ପୁଣି ଚର୍ଚ୍ଚାରେ ନଗଡ଼ା: ଭୋକ ମେଣ୍ଟାଇବାକୁ ଚାଲିବାକୁ ହୁଏ ୨୦ କିଲୋମିଟର
Advertisement
Article Detail0/zeeodisha/odisha1017484

ପୁଣି ଚର୍ଚ୍ଚାରେ ନଗଡ଼ା: ଭୋକ ମେଣ୍ଟାଇବାକୁ ଚାଲିବାକୁ ହୁଏ ୨୦ କିଲୋମିଟର

ସେମାନେ ପାହାଡ଼ ତଳକୁ ୧୦ କିଲୋମିଟର ଆସି ଚାଉଳ ନେଇ ପୁଣି ୧୦କିଲୋମିଟର ଉପରକୁ ଯାଉଛନ୍ତି । ସେମାନଙ୍କ ଗୋଡ଼ରେ ନା ଅଛି ଜୋତା ନା ଗାଡିର ସୁବିଧା। ସକାଳ ସାତରୁ ଯାଇ ଅପରାହ୍ନ ଚାରିଟାରେ ଭୋକ ଉପାସରେ ଫେରିବାକୁ ପଡିଛି।

ପୁଣି ଚର୍ଚ୍ଚାରେ ନଗଡ଼ା: ଭୋକ ମେଣ୍ଟାଇବାକୁ ଚାଲିବାକୁ ହୁଏ ୨୦ କିଲୋମିଟର

ଯାଜପୁର: ପୁଣି ଚର୍ଚ୍ଚାରେ ନଗଡ଼ା। ବହୁଚର୍ଚ୍ଚିତ ନଗଡ଼ାରେ ଏବେ ଆଉ ଏକ ଦୃଶ୍ୟ ଦେଖିବାକୁ ମିଳିଛି। ଦୀର୍ଘ କୋଡିଏ କିଲୋମିଟର ଯିବା ଆସିବା କରି ସ୍କୁଲ ପିଲାମାନେ ଚାଉଳ ଆଣିବାକୁ ଯାଉଥିବାର ଦୃଶ୍ୟ। କୋରୋନା ସମୟରେ ସ୍କୁଲ ବନ୍ଦ ଥିବାରୁ ପିଲାମାନଙ୍କୁ ରନ୍ଧା ଖାଦ୍ୟ ଦିଆଯାଇ ନ ଥିଲା। ତା ପ୍ରତିବଦଳରେ ସେମାନଙ୍କୁ ଚାଉଳ ଦିଆଯାଇଛି। ଯାହାକି ସେମାନେ ପାହାଡ଼ ତଳକୁ ୧୦ କିଲୋମିଟର ଆସି ଚାଉଳ ନେଇ ପୁଣି ୧୦କିଲୋମିଟର ଉପରକୁ ଯାଉଛନ୍ତି । ସେମାନଙ୍କ ଗୋଡ଼ରେ ନା ଅଛି ଜୋତା ନା ଗାଡିର ସୁବିଧା। ସକାଳ ସାତରୁ ଯାଇ ଅପରାହ୍ନ ଚାରିଟାରେ ଭୋକ ଉପାସରେ ଫେରିବାକୁ ପଡିଛି। ନଗଡ଼ାରେ ବିକାଶ ଜାରି ରହିଥିବା ପ୍ରଶାସନ କହୁଥିବାବେଳେ ଏଭଳି ଘଟଣା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସେମାନଙ୍କ ଗୋଡ଼ରେ ନା ଅଛି ଜୋତା ନା ଗାଡିର ସୁବିଧା । ସକାଳ ସାତରୁ ଯାଇ ଅପରାହ୍ନ ଚାରିଟାରେ ଭୋକ ଉପାସରେ ଫେରିବାକୁ ପଡିଛି । ନଗଡ଼ାରେ ବିକାଶ ଜାରି ରହିଥିବା ପ୍ରଶାସନ କହୁଥିବାବେଳେ ଏଭଳି ଘଟଣା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେହି ନଗଡ଼ା , ଯେଉଁ ନଗଡ଼ା ଦିନେ ଅପପୁଷ୍ଟି (Malnutrition)ର ବଦନାମ ମୁଣ୍ଡେଇ ପାଲଟିଥିଲା ସାରା ରାଜ୍ୟର ଧ୍ୟାନର କେନ୍ଦ୍ରବିନ୍ଦୁ । ଆଉ ଆଜି କିଶୋରାବସ୍ଥାର ସ୍କୁଲ ପିଲାଙ୍କ ମୁଣ୍ଡରେ ଚାଉଳର ବୋଝ । ପେଟର ଜ୍ୱାଳା ଶାନ୍ତ କରିବାକୁ ଦୀର୍ଘ ୨୦ କିମି ରାସ୍ତା ପାଦରେ ଚାଲି ଚାଲି ଅତିକ୍ରମ । ଦେଓଗାଁ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କର ଇଏ ହେଉଛି ବାସ୍ତବ ଚିତ୍ର । 

