ନେପାଳ ବିମାନ ଦୁର୍ଘଟଣା: ୪ ଓଡ଼ିଆ ସମେତ ୨୨ ମୃତଦେହ ଉଦ୍ଧାର
Advertisement
Article Detail0/zeeodisha/odisha1202878

ନେପାଳ ବିମାନ ଦୁର୍ଘଟଣା: ୪ ଓଡ଼ିଆ ସମେତ ୨୨ ମୃତଦେହ ଉଦ୍ଧାର

Nepal Plane Crash: ଏଠାରେ କହି ରଖୁଛୁ ଯେ, ରବିବାର ସକାଳେ ନେପାଳର ପାର୍ବତ୍ୟ ଅଞ୍ଚଳରେ ତାରା ଏୟାରର 'ଟର୍ବୋପ୍ରପ୍ ଟ୍ୱିନ୍ ଓଟର୍ 9N-AET' ବିମାନ ନିଖୋଜ ହୋଇଯାଇଥିଲା । କାନାଡା ନିର୍ମିତ ବିମାନରେ ୪ ଜଣ ଭାରତୀୟ, ୨ ଜଣ ଜର୍ମାନ ଏବଂ ୧୩ ଜଣ ନେପାଳ ନାଗରିକଙ୍କ ସମେତ ମୋଟ ୨୨ ଜଣ ଲୋକ ଥିଲେ । ତିନିଜଣ ନେପାଳୀ କ୍ରୁ ସଦସ୍ୟ ମଧ୍ୟ ବିମାନରେ ଥିଲେ । ବିମାନଟି ପୋଖରା ଠାରୁ ନେପାଳର ପ୍ରସିଦ୍ଧ ପର୍ଯ୍ୟଟନ ସହର ଜୋମସୋମକୁ ଯାଉଥିଲା ।

 

ନେପାଳ ବିମାନ ଦୁର୍ଘଟଣା: ୪ ଓଡ଼ିଆ ସମେତ ୨୨ ମୃତଦେହ ଉଦ୍ଧାର

କାଠମାଣ୍ଡୁ: Nepal Plane Crash: ନେପାଳର ପାର୍ବତ୍ୟ ମୁସ୍ତାଙ୍ଗ ଜିଲ୍ଲାରେ ରବିବାର ତାରା ଏୟାର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବର୍ତ୍ତମାନ ଏଥିରେ ଯାତ୍ରା କରୁଥିବା ସମସ୍ତ ୨୨ ଜଣ ଯାତ୍ରୀଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି ବୋଲି ଅଧିକାରୀମାନେ କହିଛନ୍ତି । ଏହି ୧୯ ସିଟ୍ ବିଶିଷ୍ଟ ବିମାନରେ ୪ ଜଣ ଭାରତୀୟ, ୩ ଜଣ ବିଦେଶୀ ଏବଂ ୧୩ ଜଣ ନେପାଳୀ ନାଗରିକ ଥିଲେ । ଯାତ୍ରା କରୁଥିବା ୪ ଜଣ ଭାରତୀୟ ଓଡ଼ିଆ ଥିଲେ । ମୃତକଙ୍କ ମଧ୍ୟରେ ଓଡିଶାର ଅଶୋକ କୁମାର ତ୍ରିପାଠୀ, ତାଙ୍କ ପତ୍ନୀ ଭୈବଭୀ ବନ୍ଦେରକର, ପୁଅ ଧନୁଷ ଏବଂ ଝିଅ ରିତିକା ମଧ୍ୟ ଅଛନ୍ତି । ଦୁର୍ଘଟଣାସ୍ଥଳରୁ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏହି ବିମାନଟି ପୋଖରାରୁ ଉଡ଼ାଣର କିଛି ମିନିଟ ପରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବୋଲି ଅଧିକାରୀମାନେ କହିଛନ୍ତି ।

ଗତକାଲି କାଠମାଣ୍ଡୁରେ ଅଶୋକଙ୍କ ଭାଇ ରଂଜନଙ୍କୁ ମୃତଦେହଗୁଡ଼ିକ ହସ୍ତାନ୍ତର କରାଯାଇଥିଲା । ସୋନପୁରର ନିବାସୀ ଅଶୋକ ଭୁବନେଶ୍ୱରର ଏକ ଆଇଟି କମ୍ପାନୀରେ କାର୍ଯ୍ୟରତ ଥିଲେ ଓ ତାଙ୍କ ପତ୍ନୀ ମୁମ୍ବାଇରେ କାମ କରୁଥିଲେ ।

