ଭାରତରେ ଛାଡ଼ପତ୍ର ନେବାର କ'ଣ ରହିଛି ନିୟମ, ଜାଣନ୍ତୁ ପୁରା ପ୍ରକ୍ରିୟା
Advertisement
Article Detail0/zeeodisha/odisha1228022

ଭାରତରେ ଛାଡ଼ପତ୍ର ନେବାର କ'ଣ ରହିଛି ନିୟମ, ଜାଣନ୍ତୁ ପୁରା ପ୍ରକ୍ରିୟା

Divorce Procedure in India: ଆମ ଦେଶରେ ପତି-ପନ୍ନୀଙ୍କ ମଧ୍ୟରେ ବିବାଦ ଆଧାର ବିନା ଛାଡପତ୍ରର କୌଣସି ନିୟମ ନାହିଁ । ଛାଡପତ୍ର ପାଇଁ ଉଭୟଙ୍କୁ ପାରସ୍ପରିକ ସହମତି ଅନୁଯାୟୀ ଛାଡପତ୍ର ପାଇଁ ଆବେଦନ କରିବାକୁ ପଡ଼ିବ କିମ୍ବା ଆପଣ ହିନ୍ଦୁ ବିବାହ ଆଇନରେ ଦିଆଯାଇଥିବା କୌଣସି କାରଣକୁ ଆଧାର କରି ଛାଡପତ୍ର ପାଇଁ ଆବେଦନ କରିପାରିବେ ।

ଭାରତରେ ଛାଡ଼ପତ୍ର ନେବାର କ'ଣ ରହିଛି ନିୟମ, ଜାଣନ୍ତୁ ପୁରା ପ୍ରକ୍ରିୟା

ନୂଆଦିଲ୍ଲୀ: Divorce Procedure in India: ଆମେ ପ୍ରାୟତଃ ଶୁଣିଥାଉ ଯେ ଏକ ଛୋଟ ପ୍ରସଙ୍ଗରେ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଯୁକ୍ତିତର୍କ ହୋଇଯାଇଥାଏ କିମ୍ବା ଝଗଡ଼ା ହୋଇଯାଏ । ବେଳେବେଳେ ପରିସ୍ଥିତି ଏପରି ଆସିଯାଏ ଯେ କଥା ଛାଡ଼ପତ୍ର (Divorce) ଯାଏ ପହଞ୍ଚି ଥାଏ । ଭାରତରେ ଛାଡ଼ପତ୍ର ଏକ ସାଧାରଣ କଥା ପାଲଟିଛି । ଯଦିଓ ବିବାହର ପବିତ୍ର ବନ୍ଧନକୁ ଭାଙ୍ଗୁଥିବା ଏହି କାର୍ଯ୍ୟ କରିବା ଉଚିତ ନୁହେଁ, କିନ୍ତୁ ଯଦି ସ୍ୱାମୀ ଓ ସ୍ତ୍ରୀ କୌଣସି ବିଷୟରେ ସହମତ ହେବାକୁ ଅସମର୍ଥ ହୁଅନ୍ତି ଓ ଘରେ ଝଗଡ଼ା ଲାଗି ରହିଥାଏ, ତେବେ ସେମାନେ ଏହି ବିକଳ୍ପ ଖୋଜନ୍ତି ।

