Top 10 News Headlines: ଅତି ସଂକ୍ଷେପରେ ଜାଣନ୍ତୁ ସକାଳର ୧୦ ଟି ବଡ଼ ଖବର
Trending Photos
Basant Panchami 2025: ଆଜି ମାଘମାସ ଶୁକ୍ଳ ପକ୍ଷ ପଞ୍ଚମୀ । ହିନ୍ଦୁ ପଞ୍ଚାଙ୍ଗ ଅନୁଯାୟୀ ଏହାକୁ ବସନ୍ତ ପଞ୍ଚମୀ ବୋଲି ମଧ୍ୟ କୁହାଯାଏ । ଧରାବତରଣ କରିଛନ୍ତି ବାଗଦେବୀ ସରସ୍ବତୀ । ମା’ ବିଦ୍ୟାଦାୟିନୀ ହୋଇଥିବାରୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ ଭକ୍ତିର ସହ ପୂଜା କରୁଛନ୍ତି । ମା’ ସରସ୍ବତୀଙ୍କୁ ବାଗଦେବୀ, ଭଗବତୀ, ଶାରଦା, ବୀଣାବାଦିନୀ ରୂପରେ ପୂଜା କରାଯାଏ । ସବୁଠି ଧୁମଧାମରେ ମାଆଙ୍କର ପୂଜାର୍ଚ୍ଚନା କରାଯାଉଛି ।
Budget 2025: ଶନିବାର ସଂସଦରେ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହି ବଜେଟକୁ ନେଇ ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଦିଗ୍ଦର୍ଶନରେ ମାନ୍ୟବର କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମନଜୀ ଲୋକସଭାରେ ଏକ ଐତିହାସିକ ବଜେଟ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଆଗତ କରିଛନ୍ତି। ଏଥର ବଜେଟର ଆକାର ରେକର୍ଡ ୫୦ ଲକ୍ଷ ୬୫ ହଜାର କୋଟି ଟଙ୍କା ଯାହା ଦେଶର ପ୍ରଗତି ଏବଂ ବିକାଶକୁ ଏକ ନୂତନ ଦିଶା ପ୍ରଦାନ କରିବ ।
Naveen Patnaik On Budget: ପୁଣି ଥରେ କେନ୍ଦ୍ର ବଜେଟରେ ଓଡ଼ିଶା ନିରାଶ। ବଜେଟରେ ଅନ୍ୟ ରାଜ୍ୟକୁ ସ୍ଵତନ୍ତ୍ର ଅନୁଦାନ ମିଳିଥିବା ବେଳେ ଏଥର ବି ଓଡ଼ିଶାକୁ ଅଣଦେଖା କରିଛନ୍ତି କେନ୍ଦ୍ର ସରକାର। ଓଡ଼ିଶାର ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତାର ନ୍ୟାଯ୍ୟ ଦାବିକୁ ଏଡ଼ାଇ ଯାଇଛନ୍ତି କେନ୍ଦ୍ର ସରକାର। ଓଡ଼ିଶା ବାରମ୍ଵାର ପ୍ରାକୃତିକ ବିପର୍ଯ୍ୟୟରେ ଘାଣ୍ଟି ହେଉଥିବା ବେଳେ କେନ୍ଦ୍ର ଏଥିପ୍ରତି ବଜେଟରେ ଦୃଷ୍ଟି ଦେଇ ନାହାନ୍ତି ବୋଲି କଡ଼ା ସମାଲୋଚନା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।
