Bihar Politics: ରାଜ୍ୟରେ ଗଠିତ ୭ ଦଳିଆ ମେଣ୍ଟ ସରକାର
Advertisement
Article Detail0/zeeodisha/odisha1295924

Bihar Politics: ରାଜ୍ୟରେ ଗଠିତ ୭ ଦଳିଆ ମେଣ୍ଟ ସରକାର

Bihar Political Crisis:  ମଙ୍ଗଳବାର ଅପରାହ୍ନରେ ବିହାର ରାଜ୍ୟପାଳ ଫଗୁ ଚୌହାନଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ଜେଡିୟୁ ନେତା ନୀତିଶ କୁମାର ଆରଜେଡି ନେତୃତ୍ୱାଧିନ ମହାଗଠବନ୍ଧନ ସମର୍ଥନରେ ସରକାର ଗଠନ କରିବା ନେଇ ଦାବି ଜଣାଇଛନ୍ତି।

Bihar Politics: ରାଜ୍ୟରେ ଗଠିତ ୭ ଦଳିଆ ମେଣ୍ଟ ସରକାର

Bihar Political Crisis: ବିଜେପି ସହ ମେଣ୍ଟ ଭାଙ୍ଗି ମୁଖ୍ୟମନ୍ତ୍ରୀ ପଦରୁ ନୀତିଶ କୁମାର ଇସ୍ତଫା ଦେବା ପରେ ସରଗରମ ହୋଇଉଠିଛି ବିହାର ରାଜନୀତି। ରାଜ୍ୟର ବିଜେପି ସମର୍ଥିତ ଏନଡିଏ ସରକାର ଗାଦିଚ୍ୟୁଚ ହେବା ପରେ ଏବେ ରାଜ୍ୟର ଶାସନ ଗାଦି ଦଖଲ କରିବା ପାଇଁ ପ୍ରୟାସ ଆରମ୍ଭ କରିଛି ବିରୋଧି ଆସନରେ ବସିଥିବା ମହାଗଠବନ୍ଧନ। ରାଜ୍ୟରେ ସାତୋଟି ଦଳଙ୍କୁ ନେଇ ଏକ ମେଣ୍ଟ ସରକାର ଗଠନ ହେବାକୁ ଯାଉଛି। 
 
ମଙ୍ଗଳବାର ଅପରାହ୍ନରେ ବିହାର ରାଜ୍ୟପାଳ ଫଗୁ ଚୌହାନଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ଜେଡିୟୁ ନେତା ନୀତିଶ କୁମାର ଆରଜେଡି ନେତୃତ୍ୱାଧିନ ମହାଗଠବନ୍ଧନ ସମର୍ଥନରେ ସରକାର ଗଠନ କରିବା ନେଇ ଦାବି ଜଣାଇଛନ୍ତି। ଏହା ପରେ ଉଭୟ ନୀତୀଶ କୁମାର ଏବଂ ତେଜସ୍ୱୀ ଯାଦବ ମିଳିତ ସାମ୍ବାଦିକ ସମ୍ମିଳନୀ କରି ପରସ୍ପରକୁ ପ୍ରଶଂସା କରିଥିଲେ ଏବଂ ବିହାରରେ ପରବର୍ତ୍ତୀ ସରକାର ଗଠନ ଯୋଜନା ବାବଦରେ କହିଥିଲେ।
  
ଏହି ସମ୍ବାଦିକ ସମ୍ମଳନୀରେ ବିହାର ବିରୋଧି ଦଳ ନେତା (Bihar Opposition Leader) ତଥା ଆରଜେଡି ବିଧାୟକ ତେଜସ୍ୱୀ ଯାଦବ (RJD MLA Tejashwi Yadav)  ତେଜସ୍ୱୀ ଯାଦବ କହିଛନ୍ତି ଯେ ବିହାର ବିରୋଧୀ ଦଳକୁ ରାସ୍ତା ଦେଖାଇଛି। ଆମେ ସମାଜବାଦୀ ଲୋକ। ନୀତୀଶ କୁମାର ହେଉଛନ୍ତି ସବୁଠାରୁ ଅଭିଜ୍ଞ ମୁଖ୍ୟମନ୍ତ୍ରୀ। ଆମର ଉଦ୍ଦେଶ୍ୟ ହେଉଛି ସମ୍ବିଧାନକୁ ବଞ୍ଚାଇବା। ବିହାର ରାଜନୀତିରେ ବିଜେପି ଏଜେଣ୍ଡା ଚାଲିବାକୁ ଦିଆଯିବ ନାହିଁ। ବିରୋଧି ଦଳକୁ ହଟାଇବାକୁ ବିଜେପି ଚାହୁଁଛି। ରାଜ୍ୟରେ ଗଠନ ହେବାକୁ ଯାଉଥିବା ମହାଗଠବନ୍ଧନ ସରକାରରେ ନୀତିଶ କୁମାର ହେଉଛନ୍ତି ଆମର ସର୍ବମାନ୍ୟ ନେତା। ବିହାର ରାଜନୀତିରେ ଏବେ ବିଜେପି ଏକୁଟିଆ ହୋଇଯାଇଛି। ହିନ୍ଦୀ ଭାଷା-ଭାଷୀ ଅଞ୍ଚଳରେ ବିଜେପି ପାଖରେ କୌଣସି ସହଯୋଗୀ ନାହାଁନ୍ତି। ନୀତିଶ କୁମାର ଦେଶର ସବୁଠାରୁ ଅଭିଜ୍ଞ ମୁଖ୍ୟମନ୍ତ୍ରୀ। ଯେଉଁ ଦଳ ସହିତ ବିଜେପି ଗଠବନ୍ଧନ କରେ ସେହି ଦଳକୁ ଧ୍ୱଂସ କରିଦିଏ। ପଞ୍ଜାବ ଏବଂ ମହାରାଷ୍ଟ୍ର ରାଜନୀତିରେ ଏପରି ଘଟଣା ଘଟିବାର ଆମେ ଦେଖିଛୁ। ବିହାରରେ ସରକାର ଗଠନ କରିବା ପାଇଁ ଜେଡିୟୁ ଉଦ୍ଦେଶ୍ୟରେ ସମର୍ଥନ ଦେଇପାରେ ଆରଜେଡି। ବିଭାଗ ଆବଣ୍ଟନ ଉପରେ କୌଣସି ମତଭେଦ ରହିବ ନାହିଁ। ଆମ ପାଖରେ ୧୦୬ ବିଧାୟକଙ୍କ ସମର୍ଥନ ରହିଛି। ଯଦି ବିଜେପି ଅସ୍ଥିରତା ସୃଷ୍ଟି କରିବାକୁ ଚେଷ୍ଟା କରେ କିମ୍ବା ରାଷ୍ଟ୍ରପତିଙ୍କ ନିୟମ ଲାଗୁ କରିବାକୁ ଚେଷ୍ଟା କରେ ତାହେଲେ ଆମେ ସେମାନଙ୍କୁ ଉପଯୁକ୍ତ ଜବାବ ଦେବୁ। ବର୍ତ୍ତମାନ ତାଙ୍କୁ ଲୋକଙ୍କ ସମସ୍ୟାର ସମାଧାନ କରିବାକୁ ହେବ। ବେକାରୀ, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଜଳସେଚନ ଭଳି ବିଷୟ ଉପରେ କାର୍ଯ୍ୟ କରିବାକୁ ହେବ। ମୁଁ ମୁଖ୍ୟମନ୍ତ୍ରୀ ହେବାକୁ ତତ୍ପର ନୁହେଁ। ତଥାପି ଆମର ବିଧାୟକ ଚାହାଁନ୍ତି ଯେ ଆରଜେଡି ଏକକ ବୃହତ ଦଳ ହୋଇଥିବାରୁ ମୁଁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରେ।

Also Read: Bihar Politics: ପୁଣି ଏକାଠି ହେବେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ! ସମର୍ଥନ ଦେବାକୁ ହେଲା ଘୋଷଣା

ଏହି ସାମ୍ବାଦିକ ସମ୍ମିଳନୀ ପୂର୍ବରୁ ମହାଗଠବନ୍ଧନର ସମସ୍ତ ବିଧାୟକଙ୍କୁ ସମ୍ବୋଧିତ କରି କହି ବିରୋଧ ଦଳ ନେତା ତେଜସ୍ୱୀ ଯାଦବ କହିଥିଲେ ଯେ ସେ ମୁଖ୍ୟମନ୍ତ୍ରୀ ହେବାକୁ ତତ୍ପର ନୁହଁନ୍ତି। ନୀତୀଶ କୁନାରଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ଜାରି ରଖିବାକୁ ସେ ତାହୁଁଛନ୍ତି। ମହାଗଠବନ୍ଧନ ପକ୍ଷରୁ ଗଠନ ହେବାକୁ ଯାଉଥିବା ସରକାରରେ ତେଜସ୍ୱୀ ଯାଦବଙ୍କ ଆଖି ଗୃହ ବିଭାଗ ଉପରେ ରହିଛି। ଯାହାକୁ ନୀତୀଶ କୁମାର ସର୍ବଦା ନିଜ ପାଖରେ ରଖିଛନ୍ତି। 