Also Read: 'ମମିତା ହତ୍ୟା ଘଟଣାରେ ମୋର ସମ୍ପୃକ୍ତି ନାହିଁ, ପ୍ରମାଣିତ ହେଲେ ସନ୍ନ୍ୟାସ ନେବି'

ଘର ନଗଡ଼ା (Nagada) ଏବଂ ଗୁହିଆଶାଳ। କୋରୋନା ସମୟରେ ସ୍କୁଲ ବନ୍ଦ ଥିବାରୁ ମିଳି ନ ଥିଲା ରନ୍ଧାଖାଦ୍ୟ । ପ୍ରତିବଦଳରେ ଦିଆଯାଇଥିଲା ଚାଉଳ । ଆଉ ନଗଡ଼ା ଏବଂ ଗୁହିଆଶାଳର ୨୪ ଜଣ ଛାତ୍ରଛାତ୍ରୀ ଗତକାଲି ଚାଉଳ ଆଣିବାକୁ ସକାଳ ୭ଟାରୁ ଯାଇଥିଲେ ପାହାଡ଼ ତଳେ ଅବସ୍ଥିତ ଦେଓଗାଁ ସ୍କୁଲକୁ। ଫେରିଥିଲେ ଅପରାହ୍ନ ୪ଟା ବେଳକୁ । ଖାଲି ପାଦରେ ପାହାଡ଼ିଆ ରାସ୍ତାରେ ଫେରିବା ବେଳର ଅବସ୍ଥା ନ କହିଲେ ଭଲ। ଯଦି ମଧ୍ୟାହ୍ନ ଭୋଜନ ଚାଉଳ ପିଲାଙ୍କୁ ଦେବାକଥା, ତେବେ ସେମାନଙ୍କ ଘରେ ଦିଆଯିବା ବ୍ୟବସ୍ଥା କାହିଁକି କରାଯାଉ ନାହିଁ, ତାହା ଏକ ପ୍ରଶ୍ନ... ପ୍ରଶାସନ ପାଖରେ ନାହିଁ ଏହାର ଉପଯୁକ୍ତ ଉତ୍ତର, ଏକଦା ଜାତୀୟ ସ୍ତରରେ ଧ୍ୟାନ ଆକର୍ଷଣ କରିଥିଲା ଅପପୁଷ୍ଟିର ଶିକାର ନଗଡ଼ା । ପୁଷ୍ଟିହୀନତାର ଶିକାର ହୋଇ ସ୍ଥାନୀୟ ଶିଶୁ ଅକାଳରେ ଝଡ଼ି ପଡୁଥିଲେ । ତେବେ ସେ ଘଟଣାର ଏତେଦିନ ପରେ ବି ପରିସ୍ଥିତି ବିଶେଷ କିଛି ବଦଳିବା ପରି ମନେ ହେଉନାହିଁ... ନା ସରକାର ନା ପ୍ରଶାସନ, ନଗଡ଼ାର ଚିତ୍ର ବଦଳାଇବାକୁ କାହାରି ବି ଆନ୍ତରିକତା ଥିବା ପରି ମନେ ହେଉନାହିଁ ।