BCCI ରୁ ସ୍ୱତନ୍ତ୍ର ପୁରସ୍କାର ପାଇବା ପରେ ରବିଚନ୍ଦ୍ରନ ଅଶ୍ୱିନ କହିଛନ୍ତି ଯେ ମୁଁ କେବେ ଭାବି ନଥିଲି ଯେ ମୁଁ ମହାନ ସଚିନ ତେନ୍ଦୁଲକରଙ୍କ ସହ ଖେଳିବି। ଚେନ୍ନାଇର ଜଣେ ମଧ୍ୟବିତ୍ତ ପରିବାରର ପିଲା ପାଇଁ ସଚିନ ସାରଙ୍କ ସହ ଖେଳିବା ବହୁତ ବଡ଼ କଥା ଥିଲା।
Trending Photos
BCCI Naman Awards: ମୁମ୍ବାଇରେ ଅନୁଷ୍ଠିତ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI)ର 'ନମନ ପୁରସ୍କାର' ସମାରୋହରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ କର୍ଣ୍ଣେଲ ସିକେ ନାୟୁଡୁ ଲାଇଫଟାଇମ୍ ଆଚିଭମେଣ୍ଟ ଆୱାର୍ଡ ପ୍ରଦାନ କରାଯାଇଛି। ବିସିସିଆଇ ମୁଖ୍ୟାଳୟରେ ଆୟୋଜିତ ଏକ ଉତ୍ସବରେ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଏକ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଛି।
ଶ୍ରେଷ୍ଠ କ୍ରିକେଟ ଖେଳାଳି ବର୍ଗରେ ପୁରୁଷ ଏବଂ ମହିଳା ବର୍ଗରେ ଯଥାକ୍ରମେ ଜସପ୍ରିତ ବୁମରାହ ଏବଂ ସ୍ମୃତି ମନ୍ଧାନାଙ୍କୁ ବର୍ଷର ଶ୍ରେଷ୍ଠ କ୍ରିକେଟର ଆୱାର୍ଡ ପ୍ରଦାନ କରାଯାଇଥିବା ବେଳେ, ସରଫରାଜ ଖାନଙ୍କୁ ଶ୍ରେଷ୍ଠ ମେନ୍ସ ଡେବ୍ୟୁ ଆୱାର୍ଡ ଏବଂ ଆଶା ଶୋଭନାଙ୍କୁ ଶ୍ରେଷ୍ଠ ୱୁମେନ୍ସ ଡେବ୍ୟୁ ଆୱାର୍ଡ ପ୍ରଦାନ କରାଯାଇଛି।
Deeply honoured to receive the Col. C. K. Nayudu Lifetime Achievement Award.
My cricketing journey, which spanned 24 years was never mine alone. It belonged to every coach’s guidance, every teammate’s trust, every fan’s unwavering support and my family’s belief, love and… pic.twitter.com/4y4vvs243q
— Sachin Tendulkar (@sachin_rt) February 1, 2025
ମହିଳା କ୍ରିକେଟରେ ସ୍ମୃତି ମନ୍ଧାନାଙ୍କୁ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଏବଂ ଦୀପ୍ତି ଶର୍ମାଙ୍କୁ ଶ୍ରେଷ୍ଠ ବୋଲର ପୁରସ୍କାର ଦିଆଯାଇଥିଲା। ଘରୋଇ କ୍ରିକେଟରେ ଚମତ୍କାର ପ୍ରଦର୍ଶନ କରିଥିବା ଶଶାଙ୍କ ସିଂହଙ୍କୁ ଶ୍ରେଷ୍ଠ ହ୍ୱାଇଟ୍ ବଲ୍ ଅଲରାଉଣ୍ଡର ଏବଂ ତନୁଶ କୋଟିଆନଙ୍କୁ ଶ୍ରେଷ୍ଠ ରେଡ୍ ବଲ୍ ଅଲରାଉଣ୍ଡର ଆୱାର୍ଡ ପ୍ରଦାନ କରାଯାଇଥିଲା।
One of the finest all-rounders in international cricket with a career decorated with class, consistency and commitment!
Congratulations to Ravichandran Ashwin for winning the BCCI Special Award #NamanAwards | @ashwinravi99 pic.twitter.com/QNHx4TAkdo
— BCCI (@BCCI) February 1, 2025
୨୦୧୧ ODI ବିଶ୍ୱକପରେ ଭାରତର ସର୍ବାଧିକ ସ୍କୋରର ଥିବା ଭେଟେରାନ୍ ବ୍ୟାଟସମ୍ୟାନ ସଚିନ ତେନ୍ଦୁଲକରଙ୍କୁ କର୍ଣ୍ଣେଲ ସିକେ ନାୟୁଡୁ ଲାଇଫଟାଇମ୍ ଆଚିଭମେଣ୍ଟ ଆୱାର୍ଡ ପ୍ରଦାନ କରାଯାଇଥିଲା। ସଚିନ ତେନ୍ଦୁଲକର ଏହି ସମ୍ମାନ ପାଇଁ ବିସିସିଆଇକୁ ଧନ୍ୟବାଦ ଜଣାଇ କହିଛନ୍ତି ଯେ ବୋର୍ଡ ସର୍ବଦା ଖେଳାଳିମାନଙ୍କୁ ସମର୍ଥନ କରିଆସିଛି। ୧୯୮୯ ମସିହାରେ ମୁଁ ୧୬ ବର୍ଷ ବୟସର ଥିଲି କିନ୍ତୁ ଆଜି ଯେତେବେଳେ ରବିଚନ୍ଦ୍ରନ୍ ଅଶ୍ୱିନ ମୋତେ ସଚିନ ସାର୍ ଡାକିଲେ, ମୁଁ ମୋର ବୟସ ଜାଣିପାରିଲି।
ଆୱାର୍ଡ ଗ୍ରହଣ କରିବା ପରେ ରବିଚନ୍ଦ୍ରନ ଅଶ୍ୱିନ କହିଥିଲେ ଯେ ମୁଁ କେବେ ଭାବି ନଥିଲି ଯେ ମୁଁ ମହାନ ସଚିନ ତେନ୍ଦୁଲକରଙ୍କ ସହ ଖେଳିବି। ଚେନ୍ନାଇର ଜଣେ ମଧ୍ୟବିତ୍ତ ପରିବାରର ପିଲା ପାଇଁ ସଚିନ ସାର୍ଙ୍କ ସହ ଖେଳିବା ବହୁତ ବଡ଼ କଥା ଥିଲା। ଯଦିଓ ମୁଁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଛି ମୋ ମନ କେବେବି କ୍ରିକେଟରୁ ଦୂରରେ ରହିପାରିବ ନାହିଁ।