SRC Heatwave Warning: ସମଗ୍ର ରାଜ୍ୟରେ ଅତ୍ୟଧିକ ଉତ୍ତାପ ଏବଂ ଆର୍ଦ୍ର ଅବସ୍ଥା ଲାଗି ରହିଛି। ଯାହାକୁ ନେଇ ଏସଆରସି ସତ୍ୟବ୍ରତ ସାହୁ ସତର୍କ ସୂଚନା ଜାରି କରିଛନ୍ତି। ତେବେ ୧୦ଟି ବିନ୍ଦୁରେ ଜାଣନ୍ତୁ ସବୁକିଛି।
Trending Photos
Heat wave alert: ପ୍ରଚଣ୍ଡ ତାତି ସାଙ୍ଗକୁ ଅସହ୍ୟ ଗରମ ଓ ଗୁଳୁଗୁଳି ରାଜ୍ୟବାସୀଙ୍କୁ ଅସ୍ତବ୍ୟସ୍ତ କରୁଛି । ଅସହ୍ୟ ତାତିରେ ଅନେକ ଲୋକ ହସ୍ପିଟାଲରେ ଭର୍ତ୍ତି ହେବା ସହ ଅଂଶୁଘାତଜନୀତ ମୃତ୍ୟୁ ମଧ୍ୟ ବୃଦ୍ଧି ପାଉଛି । ସମଗ୍ର ରାଜ୍ୟରେ ଅତ୍ୟଧିକ ଉତ୍ତାପ ଏବଂ ଆର୍ଦ୍ର ଅବସ୍ଥା ଲାଗି ରହିଛି । ଯାହାକୁ ନେଇ ଏସଆରସି ସତ୍ୟବ୍ରତ ସାହୁ ସତର୍କ ସୂଚନା ଜାରି କରିଛନ୍ତି।
-ହିଟ୍ୱେଭ ନେଇ ସତର୍କ କଲେ ଏସ୍ଆରସି ସତ୍ୟବ୍ରତ ସାହୁ।
-ପାଣିପାଗ ବିଭାଗର ଆକଳନ ଅନୁସାରେ ଆଗାମୀ ୩ ଦିନ ହିଟ୍ୱେଭ ଜାରି ରହିବ।
-ଅତ୍ୟଧିକ ତାତି ପାଇଁ ପିକ ଆୱାରରେ ବାହାରକୁ ବାହାରନ୍ତୁ ନାହିଁ ବୋଲି ପରାମର୍ଶ ଦିଆଯାଇଛି।
-ନିୟମ ଉଲ୍ଲଘଂନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ବତନ୍ତ୍ର ରିଲିଫ କମିଶନର ଚେତାବନୀ ଦେଇଛନ୍ତି।
-ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଖରାରେ କାମ କରାଇବାକୁ ମନା କରାଯାଇଛି।
-ଖରାରେ କାମ କରାଇଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ।
-ଜରୁରୀକାଳୀନ ପରିସ୍ଥିତିରେ ବାହାରକୁ ବାହାରିଲେ ହାଲୁକା ସୂତା ବସ୍ତ୍ର ପିନ୍ଧିବା ସହ ଛତା, ଜୋତା, ପାଣି ବୋତଲ, ଓଆରଏସ ସାଙ୍ଗରେ ନେବେ ।
-ବୃଦ୍ଧବୃଦ୍ଧା, ଗର୍ଭବତୀ, ରୋଗୀ ଏବଂ ଶିଶୁଙ୍କୁ ବେଶୀ ସତର୍କ ରହିବାକୁ ନିବେଦନ କରାଯାଇଛି
(Written By-Tapasa Gyanadarshini)
Also Read: Lessons from Ramayan: ରାମାୟଣର ସେହି ତିନି ବଡ ରହସ୍ୟ, ଯାହା ବଦାଳାଇଦେବ ଆପଣଙ୍କ ଜୀବନ
Also Read: Odisha Heatstroke: ପ୍ରବଳ ଖରାରେ ଅଂଶୁଘାତର ପ୍ରକୋପ, ୨୪ ଘଣ୍ଟାରେ ଗଲାଣି ୩୫ ଜଣଙ୍କ ଜୀବନ!