Amarinder Join BJP: ବିଜେପିରେ ମିଶିଲେ କ୍ୟାପଟେନ ଅମରିନ୍ଦର ସିଂହ
Advertisement
Article Detail0/zeeodisha/odisha1358562

Amarinder Join BJP: ବିଜେପିରେ ମିଶିଲେ କ୍ୟାପଟେନ ଅମରିନ୍ଦର ସିଂହ

Panjab Politics: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପଞ୍ଜାବ ଲୋକ କଂଗ୍ରେସ (ପିଏଲସି) ମୁଖ୍ୟ କ୍ୟାପଟେନ ଅମରିନ୍ଦର ସିଂହ ସୋମବାର ବିଜେପିରେ ଯୋଗ ଦେଇଛନ୍ତି। ଏହା ସହିତ ପଞ୍ଜାବ ଲୋକ କଂଗ୍ରେସର ବିଜେପି ସହିତ ମିଶ୍ରିଣ ହୋଇଛି।

Amarinder Join BJP: ବିଜେପିରେ ମିଶିଲେ କ୍ୟାପଟେନ ଅମରିନ୍ଦର ସିଂହ

Panjab Politics: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପଞ୍ଜାବ ଲୋକ କଂଗ୍ରେସ (ପିଏଲସି) ମୁଖ୍ୟ କ୍ୟାପଟେନ ଅମରିନ୍ଦର ସିଂହ (Captain Amarinder Singh) ସୋମବାର ବିଜେପିରେ ଯୋଗ (Join BJP) ଦେଇଛନ୍ତି। ଏହା ସହିତ ପଞ୍ଜାବ ଲୋକ କଂଗ୍ରେସ (ପିଏଲସି)ର ବିଜେପି ସହିତ ମିଶ୍ରିଣ ହୋଇଛି। ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଏବଂ କିରନ ରିଜିଜୁ ଉପସ୍ଥିତ ଥିଲେ। ଏହି ଅବସରରେ ତୋମାର କହିଛନ୍ତି ଯେ, ବିଜେପି ସହିତ ପିଏଲସିର ମିଶ୍ରଣ ଦଳକୁ ମଜବୁତ କରିବ। ସେ ଗତ କିଛି ଦିନ ହେବ ପ୍ରଧାନମନ୍ତ୍ରୀ ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ। ଆଜି ସେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନାଡ୍ଡାଙ୍କ ସହ ଏକ ବୈଠକ କରିଥିଲେ। ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ଅମରିନ୍ଦର ସିଂ କଂଗ୍ରେସ ଉପରେ ନିରାଶ ହୋଇ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଓ ପଞ୍ଜାବ ଲୋକ କଂଗ୍ରେସ  (Punjab Lok Congress) ଭଳି ଏକ ନୂଆ ଦଳ ଗଠନ କରିଥିଲେ।

ବିଜେପି ଏବଂ ସୁଖଦେବ ସିଂ ଢିଣ୍ଡସାଙ୍କ ନେତୃତ୍ୱରେ ଲଢୁଥିବା ଶିରୋମଣି ଅକାଳୀ ଦଳ (ସଂଯୁକ୍ତ) ସହ ମିଳିତ ଭାବେ ବିଧାନସଭା ନିର୍ବାଚନରେ ​​ପିଏଲସି ପ୍ରତିଦ୍ୱନ୍ଦ୍ୱିତା କରିଥିଲା। ତେବେ ଏହାର କୌଣସି ପ୍ରାର୍ଥୀ ଜିତିପାରି ନଥିଲେ ଏବଂ କ୍ୟାପ୍ଟେନ ନିଜେ ମଧ୍ୟ ତାଙ୍କ ଗଡ଼ ପଟିଆଲା ସିଟି ଆସନରୁ ପରାସ୍ତ ହୋଇଥିଲେ।

