Top 10 News: ଚୁଟକୀରେ ପଢିନିଅନ୍ତୁ ଅପରାହ୍ଣର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର
Trending Photos
ତ୍ରିବେଣୀ ସଙ୍ଗମରେ ବୁଡ ପକାଇଲେ ମୋଦୀ
ର୍ଥରାଜ ପ୍ରୟାଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସଂଗମ ଯାଇ ପକାଇଛନ୍ତି ଆସ୍ଥା ଓ ବିଶ୍ୱାସର ବୁଡ଼। ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ମୋଦି ପ୍ରୟାଗରାଜରେ ପହଞ୍ଚି ବୁଡ଼ ପକାଇଛନ୍ତି। ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ବୁଡ ପକାଇବା ପରେ ସେ ଗଙ୍ଗା ଆଳତି କରିଥିଲେ। ମୌନୀ ଅମାବାସ୍ୟାରେ ଦଳାଚକଟା ହେବା ପରଠାରୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ସସପେନ୍ସ ଲାଗି ରହିଥିଲା। ହେଲେ ଶେଷରେ ସେ ବୁଡ଼ ପକାଇଛନ୍ତି।
ଟିକେଟ ପାଇଁ ବାରବାଟୀରେ ଠେଲାପେଲା
ରବାଟୀରେ ଟିକେଟ୍ ପାଇଁ ଦେଖାଦେଇଛି ହଙ୍ଗାମା। ଧସେଇ ପଶିଲେ, ଧସ୍ତାଧସ୍ତି ହେଲେ, ପରସ୍ପର ଉପରେ ଚଢିଗଲେ। ଲୋକଙ୍କର ଚେତା ବୁଡ଼ିଲା, ପୋଲିସ୍ ବି ନାକେଦମ୍ ହେଲା। ବାରବାଟୀରେ ଇଂଲଣ୍ଡ-ଇଣ୍ଡିଆ ଦ୍ୱିତୀୟ ଦିନିକିଆ ପାଇଁ ଆଜି ଅଫଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ ହୋଇଥିବାବେଳେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ଟିକେଟ କାଉଣ୍ଟର ଆଗରେ ଦେଖିବାକୁ ମିଳିଛି ଦଳଚକଟା ସହ ପ୍ରବଳ ଠେଲାପେଲା।
୨ ସପ୍ତାହ ପରେ ଯୁକ୍ତ ୨ ପରୀକ୍ଷା
ଆଉ ମାତ୍ର ୨ ସପ୍ତାହ ପରେ ଯୁକ୍ତ ୨ ପରୀକ୍ଷା ହେବାକୁ ହେବ। ଏହାକୁ ସୁଚାରୁ ଓ ଶୃଙ୍ଖଳିତ କରିବା ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି । ମୁଖ୍ୟ ଶାସନ ସଚିବ ପ୍ରସ୍ତୁତି ବୈଠକ କରିଥିବା ବେଳେ, ୪୫ ଦିନରେ ରେଜଲଟ୍ ପ୍ରକାଶ ଓ ପେପର ଲିକ୍ ରୋକିବାକୁ ଏଥିରେ ବିଶେଷ ଗୁରୁତ୍ବ ଦିଆଯାଇଥିବା ସୂଚନା ମିଳିଛି ।
ଭୋଟ ଦେଉଛି ଦିଲ୍ଲୀ
ଆଜି ଦିଲ୍ଲୀରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେଉଛି। ସକାଳ ୭ଟାରୁ ଦିଲ୍ଲୀ ବିଧାନସଭାର ସମସ୍ତ ୭୦ଟି ଆସନରେ ମତଦାନ ଚାଲିଛି। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ସମେତ ଅନେକ ନେତା ଭୋଟ ଦେଇଥିଲେ। ଦିଲ୍ଲୀର ସମସ୍ତ ପୋଲିଂ ବୁଥ୍ ବାହାରେ ଭୋଟରଙ୍କ ଧାଡ଼ି ଦେଖିବାକୁ ମିଳୁଛି। ବିଜେପି, କଂଗ୍ରେସ ଏବଂ ଆମ ଆଦମୀ ପାର୍ଟିର ବଡ଼ ନେତାମାନେ ସେମାନଙ୍କର ସମ୍ପୂର୍ଣ୍ଣ ଶକ୍ତି ଖଟାଇ ଦେଇଛନ୍ତି। ରାଲି, ସାଧାରଣ ସଭା, ରାସ୍ତା