Lal krishna Advani Bharat Ratna: ‘ଭାରତ ରତ୍ନ’ ସମ୍ମାନରେ ସମ୍ମାନିତ ହେବେ ଲାଲକୃଷ୍ଣ ଆଡଭାନୀ
Advertisement
Article Detail0/zeeodisha/odisha2092673

Lal krishna Advani Bharat Ratna: ‘ଭାରତ ରତ୍ନ’ ସମ୍ମାନରେ ସମ୍ମାନିତ ହେବେ ଲାଲକୃଷ୍ଣ ଆଡଭାନୀ

Lal krishna Advani Bharat Ratna: ଭାରତର ସର୍ବୋଚ୍ଚ ସମ୍ମାନ ‘ଭାରତ ରତ୍ନ’ରେ ସମ୍ମାନିତ ହେବେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଲାଲକୃଷ୍ଣ ଆଡ଼ଭାନୀ । ଏନେଇ ଏକ୍ସରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ସୌଜନ୍ୟ-ସୋସିଆଲ ମିଡିଆ

Lal krishna Advani Bharat Ratna: ଭାରତର ସର୍ବୋଚ୍ଚ ସମ୍ମାନ ‘ଭାରତ ରତ୍ନ’ରେ ସମ୍ମାନିତ ହେବେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଲାଲକୃଷ୍ଣ ଆଡ଼ଭାନୀ । ଏନେଇ ଏକ୍ସରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଖବର ଅନୁଯାୟୀ, ଶନିବାର ପିଏମ୍ ମୋଦି ନିଜ ଏକ୍ସ ଆକାଉଣ୍ଟରେ ଶୁଭେଚ୍ଛା ଜଣାଇବା ସହ ଲାଲକୃଷ୍ଣ ଆଡ଼ଭାନୀଙ୍କୁ ଭାରତ ରତ୍ନ ମିଳିବା ନେଇ ସୂଚନା ଦେଇଛନ୍ତି । ଏନେଇ ମୋଦି କହିଛନ୍ତି, ‘ମୁଁ ତାଙ୍କ ସହ କଥା ହୋଇ ଅଭିନନ୍ଦନ ଜଣାଇଛି। ଆମ ସମୟର ସବୁଠୁ ସମ୍ମାନନୀୟ ରାଷ୍ଟ୍ରନେତା ହେଉଛନ୍ତି ଆଡଭାନୀ। ଭାରତର ପ୍ରଗତି ପାଇଁ ତାଙ୍କର ଯୋଗଦାନ ସ୍ମରଣୀୟ। ତୃଣମୂଳ ସ୍ତରରୁ ଯାତ୍ରା ଆରମ୍ଭ କରି ଉପପ୍ରଧାନମନ୍ତ୍ରୀ ହୋଇଥିଲେ। ସ୍ୱରାଷ୍ଟ୍ର, ସୂଚନା ଓ ପ୍ରସାରଣ ମନ୍ତ୍ରୀ ଭାବେ ସେ କାର୍ଯ୍ୟ କରିଛନ୍ତି। ସଂସଦୀୟ ଅଭିଜ୍ଞତା ସବୁବେଳେ ଉଦାହରଣ ହୋଇ ରହିବ’।

ପ୍ରକାଶ ଥାଉ କି, ଲାଲକୃଷ୍ଣ ଆଡ଼ଭାନୀ ଅଟଳ ବିହାରୀ ବାଜପେୟୀ ସରକାର ସମୟରେ ଦେଶର ଉପପ୍ରଧାନମନ୍ତ୍ରୀ ଥିଲେ। ୯୬ ବର୍ଷୀୟ ଆଡଭାନୀ ୧୯୨୭ ମସିହାରେ ପାକିସ୍ତାନର କରାଚିରେ ଜନ୍ମଗ୍ରହଣ କରିଥିଲେ। ପିଲା ଦିନରୁ ଦେଶ ସେବା ପାଇଁ ତାଙ୍କର ପ୍ରବଳ ଆଗ୍ରହ ରହିଥିଲା । ଏଥିପାଇଁ ନିଜ ଜୀବନକୁ ଦେଶ ପାଇଁ ଉତ୍ସର୍ଗ କରିଥିଲେ । ୧୯୪୨ ମସିହାରେ, ମାତ୍ର 14 ବର୍ଷ ବୟସରେ ସେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଗଠନରେ ଯୋଗ ଦେଇଥିଲେ ଏବଂ ସ୍ୱାଧୀନତା ସଂଗ୍ରାମରେ ସହଯୋଗ କରିଥିଲେ। ଆଡଭାନୀ ଭାରତୀୟ ଜନତା ପାର୍ଟିର ସର୍ବାଧିକ ସମୟ ପର୍ଯ୍ୟନ୍ତ ସଭାପତି ଦାୟିତ୍ୱରେ ରହିଥିଲେ। ୧୯୪୭ ମସିହାରେ ଦେଶର ସ୍ୱାଧୀନତା ଏବଂ ଭାରତ ଓ ପାକିସ୍ତାନ ବିଭାଜନ ପରେ ସେ ପରିବାର ସହ ସିନ୍ଧରୁ ଦିଲ୍ଲୀ ଆସିଥିଲେ। ୧୯୮୬ରୁ ୧୯୯୦, ୧୯୯୩ରୁ ୧୯୯୮, ୨୦୦୪ରୁ ୨୦୦୫ ପର୍ଯ୍ୟନ୍ତ ସେ ବିଜେପିର ସଭାପତି ଥିଲେ। ବିଜେପିର ରାଷ୍ଟ୍ରୀୟ ଅଭ୍ୟୁଥାନରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ଏଠାରେ ସେ ପ୍ରଥମେ ଜନସଂଘରେ ଯୋଗ ଦେଇଥିଲେ ଏବଂ ପରେ ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠାତା ସଦସ୍ୟ ହୋଇଥିଲେ। ୧୯୮୮ରେ ସେ ପ୍ରଥମ ଥର ପାଇଁ ଭାରତର ଗୃହମନ୍ତ୍ରୀ ହୋଇଥିଲେ। ଜୁନ୍ ୨୦୦୨ରୁ ମେ ୨୦୦୪ ପର୍ଯ୍ୟନ୍ତ ଅଟଳ ବିହାର ବାଜପେୟୀ ସରକାର ସମୟରେ ସେ ଦେଶର ଉପପ୍ରଧାନମନ୍ତ୍ରୀ ଥିଲେ।