ଭୁବନେଶ୍ୱର: ଉଭୟ କଂଗ୍ରେସ ଓ ବିଜେଡି ବିଧାୟକଙ୍କ ଦାବି ଆଗରେ ଆଜି ଓଡ଼ିଶା ବିଧାନସଭାର ପ୍ରଶ୍ନ ଉତ୍ତର କାଳ ସମ୍ପୂର୍ଣ୍ଣ ଧୋଇ ହୋଇ ଯାଇଛି। ଗୃହରେ ପ୍ରଥମ ପ୍ରଶ୍ନ ବାବଦରେ ମଧ୍ୟ ଆଲଷାଚନା ହୋଇ ପାରିନି। ସରକାରଙ୍କ କୃଷିୀ ନୀତିକୁ ଚାଷୀ ମାରଣ ନୀତି ବୋଲି ଅଭିଯୋଗ କରିଛନ୍ତି ବିରୋଧୀ । ଏହା ସହ ବିପର୍ଯ୍ୟସ୍ତ ଆ
Trending Photos
Budget Session 2025: ଭୁବନେଶ୍ୱର: ଉଭୟ କଂଗ୍ରେସ ଓ ବିଜେଡି ବିଧାୟକଙ୍କ ଦାବି ଆଗରେ ଆଜି ଓଡ଼ିଶା ବିଧାନସଭାର ପ୍ରଶ୍ନ ଉତ୍ତର କାଳ ସମ୍ପୂର୍ଣ୍ଣ ଧୋଇ ହୋଇ ଯାଇଛି। ଗୃହରେ ପ୍ରଥମ ପ୍ରଶ୍ନ ବାବଦରେ ମଧ୍ୟ ଆଲଷାଚନା ହୋଇ ପାରିନି। ସରକାରଙ୍କ କୃଷିୀ ନୀତିକୁ ଚାଷୀ ମାରଣ ନୀତି ବୋଲି ଅଭିଯୋଗ କରିଛନ୍ତି ବିରୋଧୀ । ଏହା ସହ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ପ୍ରଥମ ଆଲୋଚନା କରିବାକୁ ଦାବି କରି ଆଜି ବିରୋଧୀ ଦଳ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଚାଲି ଆସିଥିଲେ। ଏହାଦ୍ୱାରା ଗୃହର ଶୃଙ୍ଖଳା ଭଙ୍ଗ ହୋଇଥିଲା। ବାଚସ୍ପତି ବାରମ୍ବାର ବିଧାୟକମାନଙ୍କୁ ନିଜ ନିଜ ଆସନକୁ ଫେରି ଯିବାକୁ ଅନୁରୋଧ କରିଥିଲେ ବିଧାୟକମାନେ ବାଚସ୍ପତିଙ୍କ ଅନୁରୋଧ ରକ୍ଷା କରି ନଥିଲେ। ଫଳରେ ଗୃହ ପ୍ରଶ୍ନୋତ୍ତର କାଳକୁ ବାତିଲ କରିବାକୁ ବାଧ୍ୟ ହୋଇଥିଲେ ବାଚସ୍ପତି।
ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବାକ୍ଷଣି ସ୍କୁଲ୍ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀଙ୍କୁ ବଡ଼ମ୍ବା ବିଧାୟକ ବିଜୟ କୁମାର ଦଳ ବେହେରାଙ୍କ ପ୍ରଶ୍ନର ଉତ୍ତର ରଖିବାକୁ ବାଚସ୍ପତି କହିଥିଲେ। ଅଧିକାଂଶ ବିଦ୍ୟାଳୟରେ ଭିତ୍ତିଭୂମି ନଥିବାରୁ ନୂତନ ଶିକ୍ଷାନୀତି କାର୍ଯ୍ୟକାରୀତା ନେଇ ପ୍ରଶ୍ନ ଉଠାଇଥିଲେ। ମନ୍ତ୍ରୀ ଏ ବାବଦରେ ନିଜର ଉତ୍ତର ରଖୁଥିବା ବେଳେ ବିରୋଧୀ ଦଳ ବିଶେଷ କରି କଂଗ୍ରେସର ସଦସ୍ୟମାନେ ମଧ୍ୟଭାଗକୁ ଚାଲି ଆସିଥିଲେ। ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଛି ବୋଲି ଅଭିଯୋଗ କରି ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି। ଏହାପରେ ଅନ୍ୟ କଂଗ୍ରେସ ବିଧାୟକମାନେ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ଏହାପରେ ଗୃହରେ ଆଲୋଚନା କରିବାର ବାତାବରଣ ଭଙ୍ଗ ହୋଇଥିଲା। ବାଚସ୍ପତି ସୁରମା ପାଢ଼ୀ ନିଜ ଆସନରୁ ବିଧାୟକମାନଙ୍କୁ ଶୃଙ୍ଖଳା ରକ୍ଷା କରିବା ତଥା ନିଜ ନିଜ ଆସନକୁ ଫେରି ଯିବା ପାଇଁ ଅନୁରୋଧ କରିଥିଲେ। କିନ୍ତୁ ସେମାନେ ଫେରିବା ପରିବର୍ତ୍ତେ ବିଭିନ୍ନ ନାରା ଲଗାଇଥିଲା।
ବିଜେଡିର ବିଧାୟକଙ୍କ ପ୍ରଶ୍ନ ଆଜି ଗୋଟିକପରେ ଗୋଟିଏ ଥିଲେ ମଧ୍ୟ କିଛି ଦଳୀୟ ବିଧାୟକ ଗୃହରେ ଚାଷୀମାରଣ ନୀତିକୁ ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଧାନ ସଂଗ୍ରହ ବେଳେ କଟନୀ ଛଟନୀକୁ ନେଇ ନାରାବାଜୀ ଲଗାଇଥିଲେ।