Apple TV 4K: ଭାରତରେ ଆପଲ୍ କମ୍ପାନିର ନୂଆ 4K ଟିଭି ଲଞ୍ଚ୍, ଜାଣନ୍ତୁ ମୂଲ୍ୟ ଓ ସ୍ପେସିଫିକେସନ୍ସ
Advertisement
Article Detail0/zeeodisha/odisha1402595

Apple TV 4K: ଭାରତରେ ଆପଲ୍ କମ୍ପାନିର ନୂଆ 4K ଟିଭି ଲଞ୍ଚ୍, ଜାଣନ୍ତୁ ମୂଲ୍ୟ ଓ ସ୍ପେସିଫିକେସନ୍ସ

Apple TV 4K: ଭାରତରେ ଲଞ୍ଚ୍ ହୋଇଛି ଆପଲ୍ 4K ଟିଭି । ଏହା 4K ଭିଡିଓ ସପୋର୍ଟ କରିବା ସହ HDR10 + ଷ୍ଟ୍ରିମିଂ ସପୋର୍ଟ କରୁଛି । ନୂଆ ମଡେଲରେ ଡଲବି ଭିଜନ ଏବଂ ହାଇ ରିଜୋଲ୍ୟୁସନ୍ ପ୍ଲେବ୍ୟାକ୍ (2160pରେ 60FPS) ମଧ୍ୟ ସପୋର୍ଟ କରୁଛି । 

Apple TV 4K: ଭାରତରେ ଆପଲ୍ କମ୍ପାନିର ନୂଆ 4K ଟିଭି ଲଞ୍ଚ୍, ଜାଣନ୍ତୁ ମୂଲ୍ୟ ଓ ସ୍ପେସିଫିକେସନ୍ସ

Apple TV 4K: ଆପଲ୍ କମ୍ପାନିର ନୂଆ ସ୍ମାର୍ଟ ଟିଭି ଭାରତରେ ଲଞ୍ଚ ହୋଇଛି । ସର୍ବଭାରତୀୟ ସ୍ତରରେ ନୂତନ ସ୍ମାର୍ଟ ଟିଭି ଆପଲ୍ ଟିଭି 4K (2022)ର ବଜାର ପ୍ରବେଶ ହୋଇଛି । ଆପଲ୍ 4K ଟିଭି ସହିତ ଆଇପ୍ୟାଡ୍ ପ୍ରୋ-୨୦୨୨ ଓ ଆଇପ୍ୟାଡ୍ ୨୦୨୨ ମଧ୍ୟ ଲଞ୍ଚ୍ ହୋଇଛି । ଏହି ଟିଭି ଆପଲ୍ ର A15 ବାୟୋନିକ୍ ଚିପସେଟ ସହିତ ଆସୁଛି । ଟିଭିରେ ଡଲବି ଭିଜନ ଏବଂ HDR10 + ସପୋର୍ଟ ସହିତ ଭଏସ୍ କମାଣ୍ଡ ଫିଚର ମଧ୍ୟ ରହିଛି । 

Apple TV 4K (2022)ର ମୂଲ୍ୟ

ଆପଲ୍ ଟିଭି 4K (2022) ଭାରତରେ ଦୁଇ ଭାରିଆଣ୍ଟରେ ଉପଲବ୍ଧ ହୋଇଛି । ୱାଇ-ଫାଇ ଏବଂ ୱାଇ-ଫାଇ + ଇଥରନେଟ ଭାବରେ ଲଞ୍ଚ ହୋଇଛି । ୱାଇ-ଫାଇ (୬୪ ଜିବି) ଭାରିଆଣ୍ଟର ମୂଲ୍ୟ ୧୪,୯୦୦ ଟଙ୍କା ଏବଂ ୱାଇ-ଫାଇ + ଇଥରନେଟ (୧୨୮ ଜିବି) ଭାରିଆଣ୍ଟର ମୂଲ୍ୟ ୧୬,୯୦୦ ଟଙ୍କା ରହିଛି । ନଭେମ୍ବର ୪ରୁ କମ୍ପାନିର ଅଫିସିଆଲ୍ ଅନ୍ଲାଇନ୍ ଷ୍ଟୋର୍‌ରେ ଆପଲ୍ ଟିଭି 4K (2022) ଉପଲବ୍ଧ ହେବାକୁ ଯାଉଛି । ଆପଲ୍ ଟିଭି 4K (2022) ସହିତ AppleCare+ର ମୂଲ୍ୟ ୨,୯୦୦ ଟଙ୍କା ରହିଛି । 