ଭାରତରେ ଛାଡପତ୍ର (Divorce) କୁ ଦୁଇଟି ଉପାୟରେ ନିଆଯାଏ । ପ୍ରଥମଟି ପାରସ୍ପରିକ ସହମତି ଅନୁଯାୟୀ ଛାଡପତ୍ର ନିଯାଏ ଓ ଦ୍ୱିତୀୟ ପଦ୍ଧତିରେ କେବଳ ପତି କିମ୍ୱା ପତ୍ନୀ ଛାଡପତ୍ର ନେବାକୁ ଚାହାଁନ୍ତି, କିମ୍ୱା ଦ୍ୱିତୀୟ ବ୍ୟକ୍ତି ନୁହେଁ । ପାରସ୍ପରିକ ସହମତି ଅନୁଯାୟୀ ଛାଡପତ୍ର ଦେଶରେ ଅତି ସହଜ ଅଟେ । ଯେତେବେଳେ ଛାଡପତ୍ର କଥା ଆସେ ତ ସେତେବେଳେ ଜୀବନଯାପନ ପାଇଁ ଭତ୍ତା ଓ ଚାଇଲ୍ଡ କଷ୍ଟଡି ପ୍ରସଙ୍ଗ ମଧ୍ୟ ଧ୍ୟାନକୁ ଆସେ । ଜୀବନଯାପନ ପାଇଁ ଭତ୍ତା ସ୍ଥିର ହୋଇ ନଥାଏ । ଏହାକୁ ପତି-ପତ୍ନୀ ବସି ସ୍ଥିର କରନ୍ତି । ଏହି ମାମଲାରେ ସ୍ୱାମୀଙ୍କ ଆର୍ଥିକ ଅବସ୍ଥା ଦେଖିବା ପରେ କୋର୍ଟ ଭତ୍ତା ନିଷ୍ପତ୍ତି ନିଅନ୍ତି । ଯଦି କୋର୍ଟ ଅନୁଭବ କରନ୍ତି ଯେ ସ୍ୱାମୀଙ୍କ ଆର୍ଥିକ ଅବସ୍ଥା ଭଲ, ତେବେ ପତ୍ନୀ ଅଧିକ ଭତ୍ତା ପାଇବେ ।

ଏଥି ସହିତ ଛାଡପତ୍ରରେ ଚାଇଲ୍ଡ କଷ୍ଟଡି ଏକ ବଡ଼ ଜଟିଳ ସମସ୍ୟା ସୃଷ୍ଟି କରେ । ଛାଡପତ୍ର ପରେ ଯଦି ପତି-ପତ୍ନୀ ସମ୍ମତି ହୁଅନ୍ତି, ତେବେ ଉଭୟ ପିଲାମାନଙ୍କର ଯତ୍ନ ନେଇପାରନ୍ତି । ଭାରତରେ ଏହା ନିୟମ ଯେ ଯଦି ଶିଶୁର ବୟସ ସାତ ବର୍ଷରୁ କମ୍, ତେବେ ଶିଶୁକୁ ମା'କୁ ଦିଆଯାଏ, ଏବଂ ଯଦି ଶିଶୁଟି ସାତ ବର୍ଷରୁ ଅଧିକ ହୋଇଯାଏ, ତେବେ ଏହାକୁ ବାପାଙ୍କ ହସ୍ତାନ୍ତର କରାଯାଏ । ତଥାପି, ଏଥିରେ ଏକ ବ୍ୟବସ୍ଥା ମଧ୍ୟ ଅଛି ଯେ ଯଦି ବାପା କୋର୍ଟରେ ପ୍ରମାଣ କରନ୍ତି ଯେ ସେ ମାଆ ଅପେକ୍ଷା ଭଲ ଯତ୍ନ ନେଇପାରିବେ, ତେବେ କୋର୍ଟ ମଧ୍ୟ ସାତ ବର୍ଷରୁ କମ୍ ବୟସର ଶିଶୁଙ୍କୁ ବାପାକୁ ହସ୍ତାନ୍ତର କରନ୍ତି ।

ପାରସ୍ପରିକ ସହମତିରେ ଛାଡପତ୍ର

ଯଦି ସ୍ୱାମୀ-ସ୍ତ୍ରୀ ପରସ୍ପର ସହମତି ଅନୁଯାୟୀ ଛାଡପତ୍ର ପାଇବାକୁ ଚାହାଁନ୍ତି, ତେବେ ସର୍ତ୍ତ ହେଉଛି ଯେ ଉଭୟେ ଗୋଟିଏ ବର୍ଷ ଧରି ଅଲଗା ରହୁଛନ୍ତି । ଏହା ବ୍ୟତୀତ ଉଭୟଙ୍କୁ କୋର୍ଟରେ ଏକ PIL ଦାଖଲ କରିବାକୁ ପଡିବ ଯେ ଆମେ ପାରସ୍ପରିକ ସହମତି ଅନୁଯାୟୀ ଛାଡପତ୍ର ନେବାକୁ ଚାହୁଁଛୁ । ଏଥି ସହିତ କୋର୍ଟ ଉଭୟଙ୍କ ବୟାନକୁ ସେମାନଙ୍କ ସାମ୍ନାରେ ରେକର୍ଡ କରନ୍ତି ଓ ସେମାନଙ୍କୁ ଦସ୍ତଖତ କରିବାକୁ ପଡ଼ିଥାଏ । ଏହା ପରେ ସମ୍ପର୍କକୁ ବଞ୍ଚାଇବାକୁ ବିଚାର କରିବାକୁ କୋର୍ଟ ଉଭୟଙ୍କୁ ୬ ମାସ ସମୟ ଦେଇଥାନ୍ତି । ଯେତେବେଳେ ଛଅ ମାସ ସମାପ୍ତ ହୁଏ ଓ ଦୁହେଁ ସହମତ ହୋଇପାରନ୍ତି ନାହିଁ, ତେବେ କୋର୍ଟ ନିଜର ଚୂଡ଼ାନ୍ତ ନିଷ୍ପତ୍ତି ପ୍ରଦାନ କରନ୍ତି ।

