Sultanganj Agwani Bridge Collapse: ଖଗଡ଼ିଆ-ଭାଗଲପୁର ଜିଲ୍ଲାକୁ ସଂଯୋଗ କରୁଥିବା ସୁଲତାନଗଞ୍ଜ-ଅଗୁୱାନୀ ବ୍ରିଜ ଭୁଶୁଡ଼ିବା ପରେ ଗଙ୍ଗା ନଦୀରେ ଖସିପଡ଼ିଛି। ଯାହାର ଭିଡ଼ିଓ ଭାଇରାଲ ହୋଇଛି।
Trending Photos
Bridge Collapse in Ganga River: ଜୁନ ୪ ତାରିଖ ରବିବାର ବିହାର ଭାଗଲପୁର ଜିଲ୍ଲାରେ ଘଟିଯାଇଛି ଏକ ଛାତିଥରା ଘଟଣା। ଗଙ୍ଗା ନଦୀରେ ନିର୍ମିତ ସୁଲତାନଗଞ୍ଜ-ଅଗୁୱାନୀ ଚାରି ଲେନ ବିଶିଷ୍ଟ ସେତୁ ପୁଣି ଥରେ ଗଙ୍ଗା ନଦୀରେ ଖସି ପଡ଼ିଛି। ଏହି ଘଟଣାରେ ମିଳିଥିବା ଖବର ଅନୁସାରେ ପ୍ରାୟ ୩୦ କିମ୍ବା ଏହା ଠାରୁ ଅଧିକ ସ୍ଲାବ ଅର୍ଥାତ୍ ପୋଲର ପ୍ରାୟ ୧୦୦ ଫୁଟ ଅଂଶ ନଦୀରେ ଭୁଶୁଡି ପଡିଛି। ଖଗଡ଼ିଆ-ଭାଗଲପୁର ଜିଲ୍ଲାକୁ ସଂଯୋଗ କରିବା ପାଇଁ ଏହି ସେତୁ ନିର୍ମାଣ କରାଯାଉଥିଲା।
ଚାରି ଲେନ ବିଶିଷ୍ଟ ସେତୁ ଭୁଶୁଡ଼ି ଯିବା ଘଟଣାର ଭିଡ଼ିଓ ଲୋକ ନିଜ କ୍ୟାମେରା ମାଧ୍ୟମରେ କଏଦ କରି ନେଇଥିଲେ। ପ୍ରାୟ ୧୭୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେଉଥିବା ସୁଲତାନଗଞ୍ଜ-ଅଗୁୱାନୀ ଚାରି ଲେନ ବିଶିଷ୍ଟ ସେତୁ ହେଉଛି ବିହାର ନୀତିଶ କୁମାରଙ୍କ ସ୍ୱପ୍ନର ପ୍ରକଳ୍ପ। ଗତ ବର୍ଷ ଅପ୍ରିଲରେ ଏହି ସେତୁର ଅନ୍ୟ ଏକ ଅଂଶ ମଧ୍ୟ ଭୁଶୁଡି ପଡିଥିଲା। ସଦ୍ୟ ଏହି ଘଟଣାର ଏକ ଭିଡିଓ ମଧ୍ୟ ଭାଇରାଲ ହେଉଛି। ଯେଉଁଥିରେ ଏହା ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ପୋଲର ଏକ ଅଂଶ ଭାଙ୍ଗିଯିବା ପରେ ଗଙ୍ଗା ନଦୀରେ ଖସି ପଡୁଛି। ଅନେକ ଲୋକ କିଛି ଦୂରରୁ ଏହି ଘଟଣାର ଭିଡିଓ ରେକର୍ଡିଂ କରୁଥିବାର ଦେଖିବାକୁ ମିଳିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଘଟଣାରେ କେହି ଆହତ କିମ୍ବା ନିହତ ହୋଇଥିବା ନେଇ ନିଶ୍ଚିତ ହୋଇନାହିଁ।
Also Read: Shocking News: ସୀମା ଟପିଗଲା ଦୁର୍ନୀତି, ଉଦଘାଟନ ପୂର୍ବରୁ ଭୁଷୁଡି ପଡିଲା ପୋଲ
ଗଙ୍ଗା ନଦୀର ଉପରେ ନିର୍ମିତ ସୁଲତାନଗଞ୍ଜ-ଅଗୁୱାନୀ ଚାରି ଲେନ ବିଶିଷ୍ଟ ସେତୁ ଭୁଶୁଡ଼ି ଯିବା ଘଟଣାରେ ପ୍ରତିକ୍ରିୟା ରଖିଛି ବିହାର ରାଜ୍ୟ ବ୍ରିଜ ନିର୍ମାଣ ନିଗମ। ଏନେଇ ଖଗଡ଼ିଆ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଯୋଗେନ୍ଦ୍ର କୁମାର କହିଛନ୍ତି ଯେ କିଛି ବ୍ୟବଧାନ ହ୍ରାସ ପାଇଛି। ମୁଁ ବର୍ତ୍ତମାନ ଘଟଣାସ୍ଥଳକୁ ପରିଦର୍ଶନରେ ଯାଉଛି। ବର୍ତ୍ତମାନ ଏହି ଘଟଣା ଉପରେ ଅଧିକ କିଛି କୁହାଯାଇ ପାରିବ ନାହିଁ।
