1.Indian Navy:ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମୁମ୍ବାଇର ନୌସେନା ଡକୟାର୍ଡରେ ଦୁଇଟି ନୌସେନା ଯୁଦ୍ଧଜାହାଜ ଏବଂ ଗୋଟିଏ ବୁଡ଼ାଜାହାଜକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏଗୁଡ଼ିକ ହେଉଛି ଯୁଦ୍ଧଜାହାଜ INS ସୁରତ ଏବଂ INS ନୀଳଗିରି ଏବଂ ବୁଡ଼ାଜାହାଜ INS ଭାଗଶୀର। ଭାରତୀୟ ନୌସେନାରେ ଏହି ତିନି ଜାହାଜ ସାମିଲ ହେବା ପରେ ନୌସେନାର ଶକ୍ତି ବୃଦ୍ଧି ପାଇଛି। ଏହା ସହିତ ସାମୁଦ୍ରିକ ସୁରକ୍ଷା ଏବଂ ପ୍ରତିରକ୍ଷା ଉତ୍ପାଦନରେ ଏକ ମାଇଲଖୁଣ୍ଟ ପ୍ରମାଣିତ ହେବାକୁ ଯାଉଛି।
2.Odisha news: ଓଡ଼ିଶାର ସହରାଞ୍ଚଳ ବାସହୀନଙ୍କ ପାଇଁ ନୂଆ ସହାୟକ ନମ୍ବର ଜାରି କରିଛନ୍ତି ସରକାର। ଏହି ନମ୍ବରକୁ ବ୍ୟବହାର କରି କୌଣସି ବି ବାସହୀନ ତାଙ୍କ ଆଖପାଖରେ ଥିବା ସହରାଞ୍ଚଳ ଆଶ୍ରୟସ୍ଥଳୀ ବାବଦରେ ସୂଚନା ପାଇପାରିବେ। କୌଣସି ବ୍ୟକ୍ତି ମଧ୍ୟ ଏହି ସହାୟତା ନମ୍ବର ବ୍ୟବହାର କରି ବାସହୀନଙ୍କ ବାବଦରେ ସୂଚନା ଦେଇପାରିବେ ବୋଲି ରାଜ୍ୟ ସହରାଞ୍ଚଳ ଉନ୍ନୟନ ସଂସ୍ଥା ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।
3.CM Mohan Majhi: କେନ୍ଦୁଝରରେ ବର୍ଦ୍ଧିତ ସାମାଜିକ ସୁରକ୍ଷା ପେନସନ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କେନ୍ଦୁଝର ଧରଣୀଧର ବିଶ୍ଵବିଦ୍ୟାଳୟ ପଡ଼ିଆରେ ଯୋଜନାର ଶୁଭାରମ୍ଭ କରିଛନ୍ତି। ୮୦ ବର୍ଷରୁ ଊର୍ଦ୍ଧ୍ବ ହିତାଧିକାରୀ ଓ ଦିବ୍ୟାଙ୍ଗଙ୍କୁ ମାସିକ ୩୫୦୦ ଟଙ୍କା ଲେଖାଏ ମିଳିବ ବର୍ଦ୍ଧିତ ଭତ୍ତା। ଜିଲ୍ଲାର ୧୩ ବ୍ଲକର ୯ ହଜାର ୯୧୩ ହିତାଧିକାରୀ ବର୍ଦ୍ଧିତ ପେନସନ ପାଇବେ।
4.Tiger Skin: ଶିମିଳପାଳରେ କଳା ବାଘକୁ ମାରିଦେଇଥିବା ଅଭିଯୋଗରେ ୪ ଜଣ ଶିକାରୀକୁ ଗିରଫ କରାଯାଇଛି। ଏହି ୪ ଜଣଙ୍କ ନିକଟରୁ ବାଘ ଚମଡା ସହ ନଖ ଜବତ କରାଯାଇଛି। ଏହି ୪ ଜଣ ଶିକାରୀଙ୍କୁ ମୟୁରଭଞ୍ଜର ତେନ୍ତୁଲା ଓ ବାଲିଘାଟ ଗ୍ରାମରୁ ଗିରଫ କରାଯାଇଛି। ଏବେ ଏହି ଘଟଣାର ତଦନ୍ତ ଚାଲିଛି ଓ କେଉଁମାନେ ସମ୍ପୃକ୍ତ ତାହା ଅନୁଧ୍ୟାନ କରାଯାଉଛି।
