Odisha News: 'ପକ୍ଷପାତି ବାଚସ୍ପତି, ବିନା ଦୋଷରେ ଦଣ୍ଡ', କହିଲେ ବିଜେପି ବିଧାୟକ
Advertisement
Article Detail0/zeeodisha/odisha1891931

Odisha News: 'ପକ୍ଷପାତି ବାଚସ୍ପତି, ବିନା ଦୋଷରେ ଦଣ୍ଡ', କହିଲେ ବିଜେପି ବିଧାୟକ

ଓଡ଼ିଶା ବିଧାନସଭାର ବାଚସ୍ପତି ପ୍ରମିଳା ମଲ୍ଲିକଙ୍କୁ ପକ୍ଷପାତି ବୋଲି ଆରୋପ କରିଛନ୍ତି ବିରୋଧି ଦଳ ନେତା। ବିରୋଧୀଙ୍କ ପ୍ରଶ୍ନକୁ  ବାଚସ୍ପତି ଆଦୌ ଧ୍ୟାନ ନ ଦେଇ କେବଳ ଶାସକ ଦଳକୁ ସୁଯୋଗ ଦେଉଛନ୍ତି ବୋଲି କହିଛନ୍ତି ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର। ଶୂନ୍ୟ କାଳରେ ସେ ଯେତେବେଳେ ସରକାରଙ୍କ ବିଭିନ୍ନ ନୀତିକୁ ସମାଲୋଚନା କରି ନିଜର ବକ୍ତବ୍ୟ ର

Odisha News: 'ପକ୍ଷପାତି ବାଚସ୍ପତି, ବିନା ଦୋଷରେ ଦଣ୍ଡ', କହିଲେ ବିଜେପି ବିଧାୟକ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ବାଚସ୍ପତି ପ୍ରମିଳା ମଲ୍ଲିକଙ୍କୁ ପକ୍ଷପାତି ବୋଲି ଆରୋପ କରିଛନ୍ତି ବିରୋଧି ଦଳ ନେତା। ବିରୋଧୀଙ୍କ ପ୍ରଶ୍ନକୁ  ବାଚସ୍ପତି ଆଦୌ ଧ୍ୟାନ ନ ଦେଇ କେବଳ ଶାସକ ଦଳକୁ ସୁଯୋଗ ଦେଉଛନ୍ତି ବୋଲି କହିଛନ୍ତି ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର। ଶୂନ୍ୟ କାଳରେ ସେ ଯେତେବେଳେ ସରକାରଙ୍କ ବିଭିନ୍ନ ନୀତିକୁ ସମାଲୋଚନା କରି ନିଜର ବକ୍ତବ୍ୟ ରଖୁଥିଲେ ତାଙ୍କୁ 'ମାନସିକ ବିକାର' ବା ମେଣ୍ଟାଲ ଡିସଅର୍ଡର ବୋଲି ଶାସକ ଦଳର ବିଧାୟକ ଅରୁଣ ସାହୁ ସୂଚିତ କରିଥିଲେ। ଏହା ଏକ ଅପମାନଜନକ ମନ୍ତବ୍ୟ ହୋଇଥିବାରୁ ଏହାକୁ ବିଧାନସଭା ରେକର୍ଡରୁ ବାଦ ଦେବା ଲାଗି ବିରୋଧୀଦଳର ବିଧାୟକମାନେ ଅନୁରୋଧ କରିଥିଲେ। କିନ୍ତୁ ବାଚସ୍ପତି ସେ ବିଷୟକୁ ଧ୍ୟାନ ନ ଦେଇ ଶାସକ ଦଳର ମନ୍ତବ୍ୟକୁ ଗୃହର ରେକର୍ଡରେ ରଖିଥିଲେ। ଅପରପକ୍ଷେ ବିରୋଧି ଦଳ ନେତା 5ଟି ସଚିବଙ୍କୁ 'ସୁପର ସିଏମ' ବୋଲି କହିବାକୁ ଗୃହର ରେକର୍ଡରୁ ବାଦ ଦେଇଥିଲେ। ଏହା ବାଚସ୍ପତିଙ୍କ ଭୂମିକାକୁ ପ୍ରଶ୍ନବାଚୀ ଭିତରକୁ ଆଣୁଛି ବୋଲି ଶ୍ରୀ ମିଶ୍ର ଅଭିଯୋଗ କରିଛନ୍ତି। ବାଚସ୍ପତି ଜଣେ ଦଳୀୟ କର୍ମକର୍ତ୍ତାଙ୍କ ଭଳି ଆଚରଣ କରୁଛନ୍ତି ବୋଲି ସେ କହିଛନ୍ତି। 

