Gujarat riots: ମୋଦିଙ୍କୁ ଫାଶୀ ଦେବାକୁ ଷଡଯନ୍ତ୍ର ରଚିଥିଲେ ତିସ୍ତା ସୀତଲବାଡ, ନିଜେ ଫସିଲେ
Advertisement
Article Detail0/zeeodisha/odisha1363042

Gujarat riots: ମୋଦିଙ୍କୁ ଫାଶୀ ଦେବାକୁ ଷଡଯନ୍ତ୍ର ରଚିଥିଲେ ତିସ୍ତା ସୀତଲବାଡ, ନିଜେ ଫସିଲେ

Gujarat riots: ଗୁଜୁରାଟ ଦଙ୍ଗା ମାମଲାରେ ଆକ୍ଟିଭିଷ୍ଟ ତିସ୍ତା ସୀତଲବାଡଙ୍କ ସମେତ ତିନି ଜଣଙ୍କ ବିରୋଧରେ ଏସଆଇଟି ଚାର୍ଜସିଟ ଦାଖଲ କରିଛି । ଏହି ତିନିଜଣ ଗୁଜୁରାଟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଷଡଯନ୍ତ୍ର କରିଥିବା ଅଭିଯୋଗ ହୋଇଛି ।

ସୌ: ସୋସିଆଲ ମିଡିଆ

Gujarat riots: ଗୁଜୁରାଟ ଦଙ୍ଗା ମାମଲାରେ ସ୍ୱତନ୍ତ୍ର ଯାଞ୍ଚକାରୀ ଦଳ (SIT) ଏକ ଚାର୍ଜସିଟ୍ ଦାଖଲ କରିଛନ୍ତି । ଆକ୍ଟିଭିଷ୍ଟ ତିସ୍ତା ସୀତଲବାଡ (Teesta Setalvad), ଅବସରପ୍ରାପ୍ତ ଡିଜିପି ଆରବି ଶ୍ରୀକୁମାର (RB Sreekumar) ଓ ପୂର୍ବତନ ଆଇପିଏସ୍ ଅଧିକାରୀ ସଞ୍ଜୀବ ଭଟ୍ଟଙ୍କ (Sanjiv Bhatt) ବିରୋଧରେ ଏହି ଚାର୍ଜସିଟ୍ ଦାଖଲ କରାଯାଇଛି । ଅଭିଯୋଗ ହୋଇଛି ଯେ ଏହି ତିନିଜଣ ଗୁଜୁରାଟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ (Narendra Modi) ରାଜନୈତିକ କରିୟରକୁ ଖରାପ କରିବା, ବଦନାମ କରିବା ଓ ମୃତ୍ୟୁଦଣ୍ଡ ଦେବାକୁ ନେଇ ଏକ ଷଡଯନ୍ତ୍ର କରିଥିଲେ ।

ଡିଆଇଜି ଦୀପନ ଭଦ୍ରନ ଏସଆଇଟିର ମୁଖ୍ୟ ଓ ଆତଙ୍କବାଦୀ ବିରୋଧୀ ସ୍କ୍ୱାଡ (ଏଟିଏସ) ର ଏକ ଅଂଶ । ସେ ଇଣ୍ଡିଆନ ଏକ୍ସପ୍ରେସକୁ ନିଶ୍ଚିତ କରିଛନ୍ତି ଯେ ମଙ୍ଗଳବାର ଦିନ ଅହମ୍ମଦାବାଦର ଅତିରିକ୍ତ ମହାନଗର ନିଗମ ମାଜିଷ୍ଟ୍ରେଟଙ୍କ କୋର୍ଟରେ ଚାର୍ଜସିଟ ଦାଖଲ କରାଯାଇଛି । ଏହା ଅହମ୍ମଦାବାଦର ମାଜିଷ୍ଟ୍ରେଟ କୋର୍ଟରେ ଦାଖଲ କରାଯାଇଛି । 100 ପୃଷ୍ଠାର ଚାର୍ଜସିଟରେ ଏହି ତିନିଜଣ ମିଥ୍ୟା ପ୍ରମାଣ ତିଆରି କରି ପିଏମ ମୋଦିଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି । ଏହା ବ୍ୟତୀତ ତତ୍କାଳୀନ ରାଜନୈତିକ ତଥା ବ୍ୟକ୍ତିଗତ ଲାଭ ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କୁ ବଦନାମ କରିବା ଉଦ୍ଦେଶ୍ୟରେ ଏହି ଦଙ୍ଗାରେ ନିହତ ହୋଇଥିବା ପୂର୍ବତନ କଂଗ୍ରେସ ସାଂସଦ ଅହସାନ ଜାଫ୍ରିଙ୍କ ପତ୍ନୀ ଜାକିଆ ଜାଫ୍ରିଙ୍କ ନାମରେ ମଧ୍ୟ ଯାଚିକା ଦାଖଲ ହୋଇଥିବା ଅଭିଯୋଗ ହୋଇଛି ।

