Bihar Politics: ବିଜେପି ସହ ମେଣ୍ଟ ଭାଙ୍ଗିବା ପରେ ଦଳୀୟ ନେତାଙ୍କୁ ଜେଡିୟୁ ଅଧ୍ୟକ୍ଷଙ୍କ ଟାର୍ଗେଟ
Advertisement
Article Detail0/zeeodisha/odisha1298439

Bihar Politics: ବିଜେପି ସହ ମେଣ୍ଟ ଭାଙ୍ଗିବା ପରେ ଦଳୀୟ ନେତାଙ୍କୁ ଜେଡିୟୁ ଅଧ୍ୟକ୍ଷଙ୍କ ଟାର୍ଗେଟ

Breakdown of BJP JDU Alliance: ଜେଡିୟୁ ଅଧ୍ୟକ୍ଷ ଲଲନ ସିଂହ ଗୁରୁବାର ଦାବି କରି କହିଛନ୍ତି ଯେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ୨୦୧୭ ବର୍ଷରେ ମହାମେଣ୍ଟ ଛାଡି ଚାରି ଦଳର ୪ ଜଣ ନେତାଙ୍କ ଭୁଲ ପରାମର୍ଶ କ୍ରମେ ବିଜେପି ନେତୃତ୍ୱାଧିନ ଏନଡିଏ ମେଣ୍ଟରେ ସାମିଲ ହୋଇ ସରକାର ଗଠନ କରିଥିଲେ। ଯାହା ପରେ ଦଳ ଲାଗି ଏକ ବଡ ଭୁଲ ବୋଲି ପ୍ରମାଣିତ ହୋଇଥିଲା।।

Bihar Politics: ବିଜେପି ସହ ମେଣ୍ଟ ଭାଙ୍ଗିବା ପରେ ଦଳୀୟ ନେତାଙ୍କୁ ଜେଡିୟୁ ଅଧ୍ୟକ୍ଷଙ୍କ ଟାର୍ଗେଟ

Breakdown of BJP JDU Alliance: ବିଜେପି ନେତୃତ୍ୱାଧିନ ଏନଡିଏ ମେଣ୍ଟରୁ ବାହାରି ଯାଇ ବିହାରରେ ଆରଜେଡି ସମର୍ଥନରେ ସରକାର ଗଠନ କରିଛି ଜେଡିୟୁ। ହେଲେ ଏହା ସତ୍ତ୍ୱେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଦଳରେ ସବୁକିଛି ଠିକ ଠାକ ନାହିଁ। ବିଜେପିକୁ ସମର୍ଥନ କରିବାକୁ ଜେଡିୟୁ ନେତା ପରସ୍ପରକୁ ଦୋଷାରୋପ କରିବାରେ ଲାଗିଛନ୍ତି। ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଜେଡିୟୁ ଅଧ୍ୟକ୍ଷ ଲଲନ ସିଂହ ଗୁରୁବାର ଦାବି କରି କହିଛନ୍ତି ଯେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ୨୦୧୭ ବର୍ଷରେ ମହାମେଣ୍ଟ ଛାଡି ଚାରି ଦଳର ୪ ଜଣ ନେତାଙ୍କ ଭୁଲ ପରାମର୍ଶ କ୍ରମେ ବିଜେପି ନେତୃତ୍ୱାଧିନ ଏନଡିଏ ମେଣ୍ଟରେ ସାମିଲ ହୋଇ ସରକାର ଗଠନ କରିଥିଲେ। ଯାହା ପରେ ଦଳ ଲାଗି ଏକ ବଡ ଭୁଲ ବୋଲି ପ୍ରମାଣିତ ହୋଇଥିଲା।।

ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଜେଡିୟୁ ଅଧ୍ୟକ୍ଷ ଲଲନ ସିଂହ (JDU President Lalan Singh) କହିଛନ୍ତି ବିଜେପି ନେତୃତ୍ୱାଧିନ ଏନଡିଏ ମେଣ୍ଟରେ ସାମିଲ ହେବା ଲାଗି ନୀତିଶ କୁମାରଙ୍କୁ ଦଳର ୪ ଜଣ ନେତା ପରାମର୍ଶ ଦେଇଥିଲେ। ଦଳର ସେହି ୪ ଜଣ ପରାମର୍ଶଦାତାଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଦଳର ଜାତୀୟ ସାଧାରଣ ସମ୍ପାଦକ (JDU National General Secretary) ସଞ୍ଜୟ ଝା (Sanjay Jha)। ମହାମେଣ୍ଟ (Grand Alliance Bihar) ଛାଡି ଏନଡିଏ ମେଣ୍ଟରେ ସାମିଲ ହେବାକୁ ସେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ (CM Nitish Kumar) ଏକ ଭୁଲ ପରାମର୍ଶ ଦେଇଥିଲେ।