କଡ଼ ସଭା, ରୋଡ ଶୋ ଏବଂ ଘରକୁ ଘର ପ୍ରଚାର ମାଧ୍ୟମରେ ଭୋଟରଙ୍କ ନିକଟରେ ପହଞ୍ଚିବାକୁ ପ୍ରୟାସ କରାଯାଇଛି। ସମସ୍ତ ୭୦ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ୧୩,୭୬୬ଟି ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି, ଯାହା ୨୬୯୬ଟି ବିଭିନ୍ନ ସ୍ଥାନରେ ଅଛି। ଦିନ ୩ଟା ପର୍ଯ୍ୟନ୍ତ ଦିଲ୍ଲୀରେ ୪୬.୫୫ ମତଦାନ ହୋଇଥିବା ଜଣାପଡିଛି।
ଭାରତ ଫେରିଲେ ୧୦୪ ପ୍ରବାସୀ ଭାରତୀୟ
ଭାରତ ଫେରିଲେ ୧୦୪ଜଣ ପ୍ରବାସୀ ଭାରତୀୟ। ଆମେରିକାର ମିଲିଟାରୀ ପ୍ଲେନ୍ ସି-୧୪୭ରେ ଆମେରିକାରେ ଅବୈଦ୍ଧ ଭାବେ ରହୁଥିବା ଭାରତୀୟ ନାଗରିକଙ୍କୁ ଭାରତ ନେଇ ଆସିଛି। ଏହି ପ୍ଲେନ୍ ଅମୃତସରରେ ଅବତରଣ କରିଛି। ତେବେ ଭାରତ ଫେରୁଥିବା ୧୦୪ଜଣ ଭାରତୀୟଙ୍କ ମଧ୍ୟରେ ୧୩ଜଣ ପିଲା, ୭୯ ପୁରୁଷ, ୨୫ଜଣ ମହିଳା ରହିଛନ୍ତି। ୩୩ଜଣ ନାଗରିକ କେବଳ ଗୁଜରାଟରୁ ରହିଛନ୍ତି। ଗୁଜୁରାଟ ନାଗରୀକମାନେ ଅମୃତସର ବିମାନବନ୍ଦରରେ ରହିବେ। ସେଠାରୁ ସିଧାସଳଖ ତାଙ୍କୁ ଗୁଜରାଟ ପଠାଇଦିଆଯିବ।
ଶ୍ରୀମନ୍ଦିରରେ ଶୋଡ଼ଷ ଅର୍ଥ କମିଶନ
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସାନିଧ୍ୟ ନେଲେ ଶୋଡ଼ଷ ଅର୍ଥ କମିଶନ ଅଧ୍ୟକ୍ଷ ଅରବିନ୍ଦ ପାନଗାରିଆ ଓ ୧୫ ଜଣିଆ ଟିମ୍ । ସିଂହଦ୍ୱାର ରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ତାଙ୍କୁ ଲାଗି ଖଣ୍ଡୁଆ ଏବଂ ଶ୍ରୀମନ୍ଦିର ପ୍ରଶାସନ କ୍ୟାଲେଣ୍ଡର ଦେଇ ସ୍ବାଗତ କରାଯାଇଥିଲା।ପ୍ରାୟ ଅଧଘଣ୍ଟା ସମୟ ଧରି ଶ୍ରୀମନ୍ଦିରରେ ଦର୍ଶନ କାଳରେ ବିଭିନ୍ନ ପାର୍ଶ୍ଵ ଦେବାଦେବୀ ମନ୍ଦିର ଦର୍ଶନ କରିଥିବା ସହ ଶୁଖିଲା ପ୍ରସାଦ ସେବନ କରିଥିଲେ।ତେବେ ଓଡ଼ିଶାରେ ୪ ଦିନିଆ ଗସ୍ତ କାଳରେ ଶ୍ରୀମନ୍ଦିର ସମେତ କୋଣାର୍କ ସୂର୍ଯ୍ୟ ମନ୍ଦିର ମଧ୍ୟ ପରିଦର୍ଶନର କାର୍ଯ୍ୟକ୍ରମ ରହିଛି।
ଜଳ ବିଭାଜିକା ପ୍ରକଳ୍ପର ଶାନ୍ତନୁ ମହାପାତ୍ରଙ୍କ ଘରେ ଭିଡିଲାନ୍ସ ଚଢାଉ
ମାଲକାନଗିରି ଜଳ ବିଭାଜିକା ପ୍ରକଳ୍ପର ପ୍ରକଳ୍ପ ନିର୍ଦେଶକ ଶାନ୍ତୁନୁ ମହାପାତ୍ରଙ୍କ ଘର ସମେତ ୭ ଟି ସ୍ଥାନରେ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି। ଏହି ଚଢ଼ାଉ ବେଳେ ୧ କୋଟି ୫୦ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ ହୋଇଥିବା ଜଣାପଡିଛି । ମାଲକାନଗିରି ସମେତ କଟକ, ଭୁବନେଶ୍ୱର ର ୭ ଟି ସ୍ଥାନରେ ଚଢ଼ାଉ ଜାରି ରହିଛି । ତାଙ୍କ ଜୟପୁରସ୍ଥିତ ବାସଭବନ,
