Heart Attack: ଜୀବନରେ କେବେବି ହେବନି ହୃଦଘାତ! କେବଳ ପରିବର୍ତ୍ତନ କରନ୍ତୁ ଆପଣଙ୍କ ଏହି ୬ଟି ଅଭ୍ୟାସ
Advertisement
Article Detail0/zeeodisha/odisha1347716

Heart Attack: ଜୀବନରେ କେବେବି ହେବନି ହୃଦଘାତ! କେବଳ ପରିବର୍ତ୍ତନ କରନ୍ତୁ ଆପଣଙ୍କ ଏହି ୬ଟି ଅଭ୍ୟାସ

Heart Disease: ସମସ୍ତେ ଜାଣନ୍ତି ହୃଦଘାତ କେତେ ମାରାତ୍ମକ ହୋଇଥାଏ । ଆମେ ପ୍ରାୟତଃ ଏହାର ମୂଳ କାରଣକୁ ଅଣଦେଖା କରିଥାଉ । ଯେତେବେଳେ ଏହି ରୋଗ ଗୁରୁତର ଅବସ୍ଥାରେ ପହଞ୍ଚି ଥାଏ, ସେତେବେଳେ ଏହା ଉପରେ ଆମର ଧ୍ୟାନ ପଡ଼ିଥାଏ । 

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: Heart Disease: ହୃଦୟକୁ ପ୍ରଭାବିତ କରୁଥିବା ଯେକୌଣସି ଅବସ୍ଥା ହୃଦରୋଗର କାରଣ ହୋଇପାରେ । ଅନେକ ପ୍ରକାରର ହୃଦରୋଗ ଅଛି । ଏହା ହାର୍ଟ ଓ ବ୍ଲଡ ବାଲାନ୍ସକୁ ଅନେକ ଉପାୟରେ ପ୍ରଭାବିତ କରନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO) ଅନୁଯାୟୀ, ଆମେରିକାରେ ପ୍ରତି ୪ରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୃଦରୋଗ କାରଣରୁ ହୋଇଥାଏ । ବୈଶ୍ୱିକ ପରିସଂଖ୍ୟାନ ଓ ରିପୋର୍ଟ ଅନୁଯାୟୀ, ହୃଦରୋଗକୁ ରୋକାଯାଇ ହେବ, ଏଥିପାଇଁ ତମାଖୁ ସେବନ, ଅସ୍ୱାସ୍ଥ୍ୟକର ଖାଦ୍ୟ ଅଭ୍ୟାସ ଏବଂ ମଦ୍ୟପାନ କମ୍ କରି ସୁସ୍ଥ ଜୀବନଶୈଳୀ ଅନୁସରଣ କରାଯିବା ଆବଶ୍ୟକ ।

ସମସ୍ତେ ଜାଣନ୍ତି ହୃଦଘାତ କେତେ ମାରାତ୍ମକ ହୋଇଥାଏ । ଆମେ ପ୍ରାୟତଃ ଏହାର ମୂଳ କାରଣକୁ ଅଣଦେଖା କରିଥାଉ । ଯେତେବେଳେ ଏହି ରୋଗ ଗୁରୁତର ଅବସ୍ଥାରେ ପହଞ୍ଚି ଥାଏ, ସେତେବେଳେ ଏହା ଉପରେ ଆମର ଧ୍ୟାନ ପଡ଼ିଥାଏ । ଏହି ସମୟରେ ଆମେ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବା ଆରମ୍ଭ କରିଥାଉ, କିନ୍ତୁ ସମୟ ବହୁତ ବିଳମ୍ବ ହୋଇଯାଇଥାଏ । ବାଙ୍ଗାଲୁରୁର ଫୋର୍ଟିସ୍ ଲା ଫେମ ହସ୍ପିଟାଲର ଇଣ୍ଟରଭେନସନାଲ କାର୍ଡିଓଲୋଜିର ନିର୍ଦ୍ଦେଶକ ଡକ୍ଟର ରାଜପାଲ ସିଂ କହିଛନ୍ତି ଯେ 'ଆମେ ଅମର ନୁହଁ ଓ ଆମ ଚାରିପାଖରେ ଥିବା ସମସ୍ତ ଜିନିଷ ଦ୍ୱାରା ମଧ୍ୟ ପ୍ରତିରୋଧୀ ନୁହେଁ ।'

ସେ ହୃଦରୋଗ ସମ୍ୱନ୍ଧୀୟ ବିପଦରୁ ରକ୍ଷା ପାଇବା ପାଇଁ ବିଶେଷଜ୍ଞ ସୁସ୍ଥ ଖାଦ୍ୟ ଅନୁସରଣ କରିବା, ନିୟମିତ ବ୍ୟାୟାମ କରିବା, ଭଲ ନିଦ ଏବଂ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି । ତେବେ ଆସନ୍ତୁ ଜାଣିବା ଡାକ୍ତରଙ୍କ ଦ୍ୱାରା ଅନୁମୋଦିତ ସେହି ୬ଟି ଉପାୟ, ଯାହା ଆପଣଙ୍କୁ ହୃଦଘାତରୁ ରକ୍ଷା କରିବାରେ ପ୍ରଭାବଶାଳୀ ହୋଇପାରେ ।