ସେହିପରି ଅନ୍ୟ ଜଣେ ପରାମର୍ଶଦାତା ହେଉଛନ୍ତି ବର୍ତ୍ତମାନର ରାଜ୍ୟସଭା ଉପାଧ୍ୟକ୍ଷ (Rajya Sabha Deputy Chairman) ହରିବଂଶ ନାରାୟଣ ସିଂହ (Harivansh Narayan Singh)। ସେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ମହାମେଣ୍ଟ ଛାଡି ଏନଡିଏ ମେଣ୍ଟରେ ଯୋଗଦେବାକୁ ପରାମର୍ଶ ଦେଇଥିଲେ। ସେ ହେଉଛନ୍ତି ଏକମାତ୍ର ଜେଡିୟୁ ନେତା ଯିଏ ଏହି ବୈଠକରେ ଯୋଗ ଦେଇନଥିଲେ। ମୁଁ ଯେତେବେଳେ ଫୋନ୍ ଯୋଗେ ତାଙ୍କ ସହ ଯୋଗାଯୋଗ କଲି ସେତେବେଳେ ସେ ମୋତେ କହିଥିଲେ ଯେ ନୀତୀଶ କୁମାର ତାଙ୍କୁ ସାଧାରଣ ଜୀବନରେ ଆଣିଛନ୍ତି ଏବଂ ସେ ତାଙ୍କ ନିଷ୍ପତ୍ତିକୁ ସମର୍ଥନ କରୁଛନ୍ତି।

Also Read: Nitish Kumar: 'ଉପରାଷ୍ଟ୍ରପତି କିମ୍ବା ମୁଖ୍ୟମନ୍ତ୍ରୀ ହେବାକୁ ମୁଁ ଚାହୁଁନଥିଲି'

ଅନ୍ୟଜଣେ ପରାମର୍ଶଦାତା ହେଉଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ (Former Union Minister) ତଥା ଦଳର ପୂର୍ବତନ ରାଜ୍ୟସଭା ସାଂସଦ (Former JDU Rajya Sabha MP) ଆରସିପି ସିଂହ (RCP Singh)।  ଯିଏ ବର୍ତ୍ତମାନ ବିଜେପି ଏଜେଣ୍ଟ ଭାବେ ବୁଲୁଛନ୍ତି। ସେ ଜେଡିୟୁ ସହିତ ରହୁଥିଲେ କିନ୍ତୁ ବିଜେପି ଏଜେଣ୍ଟ ଭାବେ କାମ କରୁଥିଲେ। ଜଣେ ବିଜେପି ପ୍ରଭାରୀ (BJP Incharge) ନିୟମିତ ଭାବେ ତାଙ୍କ ଘରକୁ ଯାଇ ନୀତୀଶ କୁମାରଙ୍କ ଠାରୁ ଦାବି କରିବାକୁ କହିଥିଲେ। ଯଦି ସେହି ପ୍ରାର୍ଥୀ ବିଧାନସଭା ନିର୍ବାଚନରେ ​​ଜିତନ୍ତି ତାହେଲେ ସେମାନେ ସେମାନେ ଆପଣଙ୍କ ଲୋକ ହେବେ। ନିର୍ବାଚନ ହାରିଗଲେ ନୀତୀଶ କୁମାର ଦୁର୍ବଳ ହୋଇଯିବେ। ନୀତୀଶ କୁମାର ଆରସିପି ସିଂହଙ୍କୁ ଅନ୍ଧ ଭଳି ବିଶ୍ୱାସ କରୁଥିଲେ। ମାତ୍ର ନୀତୀଶ କୁମାରଙ୍କ ପିଠିରେ ଛୁରୀ ମାରିଥିଲେ ଆରସିପି ସିଂହ। ବର୍ତ୍ତମାନ ସେ ଦଳର ନେତା ନୀତୀଶ କୁମାରଙ୍କୁ ସର୍ବସାଧାରଣରେ ପ୍ରବଚନ ଦେଉଛନ୍ତି। ଦଳ ବିରୋଧି କାର୍ଯ୍ୟକଳାପରେ ଆରସିପି ସିଂହ ଜଡିତ ରହିଥିଲେ। ଚତୁର୍ଥ ପରାମର୍ଶଦାତା କିଏ ତାଙ୍କ ନାଁ କହିନାହାଁନ୍ତି ଜେଡିୟୁ ଅଧ୍ୟକ୍ଷ ଲଲନ ସିଂହ। ଯଦିଓ ସୂଚାଇ ଦେଇଛନ୍ତି ଯେ ସେ ଭାରତ ରାଷ୍ଟ୍ରପତିଙ୍କ ପରାମର୍ଶଦାତା ହେବେ।