Covid-19 fourth wave fear : ବାରବାଟୀ ଟି-୨୦ ପୂର୍ବରୁ କଟକରେ କୋରୋନା ବିସ୍ଫୋରଣ, ଦେଶରେ ପୁଣି ବଢିଲା ୪୦% ସଂକ୍ରମଣ
Advertisement
Article Detail0/zeeodisha/odisha1213263

Covid-19 fourth wave fear : ବାରବାଟୀ ଟି-୨୦ ପୂର୍ବରୁ କଟକରେ କୋରୋନା ବିସ୍ଫୋରଣ, ଦେଶରେ ପୁଣି ବଢିଲା ୪୦% ସଂକ୍ରମଣ

ରାଜ୍ୟରେ ଦିନକରେ ୩୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନରୁ ୧୮ ଓ ଲୋକାଲ କଣ୍ଟାକ୍ଟରୁ ୧୩ ପଜିଟିଭ୍। ବାରବାଟୀ ମ୍ୟାଚ୍ ପୂର୍ବରୁ କଟକରୁ ସର୍ବାଧିକ ୧୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେପଟେ ଦେଶରେ ଗତ ୨୪ ଘଣ୍ଟାରେ ପୁଣି ଥରେ ୪୦ ପ୍ରିତଶତରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସୌ- ସୋସିଆଲ ମିଡିଆ

ଚତୁର୍ଥ ଲହରର ସଙ୍କଟ ବେଳେ ରାଜ୍ୟରେ ଗତ ୨୪ ଘଣ୍ଚାରେ  ୩୧ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନରୁ ୧୮ ଜଣ ଏବଂ ଲୋକାଲ କଣ୍ଟାକ୍ଟରୁ ୧୩ ଜଣ ଚିହ୍ନଟ ହୋଇଛନ୍ତି। କଟକରୁ ସର୍ବାଧିକ ୧୬, ଖୋର୍ଦ୍ଧାରୁ ୧୦, ପୁରୀରୁ ଜଣେ, ଝାରସୁଗୁଡ଼ାରୁ ଜଣେ ଏବଂ ଷ୍ଟେଟପୁଲରୁ ୩ ଜଣ ଆକ୍ରାନ୍ତ ଜଣାପଡ଼ିଛନ୍ତି। ସେମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବୟସର ଆକ୍ରାନ୍ତ ସଂଖ୍ୟା ୨ ରହିଛି। ରାଜ୍ୟରେ କୋରୋନା ଆକ୍ରାନ୍ତ ସଂଖ୍ୟା ୧୨ ଲକ୍ଷ ୮୮ ହଜାର ୫୭୬କୁ ବୃଦ୍ଧି ପାଇଛି। ଏଯାଏ ୧୨ ଲକ୍ଷ ୭୯ ହଜାର ୨୭୦ ଜଣ ସୁସ୍ଥ ହେଲେଣି। ରାଜ୍ୟରେ ସକ୍ରିୟ ଆକ୍ରାନ୍ତ ସଂଖ୍ୟା ୧୨୭ ରହିଛି। ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏ ନେଇ ସୂଚନା ମିଳିଛି । 

ତେବେ ସବୁଠାରୁ ବଡ଼ କଥା ହେଲା ଜୁନ୍ ୧୨ରେ ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳାଯିବ। ଆଜି ଟିକେଟ୍ ପାଇଁ କାଉଣ୍ଟରରେ ଭିଡ଼ ଜମିଛି। କେବଳ ପୁରୁଷ ନୁହଁ ଶହ ଶହ ମହିଳାମାନେ ମଧ୍ୟ ଟିକଟ ପାଇଁ ଧାଡିବାନ୍ଧି ଠିଆ ହୋଇଛନ୍ତି। ଏଭଳି ସ୍ଥିତିରେ କଟକରେ ସର୍ବାଧିକ ୧୬ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ମୁଣ୍ଡବ୍ୟଥାର କାରଣ ପାଲଟିଛି। ବୁଧବାର ଠାରୁ ବାରବାଟୀର ଟିକଟ କାଉଣ୍ଟରରେ ଅସମ୍ଭାଳ ଭିଡ ଦେଖିବାକୁ ମିଳିଛି। ଲୋକେ କୋରୋନା କଟକଣା ମାନୁନଥିବା ଦେଖିବାକୁ ମିଳିଛି। ଏଭଳି କ୍ଷେତ୍ରରେ ବାରବାଟୀରୁ ମହାମାରୀର ବିସ୍ଫୋରଣ ନ ହେବ ତାହା କହିହେବ ନାହିଁ। 

Also Read: Weather Update : ଉପକୂଳରେ ଗୁଳୁଗୁଳି, ପଶ୍ଚିମରେ ଅସହ୍ୟ ତାତି

ସେପଟେ ଦେଶର ଗତ ୨୪ ଘଣ୍ଟାରେ ୭୨୪୦ଟି କୋରୋନାର ନୂଆ ମାମଲା ଟିହ୍ନଟ ହୋଇଥିବା ବେଳେ ୮ ଜଣଙ୍କର ମୃତ୍ୟୁ ହୋଇଛି। କୋଭିଡର ନୂତନ ସଂକ୍ରମଣ କ୍ଷେତ୍ରରେ ଏହା କ୍ରମାଗତ ଦ୍ୱିତୀୟ ଦିନରେ ପ୍ରାୟ ୪୦ ପ୍ରତିଶତ ଅଧିକା ମାମଲା ରେକର୍ଡ ହୋଇଛି। ର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ କୋଭିଡ କାରଣରୁ ମୋଟ ୫ ଲକ୍ଷ ୨୪ ହଜାର ୭୨୩ ଜଣଙ୍କର ମୃତ୍ୟୁ ହୋଇଛି। ଦେଶରେ ଦୈନିକ ସକରାତ୍ମକତା ହାର ବର୍ତ୍ତମାନ ୨.୧୩ ପ୍ରତିଶତ ଏବଂ ସାପ୍ତାହିକ ସକରାତ୍ମକତା ହାର ୧.୩୧ ପ୍ରତିଶତକୁ ବୃଦ୍ଧି ପାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ସାରା ଦେଶରେ ସକ୍ରିୟ ମାମଲା ସଂଖ୍ୟା ବର୍ତ୍ତମାନ ୩୨୪୯୮କୁ ବୃଦ୍ଧି ପାଇଛି। ସକ୍ରିୟ ମାମଲା ସମୁଦାୟ ସଂକ୍ରମଣର ୦.୦୮ ପ୍ରତିଶତ ଅଟେ। ବର୍ତ୍ତମାନ ଦେଶରେ କୋରୋନା ଆରୋଗ୍ୟ ହାର ୯୮.୭୧ ପ୍ରତିଶତକୁ ଖସି ଆସିଛି। ଅବଶ୍ୟ, ଗତ ୨୪ ଘଣ୍ଟା ମଧ୍ୟରେ ସମଗ୍ର ଦେଶରେ ମୋଟ ୩୫୯୧ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି, ଯାହାକି ନୂତନ ରୋଗୀଙ୍କ ସଂଖ୍ୟାର ଅଧାରୁ କମ୍ ଅଟେ।