ISRO Revenue in Last 3 Years: ମହାକାଶକୁ କୃତ୍ରିମ ଉପଗ୍ରହ ଉତକ୍ଷେପଣ କରିବା କ୍ଷେତ୍ରରେ ଇସ୍ରୋ ଅନେକ ରେକର୍ଡ ସ୍ଥାପନ କରିସାରିଛି। ବିଭିନ୍ନ ଦେଶ ତଥା କମ୍ପାନୀ ଦ୍ୱାରା ନିର୍ମିତ କୃତ୍ରିମ ଉପଗ୍ରହ ଉତକ୍ଷେପଣ କରି ବେଶ ମୋଟା ଅଙ୍କର ରୋଜଗାର କରିଛି ଇସ୍ରୋ।
Trending Photos
Indian Space Research Organisation: ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଏହାର ସଫଳତାର ଗୌରବକୁ ଆଗକୁ ନେଇ ମହାକାଶ ଜଗତରେ ଆଉ ଏକ ବଡ଼ ସଫଳତା ହାସଲ କରିଛି। ଇସ୍ରୋ ଏକା ସାଙ୍ଗରେ ମହାକାଶକୁ ୭ ଉପଗ୍ରହ ଉତକ୍ଷେପଣ କରିଛି। ଏହି ସମସ୍ତ ଉପଗ୍ରହ ଶ୍ରୀହାରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟର ଲଞ୍ଚ ପ୍ୟାଡ ଠାରୁ ଉତକ୍ଷେପଣ କରାଯାଇଥିଲା। ସିଙ୍ଗାପୁରର ଏହି ଉପଗ୍ରହକୁ ସଫଳକାର ସହ ଉତକ୍ଷେପଣ କରାଯାଇଥିଲା। ଚଳିତ ବର୍ଷ ଇସ୍ରୋ ଏହାର ତୃତୀୟ ବ୍ୟବସାୟିକ ଉତକ୍ଷେପଣ ସମାପ୍ତ କରିଛି। ଇସ୍ରୋ ଦିନକୁ ଦିନ ସଫଳତାର ନୂତନ ଦିଗ ଲେଖୁଛି। ପ୍ରତ୍ୟେକ ଦିନ ଏକ ନୂତନ ସଫଳତା ଅର୍ଜନ କରୁଛି। ମଙ୍ଗଳ ଠାରୁ ଚନ୍ଦ୍ର ପର୍ଯ୍ୟନ୍ତ ଇସ୍ରୋ ସବୁ ସ୍ଥାନରେ ପହଞ୍ଚି ସାରିଛିI ଏବେ ଇସ୍ରୋ ଆଉ ଏକ ନୂଆ ରେକର୍ଡ କରିଛି।
ଭାରତୀୟ ମହାକାଶ ଗବେଷଣା ସଂସ୍ଥାର ଗୌରବ କାହାଣୀ
