Gold Silver Price: ପୁଣି ଖସିଲା ସୁନା-ରୁପା ଦର, ସୁନା ୪,୦୫୦ ଟଙ୍କା ତ ରୁପା ୧୩,୧୮୦ ଟଙ୍କା ମିଳୁଛି ଶସ୍ତା!
Advertisement
Article Detail0/zeeodisha/odisha1589675

Gold Silver Price: ପୁଣି ଖସିଲା ସୁନା-ରୁପା ଦର, ସୁନା ୪,୦୫୦ ଟଙ୍କା ତ ରୁପା ୧୩,୧୮୦ ଟଙ୍କା ମିଳୁଛି ଶସ୍ତା!

Gold Silver Price: ରୁପାର ସର୍ବକାଳୀନ ଉଚ୍ଚ ସ୍ତର ହେଉଛି କିଲୋଗ୍ରାମ ପିଛା ୭୯,୯୮୦ ଟଙ୍କା । ଅର୍ଥାତ ଆଜି ଯଦି ଆମେ ବର୍ତ୍ତମାନର ରୁପା ମୂଲ୍ୟ (Gold Price) କୁ ଏହାର ସର୍ବକାଳୀନ ରେକର୍ଡ ରେଟ ସହିତ ତୁଳନା କରୁ, ତେବେ ଆପଣ ଦେଖିବେ ଯେ ରୁପା ବର୍ତ୍ତମାନ ପ୍ରତି କିଲୋଗ୍ରାମ ପିଛା ୧୩,୧୮୦ ଟଙ୍କା ଶସ୍ତା ମୂଲ୍ୟରେ ବିକ୍ରି ହେଉଛି । 

Gold Silver Price: ପୁଣି ଖସିଲା ସୁନା-ରୁପା ଦର, ସୁନା ୪,୦୫୦ ଟଙ୍କା ତ ରୁପା ୧୩,୧୮୦ ଟଙ୍କା ମିଳୁଛି ଶସ୍ତା!

Today Gold-Silver Rate, Gold Silver Price: ଫେବୃଆରୀ ୨୭ (ସୋମବାର) ରେ ଦେଶରେ ସୁନା ଓ ରୁପା ମୂଲ୍ୟରେ ହ୍ରାସ ଘଟିଛି । ସେହିପରି ଅନ୍ତର୍ଜାତୀୟ ବଜାରରେ ମଧ୍ୟ ମୂଲ୍ୟବାନ ଧାତୁ ମୂଲ୍ୟ ଖସିଛି । ଯାହାର ପ୍ରଭାବ ଘରୋଇ ବଜାରରେ ଦେଖିବାକୁ ମିଳୁଛି । ଦେଶରେ ରବିବାର ବଜାର ବନ୍ଦ ଥିବାରୁ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ଦର ସ୍ଥିର ରହିଥିଲା । ସେହିପରି ଗତକାଲି ଅର୍ଥାତ ସୋମବାର ୨୪ କ୍ୟାରେଟ ୧୦ ସୁନା ଦରରେ ୧୬୦ ଟଙ୍କାର ହ୍ରାସ ଘଟିଛି ।  ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୫୬,୦୨୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ଏହାର ମୂଲ୍ୟ ୫୬,୧୮୦ ଟଙ୍କା ଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୧୫୦ ଟଙ୍କାର ହ୍ରାସ ଘଟିଛି । ଫଳରେ ୧୦ ଗ୍ରାମ ସୁନା ଦର ୫୧,୩୫୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ଏହାର ମୂଲ୍ୟ ୫୧,୫୦୦ ଟଙ୍କା ଥିଲା । 
 