ପାରସ୍ପରିକ ସହମତି ବ୍ୟତୀତ ଛାଡପତ୍ରକୁ ଅନ୍ୟ ଉପାୟରେ ନିଆଯାଇପାରେ । ଏଥିରେ ଯଦି ପତି କିମ୍ବା ପତ୍ନୀ ଛାଡପତ୍ର ନେବାକୁ ଚାହାଁନ୍ତି, ତେବେ ସେ କାହିଁକି ଛାଡପତ୍ର କରିବାକୁ ଚାହୁଁଛନ୍ତି ତାହା ପ୍ରମାଣ କରିବାକୁ ପଡ଼ିବ । ଏହା ପଛରେ ଅନେକ ପରିସ୍ଥିତି ଥାଇପାରେ, ଯେପରିକି ଜଣେ ପାର୍ଟନର ଶାରୀରିକ, ମାନସିକ ନିର୍ଯ୍ୟାତନା, ପ୍ରତାରଣା, ସାଥୀଙ୍କ ଦ୍ୱାରା ପରିତ୍ୟାଗ, ସାଥୀଙ୍କ ମାନସିକ ସ୍ଥିତି ଭଲ ନୁହେଁ ଏବଂ ନପୁଂସକତା ଭଳି ଗୁରୁତର ମାମଲାରେ ଛାଡପତ୍ର ଆବେଦନ କରାଯାଇପାରେ । ଏହା ପରେ ପାର୍ଟନରଙ୍କ ଦ୍ୱାରା ଦର୍ଶାଯାଇଥିବା କାରଣ ମଧ୍ୟ କୋର୍ଟରେ ପ୍ରମାଣିତ କରିବାକୁ ପଡ଼ିବ ।

ମାମଲା ଲଢ଼ି କିପରି ନେବେ ଛାଡପତ୍ର

ଏହି କ୍ଷେତ୍ରରେ ପାର୍ଟନର କେଉଁ ଆଧାରରେ ଛାଡପତ୍ର ନେବାକୁ ଚାହୁଁଛନ୍ତି ତାହା ସ୍ଥିର କରିବାକୁ ପଡ଼ିବ । କେଉଁ ଆଧାରରେ ଛାଡପତ୍ର ନିଆଯିବ ତାହା ଉପରେ ଦୃଢ଼ ପ୍ରମାଣ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହା ପରେ ସମସ୍ତ ପ୍ରମାଣ କୋର୍ଟରେ ଆବେଦନ କରି ଉପସ୍ଥାପନ କରିବାକୁ ପଡ଼ିବ । ଆବେଦନ ପରେ କୋର୍ଟ ଅନ୍ୟ ପାର୍ଟନରଙ୍କୁ ନୋଟିସ୍ ପଠାଇବେ । ଯଦି ନୋଟିସ ପରେ ପାର୍ଟନର କୋର୍ଟରେ ପହଞ୍ଚନ୍ତି ନାହିଁ, ତେବେ ଛାଡପତ୍ର ନେବା ପାଇଁ ଆବେଦନ କରିଥିବା ପାର୍ଟନରଙ୍କୁ କାଗଜପତ୍ର ଅନୁଯାୟୀ ତାଙ୍କ ସପକ୍ଷରେ ନିଷ୍ପତ୍ତି ନିଆଯିବ ।

ଏହା ବି ପଢ଼ନ୍ତୁ:-ଉଦ୍ଧବ ଠାକରେଙ୍କ ଗାଦିକୁ ଟଳମଳ କରାଇଥିବା ଏକନାଥ ସିନ୍ଦେ କିଏ? ଜାଣନ୍ତୁ ତାଙ୍କ ବିଷୟରେ ସବୁକିଛି...

