ଚିକିଟି ମଦ ମୃତ୍ୟୁ ମାମଲା, ଆଉ ଜଣେ ଗିରଫ
Advertisement
Article Detail0/zeeodisha/odisha2402068

ଚିକିଟି ମଦ ମୃତ୍ୟୁ ମାମଲା, ଆଉ ଜଣେ ଗିରଫ

Liquor case: ଗଞ୍ଜାମ ଜିଲ୍ଲା ଟିକିରିରେ ବିଷାକ୍ତ ମଦ ପିଇ ୨ ଜଣଙ୍କ ମୃତ୍ୟୁ ଘଟିଥିବା ୧୨ରୁ ଅଧିକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସେପଟେ ଉକ୍ତ ମାମଲାରେ ୯ ଜଣଙ୍କୁ ପୂର୍ବରୁ ପୁଲିସ ଗିରଫ କରିଥିବା ବେଳେ ଆଜି ଆଉ ଜଣଙ୍କୁ ଗିରଫ କରିଛି ପୁଲିସ।

ଚିକିଟି ମଦ ମୃତ୍ୟୁ ମାମଲା, ଆଉ ଜଣେ ଗିରଫ

ବ୍ରହ୍ମପୁର: ଚିକିଟି ମଦ ମୃତ୍ୟୁ ମାମଲାରେ ଆଉ ଜଣଙ୍କୁ ଗିରଫ କରିଛି ପୁଲିସ। ଗିରଫ ଅଭିଯୁକ୍ତ ହେଲା ଗିରିଶୋଲା ଷ୍ଟେସନରୁ ମାଉନ୍ଦପୁରର ପୂର୍ଣ୍ଣଚନ୍ଦ୍ର ସାହୁ। ତେବେ ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ର ଦେଶୀ ମଦ କାରବାର କରୁଥିଲା। ଟ୍ରେନ୍‌ରେ ବେଙ୍ଗଲୁରୁ ଯିବା ବେଳେ ମୋବାଇଲ୍ ଟ୍ରାକ୍ କରି ଧରିଲା ପୁଲିସ। ଏହାକୁ ମିଶାଇ ଗିରଫଦାରୀ ସଂଖ୍ୟା ୧୦ରେ ପହଞ୍ଚିଛି ବୋଲି ଜଣାପଡ଼ିଛି। 

ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲା ଟିକିରିରେ ବିଷାକ୍ତ ମଦ ପିଇ ୨ ଜଣଙ୍କ ମୃତ୍ୟୁ ଘଟିଥିବା ୧୨ରୁ ଅଧିକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସେପଟେ ଉକ୍ତ ମାମଲାରେ ୯ ଜଣଙ୍କୁ ପୂର୍ବରୁ ପୁଲିସ ଗିରଫ କରିଥିବା ବେଳେ ଆଜି ଆଉ ଜଣଙ୍କୁ ଗିରଫ କରିଛି ପୁଲିସ। ତେବେ ବୁଧବାର ଏହି ଘଟଣାକୁ ନେଇ ରାଜ୍ୟ ସରକାର କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ବେଆଇନ ତଥା ଚୋରା ମଦ କାରବାରକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ପାଇଁ ଆବଶ୍ୟକୀୟ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ ବୋଲି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି। 

ଅନ୍ୟପଟେ ମଦ ମୃତ୍ୟୁ ମାମଲାର ଆରଡିସିସ୍ତରୀୟ ତଦନ୍ତ ନିର୍ଦେଶ ଦିଆଯାଇଥିଲା। ଦୁଇ ମାସ ମଧ୍ୟରେ ରିପୋର୍ଟ ଦେବାକୁ ଅବକାରୀ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହି ମଦ ମୃତ୍ୟ ଘଟଣାକୁ ନେଇ ବିଧାନସଭାରେ ବିରୋଧୀ ହୋ ହାଲ୍ଲା କରିଥିଲେ। 

ସେହିପରି ଚିକିଟି ମଦ ମୃତ୍ୟୁ ଘଟଣା ପରେ ୨ ଅଧିକାରୀଙ୍କ ବଦଳି ହୋଇଛି। ବ୍ରହ୍ମପୁର ଅବକାରୀ ଇନ୍ସପେକ୍ଟର ଓ ଏସ୍‌ଆଇଙ୍କ ବଦଳି ହୋଇଥିବା ସୂଚନା ରହିଛି। ବ୍ରହ୍ମପୁର ଅବକାରୀ ଇନ୍ସପେକ୍ଟର ରମେଶ ଚନ୍ଦ୍ର ମହାନ୍ତିଙ୍କୁ କୋରାପୁଟକୁ ବଦଳି କରାଯାଇଥିବା ବେଳେ ଏସଆଇ ପ୍ରସନ୍ନ କୁମାର ଜାଲିଙ୍କୁ ଢେଙ୍କାନାଳକୁ ବଦଳି କରାଯାଇଛି। ବୁଧବାର ବ୍ରହ୍ମପୁର ଅବକାରୀ ଅଧୀକ୍ଷକ ନିଲମ୍ବିତ ହୋଇଛନ୍ତି। ସେହିପରି ଚିକିଟି ମଦ ଟ୍ରାଜେଡିକୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି ହେବା ପରେ ବିଭିନ୍ନ ଜିଲ୍ଲାରେ ଚଢ଼ାଉ କରାଯାଇଛି। ଗତକାଲି ସଂଧ୍ୟା ସୁଦ୍ଧା ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୭ ହଜାର ୨୭୪ ଲିଟର ବେଆଇନ ମଦ ଜବତ କରାଯିବା ସହ ୭୨ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ରହିଛି। ଗଞ୍ଜାମ ଜିଲ୍ଲାରୁ ୩୮୫ ଲିଟର ମଦ ଜବତ କରାଯାଇଥିବା ସୂଚନା ରହିଛି।