#Bihar a portion of under construction bridge over Ganga river collapsed today. The Aguanhighat Sultanganj bridge will connect Khagaria and Bhagalpur districts. pic.twitter.com/7DLTQszso7
— All India Radio News (@airnewsalerts) June 4, 2023
ଅନ୍ୟପକ୍ଷରେ ରାଜ୍ୟର ପରବତ ଆସନର ବିଧାୟକ ଡକ୍ଟର ସଞ୍ଜୀବ କୁମାର କହିଛନ୍ତି ଯେ ଏହି ସେତୁର ଗୁଣବତ୍ତା ସମ୍ପର୍କରେ ବିଧାନସଭାରେ ପ୍ରଶ୍ନ ଉଠିସାରିଛି। ଏହା ହେଉଛି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସ୍ୱପ୍ନର ପ୍ରକଳ୍ପ। ହେଲେ ସେତୁ ନିର୍ମାଣ କରିଥିବା ଏସପି ସିଙ୍ଗଲା କମ୍ପାନୀ ଗୁଣାତ୍ମକ କାର୍ଯ୍ୟ କରିନାହିଁ। ବିଧାୟକ ଆହୁରି କହିଛନ୍ତି ଯେ ଏହି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରାଯିବା ଆବଶ୍ୟକ। ଦୋଷୀଙ୍କ ବିରୋଧରେ ଏଫଆଇଆର ପଞ୍ଜୀକରଣ କରିବାକୁ ମଧ୍ୟ ଦାବି କରାଯାଇଛି। ଏହି ପ୍ରକଳ୍ପର ଗୁଣବତ୍ତାକୁ ନେଇ ପ୍ରକଳ୍ପ ନିର୍ଦ୍ଦେଶକ ଆଲୋକ ଝା ଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ପରବତ ବିଧାୟକ।
Also Read: Shocking News: ଲୁହା ନିର୍ମିତ ପୋଲ ଉଠାଇନେଲେ ଚୋର
ଗଙ୍ଗା ନଦୀରେ ନିର୍ମିତ ସୁଲତାନଗଞ୍ଜ-ଅଗୁୱାନୀ ପୋଲ ଭୁଶୁଡ଼ି ଯିବା ଘଟଣାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିହାର ବିଧାନସଭାର ବିରୋଧୀ ଦଳର ନେତା ବିଜୟ ସିହ୍ନା। ଏନେଇ ବିରୋଧୀ ଦଳ ନେତା କହିଛନ୍ତି ଯେ ଦୁର୍ନୀତି ଏବଂ କମିଶନ ଖୋରି ମନୋଭାବ କାରଣରୁ ଏହି ବ୍ରିଜ ଦୁର୍ଘଟଣାର ଶିକାର ହୋଇଛି। ରାଜ୍ୟରେ କ୍ଷମତାସୀନ ମହାମେଣ୍ଟ ସରକାରରେ ବିଦ୍ୟାଳୟର ଏକ ଅଂଶ ଭୁଶୁଡି ପଡିଥିଲା। ବର୍ତ୍ତମାନ ପୋଲ ମଧ୍ୟ ଭୁଶୁଡି ପଡିଯାଉଛି। ମହାମେଣ୍ଟ ସରକାରର ଉଦ୍ଦେଶ୍ୟ ସ୍ପଷ୍ଟ ନୁହେଁ। ଆଜିକାଲି କମିଶନଖୋର ସରକାରଙ୍କ ଉଚ୍ଚପଦସ୍ଥ ଅଧିକାରୀ କମିଶନ ସଂଗ୍ରହ କାର୍ଯ୍ୟ ସିଧାସଳଖ କରୁଛନ୍ତି। ଯଦି ଅଧିକାରୀ କମିଶନ ନେବାରେ ସିଧାସଳଖ ଜଡିତ ଅଛନ୍ତି, ତାହେଲେ ଏଭଳି ପରିସ୍ଥିତିରେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଦୁର୍ନୀତି ହେତୁ ଏପରି ଘଟଣା ଘଟିବା ସ୍ୱାଭାବିକ।