ଚାର୍ଜସିଟରେ ଦର୍ଶାଯାଇଛି ଯେ ପୀଡିତାଙ୍କୁ ଗୁଜୁରାଟ ବାହାରେ ବିଭିନ୍ନ ସ୍ଥାନକୁ ନିଆଯାଇଥିଲା, ଯେଉଁଠାରେ ସେମାନଙ୍କ ଦୁଃଖଦରଦ ନାମରେ ଦାନ ସଂଗ୍ରହ କରାଯାଇଥିଲା । ଏହା ମଧ୍ୟ କୁହାଯାଇଛି ଯେ ସୀତଲବାଡ ଓ ଭାରତୀୟ ଜାତୀୟ କଂଗ୍ରେସର କିଛି ନେତା ଦଙ୍ଗା ପୀଡିତଙ୍କ ଶିବିରକୁ ଯାଇ ଗୁଜୁରାଟରେ ନ୍ୟାୟ ଉପଲବ୍ଧ ହେବ ନାହିଁ ତେଣୁ ରାଜ୍ୟ ବାହାରେ କୋର୍ଟରେ ଆବେଦନ କରାଯିବା ଉଚିତ ବୋଲି ଉସୁକାଇଥିଲେ । ଏହା ମଧ୍ୟ କୁହାଯାଇଛି ଯେ ସରକାରଙ୍କ ବିରୋଧରେ ଆଫିଡେଭିଟ୍ ଦାଖଲ ନକରିବାରୁ ଜଣେ ସାକ୍ଷୀ ସଞ୍ଜୀବ ଭଟ୍ଟଙ୍କ ଦ୍ୱାରା ଅପହରଣ ହୋଇଥିଲେ ଓ ପରେ ଏକ ଜାଲ୍ ଆଫିଡେଭିଟ୍ ଦାଖଲ କରାଯାଇଥିଲା ।

କହିରଖୁଛୁ ଯେ ଆଇପିସିର ଧାରା ୧୨୦ ବି, ୪୬୮, ୪୬୯, ୪୭୧, ୧୯୪, ୨୧୧ ଓ ୨୧୮ ଅନୁଯାୟୀ ତିନି ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି । ଜୁନ୍ ମାସର ଶେଷ ସପ୍ତାହରେ ଗିରଫ ହୋଇଥିବା ସୀତଲବାଡଙ୍କୁ ସେପ୍ଟେମ୍ବର ୨ ତାରିଖ ଦିନ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ମଧ୍ୟବର୍ତ୍ତୀକାଳୀନ ଜାମିନରେ ମୁକ୍ତ କରାଯାଇଥିଲା । ଶ୍ରୀକୁମାର ବର୍ତ୍ତମାନ ଜେଲରେ ଥିବାବେଳେ ଭଟ ପାଲାନପୁର ଜେଲରେ ଅଛନ୍ତି, ଯେଉଁଠାରେ ସେ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି ।

ଏହା ବି ପଢ଼ନ୍ତୁ: ଅଶ୍ୱିନୀ ବୈଷ୍ଣବଙ୍କ ମିଟିଂ ସମୟରେ ଶୋଇପଡ଼ିଥିଲେ ଅଧିକାରୀ, ଆଖିପିଛୁଳାକେ ଚାଲିଗଲା ଚାକିରି

ଏହା ବି ପଢ଼ନ୍ତୁ: Health Tips: ତକିଆ ତଳେ ମୋବାଇଲ୍ ରଖି ଶୋଉଛନ୍ତି କି? ହୋଇଯାଆନ୍ତୁ ସାବଧାନ