Apple TV 4K (2022)ର ବିଶେଷତା

ଆପଲ୍ ଟିଭି 4K (2022) ଏହାର ପୂର୍ବ ମଡେଲ୍ ଆପଲ୍ ଟିଭି 4K ସହିତ ପାଖାପାଖି ସମାନ ରହିଛି । ତଥାପି, ନୂତନ ମଡେଲରେ କିଛି ଅପଗ୍ରେଡ୍ ସପୋର୍ଟ ସିଷ୍ଟମ ଯୁକ୍ତ ହୋଇଛି । ଆପଲ୍ ଟିଭି 4K (2022) 4K ଭିଡିଓ ସପୋର୍ଟ ଏବଂ HDR10 + ଷ୍ଟ୍ରିମିଂ ସପୋର୍ଟ ପ୍ରଦାନ କରୁଛି । ନୂତନ ମଡେଲ ସହିତ ଡଲବି ଭିଜନ ଏବଂ ହାଇ ରିଜୋଲ୍ୟୁସନ୍ ପ୍ଲେବ୍ୟାକ୍ (2160p ରେ 60FPS) ସପୋର୍ଟ କରୁଛି । 

Apple TV 4K (2022) ସ୍ପେସିଫିକେସନ୍ସ 

ଆପଲ୍ ଟିଭି 4K (2022) ଆପଲ୍ ର A15 ବାୟୋନିକ୍ ଚିପସେଟ୍ ଦ୍ୱାରା ପରିଚାଳିତ । ଏଥିରେ ୧୨୮ ଜିବି ପର୍ଯ୍ୟନ୍ତ ଷ୍ଟୋରେଜ୍ ଉପଲବ୍ଧ ରହିଛି । ଯାହା କୌଣସି ଶୋ ଏବଂ ଚଳଚ୍ଚିତ୍ର ଡାଉନଲୋଡ୍ କରିବାରେ ବ୍ୟବହୃତ ହୋଇପାରିବ । ଆପଲ୍ ଟିଭି TVOS 16 ରେ କାମ କରିବା ସହିତ ଡଲବି ଆଟମୋସ୍ ଏବଂ ଡଲବି ଡିଜିଟାଲ୍ ୭.୧ / ୫.୧ ଚାରିପାଖ ଧ୍ୱନିକୁ ମଧ୍ୟ00 ସପୋର୍ଟ କରୁଛି । ଟିଭି ସହିତ ଭଏସ୍ କମାଣ୍ଡ ପାଇଁ ମଧ୍ୟ ବ୍ୟବସ୍ଥା ରହିଛି ।  ଆପଲ୍ ଆର୍କେଡ୍ ଆପଲ୍ ଟିଭି 4K (2022)କୁ ସପୋର୍ଟ କରୁଥିବାରୁ ଏହା ଆର୍କେଡ୍ ଗେମ୍ ଖେଳିବାକୁ ଅନୁମତି ଦେଇଥାଏ । 

 

ଏହାବି ପଢ଼ନ୍ତୁ: Nord Stream: ବ୍ରିଜ ବିସ୍ଫୋରଣ ପରେ ଋଷିଆକୁ ମିଳିଲା ପୁଣି ଥରେ ଜୋରଦାର ଝଟକା

 

ଆପଲ୍ ଟିଭି 4K (2022)ର ରିମୋଟରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ରିମୋଟ୍ ସହିତ ଇନ୍-ବିଲ୍ଟ ସିରି ବଟନ୍ ଉପଲବ୍ଧ ରହିଛି । ସଂଯୋଗୀକରଣ ପାଇଁ, ଏହାର ୨ × ୨ MIMO, ୱାଇ-ଫାଇ-୬ ଏବଂ ବ୍ଲୁଟୁଥ୍ ୫.୦ ପୋର୍ଟ ରହିଛି ।  ୱାଇ-ଫାଇ ମଡେଲ ସହିତ ଏକ HDMI ୨.୧ ପୋର୍ଟ ମଧ୍ୟ ଉପଲବ୍ଧ ରହିଛି । ଇଥରନେଟ ମଡେଲରେ ଏକ ସ୍ୱତନ୍ତ୍ର ଗିଗାବାଇଟ ଇଥରନେଟ ପୋର୍ଟ ମଧ୍ୟ ଉପଲବ୍ଧ ରହିଛି । ନୂଆ ସ୍ମାର୍ଟ ଟିଭି ଡଲବି ଭିଜନ ଏବଂ ହାଇ ରିଜୋଲ୍ୟୁସନ୍ ପ୍ଲେବ୍ୟାକ୍ (2160pରେ 60FPS) ମଧ୍ୟ ସପୋର୍ଟ କରୁଛି । ଭାରତ ବଜାରରେ ଆପଲ୍ ସ୍ମାର୍ଟ ଟିଭିର ବିଶେଷ ଚାହିଦା ରହିଥିବାରୁ ଭଲ ବ୍ୟବସାୟ ଲକ୍ଷ୍ୟ ରଖିଛି କମ୍ପାନି ।