Filmmaker Siddique Passes Away: 'ବଡିଗାର୍ଡ' ନିର୍ଦ୍ଦେଶକ ସିଦ୍ଦିକ ଇସମାଇଲଙ୍କ ଦେହାନ୍ତ, ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
Advertisement
Article Detail0/zeeodisha/odisha1816660

Filmmaker Siddique Passes Away: 'ବଡିଗାର୍ଡ' ନିର୍ଦ୍ଦେଶକ ସିଦ୍ଦିକ ଇସମାଇଲଙ୍କ ଦେହାନ୍ତ, ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

Bodyguard Director Passed Away: ନିର୍ଦ୍ଦେଶକ ସିଦ୍ଦିକ ଇସମାଇଲଙ୍କ ୬୩ ବର୍ଷ ବୟସରେ ଦେହାନ୍ତ ହୋଇଥିବା ସୂଚନା ମିଳିଛି । ମଙ୍ଗଳବାର ରାତି ପ୍ରାୟ ୯ଟାରେ କୋଚି ସ୍ଥିତ ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସୂଚନା ଅନୁଯାୟୀ, ହୃଦଘାତ ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ସୌ(ସୋସିଆଲ ମିଡିଆ)

Filmmaker Siddique Passes Away: ପୁଣି ସିନେମା ଜଗତ ପାଇଁ ଆସିଲା ଦୁଃଖଦ ଖବର । ନିକଟରେ ଲୋକପ୍ରିୟ ଆର୍ଟ ଡ଼ିରେକ୍ଟର (Art director) ନୀତିନ ଦେଶାଇଙ୍କ (Nitin desai passed away) ଦେହାନ୍ତ ଖବର ସାରା ଫିଲ୍ମ ଇଣ୍ତଷ୍ଟ୍ରିକୁ ସ୍ତବ୍ଧ କରିଥିବା ବେଳେ ବର୍ତ୍ତମାନ ସଲମାନ ଖାନଙ୍କ ସୁପରହିଟ୍ ଫିଲ୍ମ 'ବଡିଗାର୍ଡ'ର (Bodyguard) ନିର୍ଦ୍ଦେଶକ ସିଦ୍ଦିକ ଇସମାଇଲଙ୍କ (Siddique Ismail Passed Away) ୬୩ ବର୍ଷ ବୟସରେ ଦେହାନ୍ତ ହୋଇଥିବା ସୂଚନା ମିଳିଛି । ମଙ୍ଗଳବାର ରାତି ପ୍ରାୟ ୯ଟାରେ କୋଚି ସ୍ଥିତ ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସୂଚନା ଅନୁଯାୟୀ, ହୃଦଘାତ ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଖବର ଅନୁଯାୟୀ, ହସ୍ପିଟାଲରେ ଭର୍ତ୍ତି ହେବା ପରେ ତାଙ୍କର ନିମୋନିଆ (Pneumonia Diagnosis) ଓ ଲିଭରରେ ଥିବା ସମସ୍ୟା (Liver disease ) ଲାଗି ଚିକିତ୍ସା ହେଉଥିଲା। କିନ୍ତୁ, ହୃଦ୍‌ଘାତ ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡି ଯାଇଥିଲା। ଏହାପରେ ତାଙ୍କୁ ଭେଣ୍ଟିଲେଟର ରଖାଯାଇଥିଲା।  କିନ୍ତୁ ରାତି ପ୍ରାୟ ୯ଟା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ବୁଧବାର ସନ୍ଧ୍ୟାରେ ଏର୍ନାକୁଲମ ଜାମା ମସଜିଦ ନିକଟରେ ସିଦ୍ଦିକି ଇସମାଇଲଙ୍କୁ କବର ଦିଆଯିବ। ଶେଷ ଦର୍ଶନ ପାଇଁ ରାଜୀବ ଗାନ୍ଧୀ ଇନଡୋର (Rajiv Gandhi Stadium) ଷ୍ଟାଡିୟମରେ ତାଙ୍କ ମୃତ ଶରୀରକୁ ରଖାଯାଇଛି । ଏହାପରେ ତାଙ୍କ ମୃତଦେହକୁ କ୍କକନଡ ସ୍ଥିତ ବାସଭବନକୁ ନିଆଯିବ। ସିଦ୍ଦିକ୍ ସଲମାନ ଖାନଙ୍କ (Salman khan) ସୁପରହିଟ ଫିଲ୍ମ 'ବଡିଗାର୍ଡ'ର ନିର୍ଦ୍ଦେଶନା ଦେଇଥିଲେ । ଏହି ଫିଲ୍ମରେ ସଲମାନ ଖାନଙ୍କ ସହ କରୀନା କପୁର ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ସେ ଏହାପୂର୍ବରୁ ସେ ତାମିଲ ଚଳଚ୍ଚିତ୍ର 'କଭାଲାନ୍' (kaavalan ) ନିର୍ଦ୍ଦେଶନା ଦେଇଥିଲେ । କେବଳ ଏତିକି ନୁହେଁ,  ମାଲାୟାଲମ୍ ନିର୍ଦ୍ଦେଶକ ଭାବେ ବେଶ ଜଣାସୁଣା ସିଦ୍ଦିକି ଇସମାଇଲ । ପ୍ରକାଶ ଥାଉ ଯେ, ସିଦ୍ଦିକ ୧୯୮୬ ମସିହାରେ ମାଲାୟାଲମ୍ ଚଳଚ୍ଚିତ୍ର 'ପପନ୍ ପ୍ରିୟପେଟ୍ଟା ପପନ୍' (pappan priyappetta pappan)ରୁ ସ୍କ୍ରିନ୍ ରାଇଟର୍ ଭାବେ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ। ଏହାପରେ, ୧୯୮୯ ମସିହାରେ ସେ 'ରାମଜୀ ରାଓ ସ୍ପିକିଙ୍ଗି' (Ramji Rao Speaking)ରେ ପ୍ରଡ୍ୟୁସର ଭାବେ କାମ କରିଥିଲେ । ଏହା ପରେ ସେ କୋ-ଡ଼ିରେକ୍ଟର ଭାବେ କାମ ଆରମ୍ଭ କରିଥିଲେ । ସେ 'ଇନ୍ ହରିହର ନାଗର' (୧୯୯୦), 'ଗଡଫାଦର' (୧୯୯୧), 'ବିଏତନାମ କଲୋନୀ' (୧୯୯୨), 'କାବୁଲିୱାଲା' (୧୯୯୪) ସହିତ ଅନେକ ବ୍ଲକ ବାଷ୍ଟର ଚଳଚ୍ଚିତ୍ର ନିର୍ମାଣ କରିଥିଲେ।

