Bhumika Chawla: 'ତେରେ ନାମ' ଫିଲ୍ମରେ ସଲମାନଙ୍କ ସହ କାହିଁକି ସ୍କ୍ରିନ୍ ସେୟାର କରିବାକୁ ରାଜି ହୋଇଥିଲେ ଭୂମିକା ?
Advertisement
Article Detail0/zeeodisha/odisha1518121

Bhumika Chawla: 'ତେରେ ନାମ' ଫିଲ୍ମରେ ସଲମାନଙ୍କ ସହ କାହିଁକି ସ୍କ୍ରିନ୍ ସେୟାର କରିବାକୁ ରାଜି ହୋଇଥିଲେ ଭୂମିକା ?

Bhumika Chawla: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଭୂମିକା ଚାଓ୍ବଲା । ବଲିଉଡକୁ ଦେଇଛନ୍ତି ଅନେକ ହିଟ୍ ଫିଲ୍ମ । ଫିଲ୍ମ 'ତେରେ ନାମ' ତାଙ୍କର ଅନ୍ୟତମ ଲୋକପ୍ରିୟ ଚଳଚ୍ଚିତ୍ର। ଫିଲ୍ମଟି ବକ୍ସ ଅଫିସରେ ଧମାଲ ମଚାଇଥିଲା । ଏହି ଫିଲ୍ମରେ ସଲମାନଙ୍କ ସହ ଲିଡ୍ ରୋଲରେ ନଜର ଆସିଥିଲେ ଭୂମିକା ଚାଓ୍ବଲା । ଏହି ଫିଲ୍ମରେ ଉଭୟଙ୍କ କେମେଷ୍ଟ୍ରିକୁ ଦର୍ଶକ ବେଶ ପସନ୍ଦ କରିଥିଲେ । ଫିଲ୍ମରେ ସଲମାନଙ୍କ ଭୂମିକା ରାଧେ ମୋହନ ଆଜିବି ଲୋକଙ୍କୁ ପାଗଳ କରେ ।

Bhumika Chawla: 'ତେରେ ନାମ' ଫିଲ୍ମରେ ସଲମାନଙ୍କ ସହ କାହିଁକି ସ୍କ୍ରିନ୍ ସେୟାର କରିବାକୁ ରାଜି ହୋଇଥିଲେ ଭୂମିକା ?

Bhumika Chawla: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଭୂମିକା ଚାଓ୍ବଲା । ବଲିଉଡକୁ ଦେଇଛନ୍ତି ଅନେକ ହିଟ୍ ଫିଲ୍ମ । ଫିଲ୍ମ 'ତେରେ ନାମ' ତାଙ୍କର ଅନ୍ୟତମ ଲୋକପ୍ରିୟ ଚଳଚ୍ଚିତ୍ର। ଫିଲ୍ମଟି ବକ୍ସ ଅଫିସରେ ଧମାଲ ମଚାଇଥିଲା । ଏହି ଫିଲ୍ମରେ ସଲମାନଙ୍କ ସହ ଲିଡ୍ ରୋଲରେ ନଜର ଆସିଥିଲେ ଭୂମିକା ଚାଓ୍ବଲା । ଏହି ଫିଲ୍ମରେ ଉଭୟଙ୍କ କେମେଷ୍ଟ୍ରିକୁ ଦର୍ଶକ ବେଶ ପସନ୍ଦ କରିଥିଲେ । ଫିଲ୍ମରେ ସଲମାନଙ୍କ ଭୂମିକା ରାଧେ ମୋହନ ଆଜିବି ଲୋକଙ୍କୁ ପାଗଳ କରେ । ଏଥିସହ ଏହି ଚଳଚ୍ଚିତ୍ରରେ ନିର୍ଜରା ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ଭୂମିକା ଚାୱଲାଙ୍କୁ କିଏ ଭୁଲି ପାରିବ? 'ତେରେ ନାମ' ସହିତ ହିନ୍ଦୀ ସିନେମାରେ ଡେବ୍ୟୁ କରିଥିବା ଭୂମିକା ଏହି ଚଳଚ୍ଚିତ୍ର ପରେ ରାତାରାତି ଷ୍ଟାର ହୋଇଯାଇଥିଲେ। ଏଭଳି ପରିସ୍ଥିତିରେ ଭୂମିକା ଆଜିକି ଫିଲ୍ମ ଇଣ୍ତଷ୍ଟ୍ରିରୁ ଦୂରେଇ ଯାଇଛନ୍ତି ସତ କିନ୍ତୁ ତାଙ୍କ ଅଭିନୟର ଛାପ ଆଜିବି ଦର୍ଶକଙ୍କ ହୃଦୟରେ ରହିଛି। ତେବେ, ବର୍ତ୍ତମାନ ଭୂମିକା କିପରି ଦେଖାଯାଉଛନ୍ତି ଆସନ୍ତୁ ତାଙ୍କର କିଛି ଫଟୋ ଉପରେ ନଜର ପକାଇବା । 

ସଲମାନଙ୍କ ଏହି କୋ- ଷ୍ଟାର ବର୍ତ୍ତମାନ କିପରି ଦେଖାଯାଉଛନ୍ତି ନଜର ପକାନ୍ତୁ :

