Tulsi Banefits: ଆମେ ତୁଳସୀ ଗଛ କଥା କହୁଛୁ । ଏହି ଗଛକୁ ଆୟୁର୍ବେଦରେ ଗୁଣକାରୀ ଗୁଳ୍ମ ଭାବେ ସ୍ୱୀକାର କରାଯାଇଛି । ଏହି ଗଛରୁ ଆମକୁ ବହୁତ ଲାଭ ମିଳିଥାଏ । ଏହା ଏକ ଲାଭଦାୟକ ଗୁଳ୍ମ କହିଲେ ଅତୁକ୍ତ ହେବ ନାହିଁ । ଏହାର ପତ୍ରରୁ ଲାଭକାରୀ ଗୁଣ ମିଳିଥାଏ ।
Trending Photos
Tulsi Banefits: ଆଜି ଆମେ ଯେଉ ବୃକ୍ଷର କଥା କହିବାକୁ ଯାଉଛୁ, ତାହା ସର୍ବଦା ଆମ ଘରରେ ସହଜରେ ମିଳି ଯାଇଥାଏ । ଆମେ ତୁଳସୀ (Tulsi) ଗଛ କଥା କହୁଛୁ । ଏହି ଗଛକୁ ଆୟୁର୍ବେଦରେ ଗୁଣକାରୀ ଗୁଳ୍ମ ଭାବେ ସ୍ୱୀକାର କରାଯାଇଛି । ଏହି ଗଛରୁ ଆମକୁ ବହୁତ ଲାଭ ମିଳିଥାଏ । ଏହା ଏକ ଲାଭଦାୟକ ଗୁଳ୍ମ କହିଲେ ଅତୁକ୍ତ ହେବ ନାହିଁ । ଏହାର ପତ୍ରରୁ ଲାଭକାରୀ ଗୁଣ ମିଳିଥାଏ ।
୧. ବହୁତ ପୁରୁଷମାନେ ନିଜ ଦୁର୍ବଳତାକୁ ଦୂର କରିବା ପାଇଁ ଶିଳାଜିତ (Shilajit) ର ବ୍ୟବହାର କରନ୍ତି । ଏପରି ପୁରୁଷଙ୍କ ପାଇଁ ତୁଳସୀ ପତ୍ର ସେବନ ଅତ୍ୟନ୍ତ ଲାଭକାରୀ ହୋଇଥାଏ । ପ୍ରତିଦିନ ତୁଳସୀ ପତ୍ର ଚବାଇବା ଦ୍ୱାରା ଶିଳାଜିତ ଠାରୁ ଅଧିକ ଶକ୍ତି ମିଳିଥାଏ ।
୨. ତୁଳସୀ (Tulsi Leaves) ରେ ଏଣ୍ଟିବାୟୋଟିକ ଗୁଣ ରହିଥାଏ, ଯାହା ବିଭିନ୍ନ ରୋଗରୁ ମୁକ୍ତି ପ୍ରଦାନ କରିଥାଏ । ତୁଳସୀ ପତ୍ର ସହ କଳାଜିରା, କଳାଲୁଣ ଓ ଅଦା ମିଶାଇ କାଢ଼ା କରି ପିଇବାରୁ କାଶ, ଜ୍ୱର ଓ ମୁଣ୍ଡବ୍ୟାଥରୁ ଆରାମ ମିଳିଥାଏ ।
୩. ସକାଳ ବେଳେ କେବଳ ତୁଳସୀ ପତ୍ର (Tulsi Leaves) ଚବାଇବାରୁ ପରିସ୍ରା ସମ୍ୱନ୍ଧୀୟ ଅସୁବିଧା ଦୂର ହୋଇ ଯାଇଥାଏ । ଏହାସହ ତୁଳସୀ ପତ୍ର ସେବନରୁ ମହିଳାଙ୍କ ମାସିକ ଧର୍ମ ସମ୍ୱନ୍ଧୀୟ ସମସ୍ୟା ହୋଇ ନଥାଏ ।
