International Daughters Day : ଜାଣନ୍ତୁ ଅନ୍ତର୍ଜାତୀୟ କନ୍ୟା ଦିବସର ଗୁରୁତ୍ବ
Advertisement
Article Detail0/zeeodisha/odisha1366591

International Daughters Day : ଜାଣନ୍ତୁ ଅନ୍ତର୍ଜାତୀୟ କନ୍ୟା ଦିବସର ଗୁରୁତ୍ବ

International Daughters Day : ଆଜି ଅନ୍ତର୍ଜାତୀୟ କନ୍ୟା ଦିବସ (International Daughters Day) । ପ୍ରତିବର୍ଷ ସେପ୍ଟେମ୍ବର ୨୫ ତାରିଖକୁ ଅନ୍ତର୍ଜାତୀୟ କନ୍ୟା ଦିବସ ଭାବେ ପାଳନ କରାଯାଏ ।

ସୌଜନ୍ୟ : ସୋସିଆଲ ମିଡିଆ

International Daughters Day : ଆଜି ଅନ୍ତର୍ଜାତୀୟ କନ୍ୟା ଦିବସ (International Daughters Day) । ପ୍ରତିବର୍ଷ ସେପ୍ଟେମ୍ବର ୨୫ ତାରିଖକୁ ଅନ୍ତର୍ଜାତୀୟ କନ୍ୟା ଦିବସ ଭାବେ ପାଳନ କରାଯାଏ । ଭାରତରେ ଏହା ସେପ୍ଟେମ୍ବର ମାସ ଚତୁର୍ଥ ରବିବାର ଦିନ ପାଳନ କରାଯାଏ। ଏହି ଦିବସର ଗୁରୁତ୍ବ ବେଶ ଅଧିକ ରହିଛି।  ଏହି ଦିନ ପିତାମାତା ନିଜ ଝିଅକୁ ବିଭିନ୍ନ ପ୍ରକାର ଉପହାର ଦେବା ସହ ଝିଅ ସହ ଅଧିକ ସମୟ ବିତାଇଥାନ୍ତି । କେବଳ ସେତିକି ନୁହେଁ,ଝିଅକୁ ଏହି ଦିନ ବିଭିନ୍ନ ପ୍ରକାର ବ୍ୟଞ୍ଚନ ମଧ୍ୟ ପରଷିଥାନ୍ତି ପରିବାର ଲୋକେ। ଏହି ଦିନ ପିତାମାତା ନିଜ ଝିଅକୁ ଉପହାର ସ୍ବରୂପ କାର୍ଡ ମଧ୍ୟ ଦେଇଥାନ୍ତି ।  ଏହି ଦିବସର ମୁଖ୍ୟଲକ୍ଷ ହେଉଛି  ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ପୁତ୍ରଙ୍କ ପରି କନ୍ୟାଙ୍କୁ ସମାନ ଅଧିକାର ଦେବା । କନ୍ୟା ସନ୍ତାନର ଯତ୍ନ ଓ ସୁରକ୍ଷା ପାଇଁ ସକଳ୍ପ ନେବା । ଯଦିଓ ଏହି ଦିନର ପ୍ରକୃତ ଉତ୍ପତ୍ତି ନାହିଁ, ଭାରତ ସମେତ ଅଧିକାଂଶ ଦେଶରେ କନ୍ୟା ମାନଙ୍କ ପାଇଁ ନିର୍ଦ୍ଧାରିତ ଦିନ ଅର୍ଥାତ ଆଜିର ଦିନରେ କନ୍ୟା ବିରୁଦ୍ଧରେ ହୋଇଥିବା ଅପରାଧର ସମାଧାନ କରିବାରେ ସାହାଯ୍ୟ କରିଥାଏ । ସଂଗଠନ ଏବଂ ସରକାର ମଧ୍ୟ ଲିଙ୍ଗଗତ ବ୍ୟବଧାନ ବିରୋଧରେ ଲଢିବାକୁ ଏହି ଦିନ ସମାନ ସୁଯୋଗ ପ୍ରଦାନ କରିବାକୁ ପ୍ରତିଶୃତି ଦେଇଛି। ଏହା ସହ କନ୍ୟା ଓ ନାରୀଙ୍କୁ ଉଚିତ ସମ୍ନାନ ଦେବା ସହ ଭ୍ରୃଣ ହତ୍ୟା ରୋକିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନେବା । ଏ ଦିବସର ମୁଖ୍ୟ ଲକ୍ଷ ।   