ଭାରତୀୟ ମହାକାଶ ଗବେଷଣା ସଂସ୍ଥା (Indian Space Research Organisation) ଇସ୍ରୋ (ISRO) ସଫଳତାର ଗୌରବକୁ ଆଗକୁ ନେଇ ମହାକାଶ ଜଗତରେ (ISRO Space Mission) ଆଉ ଏକ ବଡ଼ ସଫଳତା ହାସଲ କରିଛି। ଗତ ୧୯୯ ମସିହାରୁ ଇସ୍ରୋ ୩୬ ଦେଶର ୪୩୧ ବିଦେଶୀ ଉପଗ୍ରହ ଉତକ୍ଷେପଣ (Foreign Satellite Launched by ISRO) କରିଛି। ଏହା ପୂର୍ବରୁ ଇସ୍ରୋ ୨୦୨୩ ବର୍ଷରେ ଦୁଇଟି ସଫଳ କମର୍ସିଆଲ ଲଞ୍ଚିଂ କରିସାରିଛି ଚଳିତ ବର୍ଷ ମାର୍ଚ୍ଚରେ ଏଲଭିଏମ୩ ରକେଟ (LVM3 Rocket) ସହାୟତାରେ ୩୬ ଉପଗ୍ରହ ଉତକ୍ଷେପଣ କରିଥିଲା। ଗତ ଅପ୍ରେଲ ମାସରେ ସିଙ୍ଗାପୁରର ଦୁଇଟି ଉପଗ୍ରହ ପିଏସଏଲଭି ରକେଟ୍ (PSLV Rocket) ଦ୍ୱାରା ଉତକ୍ଷେପଣ କରାଯାଇଥିଲା।
ଏହି ମିଶନ୍ ସମାପ୍ତ ହେବ
ଇସ୍ରୋ ପିଏସଏଲଭି-ସି୫୬ ରକେଟ୍ (ISRO PSLV-C56 Rocket) ସାହାଯ୍ୟରେ ରାଡାର ମ୍ୟାପିଂ ଉପଗ୍ରହ (Radar Mapping Satellite) ଡିଏସ-ଏସଏଆର (DS-SAR) ଏବଂ ଅନ୍ୟ ୬ ଉପଗ୍ରହ (ISRO Satellite Launch) ମହାକାଶକୁ ଉତକ୍ଷେପଣ କରିଛି। ଇସ୍ରୋ ଅନୁଯାୟୀ ୩୬୦ କେଜି ଓଜନ ବିଶିଷ୍ଟ DS-SAR ଉପଗ୍ରହ DSTA ଏବଂ ST ଇଞ୍ଜିନିୟରିଂ ସିଙ୍ଗାପୁର ମଧ୍ୟରେ ସହଭାଗିତାରେ ବିକଶିତ କରାଯାଇଛି। ଏହି ଉପଗ୍ରହ ଉତକ୍ଷେପଣ ପରେ, ଏହାର ସାହାଯ୍ୟରେ ସିଙ୍ଗାପୁର ସରକାରଙ୍କ ବିଭିନ୍ନ ଏଜେନ୍ସି ସେମାନଙ୍କର ମିଶନ ସମାପ୍ତ କରିବେ।
ସବୁଠାରୁ ନିର୍ଭରଯୋଗ୍ୟ ରକେଟ୍ ପିଏସଏଲଭି ଅନୁସନ୍ଧାନ ରିପୋର୍ଟ
ଇସ୍ରୋ ଏହାର ୫୮ ତମ ସବୁଠାରୁ ନିର୍ଭରଯୋଗ୍ୟ ରକେଟ୍ ପିଏସଏଲଭି ସହାୟତାରେ ସିଙ୍ଗାପୁର ଉପଗ୍ରହ ଉତକ୍ଷେପଣ କରିଛି। ଆପଣଙ୍କୁ କହିରଖୁଛୁ ଯେ ଇସ୍ରୋ କାହିଁକି ଏହାର ପିଏସଏଲଭି ରକେଟ ଉପରେ କାହିଁକି ବିଶ୍ୱାସ କରେ ଏବଂ ଏହାର ବିଶେଷତା କ'ଣ?