Srimandira Ratna Bhandar Repair: ଜୋରସୋରରେ ଚାଲିଛି ଶ୍ରୀମନ୍ଦିରରେ ରତ୍ନଭଣ୍ଡାର କାମ । ଶୀଘ୍ର ବାହାର କାନ୍ଥ ମରାମତି କାର୍ଯ୍ୟ ଆରମ୍ଭ ହେବ। ଭଣ୍ଡାର ଘର ଉପରିଭାଗରେ ଥିବା ଫାଟ ମରାମତି କାମ ଜାରି ରହିଛି। ଏବେ ସୁଦ୍ଧା ରତ୍ନଭଣ୍ଡାର କାନ୍ଥରେ ୪୦ଟି ପ୍ରଭାବିତ ପଥରକୁ ବଦଳାଇ ନୂଆ ଖୋଣ୍ଡଲାଇଟ୍ ପଥର ଲଗାଯାଇଛି। ଆହୁରି ୧୧୦ରୁ ୧୫୦ ପଥର ଲଗାଇବାକୁ ଯୋଜନା କରାଯାଇଛି। ପଥରକୁ ଯୋଡ଼େଇ କରି ରଖିଥିବା କ୍ଲାମ୍ପ୍ରେ ବି କଳଙ୍କି ଲାଗିଯାଇଛି। ସେପଟେ ନୀତି ବିଳମ୍ବ ପାଇଁ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ଆଗଉନି ବୋଲି ସୂଚନା ରହିଛି।
Ratha Katha Anukula: ରଥ ନିର୍ମାଣ ପାଇଁ ବଡ଼ଦାଣ୍ଡରେ ପ୍ରଥମ ପର୍ଯ୍ୟାୟ ରଥକାଠ ପହଞ୍ଚିବା ପରେ ଆସନ୍ତାକାଲି ପବିତ୍ର ବସନ୍ତ ପଞ୍ଚମୀରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ରଥକାଠ ଅନୁକୂଳ ହେବ। ପୁରୀ ରାଜନଅର ପକ୍ଷରୁ ଶୋତ୍ରୀୟ ବ୍ରାହ୍ମଣମାନେ ପୂଜାର୍ଚ୍ଚନା କାର୍ଯ୍ୟ ସଂପାଦନ କରିବେ। ତିନିରଥ ପାଇଁ ତିନିଟି ୧୨ ଫୁଟିଆ ଧଉରା କାଠକୁ ଶୋତ୍ରୀୟ ବ୍ରାହ୍ମଣମାନେ ମା’ ସରସ୍ବତୀଙ୍କୁ ଆବାହନପୂର୍ବକ ଫୁଲଚନ୍ଦନ, ପଞ୍ଚାମୃତ, ଅର୍ଘ୍ୟ, ମହାପ୍ରସାଦ ଆଦି ଅର୍ପଣ କରି ପୂଜାର୍ଚ୍ଚନା କରିବେ।
Odisha Weather Today: ଫେବୃଆରୀରେ ହେବ ସାଙ୍ଘାତିକ ଖରା । ସ୍ବାଭାବିକ ଠାରୁ ୫ ଡିଗ୍ରୀ ଉପରେ ରହିବ ପାରଦ । ଆଭ୍ୟନ୍ତରୀଣ ଓଡ଼ିଶା ଅପେକ୍ଷା ଅଧିକ ଜଳିବ ଉପକୂଳ ଓଡ଼ିଶା । ତାତି ସହ ଅସ୍ତବ୍ୟସ୍ତ କରିବ ଅସହ୍ୟ ଗୁଳୁଗୁଳି । ଦୀର୍ଘମିଆଦି ଆକଳନ ରେ ଏଭଳି ପୂର୍ବାନୁମାନ କରିଛି ଭାରତୀୟ ପାଣପାଗ ବିଭାଗ । ବିଶେଷ କରି ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ତାତି ବୃଦ୍ଧି ପାଇଁ ୟଲୋ ମାର୍କ ଦିଆଯାଇଛି ।
Ayodhya Crime News: ରାମନଗରୀ ଅଯୋଧ୍ୟାରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ଯେଉଁଥିରେ ଜଣେ ଦଳିତ ଝିଅକୁ ବଳାତ୍କାର କରିବା ପରେ ନିର୍ମମର ସମସ୍ତ ସୀମା ପାର କରାଯାଇଥିଲା। ପରିବାର ଲୋକଙ୍କ କହିବା ଅନୁଯାୟୀ, ଯେତେବେଳେ ସେମାନଙ୍କ ଝିଅର ମୃତଦେହ ମିଳିଲା, ଯାହାର ହାତ ଏବଂ ଗୋଡ଼ ଭାଙ୍ଗି ଯାଇଥିଲା। ଆଖିଗୁଡ଼ିକ ବାହାର କରିଦେବା ସହିତ ଶରୀରରେ ବ୍ଲେଡ୍ କଟା ଚିହ୍ନ ଦେଖିବାକୁ ମିଳିଥିଲା ।
