Indian Railway History: ୫୬ ବର୍ଷ ଧରି ବିନା ଶୌଚାଳୟରେ ଚାଲିଥିଲା ଟ୍ରେନ, ଗୋଟିଏ ଚିଠି ପାଇଁ ହୋଇଥିଲା ବଡ ପରିବର୍ତ୍ତନ
Advertisement
Article Detail0/zeeodisha/odisha1570719

Indian Railway History: ୫୬ ବର୍ଷ ଧରି ବିନା ଶୌଚାଳୟରେ ଚାଲିଥିଲା ଟ୍ରେନ, ଗୋଟିଏ ଚିଠି ପାଇଁ ହୋଇଥିଲା ବଡ ପରିବର୍ତ୍ତନ

Indian Railway Latest News: ଟ୍ରେନ ଭିତରେ ଶୌଚାଳୟ ସୁବିଧା ଉପଲବ୍ଧ କରିବାକୁ ପଛରେ ଏକ ଇତିହାସ ରହିଛି। କେବଳ ଗୋଟିଏ ଚିଠି ପାଇଁ ଭାରତୀୟ ରେଳବାଇ ଇତିହାସରେ ଏକ ବଡ ପରିବର୍ତ୍ତନ କରିବାକୁ ପଡ଼ିଥିଲା।

Indian Railway History: ୫୬ ବର୍ଷ ଧରି ବିନା ଶୌଚାଳୟରେ ଚାଲିଥିଲା ଟ୍ରେନ, ଗୋଟିଏ ଚିଠି ପାଇଁ ହୋଇଥିଲା ବଡ ପରିବର୍ତ୍ତନ

Toilet Facility in Indian Railways: ଭାରତରେ ରେଳସେବାର ଇତିହାସ ବେଶ ପୁରୁଣା। ସର୍ବପ୍ରଥମେ ୧୮୫୩ ମସିହାରେ ଭାରତରେ ପ୍ରଥମ ଥର ପାଇଁ ରେଳ ଧାରଣାରେ ଗଡ଼ିଥିଲା ରେଳଗାଡ଼ି। ହେଲେ ସେତେବେଳର ସମୟରେ ଚଳାଚଳ କରୁଥିବା ରେଳଗାଡ଼ିରେ କୌଣସି ଶୌଚାଳୟ ସୁବିଧା ନଥିଲା। ଯାହା ପରବର୍ତ୍ତୀ ୫୬ ବର୍ଷ ପର୍ଯ୍ୟନ୍ତ ଜାରି ରହିଥିଲା। ସର୍ବପ୍ରଥମେ ୧୯୦୯ ମସିହାରେ ଭାରତରେ ପ୍ରଥମ ଥର ପାଇଁ ଟ୍ରେନ୍ ଭିତରେ ଶୌଚାଳୟର ବ୍ୟବସ୍ଥା କରାଯାଇଥିଲା।

ଟ୍ରେନ ଭିତରେ ଶୌଚାଳୟ ସୁବିଧା ଉପଲବ୍ଧ କରିବାକୁ ପଛରେ ଏକ ଇତିହାସ ରହିଛି। କେବଳ ଗୋଟିଏ ଚିଠି ପାଇଁ ଭାରତୀୟ ରେଳବାଇ ଇତିହାସରେ ଏକ ବଡ ପରିବର୍ତ୍ତନ କରିବାକୁ ପଡ଼ିଥିଲା। ପେଟ ରୋଗରେ ପୀଡିତ ଜଣେ ବ୍ୟକ୍ତି ସାହିବଗଞ୍ଜ ମଣ୍ଡଳ କାର୍ଯ୍ୟାଳୟକୁ ଏକ ଚିଠି ଲେଖିଥିଲେ। ଯେଉଁଥିରେ ସେ ଦର୍ଶାଇଥିଲେ ସେ ଶୌଚ ହେବା ପାଇଁ ତଳକୁ ଓହ୍ଲାଇଥିଲେ ଏବଂ ତାଙ୍କ ପାଇଁ ଟ୍ରେନ ୨ ମିନିଟ ପର୍ଯ୍ୟନ୍ତ ଟ୍ରେନ ଅଟକି ନଥିଲା। ସେତେବେଳେ ରେଳ କର୍ମଚାରୀଙ୍କ ପାଇଁ ସେହି ବ୍ୟକ୍ତି ଜଣଙ୍କ ରେଳ ଧାରଣାରେ ପଡ଼ିଯାଇ ଆହତ ହୋଇଥିଲେ। ତାଙ୍କୁ ଧୋତି-ଲୋଟା ଧରି ରେଳ ଧାରଣାରେ ଦୌଡ଼ିବାକୁ ପଡିଲା। ଏହି ଚିଠି ପାଇବା ପରେ ରେଳବାଇ ଏକ ବଡ ପରିବର୍ତ୍ତନ କରି ୫୦ ମାଇଲ ଠାରୁ ଅଧିକ ଦୂର ପର୍ଯ୍ୟନ୍ତ ଚାଲୁଥିବା ରେଳଗାଡ଼ିରେ ଶୌଚାଳୟ ବ୍ୟବସ୍ଥା କରିଥିଲା।

