Road Accident: ଦୁର୍ଘଟଣା ସ୍ଥଳରେ ୨ ଜଣ ମହିଳା ଓ ୩ ଜଣ ପୁରୁଷଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ଘଟିଛି। ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଦୁଇ ଜଣ ଆହତଙ୍କ ମୃତ୍ୟୁ ଘଟିଛି। ପୋଲିସ ଅଧୀକ୍ଷକ ଏସ୍ ଜି ପାଟିଲ୍ ଏହି ଦୁର୍ଘଟଣା କୁ ନେଇ ସବୁ ତଥ୍ୟ ଗଣମାଧ୍ୟମ ସାମ୍ନାରେ ରଖାଯାଇଛି।
Trending Photos
Gujarat Dwarka Bus Accident: ଗୁଜରାଟର ଡାଙ୍ଗ ଜିଲ୍ଲାରେ ଆଜି ସକାଳେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ନାସିକ-ସୁରଟ ରାଜପଥର ସପୁତାରା ଘାଟ ନିକଟରେ ୫୦ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ୨୦୦ ଫୁଟ ଗଭୀର ଖାଲକୁ ଖସି ପଡ଼ିଥିଲା। ଏହି ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ବିଳାସପୂର୍ଣ୍ଣ ଘରୋଇ ବସଟି ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି। ଆଜି, ଫେବ୍ରୁଆରି ୨, ରବିବାର ଭୋର ପ୍ରାୟ ୪ଟା ୧୫ ମିନିଟ୍ ରେ ଏହି ଦୁର୍ଘଟଣା ଘଟିଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଚଳାଇଥିଲା। ମୃତଦେହକୁ ଜବତ କରାଯିବା ସହ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
VIDEO | Gujarat: A bus fell into a deep valley in Dang district, leaving several injured. Deputy SP Sunil Patil says, “Some passengers have been rescued and are undergoing treatment… At around 4:30 am today, a luxury bus coming from Maharashtra overturned near Saputara - a hill… pic.twitter.com/eQNlxgV0Je
Press Trust of India (PTI_News) February 2, 2025
କେମିତି ଘଟିଲା ଦୁର୍ଘଟଣା ?
ଏକ ଜାତୀୟ ଖବର ସରବରାହ ସଂସ୍ଥାର ରିପୋର୍ଟ ଅନୁଯାୟୀ, ଡ୍ରାଇଭର ବସ୍ ଉପରେ ନିୟନ୍ତ୍ରଣ ହରାଇବାରୁ ଏହି ଦୁର୍ଘଟଣା ଘଟିଛି। ଆହତମାନେ ପୋଲିସ ନିକଟରେ ବୟାନ ଦେଇଛନ୍ତି। ଦୁର୍ଘଟଣା ସ୍ଥଳରେ ୨ ଜଣ ମହିଳା ଓ ୩ ଜଣ ପୁରୁଷଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ଘଟିଛି। ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଦୁଇ ଜଣ ଆହତଙ୍କ ମୃତ୍ୟୁ ଘଟିଛି। ପୋଲିସ ଅଧୀକ୍ଷକ ଏସ୍ ଜି ପାଟିଲ୍ ଏହି ଦୁର୍ଘଟଣା କୁ ନେଇ ସବୁ ତଥ୍ୟ ଗଣମାଧ୍ୟମ ସାମ୍ନାରେ ରଖାଯାଇଛି।
#WATCH | Gujarat: Five people died after the bus they were travelling fell into a gorge near Saputara in Dang district. The bus had 48 passengers. All the injured have been taken to hospital for medical treatment. pic.twitter.com/1xhF8m8FG6
ANI (ANI) February 2, 2025
ଦୁର୍ଘଟଣାରେ ମୃତକ କିଏ?
ମିଳିଥିବା ସୂଚନା ଅନୁଯାୟୀ, ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିମାନେ ମଧ୍ୟପ୍ରଦେଶର ଗୁନା, ଶିବପୁରୀ ଓ ଅଶୋକ ନଗର ଜିଲ୍ଲାର ବାସିନ୍ଦା। ବସଟି ମହାରାଷ୍ଟ୍ରର ତ୍ରିମ୍ବକେଶ୍ୱରରୁ ଗୁଜରାଟର ଦ୍ୱାରକା ସହର ଅଭିମୁଖେ ଯାଉଥିଲା। ଯାତ୍ରୀମାନେ ୨୦୨୪ ଡିସେମ୍ବର ୨୩ ତାରିଖରୁ ଧାର୍ମିକ ଯାତ୍ରା ଆରମ୍ଭ କରିଥିଲେ। ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଓ ଗୁଜରାଟର ତୀର୍ଥସ୍ଥଳକୁ ୪ଟି ବସରେ ଲୋକେ ଯାତ୍ରା କରୁଥିଲେ।
Also Read: Gold Price Today: ବଜେଟ ପରେ ସୁନା ଗ୍ରାହକଙ୍କୁ ମିଳିଲା ଖୁସି ଖବର, ସୁନାଦର ହେଲା ୬୩ ହଜାର
Also Read: Budhaditya Yoga: କୁମ୍ଭ ରାଶିରେ ପ୍ରବେଶ କରିବେ ବୁଧ, ଧନଧାନ୍ୟରେ ଭରିଯିବ ୩ ରାଶିର ଭାଗ୍ୟ