ଦିନକୁ ୪୦ ମିନିଟ୍ କରନ୍ତୁ ବ୍ୟାୟାମ 

ଡକ୍ଟର ସିଂଙ୍କ ଅନୁଯାୟୀ ପ୍ରତ୍ୟେକ ବ୍ୟକ୍ତି ପ୍ରତିଦିନ ୪୦ ମିନିଟ୍ ବ୍ୟାୟାମ କରିବା ଉଚିତ୍ । ସେ ଆହୁରି ମଧ୍ୟ କହିଛନ୍ତି ଯେ ସପ୍ତାହରେ ୫ ଥର ବ୍ୟାୟାମ କରିବା ଦ୍ୱାରା ଆପଣଙ୍କ ହୃଦ୍‌ରୋଗର ବିପଦ ୩୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହୋଇପାରେ । ଓଜନ ହ୍ରାସ, ରକ୍ତରେ ଶର୍କରା, ରକ୍ତଚାପ ଏବଂ କୋଲେଷ୍ଟ୍ରଲ ସ୍ତରର ଉନ୍ନତି ପାଇଁ ଏହା ମଧ୍ୟ ଏକ ଭଲ ଉପାୟ । ବ୍ୟାୟାମ କରିବା ମଧ୍ୟ ଆପଣଙ୍କ ସେକ୍ସ ଲାଇଫରେ ଉନ୍ନତି ଆଣିବାରେ ସାହାଯ୍ୟ କରିଥାଏ ।

ଏହା ବି ପଢ଼ନ୍ତୁ:-ଉଦ୍ଧବଙ୍କୁ ଆଉ ଏକ ବଡ଼ ଝଟକା ଦେବାକୁ ଯାଉଥିଲେ ସିନ୍ଦେ, ଖେଳ ବିଗାଡ଼ିଲେ ଶିବସେନା ସାଂସଦଙ୍କ ପୁଅ

ଏହା ବି ପଢ଼ନ୍ତୁ:-'ନିଜ ଆସନ ଯାଏ ସୀମିତ ରୁହ', ଜାଣନ୍ତୁ କାହିଁକି ନିଜ ଦଳର ସାଂସଦ ମହୁଆ ମୈତ୍ରଙ୍କ ଉପରେ ଖୋଲାଖୋଲି ଭାବେ ବର୍ଷିଲେ ମମତା ବାନାର୍ଜୀ

ଏହା ବି ପଢ଼ନ୍ତୁ:-ରାସନ ଡିଲର ହେବା ପାଇଁ ଏପରି କରନ୍ତୁ ଆବେଦନ, ହେବ ମୋଟା ଅଙ୍କର ରୋଜଗାର; ଜାଣନ୍ତୁ ପୂରା ପ୍ରକ୍ରିୟା

ଖୁସିରେ ରୁହନ୍ତୁ

ଖୁସି ହେବା ହୃଦଘାତର ଆଶଙ୍କା କମାଇବା ପାଇଁ ଏକ ପ୍ରଭାବଶାଳୀ ଉପାୟ । ଡକ୍ଟର ସିଂ କହିଛନ୍ତି ଯେ ହସିବା ଅତ୍ୟନ୍ତ ଜରୁରୀ ଅଟେ । ହସିବା ଶରୀରରେ ଏଣ୍ଡୋରଫିନ୍ ହରମୋନ୍ ମୁକ୍ତ କରିଥାଏ ଯାହାକି ଆପଣଙ୍କ ରକ୍ତଚାପକୁ ହ୍ରାସ କରିବାରେ ଓ ରକ୍ତ ସଞ୍ଚାଳନରେ ଉନ୍ନତି ଆଣିବାରେ ସାହାଯ୍ୟ କରିଥାଏ । 

ଭଲ ଓ ଆରାମଦାୟକ ନିଦ

ଡାକ୍ତରମାନେ ମଧ୍ୟ ବିଶ୍ରାମ ନେବା ଉପରେ ଜୋର ଦିଅନ୍ତି । ଭଲ ନିଦ ଆସିବା ଦ୍ୱାରା ମାନସିକ ଓ ହୃଦୟ ସ୍ୱାସ୍ଥ୍ୟର ଉନ୍ନତି ହୋଇପାରିବ ବୋଲି ସେ କହିଛନ୍ତି । ଡକ୍ଟର ସିଂଙ୍କ ଅନୁଯାୟୀ ପ୍ରତ୍ୟେକ ବ୍ୟକ୍ତି ୭-୮ ଘଣ୍ଟା ଶୋଇବା ଉଚିତ୍ ।