ଅଖିଳ ଚନ୍ଦ୍ର ସେନ୍ ନାମକ ବ୍ୟକ୍ତି ତାଙ୍କ ଚିଠିରେ ଲେଖିଛନ୍ତି ଯେ ମୁଁ ଟ୍ରେନ୍ ଯୋଗେ ଅହମ୍ମଦପୁର ରେଳ ଷ୍ଟେସନ ଠାରେ ପହଞ୍ଚିଥିଲା। ହେଲେ ମୁଁ ଖରାପ ଜନିତ ସମସ୍ୟାର ସାମ୍ନା କରୁଥିଲି। ଏହି କାରଣରୁ ମୁଁ ଶୌଚ ହେବା ପାଇଁ ଓହ୍ଲାଇଥିଲି। ଏହି ସମୟରେ ଟ୍ରେନ ଗାର୍ଡ ହ୍ୱିସିଲ୍ ବଜାଇ ଦେଇଥିଲେ। ଯାହା ପରେ ଟ୍ରେନ୍ ଏହାର ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ହେଲେ ଟ୍ରେନ୍ ଧରିବା ପାଇଁ ମୁଁ ରେଳ ଧାରଣାରେ ଦୌଡ଼ିବାରେ ଲାଗିଲି। ଟ୍ରେନ ଧରିବା ପାଇଁ ମଁ ଗୋଟିଏ ହାତରେ ଲୋଟା ଏବଂ ଅନ୍ୟ ହାତରେ ଧୋତି ଧରି ଦୌଡ଼ିଥିଲି। ସେତେବେଳେ ସମସ୍ତେ ମୋତେ ଦେଖୁଥିଲେ। ହେଲେ ସେଠାରେ ପଡ଼ିଯିବା କାରଣରୁ ମୁଁ ଅହମ୍ମଦପୁର ରେଳ ଷ୍ଟେସନ ଠାରେ ଅଟକି ଯାଇଥିଲି। ହେଲେ ଟ୍ରେନ ଗାର୍ଡ ୨ ମିନିଟ୍ ପାଇଁ ଟ୍ରେନ୍ ଅଟକାଇନଥିଲେ। ତାଙ୍କର ଏହି କାର୍ଯ୍ୟ ପାଇଁ ତାଙ୍କ ଉପରେ ଜରିମାନା ଲଗାଇବା କଥା। ଯଦି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଯାଏ, ତାହେଲେ ମୁଁ ସାମ୍ବାଦିକଙ୍କ ଏହି ଖବର ସମ୍ପର୍କରେ ଜଣାଇବି।

ଉପରୋକ୍ତ ଘଟଣା ୧୯୦୯ ମସିହାରେ ଘଟିଥିଲା। ଯଦି ସେତେବେଳେ ଅଖିଳ ଚନ୍ଦ୍ର ସେନଙ୍କ ସହ ଏହି ଘଟଣା ଘଟି ନଥାନ୍ତା ଏବଂ ସେ ତାଙ୍କ ସହ ଘଟିଥିବା ଘଟଣାର ଗୁରୁତ୍ୱକୁ ନ ବୁଝି ରେଳ ଅଧିକାରୀଙ୍କୁ ଚିଠି ଲେଖିନଥାନ୍ତେ, ତାହେଲେ ବୋଧହୁଏ ଆହୁରି କିଛି ଦଶନ୍ଧି ଧରି  ରେଳଗାଡ଼ିରେ ଶୌଚାଳୟ ସୁବିଧା ଉପଲବ୍ଧ ହୋଇନଥାନ୍ତା। ବର୍ତ୍ତମାନ ଯାତ୍ରିବାହୀ ଟ୍ରେନ୍ ୱାଇ-ଫାଇ ସମେତ ସମସ୍ତ ଆଧୁନିକ ସୁବିଧା ସହିତ ସଜ୍ଜିତ ହୋଇଛି। ଯାତ୍ରୀ ଯାତ୍ରା କରୁଥିବା ରେଳଗାଡି଼ରେ ଶୌଚାଳୟ ସୁବିଧା ପ୍ରଦାନ କରିବା ନେଇ ଅଖିଲ ଚନ୍ଦ୍ର ସେନଙ୍କ ଦ୍ୱାରା ଲେଖା ଯାଇଥିବା ଚିଠି ଦିଲ୍ଲୀସ୍ଥିତ ରାଷ୍ଟ୍ରୀୟ ରେଳ ସଂଗ୍ରହାଳୟ ଠାରେ ବର୍ତ୍ତମାନ ମଧ୍ୟ ସୁରକ୍ଷିତ ରଖାଯାଇଛି। ଏହି ଚିଠି କାରଣରୁ ଭାରତୀୟ ରେଳବାଇ ପକ୍ଷରୁ ଟ୍ରେନ ଭିତରେ ଶୌଚାଳୟ ସୁବିଧା ଯୋଗାଇ ଦିଆଯାଇଥିଲା।