5.Zee Real Heroes Awards 2024: ଜି ରିଅଲ୍ ହିରୋ ପୁରସ୍କାର-୨୦୨୪ ଭାରତର ଏକ ବିଶେଷ ପ୍ଲାଟଫର୍ମ, ଯାହା ବିଭିନ୍ନ କ୍ଷେତ୍ରରେ ଉତ୍କୃଷ୍ଟ କାର୍ଯ୍ୟ କରିଥିବା ଲୋକଙ୍କୁ ସମ୍ମାନିତ କରାଯାଇଥାଏ। ଯେଉଁମାନେ ସେମାନଙ୍କର ପରିଶ୍ରମ, ନୂତନ ଚିନ୍ତାଧାରା ଏବଂ ସଫଳତା ଦ୍ୱାରା ଏକ ଲ୍ୟାଣ୍ଡମାର୍କ ସୃଷ୍ଟି କରି ଅନ୍ୟକୁ ପ୍ରେରିତ କରିଥାନ୍ତି ଏହି ପୁରଷ୍କାର ସେମାନଙ୍କୁ ପ୍ରଦାନ କରାଯାଇଥାଏ। ଏହି ପୁରସ୍କାର ବିତରଣ ସମାରୋହରେ କଠିନ ପରିଶ୍ରମ ଏବଂ ନିଷ୍ଠା ଭାବନା ଦେଖିବାକୁ ମିଳିଥାଏ। ନିକଟରେ ହିନ୍ଦୀ ସିନେମାରେ ମହାନ ଅବଦାନ ଦେଇଥିବା ତାରକାମାନଙ୍କୁ ମଧ୍ୟ ଏହି ପ୍ଲାଟଫର୍ମରେ ସମ୍ମାନିତ କରାଯାଇଛି।
6.Puri News: ପୁରୀ: ଶ୍ରୀନହରରେ ଆଜି ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହ ଦେବଙ୍କ ରାଜଅଭିଷକ ନୀତି ଅନୁଷ୍ଠିତ କରାଯିବ। ପରମ୍ପରା ଅନୁସାରେ ପୁଷ୍ୟା ନକ୍ଷେତ୍ର ତିଥିରେ ଗଜପତି ମହାରାଜ ସିଂହାସନ ଆରୋହଣ କରିବା ସହ ଅଭିଷେକ ନୀତି ଅନୁଷ୍ଠିତ ହୋଇଥାଏ । ଗଜପତିଙ୍କ ପୁଷ୍ୟାଭିଷେକ ନୀତି ନିମନ୍ତେ ଶ୍ରୀନିହରରେ ବିଶେଷ ନୀତି ଅନୁଷ୍ଠିତ ହେବ । ଅଭିଷକ ନୀତି ପୂର୍ବରୁ ଶ୍ରୀନହରରେ ବରୁଣ ପୂଜା, ପଞ୍ଚଦେବତା ପୂଜା, ବର୍ଦ୍ଧନି କଳସୀ ପୂଜା ଏବଂ ରାମାଭିଷେକ ପଟିପୂଜା ଅନୁଷ୍ଠିତ ହେବ ।
7.ECIL Recruitment News: ଯଦି ଆପଣଙ୍କର ବୟସ ୫୦ ବର୍ଷରୁ ଅଧିକ ହୋଇସାରିଛି ଏବଂ ଆପଣ ଏହି ବୟସରେ ସରକାରୀ ଚାକିରି ଖୋଜୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ। ECIL ଅର୍ଥାତ୍ ଇଲେକ୍ଟ୍ରୋନିକ୍ସ କର୍ପୋରେସନ ଅଫ୍ ଇଣ୍ଡିଆ ଲିମିଟେଡ୍ (ECIL) ୫୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କ ପାଇଁ ନିଯୁକ୍ତି ବିଜ୍ଞପ୍ତି ଜାରି କରିଛି। ECIL ମ୍ୟାନେଜର ସ୍ତରରେ ବିଭିନ୍ନ ପଦବୀ ପାଇଁ ଏହି ଖାଲି ପଦବୀ ପ୍ରକାଶ କରିଛି।
