Financial Crisis: ଆର୍ଥିକ ସମସ୍ୟାରେ ଯୁଝି ହେଉଛନ୍ତି କି: ଆପଣାନ୍ତୁ ଏହି ଉପାୟ ପାଆନ୍ତୁ ମୁକ୍ତି
Advertisement
Article Detail0/zeeodisha/odisha1384777

Financial Crisis: ଆର୍ଥିକ ସମସ୍ୟାରେ ଯୁଝି ହେଉଛନ୍ତି କି: ଆପଣାନ୍ତୁ ଏହି ଉପାୟ ପାଆନ୍ତୁ ମୁକ୍ତି

ଏହି ଦିଗରେ ସବୁଜ ରଙ୍ଗ ମଧ୍ୟ ଥାଏ ତେବେ ଏହି ଦିଗ ଅସନ୍ତୁଳିତ ହୋଇଥାଏ। ଫଳରେ ଆର୍ଥିକ ସ୍ଥିତିରେ ସ୍ଥିରତା ଆସିନଥାଏ ଏବଂ ସଦାସର୍ବଦା ଆର୍ଥିକ ସମସ୍ୟା ଲାଗି ରହେ ।ତେଣୁ ଏହି ଦିଗକୁ ସନ୍ତୁଳିତ କରନ୍ତୁ । 

Financial Crisis: ଆର୍ଥିକ ସମସ୍ୟାରେ ଯୁଝି ହେଉଛନ୍ତି କି: ଆପଣାନ୍ତୁ ଏହି ଉପାୟ ପାଆନ୍ତୁ ମୁକ୍ତି

ନୂଆଦିଲ୍ଲୀ: ଆପଣ ଦୈନନ୍ଦିନ ଜୀବନରେ ଆର୍ଥିକ ସମସ୍ୟାରେ ଯୁଝି ହେଉଛନ୍ତି କି। ଯେତେ ରୋଜଗାର କଲେ ମଧ୍ୟ ଆପଣଙ୍କୁ ଆର୍ଥିକ ସମସ୍ୟା ପାଖ ଛାଡ଼ୁନାହିଁ। ଏଥିପାଇଁ ଅନେକ ବାସ୍ତୁ ଦୋଷକୁ ଦାୟୀ କରିଥାନ୍ତି। ଘର ବା ଅନୁଷ୍ଠାନର ଉତ୍ତର-ପଶ୍ଚିମ ଦିଗରେ ଯଦି ଟଏଲେଟ୍ ଥାଏ ତେବେ ଆପଣଙ୍କୁ କେହି ଆର୍ଥିକ ଉନ୍ନତି ପାଇଁ ସାହାଯ୍ୟ କରିପାରିବେ ନାହିଁ। 

ସେହିପରି ଏହି ଦିଗରେ ସବୁଜ ରଙ୍ଗ ମଧ୍ୟ ଥାଏ ତେବେ ଏହି ଦିଗ ଅସନ୍ତୁଳିତ ହୋଇଥାଏ। ଫଳରେ ଆର୍ଥିକ ସ୍ଥିତିରେ ସ୍ଥିରତା ଆସିନଥାଏ ଏବଂ ସଦାସର୍ବଦା ଆର୍ଥିକ ସମସ୍ୟା ଲାଗି ରହେ ।ତେଣୁ ଏହି ଦିଗକୁ ସନ୍ତୁଳିତ କରନ୍ତୁ । ଯାହାଫଳରେ କି ସମାଜ, ବ୍ୟକ୍ତିବିଶେଷ କିମ୍ବା ବ୍ୟାଙ୍କରୁ ଆପଣ ଆର୍ଥିକ ସାହାଯ୍ୟ ଦର୍କାର୍ ସମୟରେ ପାଇପାରିବେ।

ଉପଯୁକ୍ତ ରଙ୍ଗ ଉପଯୁକ୍ତ ଦିଗରେ ଲଗାଇଲେ ତାହା ନକାରାତ୍ମକ ଉର୍ଜାକୁ ନଷ୍ଟ କରିଥାଏ ଓ ସକରାତ୍ମକ ଉର୍ଜାକୁ ବର୍ଦ୍ଧିତ କରିଥାଏ । ତେଣୁ ଆପଣ ଉପଯୁକ୍ତ ରଙ୍ଗ ଉପଯୁକ୍ତ ଦିଗରେ ଲଗାଇବା ଉଚିତ୍ ଅଟେ । ଯଦି ଉତ୍ତର ଦିଗରେ ଆପଣଙ୍କର ଅଫିସ୍ ଅଛି ଓ ଅଫିସର ରଂଗ ଲାଲ୍ କିମ୍ବା ପିଙ୍କ୍ ରଙ୍ଗ ହୋଇଥାଏ ତେବେ ଆପଣ ସହଜରେ ଦେଇଥିବା ଟଙ୍କା ବା ବିକ୍ରି ହୋଇଥିବା ପଦାର୍ଥର ମୂଲ୍ୟ ପଇନଥାନ୍ତି । ଏପରିକି ଆପଣ ନୂତନ ଅର୍ଡର ମଧ୍ୟ ମିଳେ ନାହିଁ ।