ପିଏସଏଲଭି ପୁରା ନାମ ହେଉଛି ପୋଲାର ସାଟେଲାଇଟ୍ ଲଞ୍ଚ ଭେହିକିଲ (Polar Satellite Launch Vehicle)। ଇସ୍ରୋ କେବଳ ଏହାକୁ ପ୍ରସ୍ତୁତ କରିଛି। ପିଏସଏଲଭି ଲାଗି ତରଳ ରକେଟ୍ ଇଞ୍ଜିନ୍ ବ୍ୟବହୃତ ହୋଇଥାଏ। ୧୯୯୪ ମସିହାରେ ପ୍ରଥମ ଥର ପାଇଁ ଏହାକୁ ସଫଳତାର ସହିତ ଲଞ୍ଚ (ISRO PSLV Launch) କରାଯାଇଥିଲା। ଯାହା ଭାରତୀୟ ମହାକାଶ ଗବେଷଣା ସଂସ୍ଥାର ସବୁଠାରୁ ନିର୍ଭରଯୋଗ୍ୟ ୱାର୍କହୋର୍ସ ଲଞ୍ଚ ଯାନ (ISRO Workhorse Launch Vehicle)। ଗତ ୨୦୦୮ ବର୍ଷରେ ପିଏସଏଲଭି ସହାୟତାରେ ଚନ୍ଦ୍ରାୟନ-୧ ଲଞ୍ଚ କରାଯାଇଥିଲା। ଏହାର ସହାୟତାରେ ମାର୍ସ ଅର୍ବିଟର ମହାକାଶଯାନ (Mars Orbiter Spacecraft) ମଙ୍ଗଳ ଗ୍ରହକୁ (Palnet Mars) ପଠାଯାଇଥିଲା। ପୃଥିବୀର ଚିତ୍ର ଉତ୍ତୋଳନ କରୁଥିବା ଉପଗ୍ରହ ପିଏସଲଭି ସହାୟତାରେ ପଠାଯାଇଥିଲା। ପିଏସଏଲଭି ୧୭୦ କିଲୋଗ୍ରାମ ଓଜନ ବିଶିଷ୍ଟ ଉପଗ୍ରହକୁ Sun Synchronous Polar Orbit ପାଖକୁ ପଠାଇପାରେ।
ତୃତୀୟ ବାଣିଜ୍ୟିକ ମିଶନ ପରେ ବର୍ତ୍ତମାନ ସମସ୍ତଙ୍କ ଆଖି ଇସ୍ରୋ ପକ୍ଷରୁ କାର୍ଯ୍ୟକାରୀ ହେବାକୁ ଥିବା ସୂର୍ଯ୍ୟ ମିଶନ ଉପରେ ରହିଛି। ଅଗଷ୍ଟ ଶେଷରେ ଇସ୍ରୋ ସୌର (ISRO Solar Mission) ବାତାବରଣ ଅଧ୍ୟୟନ ପାଇଁ ପିଏସଏଲଭି ରକେଟ ସହାୟତାରେ ଏହାର କୋରୋନାଗ୍ରାଫି ଉପଗ୍ରହ ଆଦିତ୍ୟ ଏଲ-୧ ପଠାଇବ (Coronagraphy Satellite Aditya L1)। ଇସ୍ରୋ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଚନ୍ଦ୍ରୟାନ-୩ ଅଭିଯାନ ଏବେ ସବୁଠାରୁ ଚର୍ଚ୍ଚାରେ ରହିଛି। ସମସ୍ତେ ଚନ୍ଦ୍ରରେ ଏହାର ସଫଳ ଅବତରଣକୁ ଅପେକ୍ଷା କରିଛନ୍ତି। ଯାହା ସହିତ ISRO ମହାକାଶ ଜଗତର ଏକ ନୂଆ ରେକର୍ଡ କରିବ।
ଇସ୍ରୋ ଆୟ- ସାଟେଲାଇଟ୍ ବ୍ୟବସାୟରେ ଭାରତ