Amrit Udyan Open From Today: ରାଷ୍ଟ୍ରପତି ଭବନ ପରିସରରେ ଥିବା ଅମୃତ ଉଦ୍ୟାନ ରବିବାରଠାରୁ ସାଧାରଣ ଲୋକଙ୍କ ପାଇଁ ଖୋଲିବ । ମାର୍ଚ୍ଚ ୩୦ ପର୍ଯ୍ୟନ୍ତ ଏହା ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ । ମଙ୍ଗଳବାରରୁ ରବିବାର ପର୍ଯ୍ୟନ୍ତ ସପ୍ତାହରେ ଛଅ ଦିନ ଲୋକମାନେ ଉଦ୍ୟାନ ପରିଦର୍ଶନ କରିପାରିବେ । ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅମୃତ ଉଦ୍ୟାନ ଖୋଲା ରହିବ ବୋଲି ରାଷ୍ଟ୍ରପତି ଭବନ ତରଫରୁ କୁହାଯାଇଛି ।
Pakistani Soilders Killed: ପାକିସ୍ତାନୀ ସେନା ଉପରେ ବଲୁଚିସ୍ତାନରେ ହୋଇଛି ବଡ଼ ଆକ୍ରମଣ । ପାକିସ୍ତାନର ବଲୁଚିସ୍ତାନରେ ବିଚ୍ଛିନ୍ନତାବାଦୀମାନେ ପାକିସ୍ତାନୀ ସେନା ଉପରେ ବଡ଼ ଆକ୍ରମଣ କରିଛନ୍ତି । ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ଏହି ଆକ୍ରମଣରେ ୧୭ ଜଣ ସୈନିକ ପ୍ରାଣ ହରାଇଛନ୍ତି । ପାକିସ୍ତାନୀ ଗଣମାଧ୍ୟମ ସୂତ୍ରରୁ ପ୍ରକାଶ ଯେ ବଲୁଚିସ୍ତାନର କଲାତ ଜିଲ୍ଲା ମଙ୍ଗୋଚର ଅଞ୍ଚଳରେ ସୀମାନ୍ତ କର୍ପସ୍ କ୍ୟାମ୍ପ୍ ଉପରେ ଏକ ସଶସ୍ତ୍ର ଗୋଷ୍ଠୀ ଆକ୍ରମଣ କରିଥିଲା ।
Online Ticket Available: ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ ପାଇଁ ଆଜିଠାରୁ ବାରବାଟୀରେ ଆରମ୍ଭ ହେବ ଟିକେଟ ବିକ୍ରି । ଅନଲାଇନରେ ଆଜିଠାରୁ ଟିକେଟ ବିକ୍ରି ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ୪ ହଜାର ଟିକେଟ ବିକ୍ରି କରାଯିବ । ୩ ଓ ୪ ତାରିଖରେ ଓସିଏ ଅନୁବନ୍ଧିତ ସଂଗଠନ ଗୁଡିକୁ ପ୍ରାୟ ୧୪ ହଜାର ଟିକେଟ ବିକ୍ରି କରାଯିବ । ୫ ଓ ୬ ତାରିଖରେ ସାଧାରଣ ଦର୍ଶକଙ୍କ ପାଇଁ କାଉଣ୍ଟରରେ ବିକ୍ରିହେବ ପ୍ରାୟ ୧୨ ହଜାର ଟିକେଟ । ହର୍ସଗେଟ ପାଖ କାଉଣ୍ଟରରେ ୬ ହଜାର ଟଙ୍କାରୁ ଅଧିକ ମୂଲ୍ଯର ଟିକେଟ ବିକ୍ରି କରାଯିବ । ଅନ୍ଯ ଗ୍ଯାଲେରୀ ପାଇଁ ୪ଟି କାଉଣ୍ଟରରେ ମିଳିବ ଟିକେଟ । ସକାଳ ୧୦ଟା ରୁ କାଉଣ୍ଟରରେ ମିଳିବ ଟିକେଟ ।