ମାଲକାନଗିରିସ୍ଥିତ ଜଳ ବିଭାଜିକା ପ୍ରକଳ୍ପର ସହକାରୀ କୃଷି ଯନ୍ତ୍ରୀ ମୋହନ ମଣ୍ଡଳ, ଡାଟା ଏଣ୍ଟ୍ରି ଅପରେଟର ବିଶ୍ୱଜିତ୍ ମଣ୍ଡଳ ଏବଂ କର୍ମଚାରୀ ଅମୀୟକାନ୍ତ ସାହୁଙ୍କ ଘର ସହ ଶ୍ରୀ ମହାପାତ୍ରଙ୍କ କାର୍ଯ୍ୟାଳୟ ଚାମ୍ବର, କଟକ ବାଲିସାହିସ୍ଥିତ ଘର ଓ ଭୁବନେଶ୍ୱର ଭୀମଟାଙ୍କିସ୍ଥିତ ଘରେ ଚଢ଼ାଉ ଜାରି ରହିଥିବା ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଚଢ଼ାଉରେ ୨ ଜଣ ଅତିରିକ୍ତ ଏସ. ପି, ୪ ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର, ୬ ଜଣ ଏ.ଏସ.ଆଇଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ସାମିଲ ହୋଇଛନ୍ତି ।
କୁଆଖାଇରେ ବୁଡିଗଲେ ୨
ସରସ୍ବତୀ ମୂର୍ତ୍ତି ବିସର୍ଜନ ବେଳେ ବୁଡିଗଲେ ୨ ଛାତ୍ର। ରାଜଧାନୀ ଉପକଣ୍ଠ ବାଲିଅନ୍ତା ବ୍ଲକ ସତ୍ୟଭାମାପୁର ପଞ୍ଚାୟତ ଅଧୀନ ରଙ୍ଗବଜାର ନିକଟରେ ସରସ୍ବତୀ ମୂର୍ତ୍ତି ବିସର୍ଜନବେଳେ ବଡ଼ ଅଘଟଣ। କୁଆଖାଇରେ ବୁଡି ପୁଣି ୨ ମୁଣ୍ଡ ଯାଇଛି। ବାଲିଅନ୍ତା ପୁଲିସ ସୂଚନା ଅନୁସାରେ ୨ ମୃତକ ହେଲେ ଭୁବନେଶ୍ୱର ୟୁନିଟ ୬ କାଳୀମନ୍ଦିର ଅଞ୍ଚଳର ୧୫ ବର୍ଷୀୟ ଦିବ୍ୟଜ୍ୟୋତି ମହାଲିକ ଏବଂ ୟୁନିଟ ୬ ଗଙ୍ଗନଗର ଅଞ୍ଚଳର ୧୫ ବର୍ଷୀୟ ସିକୁନ ସେନାପତି।
ରାଉରକେଲା ମାଲବାହୀ ଟ୍ରେନ ଲାଇନଚ୍ୟୁତ
ରାଉରକେଲାରେ ମାଲ୍ବାହୀ ଟ୍ରେନ୍ର ୩ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା। ମାଲଗୋଦାମ ବସ୍ତିର ପାର୍କିଂରେ ଟ୍ରାକରୁ ଲାଇନଚ୍ୟୁତ। ମାଲଗୋଦାମ ଫାଟକରୁ ବାସନ୍ତୀ କଲୋନୀ ରାସ୍ତାରେ ଗମନାଗମନ ବାଧାପ୍ରାପ୍ତ ହୋଇଛି।
ବନ୍ଦ ହେବ ଚାଟଜିପିଟି, ଡିପସିକ୍
କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତି । ବନ୍ଦ ହେବ ଚାଟଜିପିଟି ଓ ଡିପସିକ୍ । ସରକାରଙ୍କ ଗୁରୁତ୍ବପୂର୍ଣ୍ଣ କାଗଜପତ୍ରର ଗୋପନୀୟତା ନଷ୍ଟ ହେଉଥିବା ଅଭିଯୋଗରେ ଏହି ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର। ଚାଟଜିପିଟି ଓ ଡିପସିକ୍ ବ୍ୟବହାର କରି କେନ୍ଦ୍ର କର୍ମଚାରୀମାନେ ସହଜରେ କାମ କରୁଛନ୍ତି । କିନ୍ତୁ ଏସବୁର ଫାଇଦା ଉଠାଉଛନ୍ତି ସାଇବର ଠକ। କେନ୍ଦ୍ରୀୟ କର୍ମଚାରୀ ଏହାର ବ୍ୟବହାର ନକରିବେ ସେନେଇ ନିର୍ଦ୍ଦେଶନାମା ଜାରି କରିଛି କେନ୍ଦ୍ର ଅର୍ଥମନ୍ତ୍ରଣାଳୟ। ନିର୍ଦ୍ଦେଶନାମାରେ ଉଲ୍ଲେଖ ଅଛି ଯେ ଯେଉଁମାନେ ଏହି ଟୁଲ ବ୍ୟବହାର କରୁଛନ୍ତି ସେମାନେ ଅଫିସର ଗୁରୁତ୍ବପୂର୍ଣ୍ଣ ନଥିପତ୍ର ଆପ୍ରେ ଦାଖଲ କରୁଛନ୍ତି । ତେଣୁ ଏହା ଲିକ୍ ହେଉଛି । ଯାହା କି ଅପରାଧ । ତେଣୁ ଏହି ଟୁଲ୍ର ବ୍ୟବହାର କରିବା ଉପରେ ରୋକ ଲଗାଇଛି ମନ୍ତ୍ରଣାଳୟ ।