ଇସ୍ରୋ ଏହାର ବାଣିଜ୍ୟିକ ସେବା ମାଧ୍ୟମରେ ଆର୍ଥିକ ଦୃଷ୍ଟିରୁ ସମୃଦ୍ଧ ହେଉଛି। ରବିବାରର ସଫଳତା ପୂର୍ବରୁ ମଧ୍ୟ ଭାରତ ସମୟ ସମୟରେ ଅନ୍ୟ ଦେଶ/କମ୍ପାନୀ ଉପଗ୍ରହ ଉତକ୍ଷେପଣ କରିଆସୁଛି। ଏହି ଉତକ୍ଷେପଣ ପାଇଁ ପ୍ରାୟ ୧୨ ବାଣିଜ୍ୟିକ ମିଶନ କାର୍ଯ୍ୟକାରୀ ହୋଇଥିଲା। ଅବଶ୍ୟ, ଅଧିକାଂଶ ବ୍ୟବସାୟିକ ଲଞ୍ଚ ଆମେରିକୀୟ କମ୍ପାନୀ ସହିତ ହୋଇଥିଲା।
୩ ବର୍ଷ ପୂର୍ବେ ମହାକାଶ କ୍ଷେତ୍ରରେ ଘରୋଇ ପୁଞ୍ଜି ବିନିଯୋଗ ପାଇଁ ଭାରତ ରାସ୍ତା ଖୋଲିଥିଲା
ଗତ ୨୦୨୦ ବର୍ଷରେ ଭାରତ ମହାକାଶ କ୍ଷେତ୍ରରେ ଘରୋଇ ପୁଞ୍ଜି ବିନିଯୋଗ ପାଇଁ ରାସ୍ତା ଖୋଲିଥିଲା। ଗତ ବର୍ଷ ଅକ୍ଟୋବରରେ ଇସ୍ରୋ ୩୬ ୱାନୱେବ ଉପଗ୍ରହ ଉତକ୍ଷେପଣ (Oneweb Satellite Launch by ISRO) କରିଥିଲା। ବର୍ତ୍ତମାନ ଉପଗ୍ରହ ଉତକ୍ଷେପଣର ବିଶ୍ୱ ବଜାରରେ ଭାରତର ଅଂଶ ୨% ରହିଛି। ଭାରତ ସରକାର ଚାହୁଁଛନ୍ତି ଯେ ଆସନ୍ତା ୨୦୨୩ ପର୍ଯ୍ୟନ୍ତ ଭାରତ ୧୦ ପ୍ରତିଶତ ସ୍ଥାନ ଦଖଲ କରିବା ଆବଶ୍ୟକ। ବାଣିଜ୍ୟିକ କ୍ଷେତ୍ରକୁ ଧ୍ୟାନରେ ରଖି ଇସ୍ରୋ କ୍ଷୁଦ୍ର ସାଟେଲାଇଟ୍ ଲଞ୍ଚ ଯାନ (ISRO Small Satellite Launch Vehicle) ବିକଶିତ କରୁଛି। ଏହି ମହାକାଶଯାନ ଉତକ୍ଷେପଣ କରିବା ପୋଲାର ପିଏସଏଲଭି ଅପେକ୍ଷା କମ୍ ସମୟ ଏବଂ ଅର୍ଥ ଆବଶ୍ୟକ କରେ ଯାହା କମ୍ କକ୍ଷପଥ ଉପଗ୍ରହ ଉତକ୍ଷେପଣ (Low Orbit Satellite Launch ISRO) କରିଥାଏ।
ନ୍ୟୁ ସ୍ପେସ୍ ଇଣ୍ଡିଆ ଲିମିଟେଡ୍ (New Space India Limited) ଏନଏସଆଇଏଲ (NSIL) ହେଉଛି ଇସ୍ରୋ ବାଣିଜ୍ୟକ ଶାଖା (ISRO Commercial Branch)। ଯାହା ଗତ ୨୦୧୯ ବର୍ଷରୁ ଆରମ୍ଭ ହୋଇଥିଲା। ଇସ୍ରୋ ବଜେଟ୍ ଉପରେ ସଂସଦୀୟ କମିଟି ରିପୋର୍ଟ ଅନୁଯାୟୀ ଇସ୍ରୋ ବାଣିଜ୍ୟକ ଶାଖାର ଆୟ ବୃଦ୍ଧି ପାଇଛି। ଗତ ୨୦୨୧-୨୨ ବର୍ଷରେ ଏହି କମ୍ପାନୀ ୧୭୩୧ କୋଟି ଟଙ୍କା ରୋଜଗାର କରିଥିଲା। ୨୦୨୨-୨୩ ବର୍ଷରେ ଏହାର ରୋଜଗାର ୩୫୦୦ କୋଟି ଟଙ୍କା ଅତିକ୍ରମ କରିଥିଲା। ଅର୍ଥାତ୍ ପ୍ରାୟ ୩ ବର୍ଷ ମଧ୍ୟରେ ଏହାର ରୋଜଗାର ୩ ଗୁଣା ବୃଦ୍ଧି ପାଇଛି।