Top 10 News Today: Top 10 News: ଆଜି ସନ୍ଧ୍ୟା ଦର୍ଶନ ବନ୍ଦ, ମକରରେ ବୁଡ ପକାଇଲେ ସାଢେ ୩ କୋଟି ଓ ସକାଳର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2601740

Top 10 News Today: Top 10 News: ଆଜି ସନ୍ଧ୍ୟା ଦର୍ଶନ ବନ୍ଦ, ମକରରେ ବୁଡ ପକାଇଲେ ସାଢେ ୩ କୋଟି ଓ ସକାଳର ୧୦ ବଡ଼ ଖବର

Top 10 News: ଚୁଟକୀରେ ପଢିନିଅନ୍ତୁ ସକାଳର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର

Top 10 News Today: Top 10 News: ଆଜି ସନ୍ଧ୍ୟା ଦର୍ଶନ ବନ୍ଦ, ମକରରେ ବୁଡ ପକାଇଲେ ସାଢେ ୩ କୋଟି  ଓ ସକାଳର ୧୦ ବଡ଼ ଖବର
1. No Evening Darshan Today in Sri Mandir: ଆଜି ଶ୍ରୀମନ୍ଦିରରେ ସର୍ବସାଧାରଣଙ୍କ ଦର୍ଶନ ଆଜି ସନ୍ଧ୍ୟାରେ ୫ ଘଣ୍ଟା ପାଇଁ ବନ୍ଦ ରହିବ।  ବନକ ଲାଗି ନୀତି ଅନୁଷ୍ଠିତ ହେବାକୁ ଥିବାରୁ ଶ୍ରୀମନ୍ଦିରରେ ଦର୍ଶନ ଲାଗି କୌଣସି ଭକ୍ତ ପ୍ରବେଶ କରିବେ ନାହିଁ। କେବଳ ନିର୍ଦ୍ଧାରିତ ସେବକ ହିଁ ମନ୍ଦିରରେ ପ୍ରବେଶ କରିବେ।  ଦ୍ୱିତୀୟ ଭୋଗ ମଣ୍ଡପ ପରେ ଏହି ନୀତି ଅନୁଷ୍ଠିତ ହେବ। ଏଣୁ ପ୍ରାୟ ସନ୍ଧ୍ୟା ୫ଟାରୁ ରାତି ୧୦ଟାଯାଏ ଶ୍ରୀ ଜଗନ୍ନାଥଙ୍କ ଦର୍ଶନକୁ ବାରଣ କରାଯାଇଛି। 
 
2. Holy Dip in Makar: ମକର ସଂକ୍ରାନ୍ତି ଅବସରରେ ପ୍ରୟାଗରାଜରେ ଅନୁଷ୍ଠିତ ହେଉଥିବା ମହାକୁମ୍ଭର ପ୍ରଥମ ଅମୃତ ସ୍ନାନରେ ପ୍ରାୟ ସାଢ଼େ ତିନିକୋଟି ଶ୍ରଦ୍ଧାଳୁ ସ୍ନାନ ସହ ଘାଟରେ ପୂଜାର୍ଚ୍ଚନା କରିଥିବା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ସମସ୍ତ ଶ୍ରଦ୍ଧାଳୁଙ୍କୁ ଏହି ଅବସରରେ ଅଭିନନ୍ଦନ ଜଣାଇଛନ୍ତି। ଶ୍ରଦ୍ଧାଳୁଙ୍କ ଉପରେ ପୁଷ୍ପବୃଷ୍ଟି କରାଯାଇ ତାଙ୍କୁ ସ୍ୱାଗତ କରାଯାଇଥିଲା। 
 
3. Army Day: ଆଜି ସେନା ଦିବସ। ପୁନେଠାରେ ଏହି ସ୍ଥଳସେନା ଦିବସ ଆୟୋଜନ କରାଯାଇଛି। ଏହା ୭୭ତମ ପ୍ରତିଷ୍ଠା ଦିବସ।  ଏହି ଦିବସରେ ଦେଶର ସାହସିକତା ଓ ବଳିଦାନକୁ ସ୍ମରଣ କରାଯାଇଥାଏ। ଦେଶର ବିଭିନ୍ନ ସାମରିକ ମୁଖ୍ୟାଳୟରେ ମଧ୍ୟ ଏହାକୁ ଉତ୍ସାହର ସହ ପାଳନ କରାଯାଇଥାଏ। ପ୍ରଥମ ଭାରତୀୟ ଜେନେରାଲ ଭାବେ କେ ଏମ୍‍ କରିଆପ୍ପା ଜାନୁୟାରୀ ୧୫, ୧୯୪୯ ମସିହାରେ ବ୍ରିଟିଶ୍‍ ଅଧିକାରୀ ଫ୍ରାନ୍ସିସ୍‍ ବୁଚରଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ। ଏହି ଦିବସକୁ ଭାରତୀୟ ଶୌର୍ଯ୍ୟ ଓ ବୀରତାର ଦିବସ ଭାବେ ସ୍‍ମରଣ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ପାଳନ କରାଯାଇଥାଏ। 
 
4. Great Day for Indian Navy: ଆଜି ଭାରତୀୟ ନୌସେନା ପାଇଁ ଏକ ଐତିହାସିକ ଦିନ। ମୁମ୍ବାଇ ନାଭାଲ ଡକ୍‍ୟାର୍ଡରେ ତିନୋଟି ଯୁଦ୍ଧ ଜାହାଜକୁ ସାମିଲ କରାଯିବ। ଦେଶର ସେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଏହି ତିନି ଜାହାଜକୁ ଉତ୍ସର୍ଗ କରିବେ। ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ଏହି ତିନି ଯୁଦ୍ଧ ଜାହାଜ ହେଉଛି ଆଇଏନ୍‍ଏସ୍‍ ସୁରତ, ଆଇଏନ୍‍ଏସ୍‍ ନୀଳଗିରି ଏବଂ ଆଇଏନ୍‍ଏସ୍‍ ବାଘଶିର। 
 
 
5. MoU for Steel Plant in Keonjhar soon: ଖଣିଜ ସମ୍ପନ୍ନ କେନ୍ଦୁଝର ଜିଲ୍ଲାରେ ଏକ ଅତ୍ୟାଧୁନିକ ଷ୍ଟିଲ୍‍ ପ୍ଲାଣ୍ଟ ପ୍ରତିଷ୍ଠା ଲାଗି ଘରୋଇ ପୁଞ୍ଜିନିବେଶ ହେବ। ଏଥିଲାଗି ସରକାର ଉତ୍କର୍ଷ ଓଡ଼ିଶା ସମ୍ମିଳନୀରେ ବୁଝାମଣାପତ୍ର ସ୍ୱାକ୍ଷର କରିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ଆସନ୍ତା ୨୮ ଓ ୨୯ ତାରିଖରେ ରାଜ୍ୟରେ ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। 
 
6. No Solution till in Lingaraj temple: ଶ୍ରୀ ଲିଙ୍ଗରାଜ ମନ୍ଦିରରେ ସେବାୟତଙ୍କ ଭିତରେ ବିବାଦ ନ ତୁଟିବା କାରଣରୁ ଅଚଳାବସ୍ଥା ଜାରି ରହିଛି। ମନ୍ଦିର ପ୍ରଶାସନ ବିବାଦ କାହିଁକି ହେଲା ତାହାର ନିରାକରଣ ପରିବର୍ତ୍ତେ ତୁରନ୍ତ ନୀତି କାନ୍ତି ଆରମ୍ଭ ପାଇଁ ଗୁରୁତ୍ୱ ଦେଉଛନ୍ତି। ଏଣୁ ବାରମ୍ବାର ଏପରି ବିବାଦ ହେଉଛି। ଏଣୁ ପ୍ରଥମେ ପ୍ରଶାସନ କାରଣ ଖୋଜି ତାହାର ସମାଧାନ କରନ୍ତୁ ବୋଲି ଦାବି କରିଛନ୍ତି ସେବକ ଗୋଷ୍ଠୀ। 
 
7. Maintenance to the Earh pits of Sri Mandir: ଶ୍ରୀ ଜଗନ୍ନାଥ ମନ୍ଦିରକୁ ବଜ୍ରପାତ ଅଘଟଣରୁ ରକ୍ଷା ପାଇଁ  ଆର୍ଥିଂ ବ୍ୟବସ୍ଥାକୁ ମଜଭୁତ କରାଯିବ। ପୂର୍ବରୁ ଯେଉଁ ଆର୍ଥ ପିଟ୍‍ ସବୁ ରହିଛି ତାହାକୁ ଯାଞ୍ଚ ସହ ତମ୍ବା ଫଳକରେ ପରିବର୍ତ୍ତନ କରାଯିବ। ୨୦୧୮ ମସିହାରୁ ଏହି ଆର୍ଥିଂ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାବେ ଯାଞ୍ଚ ପାଇଁ ଦାବି ଉଠୁଛି କିନ୍ତୁ ପ୍ରଶାସନ ପକ୍ଷରୁ ଏନେଇ କୌଣସି ପଦକ୍ଷେପ ନିଆଯାଇ ନାହିଁ। ୨୦୨୦ ମସିହାରେ ଏଏସ୍‍ଆଇ ଏ ସମ୍ବନ୍ଧିତ ସ୍ଥିତିର ଏକ ରିପୋର୍ଟ ହାଇକୋର୍ଟରେ ଦାଖଲ କରିଥିଲେ। 
 
8. J&K incomplete without PoK: ପାକ୍‍ ଅଧିକୃତ କଶ୍ମୀର ବିନା ଜମ୍ମୁ ଓ କଶ୍ମୀର ଅସମ୍ପୂର୍ଣ୍ଣ ବୋଲି କହିଛନ୍ତି ପ୍ରତରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଆତଙ୍କବାଦୀ କାର୍ଯ୍ୟକଳାପ ଲାଗି ଏହି ମାଟିକୁ ବ୍ୟବହାର କରାଯାଉଛି। ଏଠାରେ ଥିବା ଆତଙ୍କବାଦୀ ଶିବିରଗୁଡ଼ିକୁ ଭାଙ୍ଗିବାକୁ ହେବ ନହେଲେ ପରିଣାମ ଭୋଗିବାକୁ ହେବ ବୋଲି ନବମ ସେନା ବାହିନୀ ଭେଟେରାନ୍ସ ଡେ’ରେ କହିଛନ୍ତି ରାଜନାଥ। 
 
9. National Turmeric Board: ତେଲେଙ୍ଗାନାର ନିଜାମାବାଦ୍‍ଠାରେ ଜାତୀୟ ହଳଦୀ ବୋର୍ଡ ସ୍ଥାପନ କରାଯାଇଛି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ହଳଦୀ ଚାଷୀ, ବ୍ୟବସାୟୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ତେଲେଙ୍ଗାନା ବିଧାନସଭା  ନିର୍ବାଚନ କାଳରେ ପ୍ରଧାନମନ୍ତ୍ରୀ ଏହି ପ୍ରତିଶୃତି ଦେଇଥିଲେ। 
 
10. New Foreign Revenue service : ବୈଦେଶିକ ସୂତ୍ରରୁ ଆୟ ହେଉଥିବା ରାଜସ୍ୱକୁ ନିୟନ୍ତ୍ରଣ ତଥା ପରିଚାଳନା ଲାଗି ଟ୍ରମ୍ପ ସରକାର ନୂତନ ବୈଦେଶିକ ରାଜସ୍ୱ ସେବା ଆରମ୍ଭ କରିବାକୁ ଘୋଷଣା କରିଛି। ଆମେରିକା ସହ ବାଣିଜ୍ୟ କରୁଥିବା ବୈଦେଶିକ ସଂସ୍ଥାଗୁଡ଼ିକ ଦେଶକୁ ଉଚିତ ଶୁଳ୍କ ପ୍ରଦାନର ଆବଶ୍ୟକତା ରହିଛି ବୋଲି ଟ୍ରମ୍ପ କହିଛନ୍ତି। ଏବେ ଆଭ୍ୟନ୍ତରୀଣ ରାଜସ୍ୱ ସେବା ବ୍ୟବସ୍ଥା ଦ୍ୱାରା ଏହି ଆୟ ସଂଗ୍ରହ କରାଯାଉଛି।