Rohit Sharma: ୨ୟ ଥର ପିତା ହେଲେ ରୋହିତ ଶର୍ମା, ଜାଣନ୍ତୁ ପୁଅ ହେଲା ନା ଝିଅ?
Advertisement
Article Detail0/zeeodisha/odisha2517099

Rohit Sharma: ୨ୟ ଥର ପିତା ହେଲେ ରୋହିତ ଶର୍ମା, ଜାଣନ୍ତୁ ପୁଅ ହେଲା ନା ଝିଅ?

Rohit Sharma: ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ କୋଚ୍ ଗୌତମ ଗମ୍ଭୀର କହିଥିଲେ ଯେ ରୋହିତ ପ୍ରଥମ ମ୍ୟାଚ୍ ପାଇଁ ଉପଲବ୍ଧ ରହିବେ କି ନାହିଁ ସେ ନିଶ୍ଚିତ ନୁହଁନ୍ତି। ଗମ୍ଭୀର କହିଛନ୍ତି, ଏ ନେଇ ବର୍ତ୍ତମାନ କିଛି କୁହାଯାଇପାରିବ ନାହିଁ। ଆଗାମୀ ଦିନରେ ସ୍ଥିତି କ'ଣ ତାହା କହିବୁ। ଆଶା କରୁଛୁ ସେ ଉପଲବ୍ଧ ହେବେ, କିନ୍ତୁ ସିରିଜ୍ ଆରମ୍ଭ ହେବା ପରେ ହିଁ ଏ ବିଷୟରେ କିଛି ଜଣାପଡ଼ିବ।

 

Rohit Sharma: ୨ୟ ଥର ପିତା ହେଲେ ରୋହିତ ଶର୍ମା, ଜାଣନ୍ତୁ ପୁଅ ହେଲା ନା ଝିଅ?

Rohit Sharma: ଭାରତୀୟ ଟିମର ଅଧିନାୟକ ରୋହିତ ଶର୍ମା ଦ୍ୱିତୀୟ ଥର ପାଇଁ ପିତା ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ରୋହିତଙ୍କ ପତ୍ନୀ ରିତିକା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ରୋହିତଙ୍କ ଘରକୁ ଖୁବଶୀଘ୍ର ଖୁସି ଖବର ଆସୁଛି ବୋଲି ଗତ କିଛି ଦିନ ହେବ ଖବର ଆସୁଥିଲା । ରୋହିତ ଓ ରିତିକାଙ୍କ ଏହା ଦ୍ୱିତୀୟ ସନ୍ତାନ। ପୂର୍ବରୁ ସେମାନଙ୍କର ଏକ ଝିଅ ସମାଇରା ମଧ୍ୟ ରହିଛି। ସମାଇରା ୨୦୧୮ ଡିସେମ୍ବର ୩୦ ତାରିଖରେ ଜନ୍ମଗ୍ରହଣ କରିଥିଲେ ।

ମିଡିଆ ରିପୋର୍ଟ ଅନୁଯାୟୀ, ରୋହିତଙ୍କ ଦ୍ୱିତୀୟ ସନ୍ତାନ ନଭେମ୍ବର ୧୫ ଅର୍ଥାତ୍ ଶୁକ୍ରବାର ଜନ୍ମ ହୋଇଥିଲା ଅର୍ଥାତ୍ ଗତକାଲି। ତେବେ ଏ ନେଇ ରୋହିତ କିମ୍ବା ରିତିକାଙ୍କ ଟିମ୍ ପକ୍ଷରୁ କୌଣସି ଆନୁଷ୍ଠାନିକ ସୂଚନା ମିଳିନଥିଲା। ନଭେମ୍ବର ୨୨ରୁ ଅଷ୍ଟ୍ରେଲିଆ ବିପକ୍ଷରେ ଆରମ୍ଭ ହେବାକୁ ଥିବା ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ରୋହିତ ଭାରତର ନେତୃତ୍ୱ ନେବେ। ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଭାରତୀୟ ଦଳ ଅଷ୍ଟ୍ରେଲିଆରେ ପହଞ୍ଚିଥିବା ବେଳେ ରୋହିତ ଭାରତରେ ରହିଛନ୍ତି। 

 

ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟଖେଳିବା ନେଇ ସନ୍ଦେହ
ପର୍ଥରେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍ ରେ ରୋହିତ ଶର୍ମା ଖେଳିବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ଦ୍ବିତୀୟ ସନ୍ତାନ ଜନ୍ମ ହେତୁ ରୋହିତ ଦଳ ସହ ଅଷ୍ଟ୍ରେଲିଆ ଯାଇ ନାହାନ୍ତି। ରୋହିତ ଦ୍ବିତୀୟ ଥର ପିତା ହେବା ପରେ ସେ ପ୍ରଥମ ମ୍ୟାଚ୍ ଖେଳିବାକୁ ଅଷ୍ଟ୍ରେଲିଆ ଯିବେ ନା ପରିବାର ସହ କିଛି ସମୟ ବିତାଇବାକୁ ଚାହୁଁଛନ୍ତି ତାହା ଦେଖିବା ରୋଚକ ହେବ। ତଥାପି ସେ ପ୍ରଥମ ଟେଷ୍ଟରେ ଖେଳିବା ନିଶ୍ଚିତ ହୋଇନାହିଁ। ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ କୋଚ୍ ଗୌତମ ଗମ୍ଭୀର କହିଥିଲେ ଯେ ରୋହିତ ପ୍ରଥମ ମ୍ୟାଚ୍ ପାଇଁ ଉପଲବ୍ଧ ରହିବେ କି ନାହିଁ ସେ ନିଶ୍ଚିତ ନୁହଁନ୍ତି। ଗମ୍ଭୀର କହିଛନ୍ତି, ଏ ନେଇ ବର୍ତ୍ତମାନ କିଛି କୁହାଯାଇପାରିବ ନାହିଁ। ଆଗାମୀ ଦିନରେ ସ୍ଥିତି କ'ଣ ତାହା କହିବୁ। ଆଶା କରୁଛୁ ସେ ଉପଲବ୍ଧ ହେବେ, କିନ୍ତୁ ସିରିଜ୍ ଆରମ୍ଭ ହେବା ପରେ ହିଁ ଏ ବିଷୟରେ କିଛି ଜଣାପଡ଼ିବ।

ମୁମ୍ବାଇରେ ଅଭ୍ୟାସ କରୁଥିଲେ ରୋହିତ
ରୋହିତ ହୁଏତ ଅଷ୍ଟ୍ରେଲିଆ ଯାଇ ନଥିବେ, କିନ୍ତୁ ଦଳରୁ ଦୂରରେ ଥାଇ ମଧ୍ୟ ସେ ଏହି ସିରିଜ୍ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି। କିଛି ଦିନ ତଳେ ରୋହିତଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଯେଉଁଥିରେ ସେ ମୁମ୍ବାଇର ନେଟ୍ ରେ ସମୟ ବିତାଉଥିବାର ଦେଖିବାକୁ ମିଳିଥିଲା।

ରୋହିତ କିଛି ଦିନ ହେବ ଖରାପ ଫର୍ମ ଦେଇ ଗତି କରୁଛନ୍ତି
ରୋହିତଙ୍କ ବ୍ୟାଟ୍ କିଛି ଦିନ ହେବ ନିରବ ରହିଛି ଏବଂ ସେ ରନ୍ କରିବା ପାଇଁ ସଂଘର୍ଷ କରୁଛନ୍ତି। ନିକଟରେ ନ୍ୟୁଜିଲାଣ୍ଡ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ରୋହିତଙ୍କ ପ୍ରଦର୍ଶନ ଅତ୍ୟନ୍ତ ଖରାପ ରହିଥିଲା। ଚଳିତ ବର୍ଷ ରୋହିତ ୧୧ଟି ଟେଷ୍ଟରେ ୨୯.୪୦ ହାରରେ ୫୮୮ ରନ୍ କରିଛନ୍ତି, ଯେଉଁଥିରେ ୨ଟି ଶତକ ଓ ୧ଟି ଅର୍ଦ୍ଧଶତକ ରହିଛି। ଘରୋଇ ସିଜନରେ ରୋହିତଙ୍କ ପ୍ରଦର୍ଶନ ଭଲ ନଥିଲା ଏବଂ ସେ ୫ଟି ମ୍ୟାଚ୍ ରେ ୧୩.୩୦ ହାରାହାରିରେ ୧୩୩ ରନ୍ କରିଥିଲେ, ଯେଉଁଥିରେ ଅର୍ଦ୍ଧଶତକ ସାମିଲ ଥିଲା।

Also Read: Gajakeshari Yog: ୧୮ ନଭେମ୍ବରରୁ ବୃଷ ରାଶିରେ ଚନ୍ଦ୍ର ଓ ବୃହସ୍ପତିଙ୍କ ସଂଯୋଗ, ୫ରାଶିଙ୍କ ଫିଟିବ ଭାଗ୍ୟ!

Also Read: Blood in Sputum: ଶୀତଦିନେ ଖଙ୍କାର କିମ୍ବା ଶିଙ୍ଘାଣିରେ ରକ୍ତ ପଡୁଥିଲେ ସାବଧାନ!