୪. ଆୟୁର୍ବେଦ ଅନୁସାରେ ସକାଳେ ନିଦରୁ ଉଠି ପାଟି ନ ଧୋଇ ଯଦି ତୁଳସୀ ପତ୍ର (Tulsi Leaves) ଚୋବାଇ ଖାଇବା ତେବେ ଦାନ୍ତ ମଜବୁତ ହୋଇଥାଏ। ଦାନ୍ତ ପୋକଡା ହୋଇ ନଥାଏ। ତୁଳସୀରେ ଥିବା ଥାଇମୋନ ନାମକ ତତ୍ୱ ଆମର ତ୍ୱଚାକୁ ଉଜ୍ଜ୍ୱଳ କରିଥାଏ ।
୫. ତୁଳସୀ (Tulsi Leaves) ଆମକୁ ଋତୁ କାଳୀନ ରୋଗ ବେମାରୀରୁ ମଧ୍ୟ ମୁକ୍ତ ରଖିଥାଏ । ପତ୍ରକୁ ସିଝାଇ ପିଇଲେ ମାନସିକ ଉତ୍ତେଜନାରୁ ମୁକ୍ତି ମିଳିବା ସହ ମୁଣ୍ଡ ବିନ୍ଧା, ଜ୍ୱର ଓ କାଶ ଉପଶମ ହୋଇଥାଏ । ଏଥି ନିମନ୍ତେ ତୁଳସୀ ପତ୍ରକୁ ଗୋଲମରିଚ, ସନ୍ଧୈବ ଲବଣ ଓ ଅଦା ସହ ସିଝାଇ ପିଇବାକୁ ହୋଇଥାଏ ।
୬. ତୁଳସୀ ପତ୍ର (Tulsi Leaves) କର୍କଟ ରୋଗ ସହ ଲଢିବାରେ ସାହାଯ୍ୟ କରେ । ପ୍ରତିଦିନ ତୁଳସୀ ପତ୍ର ଚୋବାଇ ଖାଇବା ଦ୍ୱାରା, ଏହା କର୍କଟ ରୋଗ ହେବାରୁ ଶରୀରକୁ ରକ୍ଷା କରିବାରେ ସହାୟକ ହୋଇଥାଏ ।
ଅଧିକ ପଢ଼ନ୍ତୁ:-ଗୋଟିଏ ପରାଜୟ ଓ ସବୁକିଛି ଶେଷ! କ'ଣ ଏବେବି WTC ଫାଇନାଲରେ ପହଞ୍ଚିପାରିବ ଭାରତ, ଜାଣନ୍ତୁ ସମୀକରଣ
ଅଧିକ ପଢ଼ନ୍ତୁ:-ଇନ୍ଦୋର ଟେଷ୍ଟ ଶେଷ ହେବା ମାତ୍ରେ ଅଧିନାୟକତ୍ୱ ଛାଡିବାକୁ କଲେ ଘୋଷଣା, ବର୍ତ୍ତମାନ ଏହି ଭେଟେରାନଙ୍କୁ ମିଳିବ ଦଳର କମାଣ!
ଅଧିକ ପଢ଼ନ୍ତୁ:-ଟେଷ୍ଟ ସିରିଜ୍ ମଝିରେ ଟିମ୍ ଇଣ୍ଡିଆର ଏହି ଖେଳାଳିଙ୍କ ବାପାଙ୍କ ଦେହାନ୍ତ, ଶୋକ ପ୍ରକାଶ କଲେ ପିଏମ ମୋଦି
(Disclaimer: ଏଠାରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଓ ବିଭିନ୍ନ ସୂଚନା ଉପରେ ଆଧାରିତ । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ପଦ୍ଧତି ଆପଣାଇବା ପୂର୍ବରୁ ବିଶେଷଜ୍ଞଙ୍କ ଠାରୁ ପରାମର୍ଶ ଗ୍ରହଣ କରନ୍ତୁ ।)