ଯଦି କୌଣସି ପ୍ରକାରର ମେଟାଲ୍ ଆପଣଙ୍କ ଅଫିସର ପୂର୍ବ ଦିଗରେ ଥାଏ ତେବେ ସରକାରଙ୍କ ପକ୍ଷରୁ ବା ପ୍ରଭାବଶାଳୀ ବ୍ୟକ୍ତିଙ୍କ ପକ୍ଷରୁ ସମସ୍ୟା ଆସିଥାଏ। ଯାହାଫଳରେ କି ଆପଣଙ୍କର ଆର୍ଥିକ ଉନ୍ନତି ହାଇନଥାଏ। ମାର୍କେଟିଂ କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ନୀଳ ଏବଂ କଳା ରଙ୍ଗ ବ୍ୟବହାର କରନ୍ତୁ ନାହିଁ। ଅଫିସ୍ ଦକ୍ଷିଣ ଦିଗ ବ୍ୟବହାର କରନ୍ତୁ ନାହିଁ । ଏମାନଙ୍କ ପାଇଁ ଧନକୁ ଆକର୍ଷିତ କରିବା ପାଇଁ ଉତ୍ତର ଦିଗ ଉଚିତ୍ ଅଟେ।

ମାର୍କେଟିଂ ପ୍ରଫେସନାଲମାନେ ତାଙ୍କର କାର୍ଯ୍ୟକଳାପ ଅଫିସର ପୂର୍ବ ଦିଗରେ କରନ୍ତୁ ଓ ଅଫିସରେ ହଳଦିଆ ଏବଂ ଧୁସର ରଙ୍ଗ ବ୍ୟବହାର କରନ୍ତୁ ନାହିଁ। ସେମାନଙ୍କର ବସିବା ସ୍ଥାନ ନୀଳ ରଙ୍ଗ ହେବା ଉଚିତ୍ ଅଟେ । ନୀଳ ରଙ୍ଗ, ମାର୍କେଟିଂ ବ୍ୟକ୍ତିମାନଙ୍କୁ ନୂତନ ଗ୍ରାହକ ଓ ତାଙ୍କ ସହିତ ସମ୍ପର୍କ ରଖିବାରେ ସାହାଯ୍ୟ କରିଥାଏ। ସେମାନେ ପଶ୍ଚିମ ଦିଗକୁ ମୁହଁ କରି ବସନ୍ତୁ ଯାହାଦ୍ୱାରା କି ପ୍ରଚୁର ଅର୍ଡର ଆସିଥାଏ। ଧନ ପ୍ରତ୍ୟେକ ବ୍ୟବସାୟର ଆତ୍ମା ଅଟେ। ବାସ୍ତୁ ସମ୍ମତ ଘର, ଅଫିସ୍ ବା ଫ୍ୟାକ୍ଟ୍ରି, ଧନ ଆକର୍ଷିତ କରିଥାଏ।

ଉତ୍ତର ଦିଗର ପ୍ରଧାନ ରଙ୍ଗ ହେଉଛି ନୀଳ। ରୋଷେଇ କକ୍ଷ, ଟଏଲେଟ୍, ଡଷ୍ଟବିନ, ୱାସିଂ ମେସିନ୍, ମିକ୍ସଚର ଗ୍ରାଇଣ୍ଡର୍ ଓ ଲାଲ୍ ରଙ୍ଗ ଏହି ଦିଗରେ ବ୍ୟବହାର କରନ୍ତୁ ନାହିଁ। ଅଫିସ୍ ରୁମରେ ମନି ପ୍ଲାଂଟ୍ ଏକ ସବୁଜ ରଙ୍ଗର ପାତ୍ରରେ ରଖନ୍ତୁ କିମ୍ବା ଏକ ଜଙ୍ଗଲର ଛବି ଉତ୍ତର ଦିଗରେ ଲଗାନ୍ତୁ। ଏହା ଧନ ଏବଂ ଉତ୍ତମ କ୍ୟାରିଅର୍ ପାଇଁ ସାହାଯ୍ୟ କରିଥାଏ। ଅଫିସରେ ଏକ ଉତ୍ତମ ପ୍ରବେଶ ଦ୍ୱାର ଯଦି ଠିକ୍ ପଦରେ ଥାଏ ତେବେ ତାହା ସମ୍ପନ୍ନତା ଓ ସୁଖ ଆଣିଥାଏ। 

