଥୀଙ୍କର ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଯେକୌଣସି ବିଷୟରେ ସ୍ନାତକ ଡିଗ୍ରୀ କିମ୍ବା ସମକକ୍ଷ ଡିଗ୍ରୀ କରିରଖିଥିବା ଆବଶ୍ୟକ। ସ୍ନାତକୋତ୍ତର ଶେଷ ବର୍ଷରେ ପଢ଼ୁଥିବା ପ୍ରାର୍ଥୀମାନେ ମଧ୍ୟ ଆବେଦନ କରିପାରିବେ।
ଆବେଦନ ଶୁଳ୍କ ଏବଂ ଦରମା
ଏହି ନିଯୁକ୍ତି ପାଇଁ ଆବେଦନ କରିବାକୁ ଅଣସଂରକ୍ଷିତ ବର୍ଗର ସମସ୍ତ ପ୍ରାର୍ଥୀଙ୍କୁ ୭୫୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ପଡିବ। ଅନ୍ୟପକ୍ଷରେ, ଏସସି/ଏସଟି ବର୍ଗର ପ୍ରାର୍ଥୀମାନଙ୍କୁ ଛାଡ ଦିଆଯାଇଛି। ସମସ୍ତ ମନୋନୀତ ପ୍ରାର୍ଥୀଙ୍କୁ ପ୍ରତି ମାସରେ ୪୮,୪୮୦ ଟଙ୍କା ବେସିକ୍ ସାଲାରି ଦିଆଯିବ। ଯଦି ପ୍ରାର୍ଥୀମାନେ SBI ମୁମ୍ବାଇ ସେଣ୍ଟର ପାଇଁ ମନୋନୀତ ହୁଅନ୍ତି ତେବେ ସେମାନଙ୍କର ପ୍ରାରମ୍ଭିକ ଦରମା ବାର୍ଷିକ ୧୮.୬୭ ଲକ୍ଷ ଟଙ୍କା ହେବ।
କିପରି କରାଯିବ ଚୟନ?
ଏହି SBI ନିଯୁକ୍ତି ପାଇଁ ପ୍ରାର୍ଥୀମାନଙ୍କୁ ପରୀକ୍ଷାର ଅନେକ ପର୍ଯ୍ୟାୟ ପରେ ଚୟନ କରାଯିବ। ଯେଉଁଥିରେ ପ୍ରିଲିମ୍ ପରୀକ୍ଷା, ମ୍ୟାନ୍ ପରୀକ୍ଷା, ସାକ୍ଷାତକାର ଏବଂ ଡକ୍ୟୁମେଣ୍ଟ ଭେରିଫିକେସନ୍ ଅନ୍ତର୍ଭୁକ୍ତ। ଏହି ଅନୁସାରେ ବ୍ୟାଙ୍କ ପରୀକ୍ଷା ପାଇଁ ପ୍ରସ୍ତୁତ ହୁଅନ୍ତୁ।
ପରୀକ୍ଷା ଢାଞ୍ଚା
ପ୍ରିଲିମ୍ସ ପରୀକ୍ଷା ୧୦୦ ମାର୍କର ହେବ, ଯେଉଁଥିରେ ଇଂରାଜୀ ଭାଷାରେ ୩୦ ଟି ପ୍ରଶ୍ନ, ୩୫ଟି ପ୍ରଶ୍ନ କ୍ୱାଣ୍ଟିଟେଟିଭ୍ ଆପ୍ଟିଚ୍ୟୁଡରେ ଏବଂ ୩୫ଟି ପ୍ରଶ୍ନ ରିଜନିଂ ଆବାଲିଟିର ରହିବ। ମ୍ୟାନ୍ ପରୀକ୍ଷାରେ ୨୫୯ ମାର୍କର ପ୍ରଶ୍ନ ଥାଏ, ଯେଉଁଥିରେ ଅବଜେକ୍ଟିଭ୍ ଟାଇପର ପ୍ରଶ୍ନ ମଧ୍ୟ ଅନ୍ତର୍ଭୁକ୍ତ।
ଏପରି କରନ୍ତୁ ଆବେଦନ
ନୋଟିଫିକେସନ୍ ଲିଙ୍କ ପାଇଁ ଏଠାରେ କ୍ଲିକ୍ କରନ୍ତୁ
Also read: ITBP ରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ପଦବୀରେ ନିଯୁକ୍ତି ପାଇଁ ବାହାରିଲା ବିଜ୍ଞପ୍ତି, ଏପରି କରନ୍ତୁ ଆବେଦନ