ସେହିପରି ଅକ୍ଟୋବର ୧୧ ତାରିଖରେ ବିଶ୍ୱବ୍ୟାପୀ ‘ଅନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ’(International Day of the Girl Child) ପାଳିତ ହୋଇଥାଏ । ଅନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ସଂଯୁକ୍ତ ରାଷ୍ଟ୍ରମାନଙ୍କଦ୍ୱାରା ଘୋଷିତ ଏକ ଦିବସ । ଏହାକୁ ଶିଶୁ କନ୍ୟାମାନଙ୍କ ଦିନ ମଧ୍ୟ କୁହାଯାଇଥାଏ । ଏହାକୁ ପାଳନ କରିବାର ମୂଳ ଉଦ୍ଦେଶ୍ୟ ହେଉଛି ପୁରା ସମାଜରେ ଲିଙ୍ଗୀୟ ଭେଦଭାବ  ଓ  ତାଙ୍କୁ ସବୁ ପ୍ରକାରର ସୁବିଧା ଯୋଗାଇବା ପାଇଁ ଲୋକମାନଙ୍କ ମଧ୍ୟରେ ସଚେତନ ସୃଷ୍ଟି କରିବା । ଏହା ବ୍ୟତିତ ଶିକ୍ଷା, ପୋଷଣ, କାନୁନ କ୍ଷେତ୍ରରେ ଅଧିକାର, ଚିକିତ୍ସା, ମହିଳାଙ୍କ ବିରୁଦ୍ଧରେ ହିଂସା ଏବଂ ବାଲ୍ୟ ବିବାହ ରୋକିବା ଏହାର ଉଦ୍ଦେଶ୍ୟ। 

ଅନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ମୁଖ୍ୟ ଉଦ୍ଦେଶ୍ଯ ହେଉଛି ଝିଅମାନଙ୍କ ପ୍ରତି ହେଉଥିବା ହିଂସା ରୋକିବା ପାଇଁ ସଚେତନତା ସୃଷ୍ଟି କରିବା । ଏପରିକି ୬୨ ପ୍ରତିଶତରୁ ଅଧିକ ଝିଅ ଶିକ୍ଷାଠାରୁ ଏବେବି ଦୂରରେ ରହିଛନ୍ତି । ୫ରୁ ୧୪ ବର୍ଷର ଝିଅ ସମ ବୟସ୍କ ପୁଅଙ୍କ ତୁଳନାରେ ୧୬୦ ମିଲିୟନରୁ ଅଧିକ ସମୟ ଘର କାମ କରିବାରେ ଖର୍ଚ୍ଚ କରିଥାନ୍ତି । ଏହା ସହିତ ୫ ଜଣ ଝିଅଙ୍କ ମଧ୍ୟରୁ ଜଣେ ୧୮ ବର୍ଷରୁ କମ ବୟସରେ ବିବାହ କରିଥାନ୍ତି । ୧୧ ଅକ୍ଟୋବର ୨୦୧୬ରେ ସଂଯୁକ୍ତ ରାଷ୍ଟ୍ର ମହିଳାର ସଦଭାବନା ରାଜଦୂତ ଏମ୍ମା ୱାଟସନ ପୁରା ବିଶ୍ୱରେ ଏବଂ ସମସ୍ତ ପରିବାରରେ ବାଲ୍ୟବିବାହ ଶେଷ କରିବା ପାଇଁ ପ୍ରଥମେ ପ୍ରୟାସ କରିଥିଲେ ।