ଆଳୁ ଚୋପାର ଉପକାରିତା ବିଷୟରେ ଜାଣିଲେ ହେବେ ଆଶ୍ଟର୍ଯ୍ୟ, ଜାଣନ୍ତୁ କଣ ରହିଛି ଲାଭ
Advertisement
Article Detail0/zeeodisha/odisha1325227

ଆଳୁ ଚୋପାର ଉପକାରିତା ବିଷୟରେ ଜାଣିଲେ ହେବେ ଆଶ୍ଟର୍ଯ୍ୟ, ଜାଣନ୍ତୁ କଣ ରହିଛି ଲାଭ

ପ୍ରାୟତଃ ଆମେ ଆଳୁ ଚୋପାକୁ ଅଦରକାରୀ ଭାବି ଏହାକୁ ଡଷ୍ଟବିନରେ ପକାଇ ଦେଉ କିନ୍ତୁ ଆପଣ ଜାଣନ୍ତି କି ଏଥିରେ ରହିଛି ଅନେକ ଲାଭ । 

 

ପ୍ରତିକାତ୍ମକ ଫଟୋ

ଆଳୁକୁ ପନିପରିବାର ରାଜା କୁହାଯାଏ କାରଣ ଲୋକମାନେ ଏହାକୁ ପ୍ରାୟତଃ ସମସ୍ତ ପନିପରିବାରେ ମିଶାଇ ରାନ୍ଧିବାକୁ ପସନ୍ଦ କରନ୍ତି। ଆଳୁରୁ ବିଭିନ୍ନ ରେସିପି ପ୍ରସ୍ତୁତ ହୋଇଥାଏ । ଅନେକ ଲୋକେ ଆଳୁକୁ ଏତେ ପସନ୍ଦ କରନ୍ତି ଯେ ସେମାନେ ପ୍ରତ୍ୟେକ ଭୋଜନ ସମୟରେ ଏହାକୁ ଖାଇବାକୁ ପସନ୍ଦ କରନ୍ତି । ସାଧାରଣତଃ ଆଳୁ ରାନ୍ଧିବା ବେଳେ ଆମେ ଚୋପାକୁ ଫୋପାଡି ଦେଇଥାଉ କିନ୍ତୁ ଯଦି ଆପଣ ଆଳୁ ଚୋପାରେ ଥିବା ପୁଷ୍ଟିକର ଖାଦ୍ୟ ବିଷୟରେ ଜାଣିବେ ତେବେ ଆପଣ ଏପରି ଭୁଲ କରିବେ ନାହିଁ । ଡାଏଟିସିଆନଙ୍କ ମତରେ ଆଳୁ ଚୋପା ମାନବ ଶରୀର ପାଇଁ ବେଶ ଲାଭାଦାୟକ ଅଟେ । 

ଆଳୁ ଚୋପାରୁ ମିଳେ ପୁଷ୍ଟିକର ଖାଦ୍ୟ
ଆଳୁର ଚୋପାରେ ପ୍ରଚୁର ପରିମାଣର ପୁଷ୍ଟିକର ତତ୍ତ୍ବ ରହିଥାଏ ବୋଲି କୁହାଯାଏ । ଏଥିରେ ଭରପୂର ପୋଟାସିୟମ ଏବଂ ଆଇରନ ମିଳିଥାଏ । ଏହା ବ୍ୟତୀତ ଆଳୁ ଚୋପା ଦ୍ବାରା ଭିଟାମିନ୍ B3ର ଅଭାବ ରହେ ନାହିଁ । 

Also Read ; କଣ ଅରୁଆ ଭାତ ଖାଇବାକୁ ଡରୁଛନ୍ତି କି ? ଏପରି ଖାଇଲେ ହେବନି ଓଜନ ବୃଦ୍ଧି

ଆଳୁ ଚୋପାର ଉପକାରିତା-
୧- ଆଳୁ ଚୋପା ଆପଣଙ୍କ ହୃଦୟକୁ ସୁସ୍ଥ ରଖିଥାଏ କାରଣ ଏଥିରେ ଥିବା ପୋଟାସିୟମ, ମ୍ୟାଗ୍ନେସିୟମ୍ ଏବଂ କ୍ୟାଲସିୟମ୍ ସାହାଯ୍ୟରେ ରକ୍ତଚାପକୁ ନିୟନ୍ତ୍ରିତ କରିଥାଏ । ବର୍ତ୍ତମାନ ସମୟରେ ହୃଦରୋଗୀଙ୍କ ସଂଖ୍ୟା ବଢୁଥିବା ବେଳେ ଆଳୁ ଚୋପା ଅନେକ ଲୋକଙ୍କ ପାଇଁ ସହାୟକ ହୋଇପାରେ । 
୨- ଆଳୁ ଚୋପାରେ ଫାଇଟୋକେମିକାଲ୍ସ ଭରପୂର ରହିଛି ଯାହା ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ ଅଟେ । ଏହା ସହିତ ଆଳୁ ଚୋପାରେ କ୍ଲୋରୋଜେନିକ୍ ଏସିଡ୍ ମିଳେ ଯାହା କର୍କଟ ରୋଗର ଆଶଙ୍କାକୁ ବହୁ ପରିମାଣରେ ହ୍ରାସ କରିଥାଏ । 
୩- ଯେପରି ଆମେ କହିଲୁ କି ଆଳୁ ଚୋପାରେ କ୍ୟାଲସିୟମ୍ ପରି ଅନେକ ଗୁରୁତ୍ବପୂର୍ଣ୍ଣ ଖଣିଜ ପଦାର୍ଥ ରହିଛି ତେଣୁ ସ୍ବାଭାବିକ ରୂପେ ହାଡକୁ ମଜବୁତ କରିବା ପାଇଁ ମଧ୍ୟ  ସାହାଯ୍ୟ କରିଥାଏ ।