ଗତକାଲି ଅର୍ଥାତ ସୋମବାର ଦେଶରେ ରୁପା ମୂଲ୍ୟ (Silver Price) ମଧ୍ୟ ହ୍ରାସ ଘଟିଛି । ରବିବାର ଅର୍ଥାତ ଫେବୃଆରୀ ୨୬ରେ ରୁପା ଦରରେ କୌଣସି ପରିବର୍ତ୍ତନ ଘଟି ନଥିଲା । ସେପଟେ ଗତକାଲି ରୁପା ମୂଲ୍ୟରେ ୭୦୦ ଟଙ୍କାର ହ୍ରାସ ଘଟିଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୬,୮୦୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୭,୫୦୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୬,୬୮୦ ଟଙ୍କା ଅଛି । ଯାହା ଗତକାଲି ୬,୭୫୦ ଟଙ୍କା ଥିଲା ।

ଅଲଟାଇମ୍ ହାଇରୁ ସୁନା ପ୍ରାୟ ୪,୦୫୦ ଟଙ୍କା ଓ ରୁପା ୧୩,୧୮୦ ଟଙ୍କା ମିଳୁଛି ଶସ୍ତା 

ଅଗଷ୍ଟ ୨୦୨୦ ମାସରେ  ସୁନା (Gold Price) ସର୍ବକାଳୀନ ଉଚ୍ଚ ରେଟରେ ପହଞ୍ଚିଥିଲା ।​ ୧୦ ଅଗଷ୍ଟ ୨୦୨୦ରେ ୨୨ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମ ପିଛା ୫୫,୪୦୦ ଟଙ୍କା ମୂଲ୍ୟରେ ପହଞ୍ଚିଥିଲା ।​ ଆଜି ଯଦି ଆମେ ବର୍ତ୍ତମାନର ସୁନା ମୂଲ୍ୟ (Gold Price) କୁ ଏହାର ସର୍ବକାଳୀନ ରେକର୍ଡ ରେଟ ସହିତ ତୁଳନା କରୁ, ତେବେ ଆପଣ ଦେଖିବେ ଯେ ସୁନା ବର୍ତ୍ତମାନ ପ୍ରତି ୧୦ ଗ୍ରାମ ପିଛା ୪,୦୫୦ ଟଙ୍କା ଶସ୍ତା ମୂଲ୍ୟରେ ବିକ୍ରି ହେଉଛି । ସେହିପରି ରୁପାର ସର୍ବକାଳୀନ ଉଚ୍ଚ ସ୍ତର ହେଉଛି କିଲୋଗ୍ରାମ ପିଛା ୭୯,୯୮୦ ଟଙ୍କା । ଅର୍ଥାତ ଆଜି ଯଦି ଆମେ ବର୍ତ୍ତମାନର ରୁପା ମୂଲ୍ୟ (Gold Price) କୁ ଏହାର ସର୍ବକାଳୀନ ରେକର୍ଡ ରେଟ ସହିତ ତୁଳନା କରୁ, ତେବେ ଆପଣ ଦେଖିବେ ଯେ ରୁପା ବର୍ତ୍ତମାନ ପ୍ରତି କିଲୋଗ୍ରାମ ପିଛା ୧୩,୧୮୦ ଟଙ୍କା ଶସ୍ତା ମୂଲ୍ୟରେ ବିକ୍ରି ହେଉଛି । 

ଉଲ୍ଲେଖନୀୟ କଥା ହେଉଛି, ଗତ କିଛି ଦିନ ହେବ ସୁନା ଓ ରୁପା ମୂଲ୍ୟରେ କ୍ରମାଗତ ଅସ୍ଥିରତା ଚାଲିଛି । ସୁନା ଓ ରୂପା ମୂଲ୍ୟ ବେଳେବେଳେ ହ୍ରାସ ହୁଏ ଓ ବେଳେବେଳେ ବଢ଼ିବାରେ ଲାଗେ । ଏଭଳି ପରିସ୍ଥିତିରେ ଗ୍ରାହକ ନିଜର କ୍ରୟକୁ ନେଇ ସଂଶୟରେ ଅଛନ୍ତି । ସୁନା ଓ ରୁପା କିଣିବା ସେମାନଙ୍କ ପାଇଁ କେବେ ଲାଭଦାୟକ ହେବ ଲୋକମାନେ ବୁଝିପାରୁ ନାହାଁନ୍ତି । ଅନ୍ୟପକ୍ଷରେ, ଶର୍ରାଫା ବଜାର ବିଶେଷଜ୍ଞମାନେ କହିଛନ୍ତି ଯେ, ବର୍ତ୍ତମାନ ଲୋକମାନେ ସୁନା ଓ ରୁପା ଶସ୍ତା କିଣିବା ପାଇଁ ଏକ ବଡ଼ ସୁଯୋଗ ପାଇଛନ୍ତି । କାରଣ ଆଗାମୀ ଦିନରେ ସୁନା ସହିତ ରୁପା ମୂଲ୍ୟ ଆହୁରି ବୃଦ୍ଧି ପାଇବ । ଏହାସହ ଉଭୟ ମୂଲ୍ୟବାନ ଧାତୁ ନୂତନ ରେକର୍ଡ ସୃଷ୍ଟି କରିପାରେ ।

ଅଧିକ ପଢ଼ନ୍ତୁ:-ତୃତୀୟ ଟେଷ୍ଟ ପୂର୍ବରୁ ହେଲା ଦଳର ଘୋଷଣା, ଏହି ଧୁରନ୍ଧର ଖେଳାଳିଙ୍କୁ ହଠାତ୍ କରାଗଲା ଅଧିନାୟକ

ଅଧିକ ପଢ଼ନ୍ତୁ:-ରୋହିତ ଶର୍ମାଙ୍କ ବଢ଼ିଲା ଟେନସନ୍! ଆହତ ସତ୍ତ୍ୱେ ତୃତୀୟ ଟେଷ୍ଟ ଖେଳିବେ ଏହି ଖତରନାକ୍ ଖେଳାଳି

ଅଧିକ ପଢ଼ନ୍ତୁ:-କେବଳ ଦିନିକିଆ ବିଶ୍ୱକପ ୨୦୨୩ ନୁହେଁ, ଟି-20 ବିଶ୍ୱକପ ୨୦୨୪ ବି ଖେଳିପାରିବେନି ଋଷଭ ପନ୍ତ! ହଠାତ୍ ସାମ୍ନାକୁ ଆସିଲା ଏହି ବଡ଼ ଅପଡେଟ୍

ଗହଣା ବଜାରର ଗଣିତକୁ ବୁଝନ୍ତୁ 

ସୁନା-ରୁପାର ଯେଉଁ ଦାମ କୁହାଯାଇଛି,  ତା' ଠାରୁ ଆପଣଙ୍କୁ ଅଧିକ ଦାମ୍ ଦେବାକୁ ପଡ଼ିଥାଏ । ଉଦାହରଣ ସ୍ୱରୂପ, ଜିଏସଟି ଓ ଅଳଙ୍କାର ତିଆରି ଚାର୍ଜ ଏଥିରେ ଅନ୍ତର୍ଭୂକ୍ତ ହୋଇଥାଏ । ଏହାସହ ଅଳଙ୍କାରର ଲାଭ ମଧ୍ୟ ଏଥିରେ ଯୋଗ କରାଯାଇଥାଏ । ଏପରି ପରିସ୍ଥିତିରେ ଜିଏସଟି ଓ ଅଳଙ୍କାରର ଆନୁମାନିକ ଲାଭ ଯୋଡିବା ପରେ IBJA ଦ୍ୱାରା ଜାରି ରେଟ୍ ଦେବାକୁ ପଡ଼ିଥାଏ । ଏଠାରେ କହି ରଖୁଛୁ ଯେ, IBJA ଦ୍ୱାରା ଜାରି କରାଯାଇଥିବା ରେଟ୍ ସାରା ଦେଶରେ ସର୍ବମାନ୍ୟ ହୋଇଥାଏ ।