ପୂର୍ବତନ ମୁଖ୍ୟମନ୍ତ୍ରୀ ସିଂଙ୍କ ପତ୍ନୀ ପ୍ରନୀତ କୌର ପଟିଆଲାରୁ କଂଗ୍ରେସର ସାଂସଦ। ପିଏଲସିକୁ ନିଜ ଦଳରେ ମିଶ୍ରଣ କରି ବିଜେପି ପଞ୍ଜାବରେ ନିଜର ସ୍ଥିତିକୁ ମଜବୁତ କରିବାକୁ ଚାହୁଁଛି। ସେପ୍ଟେମ୍ବର ୧୨ରେ ଶାହାଙ୍କ ସହ ସାକ୍ଷାତ ପରେ ଅମରିନ୍ଦର ସିଂ କହିଥିଲେ ଯେ, ଜାତୀୟ ସୁରକ୍ଷା, ପଞ୍ଜାବରେ ନିଶା କାରବାର ଓ ଆତଙ୍କବାଦ ମାମଲା ତଥା ରାଜ୍ୟର ସର୍ବଦଳୀୟ ବିକାଶ ପାଇଁ ଭବିଷ୍ୟତର ରୋଡମ୍ୟାପ ସହ ଜଡିତ ବିଭିନ୍ନ ପ୍ରସଙ୍ଗରେ ସେମାନେ ଅତ୍ୟନ୍ତ ସଫଳ ଆଲୋଚନା କରିଛନ୍ତି। ଦୁଇଥର ମୁଖ୍ୟମନ୍ତ୍ରୀ ଥିବା ସିଂ ହେଉଛନ୍ତି ପୂର୍ବତନ ପଟିଆଲା ରାଜ ପରିବାରର ବଂଶଧର।

ଏହା ବି ପଢନ୍ତୁ: Punjab Politics: ଆଉ ଦୂରେଇ ରହି ପାରିଲେ ନାହିଁ କ୍ୟାପଟେନ୍, ଆଜି BJPରେ ବିଲୟ ହେବ PLC

ପୂର୍ବରୁ ପିଏଲସି ମୁଖପାତ୍ର ପ୍ରୀତପାଲ ସିଂହ ବାଲିଆୱାଲ କହିଥିଲେ ଯେ, ଦିଲ୍ଲୀରେ ଦଳର ବରିଷ୍ଠ ନେତାଙ୍କ ଉପସ୍ଥିତିରେ କ୍ୟାପ୍ଟେନ ସୋମବାର ୧୯ ତାରିଖ ସୋମବାର ବିଜେପି ହାତ ଧରିବେ। ତାଙ୍କ ସହ ତାଙ୍କ ପୁଅ ରାନିନ୍ଦର ସିଂହ ଏବ ଝିଅ ଜୟ ଇନ୍ଦର କୌର ବିଜେପି ହାତ  ଧରିବେ ବୋଲି ସୂତ୍ରରୁ ପ୍ରକାଶ ପାଇଥିଲା। ତାଙ୍କ ସହ ରାଜ୍ୟର ଅନ୍ୟ କିଛି ନେତା ମଧ୍ୟ ଯୋଗଦେବେ। 

ଅମରିନ୍ଦର ସିଂ ପଞ୍ଜାବର ମୁଖ୍ୟମନ୍ତ୍ରୀ ଥିବା ସମୟରେ ତାଙ୍କର ଏକ ପ୍ରମୁଖ ପ୍ରତିଦ୍ବନ୍ଦି ଭାବେ ନବଜୋତ ସିଂହ ସିଦ୍ଧୁ ଉଭା ହୋଇଥିଲେ। ପ୍ରତ୍ୟକ ଦିନ ମୁଖ୍ୟମନ୍ତ୍ରୀ ଓ ସିଦ୍ଧୁଙ୍କ ମଧ୍ୟରେ ଛକା ପଞ୍ଝା ଲାଗିରହିଲା। ଫଳରେ ପଞ୍ଜାବରେ କଂଗ୍ରେସ ନିଜସ୍ବ ଟଣାଓଟରା ଭତରେ ଛନ୍ଦି ହୋଇ ଦୁର୍ବଳ ହେବାକୁ ଲାଗିଲା। କଂଗ୍ରେସରେ ଥିବା ଅନ୍ୟ ନେତାଙ୍କ ମଧ୍ୟରେ ଗୋଷ୍ଠି ତିଆରି ହୋଇଗଲା। ଆଉ ଏହାର ସୁଯୋଗ ନେଇ ବିଜେପି ପଞ୍ଜାବ କଂଗ୍ରେସରେ କଳହ ଲଗାଇଥିବା କଂଗ୍ରେସ ଅଭିଯୋଗ କରିଥିଲା। କିନ୍ତୁ ଶେଷରେ ତାହା ହିଁ ଘଟିଥିଲା ଯାହା ହବାର ଥିଲା। ଶେଷରେ ଅମରିନ୍ଦର ସିଂଙ୍କୁ କଂଗ୍ରେସ ଛାଡିବା ସହିତ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ପଡିଥିଲା। ଏହା ପରେ ଯେନତେନ ପ୍ରକାରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଦାୟିତ୍ବ ନେଇଥିଲେ ଜଣେ ଦଳିତ ନେତା ଚରଣଜିତ ସିଂହ ଚନ୍ନୀ।