Jammu Kashmir: କ'ଣ ଏହି ୨୫ ଲକ୍ଷ ମତଦାତା ମାମଲା; ଯାହାକୁ ନେଇ ସୃଷ୍ଟି ହୋଇଛି ବିବାଦ
Advertisement
Article Detail0/zeeodisha/odisha1314678

Jammu Kashmir: କ'ଣ ଏହି ୨୫ ଲକ୍ଷ ମତଦାତା ମାମଲା; ଯାହାକୁ ନେଇ ସୃଷ୍ଟି ହୋଇଛି ବିବାଦ

Jammu Kashmir Voter List: ରାଜ୍ୟର ମତଦାତା ତାଲିକାରେ ୨୫ ଲକ୍ଷରୁ ଅଧିକ ଅତିରିକ୍ତ ମତଦାତାଙ୍କୁ ଯୋଡିବାକୁ ନେଇ ସୃଷ୍ଟି ହୋଇଛି ବିବାଦ। କିଛି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ଦ୍ୱାରା ମତଦାତା ତାଲିକା ସମ୍ପର୍କିତ ତଥ୍ୟ ଭୁଲ ଭାବରେ ଉପସ୍ଥାପିତ ହୋଇଛି ବୋଲି  ଜାମୁ କାଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳ ପ୍ରଶାସନ ପକ୍ଷରୁ କୁହାଯାଇଛି। 

Jammu Kashmir: କ'ଣ ଏହି ୨୫ ଲକ୍ଷ ମତଦାତା ମାମଲା; ଯାହାକୁ ନେଇ ସୃଷ୍ଟି ହୋଇଛି ବିବାଦ

Jammu Kashmir: ଜାମୁ କାଶ୍ମୀର ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟର ମତଦାତା ତାଲିକାରେ ୨୫ ଲକ୍ଷରୁ ଅଧିକ ଅତିରିକ୍ତ ମତଦାତାଙ୍କୁ ଯୋଡିବାକୁ ନେଇ ସୃଷ୍ଟି ହୋଇଛି ବିବାଦ। କିଛି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ଦ୍ୱାରା ମତଦାତା ତାଲିକା ସମ୍ପର୍କିତ ତଥ୍ୟ ଭୁଲ ଭାବରେ ଉପସ୍ଥାପିତ ହୋଇଛି ବୋଲି  ଜାମୁ କାଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳ ପ୍ରଶାସନ ପକ୍ଷରୁ କୁହାଯାଇଛି। ରାଜ୍ୟର ମତାଦାତା ତାଲିକା ସଂଶୋଧନ ସହିତ ସ୍ଥାନୀୟ ମତାଦାତାଙ୍କୁ ମତଦାତା ତାଲିକାରେ ଅନ୍ତର୍ଭୁକ୍ତ କରାଯିବ ବୋଲି ପ୍ରଶାସନ କହିଛି।

ଏନେଇ ସୂଚନା ଏବଂ ଲୋକସମ୍ପର୍କ ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି ଯେ ସମୟ ସମୟରେ ନିର୍ବାଚନ ଆୟୋଗ (Election Commission of India) ଦ୍ୱାରା ଧାର୍ଯ୍ୟ କରାଯାଇଥିବା ପ୍ରକ୍ରିୟା ଅନୁଯାୟୀ ମତଦାତା ତାଲିକା ସଂକ୍ଷେପରେ ସଂଶୋଧିତ (Voter List Verification) କରାଯଇଥାଏ। କାଶ୍ମୀରୀ ମୂଳ ବାସିନ୍ଦାଙ୍କ (Native Kashmiri Resident) ଲାଗି ସେମାନଙ୍କ ନିଜ ନିର୍ବାଚନମଣ୍ଡଳୀ ମତଦାତା ତାଲିକାରେ ସେମାନଙ୍କ ନାଁ ସାମିଲ କରାଇବା ବ୍ୟବସ୍ଥାରେ କୌଣସି ବିଶେଷ ପରିବର୍ତ୍ତନ କରାଯାଇ ନାହିଁ। ମତଦାତା ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ ହେବା ପରେ ୨୫ ଲକ୍ଷରୁ ଅଧିକ ମତଦାତାଙ୍କୁ ମତଦାତା ତାଲିକାରେ ସାମିଲ କରାଯିବ ବୋଲି ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିଲା।

ଏହି ପ୍ରସଙ୍ଗରେ ଜାମୁ କାଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳ ପ୍ରଶାସନ (Jammu Kashmir Union Territory Administration) ପକ୍ଷରୁ କୁହାଯାଇଛି ଯେ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ଦ୍ୱାରା ମତଦାତା ତାଲିକା ସମ୍ପର୍କିତ ତଥ୍ୟ ଭୁଲ ଭାବରେ ଉପସ୍ଥାପିତ କରାଯାଇଛି। ବର୍ତ୍ତମାନର ଜାମୁ କାଶ୍ମୀରର ବାସିନ୍ଦାଙ୍କୁ (Resident of Jammu and Kashmir) ମତାଦାତା ତାଲିକାରେ ସଂଶୋଧିତ କରି  ଅନ୍ତର୍ଭୂକ୍ତ କରାଯିବ। ମତଦାତାଙ୍କ ସଂଖ୍ୟା ବଢିବା ସେହି ଲୋକଙ୍କୁ କାରଣରୁ ହୋଇଛି ଯେଉଁମାନଙ୍କୁ ୧୮ ବର୍ଷ ବୟସ ହୋଇସାରିଲାଣି। 

Also Read: Jammu Kashmir: କେବେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ? ଜବାବ ରଖିଲେ ପ୍ରତିରକ୍ଷା ମନ୍ତ୍ରୀ

ଜାମୁ କାଶ୍ମୀରକୁ ସ୍ୱତନ୍ତ୍ରତା ପ୍ରଦାନ କରୁଥିବା ୩୭୦ ଧାରା ଉଚ୍ଛେଦ କରାଯିବା ପରେ ପ୍ରଥମ ଥର ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସ୍ପଷ୍ଟୀକରଣ ରାଜ୍ୟର ମତଦାତା ତାଲିକାରେ ନୂତନ ମତଦାତାଙ୍କୁ ଯୋଡିବାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ପରେ ଆସିଛି। ପିପୁଲ୍ସ   ଡେମୋକ୍ରାଟିକ ପାର୍ଟି ଏବଂ ନ୍ୟସନାଲ କନଫରେନ୍ସ ଭଳି ଅଭିଯୋଗ କରିଥିଲେ ଯେ ଅଣ ସ୍ଥାନୀୟ ଲୋକଙ୍କୁ ନିର୍ବାଚନ ତାଲିକାରେ ଅନ୍ତର୍ଭୂକ୍ତ କରି ଜାମୁ କାଶ୍ମୀରବାସୀଙ୍କୁ ବହିଷ୍କାର କରିବା ପାଇଁ ଏହା ଏକ ଷଡଯନ୍ତ୍ର। ଏହାକୁ କୌଣସି ପରିସ୍ଥିତିରେ ସ୍ୱୀକାର କରାଯିବ ନାହିଁ। 

ସୂଚନା ଏବଂ ଲୋକସମ୍ପର୍କ ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି ଯେ ଗତ ୨୦୧୧ ବର୍ଷରେ ଜାମୁ କାଶ୍ମୀରରେ ମୋଟ ୬୬ ଲକ୍ଷ ୯୨୧ ଜଣ ମତଦାତା ରହିଥିଲେ। ମତଦାତା ତାଲିକା ସଂଶୋଧିତ ହେବା ପରେ ବର୍ତ୍ତମାନ ଏହି ସଂଖ୍ୟା ୭୬ ଲକ୍ଷ ୨ ହଜାର ୩୯୭ ରହିଛି। ମତଦାତା ସଂଖ୍ୟା ବଢିବା ପଛରେ ରହିଥିବା ମୁଖ୍ୟ କାରଣ ହେଉଛି ନିର୍ବାଚନ ଆୟୋଗ ସେହି ଲୋକଙ୍କୁ ମତଦାତା ତାଲିକାରେ ସାମିଲ କରିଛି ଯେଉମାନଙ୍କୁ ୧୮ ବର୍ଷ ବୟସ ହୋଇସାରିଛି।  

ଗତ ୨୦୧୯ ଅଗଷ୍ଟ ୫ ତାରିଖରେ ଜାମୁ କାଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପ୍ରଦାନ କରୁଥିବା ୩୭୦ ଏବଂ ୩୫ଏ  ଧାରାକୁ ହଟାଇଥିଲା ଭାରତୀୟ ସଂସଦ। ଏହା ପରେ ଅବିଭକ୍ତ ଜାମୁ କାଶ୍ମୀର ରାଜ୍ୟକୁ ୨ ଭାଗରେ ବିଭକ୍ତ କରାଯାଇ ଜାମୁ କାଶ୍ମୀର ଏବଂ ଲଦାଖ ନାମରେ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ଗଠନ କରାଯାଇଥିଲା।