ଧୂମପାନ ଓ ମଦ୍ୟପାନରୁ ଦୂରେଇ ରୁହନ୍ତୁ 

WHO ଦ୍ୱାରା ଦିଆଯାଇଥିବା ତଥ୍ୟ ଅନୁଯାୟୀ, ଧୂମପାନ ଓ ମଦ୍ୟପାନ ଯୋଗୁଁ ଅଧିକାଂଶ ହୃଦ୍‌ରୋଗର ମାମଲା ବୃଦ୍ଧି ପାଉଛି । ଏହି ପରିସଂଖ୍ୟାନକୁ ଦେଖି ଡକ୍ଟର ସିଂ କହିଛନ୍ତି ଯେ ଧୂମପାନ ଓ ଡ୍ରଗ୍ସ ସେବନ କରୁଥିବା ବ୍ୟକ୍ତିଙ୍କ ତୁଳନା ଏହାର ସେବନ କରୁଥିବା ବ୍ୟକ୍ତିଙ୍କ ହଠାତ୍ ହୃଦ୍‌ଘାତର ଆଶଙ୍କା ୫୦ ପ୍ରତିଶତ  ବଢ଼ାଇଥାଏ । କେବଳ ଏତିକି ନୁହେଁ, ଉଚ୍ଚ ରକ୍ତଚାପ, ଷ୍ଟ୍ରୋକ୍ ଏବଂ ହୃଦଘାତ ଭଳି ଅନ୍ୟ ରୋଗର ଆଶଙ୍କା ବଢ଼ାଇବା ପାଇଁ ଏହି ଖରାପ ଅଭ୍ୟାସ ମଧ୍ୟ ଦାୟୀ । ଡକ୍ଟର ସିଂ କହିଛନ୍ତି ଯେ ମଦରେ ମାଡରେଶନ କାର୍ଡିଓ-ପ୍ରୋଟେକ୍ଟିଭ ଅଛି, କିନ୍ତୁ ଅତ୍ୟଧିକ ମଦ୍ୟପାନ ହୃଦୟ ପାଇଁ କ୍ଷତିକାରକ ବୋଲି ମନେ କରାଯାଏ ।

ସନ୍ତୁଳିତ ଆହାର

ଡକ୍ଟର ସିଂ କହିଛନ୍ତି ଯେ ଖାଦ୍ୟରେ ତେଲର ବ୍ୟବହାର ହ୍ରାସ ହେବା ଉଚିତ ଓ ଏହାକୁ ମଧ୍ୟମ ପରିମାଣରେ ଖାଇବା ଉଚିତ୍ । ବୟସ୍କମାନଙ୍କୁ ପ୍ରତି ମାସରେ ଅଧା ଲିଟର ଅଲିଭ୍, କାନୋଲା ଏବଂ ଫ୍ଲାକ୍ସସିଡ୍ ପରି ସାଚୁରେଟେଡ ଫ୍ୟାଟରେ ଭରପୂର ତେଲ ଖାଇବାକୁ ସେ ପରାମର୍ଶ ଦେଇଛନ୍ତି । ତାଙ୍କ କହିବାନୁସାରେ, ଏହା ବ୍ୟତୀତ ବୟସ୍କମାନେ ନିୟମିତ ଭାବେ ଶାଗ୍, ବାଦାମ, ପ୍ରୋଟିନ୍ ଖାଇବା ଉଚିତ୍ ।

ନିୟମିତ କରାନ୍ତୁ ଯାଞ୍ଚ

ସେ କହିଛନ୍ତି ଯେ, ଶାରୀରିକ ପରୀକ୍ଷା, ଫୁଲ୍ ବ୍ଲଡ କାଉଣ୍ଟ, କୋଲେଷ୍ଟ୍ରଲ ସ୍ତର, କିଡନୀ, ଯକୃତ ଏବଂ ଥାଇରଏଡ ସହିତ ରକ୍ତରେ ଶର୍କରା ସ୍ତର ଏବଂ ECG ନିୟମିତ କରାଇବା ଉଚିତ । ପ୍ରୋଫାଇଲ୍ ଓ ଲକ୍ଷଣ ଉପରେ ଆଧାର କରି ହୃଦ୍‌ରୋଗ ବିଶେଷଜ୍ଞଙ୍କ ଦ୍ୱାରା ପରୀକ୍ଷା କରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି ।

ଡିସକ୍ଲେମର: ଏହି ପ୍ରବନ୍ଧଟି କେବଳ ସାଧାରଣ ସୂଚନା ପାଇଁ ଲେଖାଯାଇଛି । ଏହା କୌଣସି ପ୍ରକାରେ କୌଣସି ଔଷଧ କିମ୍ବା ଚିକିତ୍ସାର ବିକଳ୍ପ ହୋଇପାରିବ ନାହିଁ । ଅଧିକ ବିବରଣୀ ପାଇଁ ସର୍ବଦା ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ ।