Indian Team: ଇତିହାସ ରଚିଲା ଭାରତୀୟ କ୍ରିକେଟ୍ ଟିମ୍, ଭାଙ୍ଗିଲା ସବୁ ରେକର୍ଡ...
Advertisement
Article Detail0/zeeodisha/odisha2602507

Indian Team: ଇତିହାସ ରଚିଲା ଭାରତୀୟ କ୍ରିକେଟ୍ ଟିମ୍, ଭାଙ୍ଗିଲା ସବୁ ରେକର୍ଡ...

Indian Team: ପ୍ରଥମେ ବ୍ୟାଟିଂ କରି ସ୍ମୃତି ମନ୍ଧାନା ୧୩୫ ରନ ଏବଂ ପ୍ରତୀକା ରାୱଲଙ୍କ ୧୫୪ ରନ୍ ସ୍ମରଣୀୟ ଇନିଂସ ଆଧାରରେ ୫୦ ଓଭରରେ ୫ ୱିକେଟ୍ ହରାଇବା ପରେ ଟିମ୍ ଇଣ୍ଡିଆ ସ୍କୋର ବୋର୍ଡରେ ୪୩୫ ରନ୍ ସ୍କୋର କରିଥିଲା। ଏହାପୂର୍ବରୁ ୨୦୧୧ ମସିହାରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳୁଥିବାବେଳେ ପୁରୁଷ ଦଳ ୫ ୱିକେଟ୍ ହରାଇବା ପରେ ମୋଟ ୪୧୮ ରନ୍ କରିଛି।

Indian Team: ଇତିହାସ ରଚିଲା ଭାରତୀୟ କ୍ରିକେଟ୍ ଟିମ୍, ଭାଙ୍ଗିଲା ସବୁ ରେକର୍ଡ...
Indian Team: ଭାରତୀୟ ମହିଳା କ୍ରିକେଟ୍ ଦଳ ଇତିହାସ ସୃଷ୍ଟି କରିଛି। ଆୟର୍ଲାଣ୍ଡ ବିପକ୍ଷ ଖେଳାଯାଉଥିବା ତୃତୀୟ ମ୍ୟାଚରେ ଟିମ୍ ଇଣ୍ଡିଆ ODI କ୍ରିକେଟ୍ ରେ ସର୍ବାଧିକ ସ୍କୋର କରିଛି। ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୫୦ ଓଭରରେ ୫ ୱିକେଟ୍ ହରାଇବା ପରେ ସ୍କୋର ବୋର୍ଡରେ ୪୩୫ ରନ୍ କରିଛି। ସ୍ମୃତି ମଣ୍ଡଳଙ୍କ ଅଧିନାୟକତ୍ୱରେ ଭାରତର ଝିଅମାନେ ମଧ୍ୟ ପୁରୁଷ ଦଳର ରେକର୍ଡ ଭାଙ୍ଗି ଦେଇଛନ୍ତି। ODI କ୍ରିକେଟ୍ ରେ ପୁରୁଷ ଦଳ ୨୦୧୧ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳିବାବେଳେ ୫୦ ଓଭରରେ ୪୧୮ ରନ୍ କରିଛି, ଯାହା ଆଜି ପର୍ଯ୍ୟନ୍ତ ସର୍ବାଧିକ ସ୍କୋର ହୋଇଛି। ତେବେ ଏହି ରେକର୍ଡ ବର୍ତ୍ତମାନ ମହିଳା ଦଳ ଭାଙ୍ଗିଛି।
 
ଭାରତୀୟ ଦଳ ଇତିହାସ ସୃଷ୍ଟି କରିଛି:
ଭାରତୀୟ ମହିଳା କ୍ରିକେଟ୍ ଦଳ ରାଜକୋଟ ପଡିଆରେ ଇତିହାସ ରଚିଛି। ସ୍ମୃତି ମନ୍ଧାନା ଏବଂ ପ୍ରତୀକା ରାୱଲଙ୍କ ଝଡ଼ତୋଫାନ ବ୍ୟାଟିଂ ଯୋଗୁଁ ଟିମ୍ ଇଣ୍ଡିଆ ODI କ୍ରିକେଟ୍ ରେ ସର୍ବାଧିକ ସ୍କୋର କରିଛି। ଭାରତର ଝିଅମାନେ ପୁରୁଷ ଦଳର ୧୪ ବର୍ଷ ପୁରୁଣା ରେକର୍ଡକୁ ଭାଙ୍ଗିଛନ୍ତି। ପ୍ରଥମେ ବ୍ୟାଟିଂ କରି ସ୍ମୃତି ମନ୍ଧାନା ୧୩୫ ରନ ଏବଂ ପ୍ରତୀକା ରାୱଲଙ୍କ ୧୫୪ ରନ୍ ସ୍ମରଣୀୟ ଇନିଂସ ଆଧାରରେ ୫୦ ଓଭରରେ ୫ ୱିକେଟ୍ ହରାଇବା ପରେ ଟିମ୍ ଇଣ୍ଡିଆ ସ୍କୋର ବୋର୍ଡରେ ୪୩୫ ରନ୍ ସ୍କୋର କରିଥିଲା। ଏହାପୂର୍ବରୁ ୨୦୧୧ ମସିହାରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳୁଥିବାବେଳେ ପୁରୁଷ ଦଳ ୫ ୱିକେଟ୍ ହରାଇବା ପରେ ମୋଟ ୪୧୮ ରନ୍ କରିଛି।