ବିଜେପି (BJP) ସହ ମେଣ୍ଟ ଭାଙ୍ଗିବା ଏବଂ ବିହାର ମୁଖ୍ୟମନ୍ତ୍ରୀ ପଦରୁ (Bihar CM Post) ଇସ୍ତଫା ଦେବା ପରେ ପ୍ରତିକ୍ରିୟା ରଖିଛନ୍ତି ନୀତିଶ କୁମାର (Nitish Kumar)। ବିଜେପି ଜେଡିୟୁକୁ ଶେଷ କରିବା ପାଇଁ ଷଡଯନ୍ତ୍ର କରୁଥିବାର ଅଭିଯୋଗ କରିଛନ୍ତି ସେ। ବିଜେପି ସବୁବେଳେ ଅପମାନିତ କରିଛି। ଜେଡିୟୁ (JDU) ବିଧାୟକ ଦଳ ବୈଠକରେ ଯୋଗ ଦେବା ଅବସରରେ ପ୍ରତିକ୍ରିୟା ରଖି ନୀତୀଶ କୁମାର କହିଛନ୍ତି ବିହାର ରାଜନୀତିରୁ (Bihar Politics) ଜେଡିୟୁ କୁ ହଟାଇବା ପାଇଁ ବିଜେପି (BJP) ଷଡଯନ୍ତ୍ର କରୁଛି। ବିଜେପି ମୋତେ ସବୁବେଳେ ଅପମାନିତ କରିଛି। ବିଜେପି ଜେଡିୟୁ ବିଧାୟକଙ୍କୁ କିଣିବା ପାଇଁ ବିଜେପି ପ୍ରସ୍ତୁତି କରିଥିଲା। ଏହି ବୈଠକରେ ଯୋଗ ଦେବା ଅବସରରେ ଅନେକ ଜେଡିୟୁ ବିଧାୟକ, ବିଧାନ ପରିଷଦ ସଦସ୍ୟ ନୀତୀଶ କୁମାରଙ୍କୁ କହିଛନ୍ତି ଯେ ସହଯୋଗୀ ଦଳ ବିଜେପି ସେମାନଙ୍କୁ ଗତ ୨୦୨୦ ବର୍ଷରୁ ଦୁର୍ବଳ କରିବାକୁ ଚେଷ୍ଟା କରୁଛି। 

ଚିରାଗ ପାସୱାନଙ୍କ (Chirag Paswan) ନାମ ନ ନେଇ ସେ କହିଥିଲେ ଯେ ଚିରାଗ ମଡେଲ (Chirag Model) ହେଉଛି ଏହାର ଏକ ଉଦାହରଣ। ଯଦି ସେମାନେ ବର୍ତ୍ତମାନ ସତର୍କ ହୋଇନଥାନ୍ତେ ତାହେଲେ ଦଳ ପାଇଁ ଏହା ଭଲ ହୋଇନଥାନ୍ତା। ବିହାର ରାଜ୍ୟପାଳଙ୍କ ନିକଟରେ ଇସ୍ତଫା ଦାଖଲ କରିବା ପରେ ଜେଡିୟୁ ନେତା ନୀତୀଶ କୁମାର କହିଛନ୍ତି ଯେ ଦଳର ସମସ୍ତ ସାଂସଦ ଏବଂ ବିଧାୟକ ସହମତ ହୋଇଛନ୍ତି ଯେ ଆମେ ଏନଡିଏ ମେଣ୍ଟ ଛାଡିଦେବା ଆବଶ୍ୟକ। ଭବିଷ୍ୟତରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀା ହେବା ନେଇ ପଚରା ଯାଇଥିବା ପ୍ରଶ୍ନ ଉପରେ କୌଣସି ଜବାବ ରଖିନାହାଁନ୍ତି ନୀତିଶ କୁମାର।

Also Read: Bihar Politics: ଭାଙ୍ଗିଲା BJP-JDU ମେଣ୍ଟ, ନୂତନ ସରକାର ଗଠନ ପାଇଁ ପ୍ରୟାସ ଆରମ୍ଭ

ମହାଗଠବନ୍ଧ ସରାକରରେ ସାମିଲ ହେବାକୁ ଯାଉଥିବା ଦଳ ଏବଂ ସେମାନଙ୍କ ବିଧାୟକ ସଂଖ୍ୟା

  • ଆରଜେଡି: ୭୯
  • ଜେଡିୟୁ: ୪୫
  • କଂଗ୍ରେସ: ୧୯
  • ସିପିଆଇଏମଏଲ: ୧୨
  • ହିନ୍ଦୁସ୍ତାନୀ ଆୱାମୀ ମୋର୍ଚ୍ଚା: ୪
  • ସିପିଆଇ:  ୨
  • ସିପିଏମ: ୨
  • ସ୍ୱାଧିନ:  ୧ 
  • ମୋଟ: ୧୬୪