8.terrorist attack on Kejriwal: ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଉପରେ ଖଲିସ୍ତାନୀ ଆତଙ୍କବାଦୀମାନେ ଆକ୍ରମଣ କରିପାରନ୍ତି। ଗୁଇନ୍ଦା ସଂସ୍ଥା ଏହି ସୂଚନା ପ୍ରଦାନ କରିଛି। ଗୁଇନ୍ଦା ସଂସ୍ଥାକୁ ଏହି ସୂଚନା ମିଳିବା ପରେ କେଜରିୱାଲଙ୍କ ସୁରକ୍ଷା ବୃଦ୍ଧି କରିବା ଉପରେ ବିଚାର କରାଯାଉଛି। ଦିଲ୍ଲୀ ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କେଜରିୱାଲ ସମେତ ଦିଲ୍ଲୀର ଅନେକ ବଡ଼ ନେତା ଖଲିସ୍ତାନୀ ଆତଙ୍କବାଦୀଙ୍କ ଟାର୍ଗେଟରେ ଅଛନ୍ତି। କୁହାଯାଉଛି ଯେ ନିର୍ବାଚନ ରାଲି ଏବଂ ସଭାରେ ନେତାମାନଙ୍କ ଉପରେ ଆକ୍ରମଣ ହୋଇପାରେ। ଗୁଇନ୍ଦା ସଂସ୍ଥାର ସୂଚନା ଅନୁଯାୟୀ, ନିର୍ବାଚନ ସମୟରେ ଆତଙ୍କବାଦୀମାନେ ଦିଲ୍ଲୀରେ ମାହୋଲ ନଷ୍ଟ କରିବା ପାଇଁ ଶାସକ ଦଳ ସମେତ ବିରୋଧୀ ଦଳର କିଛି ବଡ଼ ଚେହେରାକୁ ଟାର୍ଗେଟ କରିପାରନ୍ତି।
9.South Korea: ଗିରଫ ହେଲେ ଦକ୍ଷିଣ କୋରିଆ ରାଷ୍ଟ୍ରପତି ରାଷ୍ଟ୍ରପତି ୟୁନ୍ ସୁକ୍ ୟୋଲ। ତାଙ୍କ ବିରୋଧରେ ମହାଭିଯୋଗ ପରେ ପୁଲିସ ତାଙ୍କୁ ଗିରଫ କରିଛି । ରାତି ଅନ୍ଧାରରେ ଶତାଧିକ ପୁଲିସ ତାଙ୍କ ଘରେ ପଶି କଲେ ଗିରଫ ।
10.Indian Team: ଭାରତୀୟ ମହିଳା କ୍ରିକେଟ୍ ଦଳ ଇତିହାସ ସୃଷ୍ଟି କରିଛି। ଆୟର୍ଲାଣ୍ଡ ବିପକ୍ଷ ଖେଳାଯାଉଥିବା ତୃତୀୟ ମ୍ୟାଚରେ ଟିମ୍ ଇଣ୍ଡିଆ ODI କ୍ରିକେଟ୍ ରେ ସର୍ବାଧିକ ସ୍କୋର କରିଛି। ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୫୦ ଓଭରରେ ୫ ୱିକେଟ୍ ହରାଇବା ପରେ ସ୍କୋର ବୋର୍ଡରେ ୪୩୫ ରନ୍ କରିଛି। ସ୍ମୃତି ମଣ୍ଡଳଙ୍କ ଅଧିନାୟକତ୍ୱରେ ଭାରତର ଝିଅମାନେ ମଧ୍ୟ ପୁରୁଷ ଦଳର ରେକର୍ଡ ଭାଙ୍ଗି ଦେଇଛନ୍ତି। ODI କ୍ରିକେଟ୍ ରେ ପୁରୁଷ ଦଳ ୨୦୧୧ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳିବାବେଳେ ୫୦ ଓଭରରେ ୪୧୮ ରନ୍ କରିଛି, ଯାହା ଆଜି ପର୍ଯ୍ୟନ୍ତ ସର୍ବାଧିକ ସ୍କୋର ହୋଇଛି। ତେବେ ଏହି ରେକର୍ଡ ବର୍ତ୍ତମାନ ମହିଳା ଦଳ ଭାଙ୍ଗିଛି।