ଏହା ବି ପଢ଼ନ୍ତୁ:-ସଙ୍କଟରେ ଉଦ୍ଧବ ସରକାର! ଶିବସେନା ସାଂସଦ ସଞ୍ଚୟ ରାଉତ ଦେଲେ ବଡ଼ ବୟାନ

ଏହା ବି ପଢ଼ନ୍ତୁ:-ଏକନାଥ ସିନ୍ଦେ ଓ ବିଜେପି ପାଇଁ ଯାଦୁକର ପାଲଟିବ ୩୭ ନମ୍ୱର, ଉଦ୍ଧବ ସରକାରଙ୍କ ପାଖରେ କ'ଣ ରହିଛି ବିକଳ୍ପ; ଜାଣନ୍ତୁ ପୁରା ଗଣିତ

 

ଅନ୍ୟପକ୍ଷରେ, ଯଦି ନୋଟିସ ପରେ ପାର୍ଟନର କୋର୍ଟରେ ପହଞ୍ଚନ୍ତି, ତେବେ ଉଭୟଙ୍କ ଶୁଣାଣି ହେବ ଓ ଆଲୋଚନା ମାଧ୍ୟମରେ ଏହାର ସମାଧାନ ହେବା ଉଚିତ ବୋଲି ବିଚାର କରାଯାଇଥାଏ । ଯଦି ବୁଝାମଣା ଦ୍ୱାରା ଏହି ସମସ୍ୟାର ସମାଧାନ ନହୁଏ, ତେବେ କେସ୍ କରିଥିବା ପାର୍ଟନର ଅନ୍ୟ ପାର୍ଟନରଙ୍କ ବିରୋଧରେ କୋର୍ଟରେ ଏକ ପିଟିସନ ଦାଖଲ କରିଥାଏ । ୩୦ରୁ ୯୦ ଦିନ ମଧ୍ୟରେ ଲିଖିତ ବୟାନ ହେବା ଜରୁରୀ । ବୟାନ ପରେ କୋର୍ଟ ପରବର୍ତ୍ତୀ ପ୍ରକ୍ରିୟାକୁ ବିଚାର କରନ୍ତି । ଏହା ପରେ ଉଭୟ ପକ୍ଷର ଶୁଣାଣି କରିବା ସହିତ ସେମାନଙ୍କ ଦ୍ୱାରା ଉପସ୍ଥାପିତ ପ୍ରମାଣ ଓ ଦଲିଲଗୁଡ଼ିକର ପୁନର୍ବିଚାର କରିବା ପରେ କୋର୍ଟ ନିଜର ରାୟ ପ୍ରଦାନ କରନ୍ତି ଏବଂ ଏହା ଏକ ଦୀର୍ଘ ପ୍ରକ୍ରିୟା ହୋଇଥାଏ ।

ଛାଡପତ୍ର ପାଇଁ କାରଣ ରହିବା ଜରୁରୀ 

ଆମ ଦେଶରେ ପତି-ପନ୍ନୀଙ୍କ ମଧ୍ୟରେ ବିବାଦ ଆଧାର ବିନା ଛାଡପତ୍ରର କୌଣସି ନିୟମ ନାହିଁ । ଛାଡପତ୍ର ପାଇଁ ଉଭୟଙ୍କୁ ପାରସ୍ପରିକ ସହମତି ଅନୁଯାୟୀ ଛାଡପତ୍ର ପାଇଁ ଆବେଦନ କରିବାକୁ ପଡ଼ିବ କିମ୍ବା ଆପଣ ହିନ୍ଦୁ ବିବାହ ଆଇନରେ ଦିଆଯାଇଥିବା କୌଣସି କାରଣକୁ ଆଧାର କରି ଛାଡପତ୍ର ପାଇଁ ଆବେଦନ କରିପାରିବେ । ବର୍ତ୍ତମାନ ସଂସଦରେ ଏକ ବିଲ୍ ବିଚାରାଧୀନ ଅଛି, ଯଦି ଏହା ସଂସଦରେ ପାରିତ ହୁଏ, ତେବେ ଛାଡପତ୍ର ପାଇବା ପାଇଁ ପତି-ପତ୍ନୀଙ୍କୁ କୌଣସି ଆଧାରର ଆବଶ୍ୟକତା ପଡ଼ିବ ନାହିଁ ।