ଏଠାରେ କହି ରଖୁଛୁ ଯେ, ରବିବାର ସକାଳେ ନେପାଳର ପାର୍ବତ୍ୟ ଅଞ୍ଚଳରେ ତାରା ଏୟାରର 'ଟର୍ବୋପ୍ରପ୍ ଟ୍ୱିନ୍ ଓଟର୍ 9N-AET' ବିମାନ ନିଖୋଜ ହୋଇଯାଇଥିଲା । କାନାଡା ନିର୍ମିତ ବିମାନରେ ୪ ଜଣ ଭାରତୀୟ, ୨ ଜଣ ଜର୍ମାନ ଏବଂ ୧୩ ଜଣ ନେପାଳ ନାଗରିକଙ୍କ ସମେତ ମୋଟ ୨୨ ଜଣ ଲୋକ ଥିଲେ । ତିନିଜଣ ନେପାଳୀ କ୍ରୁ ସଦସ୍ୟ ମଧ୍ୟ ବିମାନରେ ଥିଲେ । ବିମାନଟି ପୋଖରା ଠାରୁ ନେପାଳର ପ୍ରସିଦ୍ଧ ପର୍ଯ୍ୟଟନ ସହର ଜୋମସୋମକୁ ଯାଉଥିଲା ।

ଏହା ବି ପଢ଼ନ୍ତୁ:-ଭାଙ୍ଗି ଯିବ ଝାଡ଼ଖଣ୍ଡର ସୋରେନ ସରକାର!

ଏହା ବି ପଢ଼ନ୍ତୁ:-ନନ୍ଦୀଙ୍କ ଠାରୁ ୮୩ ଫୁଟ ଦୂରରେ 'ଶିବଲିଙ୍ଗ', କାନ୍ଥରେ ତ୍ରିଶୂଳ ଓ ହାତୀ ଚିହ୍ନ; ସାମ୍ନାକୁ ଆସିଲା ଜ୍ଞାନବାପିର ଆଉ ଏକ ଭିଡିଓ

ଏହା ବି ପଢ଼ନ୍ତୁ:-ଚୀନକୁ ଲାଗିଲା ବଡ଼ ଝଟକା!

CAAN କହିଛି ଯେ, ମୁସ୍ତାଙ୍ଗ ଜିଲ୍ଲାର ଥାସଙ୍ଗ -2 ଠାରେ ବିମାନଟି ୧୪,୫୦୦ ଫୁଟ ଉଚ୍ଚରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଅବରୋଧିତ ରାସ୍ତାକୁ ସଫା କରିବା ପାଇଁ ଏହି ଅଞ୍ଚଳରେ ପହଞ୍ଚିଥିବା ଇନ୍ଦା ସିଂ ଦେଖିଥିଲେ କି ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ବିମାନରେ ଥିବା ସମସ୍ତ ଲୋକଙ୍କ ମୃତଦେହ ମିଳିଛି । ମୃତଦେହ ଚିହ୍ନଟ ହେବା ସ୍ଥିତିରେ ଅଛି ।

ଇନ୍ଦା ସିଂ କହିଛନ୍ତି ଯେ, ମୃତଦେହ ଗୁଡ଼ିକ ନିକଟସ୍ଥ ଏକ ଜଳାଶୟରେ ଅଛି, ତେଣୁ ସେମାନଙ୍କୁ ବାହାରକୁ ଆଣିବାରେ ସେମାନେ ଅସୁବିଧାର ସମ୍ମୁଖୀନ ହେଉଛି । ବିମାନରେ ନିଆଁ ଲାଗି ନଥିଲା । ବିମାନଟି ବୋଧହୁଏ ଏକ ପଥରକୁ ଧକ୍କା ଦେବା ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । CAAN ଅନୁଯାୟୀ, ଦୁର୍ଘଟଣାସ୍ଥଳରେ ନେପାଳ ସେନା, ଏୟାର ଡାୟନେଷ୍ଟ, କୈଳାଶ ହେଲିକପ୍ଟର, ଫିସଟେଲ ଏୟାର ହେଲିକପ୍ଟର ଏବଂ ଅନ୍ୟ ଉଦ୍ଧାରକାରୀ କର୍ମଚାରୀଙ୍କୁ ସର୍ଚ୍ଚ ଓ ଉଦ୍ଧାରକାରୀ ଦଳ ନିୟୋଜିତ କରାଯାଇଛି । ଫିଷ୍ଟେଲ ଏୟାରର 9N-AJR ହେଲିକପ୍ଟରଟି ପ୍ରଥମେ ଦୁର୍ଘଟଣା ସ୍ଥଳରେ ପହଞ୍ଚିଥିଲା ଓ ସୋମବାର ସକାଳ ୮.୧୦ରେ ବିମାନ ଦୁର୍ଘଟଣାକୁ ନିଶ୍ଚିତ କରିଥିଲା ।