ଯଦି ଅଫିସରେ ମୁଖ୍ୟ ଦ୍ୱାର ଠିକ୍ ପଦରେ ନଥାଏ ତେବେ ତାହା ଧନ ଆଗମନରେ ସମସ୍ୟା ସୃଷ୍ଟି କରିଥାଏ। ଉଦାହରଣ ସ୍ୱରୂପ ଦକ୍ଷିଣ-ପଶ୍ଚିମ ଦ୍ୱାର ଋଣ ଦେବା, ଋଣ ନେବା ଏବଂ ଆର୍ଥିକ ସମସ୍ୟାକୁ ନିମନ୍ତ୍ରିତ କରିଥାଏ। ଉତ୍ତର ଦିଗରେ ଥିବା ମୁଖ୍ୟ ଦ୍ୱାର କ୍ୟାରିଅର୍ ପାଇଁ ନୂତନ ସୁଯୋଗ ସୃଷ୍ଟି କରିଥାଏ ଓ ଧନର ଆଗମନ ହୋଇଥାଏ। ପୂର୍ବ ଦିଗରେ ଘର ଓ ଅଫିସର ଦ୍ୱାର ଥିଲେ ତାହା ମାନସିକ ଶାନ୍ତି ଆଣିଥାଏ। ଯଦି ପଶ୍ଚିମ ଦିଗରେ ମୁଖ୍ୟ ଦ୍ୱାର ଥାଏ ତାହା ପ୍ରଚୁର ଧନ ଓ ଲାଭ ଆଣିଥାଏ।

ରୋଷେଇ ଘରକୁ ଦକ୍ଷିଣ-ପଶ୍ଚିମ କିମ୍ବା ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗରେ କରନ୍ତୁ । ଏହାର ମଖ୍ୟ ରଙ୍ଗ ହେଲା-ଲାଲ୍, ଅରେଞ୍ଜ୍ ଏବଂ ପିଙ୍କ୍ । ଡ୍ରଇଂଗ୍ ରୁମ୍ ଓ ଟେୁବୁଲ୍ ଉତ୍ତର ଦିଗରେ ସ୍ଥାପନ କରନ୍ତୁ।

ପଶ୍ଚିମ ଦିଗର ମୁଖ୍ୟ ରଙ୍ଗ ହେଲା ଧଳା ଏବଂ ହଳଦିଆ। ଗୋଲାକାର ଆକୃତି ହେଉଛି ପୃଥିବୀ ତତ୍ତ୍ବର ଚିହ୍ନ । ପଶ୍ଚିମ-ଦକ୍ଷିଣ-ପଶ୍ଚିମ ଦିଗ ସଂଚୟର ଦିଗ ଅଟେ । ଏହାକୁ ସଦାସର୍ବଦା ସଫା ରଖନ୍ତୁ । ସୁଇମିଂ ପୁଲ ଦକ୍ଷିଣ-ପଶ୍ଚିମ ଦିଗର ନର୍ମାଲ୍ ଗ୍ରାଉଣ୍ଡ୍ ଠାରୁ ତଳେ ରଖନ୍ତୁ ନାହିଁ । ଏହି ନିୟମ ଘର, ଅଫିସ୍ ଏବଂ ଅନ୍ୟ କୈାଣସି ବିଲ୍ଡିଂଗ୍ ପାଇଁ ଉପଯୁକ୍ତ ଅଟେ।

କ୍ୟାସ୍ ଲକର୍ କୌଣସି ବିମ୍ ତଳେ ରଖନ୍ତୁ ନାହିଁ। କାରଣ ତାହା ଅର୍ଥ ଆଗମନରେ ବାଧା ସୃଷ୍ଟି କରିଥାଏ। ମନରଖନ୍ତୁ, ଉତ୍ତର, ଉତ୍ତର-ପୂର୍ବ, ଉତ୍ତର-ପଶ୍ଚିମ, ପଶ୍ଚିମ-ଦକ୍ଷିଣ-ପଶ୍ଚିମ, ପୂର୍ବ, ପୂର୍ବ-ଦକ୍ଷିଣ, ଦକ୍ଷିଣ-ଦକ୍ଷିଣ-ପୂର୍ବ ଓ ଦକ୍ଷିଣ ଦିଗ ଯଦି ସନ୍ତୁଳିତ ଥାଏ ଓ କୈାଣସି ପ୍ରକାର ଦୋଷ ନଥାଏ ତେବେ ଆପଣଙ୍କୁ ଧନର ସୁରକ୍ଷା ଓ ସମୃଦ୍ଧି ମିଳିଥାଏ।