ଦୁଃଖ ପ୍ରକାଶ କଲେ କେରଳ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

ନିର୍ଦ୍ଦେଶକ ସିଦ୍ଦିକ ଇସମାଇଲଙ୍କ ନିଧନରେ ଶୋକ ପ୍ରକାଶ କରିଛନ୍ତି କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ । ସେ କହିଛନ୍ତି ଯେ, ‘ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ଦ୍ଦେଶକ ସିଦ୍ଦିକିଙ୍କ ନିଧନକୁ ଗଭୀର ଶୋକ ପ୍ରକାଶ କରୁଛି । ସେ ତିଆର କରୁଥିବା ଚଳଚ୍ଚିତ୍ର ଗୁଡ଼ିକ ଭିନ୍ନ ଥିଲା, ସେଥିରେ ଥିବା ଚରିତ୍ର ସହ କେହି ବି ସହଜରେ ଯୋଡ଼ି ହୋଇପାରୁଥିଲେ । ତାଙ୍କର ଆତ୍ମା ​​ଶାନ୍ତି ମିଳୁ’ ।

ସେପଟେ ସିଦ୍ଦିକଙ୍କ ଦେହାନ୍ତ ପରେ ସମବେଦନା ଜଣାଇ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟ (Chief Minister of Kerala pinarayi vijayan) କହିଛନ୍ତି ଯେ, ଜଣେ ମିମିକ୍ରି କଳାକାର ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିବା ସିଦ୍ଦିକି ଏକ ଲୋକପ୍ରିୟ ଚଳଚ୍ଚିତ୍ର ନିର୍ମାତା ଭାବେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଜୀବନର ଜଟିଳ ବିଷୟଗୁଡ଼ିକୁ ହାସ୍ୟାସ୍ପଦ ଢଙ୍ଗରେ ଉପସ୍ଥାପନ କରିବାରେ ସେ ମାହିର ଥିଲେ, ଏହାସହ ସେ ଜଣେ ସାନଦାର ସ୍କ୍ରିନ୍ ରାଇଟର୍ ମଧ୍ୟ ଥିଲେ।