୨୦୦୩ ମସିହାରେ ସଲମାନ ଖାନ ଏବଂ ଭୂମିକା ଚାୱଲାଙ୍କ ଫିଲ୍ମ 'ତେରେ ନାମ' ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରଟି ବର୍ତ୍ତମାନ ପ୍ରାୟ ୨୦ ବର୍ଷ ପୂରଣ କରିବାକୁ ଯାଉଛି ।  ତେବେ, ଭୂମିକାଙ୍କୁ ଯେତେବେଳେ  'ତେରେ ନାମ' ଅଫର ଯାଇଥିଲା । ସେତେବେଳେ ସେ ବେଶ ଖୁସି ହୋଇଯାଇଥିଲେ। କାହିଁକିନା ବଲିଉଡରେ ଏହା ପ୍ରଥମ ଡେବ୍ୟୁ ଫିଲ୍ମ ଥିଲା ବୋଲି ନୁହେଁ, ବରଂ ସଲମାନଙ୍କ ଭଳି ବଡ ଷ୍ଟାରଙ୍କ ସହ ଅଭିନୟ କରିବାର ସୁଯୋଗ ମିଳିଥିଲା। ସେଥିପାଇଁ ଭୂମିକା ଅଧିକ ଖୁସି ହୋଇଯାଇଥିଲେ। ଏଭଳି ପରିସ୍ଥିତିରେ,ଆମେ ଆପଣଙ୍କୁ କହିବାକୁ ଯାଉଛୁ ଏହି ୨୦ ବର୍ଷ ମଧ୍ୟରେ ଭୂମିକାଙ୍କ ଚେହେରା କେତେ ବଦଳି। ଭୂମିକା ଚାୱଲାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଥିବା ବର୍ତ୍ତମାନ ଫଟୋ ଗୁଡିକ ଉପରେ ନଜର ପକାଇଲେ ଜାଣିପାରିବେ ଯେ,ଭୂମିକା ବର୍ତ୍ତମାନ କିଭଳି ଦେଖାଯାଉଛନ୍ତି। ତେବେ, କହିବାକୁ ଗଲେ ଯିଏ ୨୦୦୩ ମସିହାରେ ନିଜର ସୌନ୍ଦର୍ଯ୍ୟ ଓ ଅଭିନୟର ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ , ସେ ଆଜିବି ସେଭଳି ସୁନ୍ଦର ଦେଖାଯାଉଛନ୍ତି । ତାଙ୍କର ସୌନ୍ଦର୍ଯ୍ୟ ଆଜିବି  ଅକ୍ଷୁର୍ଣ୍ଣ ରହିଛି । ବଲିଉଡ୍ ଇଣ୍ତଷ୍ଟ୍ରି  ଠାରୁ ଦୂରେଇ ଯାଇ ଭୂମିକା ଚାୱଲା ତାଙ୍କ ସ୍ୱାମୀ ଭାରତ ଠାକୁରଙ୍କ ସହ ନିଜର ଦାମ୍ପତ୍ୟ ଜୀବନକୁ ଖୁସିରେ ଅତିବାହିତ କରୁଛନ୍ତି । ଶେଷ ଥର ପାଇଁ ଦର୍ଶକ ତାଙ୍କୁ ସାଉଥ ଫିଲ୍ମ 'ସୀତା ରାମ'ରେ ଦେଖିବାକୁ ପାଇଥିଲେ। କିନ୍ତୁ ଭୂମିକାଙ୍କ ଅଭିନୟର ଯାଦୁ ଆଜିବି ଦର୍ଶକଙ୍କ ମନରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। 

 

 
 
 
 

 
 
 
 
 
 
 
 
 
 
 

A post shared by Bhumika Chawla (@bhumika_chawla_t)

 

ଏହାବି ପଢନ୍ତୁ : Urfi Javed: ପିନ୍ଧିଲେ ବ୍ଲାକ୍ ବିକିନି, ହାତରେ ପଡ଼ିଲା ହ୍ୟାଣ୍ଡକଫ

ଭୂମିକା ଏହି ଫିଲ୍ମରେ ଡେବ୍ୟୁ କରିଥିଲେ 

ଭୂମିକା ଚାୱଲା , ସଲମାନ ଖାନଙ୍କ ସହ ଫିଲ୍ମ 'ତେରେ ନାମ'ରେ  ସ୍କ୍ରିନ୍ ସେୟାର କରିଥିଲେ । ଆଉ ଏହି ଫିଲ୍ମ ତାଙ୍କୁ ରାତାରାତି ଷ୍ଟାର କରିଦେଇଥିଲା। ଯାହା ତାଙ୍କ କ୍ୟାରିୟର ପାଇଁ ମାଇଲଖୁଣ୍ଟ ସାଜିଥିଲା। କେବଳ ବଲିଉଡ ନୁହେଁ ତାଙ୍କ ଅଭିନୟର ଯାଦୁ ସାଉଥ ଫିଲ୍ମରେ ମଧ୍ୟ ଦେଖିବାକୁ ମିଳିଛି । ୨୦୦୦ ମସିହାରେ 'ୟାବାକୁଡା'(Yuvakudu)ରେ ସେ ଅଭିନୟ ଜଗତରେ ପାଦ ରଖିଥିଲେ। ବଲିଉଡରେ 'ତେରେ ନାମ', ରନ୍, ଏଲ୍ଓସି କାର୍ଗିଲ୍ ଏବଂ 'ଏମ୍ଏସ୍ ଧୋନି - ଦ ଅନଟୋଲ୍ଡ ଷ୍ଟୋରୀ ' ଭଳି ଅନେକ ହିଟ୍ ଫିଲ୍ମରେ ଭୂମିକା ଅଭିନୟ କରିଛନ୍ତି । | ଏହା ବ୍ୟତୀତ ଭୂମିକା ସାଉଥ  ଫିଲ୍ମ 'ମଲେପୁଭୁ(Mallepuvu), କଲେକ୍ଟରଗରୀ ଭରିଆ(Collector Gari Bharya), 'ଏମସିଏ ମିଡିଲ୍ କ୍ଲାସ୍ ଅମ୍ବାଲା'(MCA Middle Class Ambala) ଏବଂ 'ବଦ୍ରି'(Badri) ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।