ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ଅର୍କେଷ୍ଟ୍ରା ଦଳର ଉଦଣ୍ଡ ନାଚ
Advertisement
Article Detail0/zeeodisha/odisha1306362

ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ଅର୍କେଷ୍ଟ୍ରା ଦଳର ଉଦଣ୍ଡ ନାଚ

ଉତ୍ତର ପ୍ରଦେଶ ମହାରାଜଗଞ୍ଜର ପାଦୋଲି ପ୍ରାଥମିକ ବିଦ୍ୟାଳୟକୁ ଏକ ଅର୍କେଷ୍ଟ୍ରା ଦଳ ଡକାଯାଇଥିଲା ଯେଉଁଥିରେ ଶିକ୍ଷକ ଓ ଛାତ୍ରଛାତ୍ରୀ ଙ୍କ ସମ୍ମୁଖରେ ଏକ ଅଶ୍ଳୀଳ ନୃତ୍ୟ ଅନୁଷ୍ଠିତ ହୋଇଥିଲା।ଏକ କାର୍ଯ୍ୟକ୍ରମରେ ପ୍ରଧାନଶିକ୍ଷକ ଏବଂ ଗ୍ରାମ ମୁଖ୍ୟଙ୍କ ଭୂମିକା ସାମ୍ନାକୁ ଆସିଛି।

ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ଅର୍କେଷ୍ଟ୍ରା ଦଳର ଉଦଣ୍ଡ ନାଚ

ଲକ୍ଷ୍ନୌ: ସ୍ୱାଧୀନତା ଦିବସରେ (Indipendence Day) ଅର୍କେଷ୍ଟ୍ରା ଦଳଙ୍କୁ ଡାକିବା ଜଣେ ସ୍କୁଲ ପ୍ରଧାନ ଶିକ୍ଷକଙ୍କୁ ମହଙ୍ଗା ପଡ଼ିଛି। ସ୍ୱାଧୀନତା ଦିବସରେ ମନୋରଞ୍ଜନ ପାଇଁ ଉତ୍ତର ପ୍ରଦେଶର ଏକ ସ୍କୁଲରେ ଅର୍କେଷ୍ଟ୍ରା ଦଳଙ୍କୁ ଡକାଯାଇଥିଲା। ସେମାନଙ୍କୁ ଡକାଇଥିଲେ ଉକ୍ତ ସ୍କୁଲର ପ୍ରଧାନଶିକ୍ଷକ। ତେବେ ଉକ୍ତ ଅର୍କେଷ୍ଟ୍ରା ଦଳ ସ୍ୱାଧୀନତା ଦିବସରେ ଉଦଣ୍ଡ ନାଚ କରିଥିଲେ। ଯାହାର ତଦନ୍ତ କରି ଉକ୍ତ ପ୍ରଧାନଶିକ୍ଷକଙ୍କୁ ଗିରଫ କରିଥିବା ନେଇ ସୂଚନା ରହିଛି। ତେବେ ଉକ୍ତ ସ୍ୱାଧୀନତା ଦିବସ ପାଳନ ସମୟର ଭିଜୁଆଲ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଘଟଣା ସମ୍ପର୍କରେ ସାମ୍ନାକୁ ଆସିଥିଲା। 

ସୋମବାର ଦିନ ଉତ୍ତର ପ୍ରଦେଶ ମହାରାଜଗଞ୍ଜର ପାଦୋଲି ପ୍ରାଥମିକ ବିଦ୍ୟାଳୟକୁ ଏକ ଅର୍କେଷ୍ଟ୍ରା ଦଳ ଡକାଯାଇଥିଲା ଯେଉଁଥିରେ ଶିକ୍ଷକ ଓ ଛାତ୍ରଛାତ୍ରୀ ଙ୍କ ସମ୍ମୁଖରେ ଏକ ଅଶ୍ଳୀଳ ନୃତ୍ୟ ଅନୁଷ୍ଠିତ ହୋଇଥିଲା।ଏକ କାର୍ଯ୍ୟକ୍ରମରେ ପ୍ରଧାନଶିକ୍ଷକ ଏବଂ ଗ୍ରାମ ମୁଖ୍ୟଙ୍କ ଭୂମିକା ସାମ୍ନାକୁ ଆସିଛି ବୋଲି ସେ କହିଛନ୍ତି। ପ୍ରଧାନଶିକ୍ଷକ ହରିଦ୍ୱାର ଚୌଧୁରୀଙ୍କୁ ନିଲମ୍ବିତ କରାଯାଇଛି ଏବଂ ଗ୍ରାମ ମୁଖ୍ୟ ଅନିଲ ଯାଦବଙ୍କ ବିରୋଧରେ ଏଫଆଇଆର ପଞ୍ଜିକରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି।

ଭିଡିଓରେ ନୃତ୍ୟଶିଳ୍ପୀମାନେ ଛାତ୍ରଛାତ୍ରୀଙ୍କ ଓ ଶିକ୍ଷକଙ୍କ ସାମ୍ନାରେ ନାଚୁଥିବା ଦେଖିବାକୁ ମିଳିବ। ପରେ ୟୁନିଫର୍ମରେ ଥିବା କିଛି ସ୍ଥାନୀୟ ଲୋକ ଏବଂ ପିଲାମାନେ ମଧ୍ୟ ଏଥିରେ ଯୋଗଦେବାର ନଜର ଆସିଛନ୍ତି।ତେବେ ଉତ୍ତରପ୍ରଦେଶ ଭଳି ସ୍ଥାନରେ ଏଭଳି ଘଟଣା ହେବା ବର୍ତ୍ତମାନ ସାଧାରଣ ରେ ଚର୍ଚ୍ଚାର ବିଷୟ ପାଲଟିଛି । ଦେଶର ତାର ବୀର ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାକୁ ହର ଘର ତ୍ରିରଙ୍ଗା ଅଭିଯାନ ଚଳାଇଥିବା ବେଳେ ବର୍ତ୍ତମାନ ଏହି ଘଟଣାକୁ ସବୁ ମହଲରେ ନିନ୍ଦା କରାଯାଉଛି ।