ଅପରପକ୍ଷେ ବାଚସ୍ପତିଙ୍କର ଏହି ପକ୍ଷପାତି ଆଚରଣକୁ ସମାଲୋଚନା କରିବାକୁ ଯାଇ ବିଜେପିର ବିଧାୟକମାନେ ବାଚସ୍ପତିଙ୍କୁ ଡାଲି ଉପହାର ଦେଇଥିଲେ। କିଛି ବିଧାୟକ ତାଙ୍କ ପୋଡ଼ିୟମ ଉପରକୁ ଆଣିଥିବା ଡାଲି ଫୋପାଡିଥିଲେ। ଏହାକୁ ଏକ ନିନ୍ଦନୀୟ ଘଟଣା ବୋଲି ବିଜେଡ଼ି ଅଭିଯୋଗ କରିଛି। ଏହି ଅଭିଯୋଗର ବିଚାର କରି ଶାସକ ଦଳ ପକ୍ଷରୁ ଦୁଇ ବିଧାୟକଙ୍କୁ ବିଧାନସଭା ଅଧିବେଶନରୁ ନିଲମ୍ବନ କରିବା ଲାଗି ଶାସକ ଦଳ ପକ୍ଷରୁ ପ୍ରସ୍ତାବ ଆଗତ କରାଯାଇଥିଲା। ଯାହାକୁ ବିଧାନସଭାରେ ଗ୍ରହଣ କରାଯାଇ ଦୁଇ ବିଧାୟକ ମୋହନ ମାଝୀ ଓ ମୁକେଶ ମହାଲିଙ୍ଗଙ୍କୁ ବାଚସ୍ପତି ଏ ଅଧିବେଶନର ଶେଷ ଯାଏଁ ନିଲମ୍ବନ କରିଛନ୍ତି।

ନିଜର ପ୍ରତିକ୍ରିୟା ରଖି ଶ୍ରୀ ମାଝୀ କହିଛନ୍ତି କି ମୁଁ ଡାଲି ଫୋପାଡ଼ି ନାହିଁ କିମ୍ବା ଉପହାର ମଧ୍ୟ ଦେଇନାହିଁ। ବିନା ଦୋଷରେ ମୋତେ ନିଲମ୍ବନ କରାଯାଇଛି। ଏ ବିରୋଧରେ ମୁଁ ବିଧି ଅନୁସାରେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିବି। କିନ୍ତୁ ମୁକେଶ ମହାଲିଙ୍ଗ ବାଚସ୍ପତିଙ୍କୁ ଡାଲି ଉପହାର ଦେଇଥିବା ସ୍ୱିକାର କରିଛନ୍ତି। ସେ କହିଛନ୍ତି କି ଯେହେତୁ ଡାଲି ଖାଇବାକୁ ସେ ଭଲ ପାଆନ୍ତି, ତେଣୁ କିଛି ବିଧାୟକ ତାଙ୍କୁ ଉପହାର ଦେବା ପାଇଁ ଡାଲି ଆଣିଥିଲେ। ଏହାଦ୍ୱାରା ୨୦୧୧ ମସିହାରେ ବାଚସ୍ପତି ଯେତେବେଳେ ମନ୍ତ୍ରୀ ଥିଲେ ସେତେବେଳେ ଚର୍ଚ୍ଚାରେ ଥିବା ଡାଲି ଦୁର୍ନିତୀ ଘଟଣା ପୁଣି ଥରେ ଉଦଜୀବିତ ହୋଇଛି। 

Also Read: Free Ticket: ବଲିଉଡ୍ କିଙ୍ଗ୍ ଖାନ୍ ଶାହାରୁଖଙ୍କ ଉପହାର, ଏହି ଦିନ ପାଇଁ ମାଗଣା 'ଜୱାନ' ଟିକେଟ୍