Odisha Flood Alert: ରାଜ୍ୟରେ ଆସିପାରେ ବନ୍ୟା! ବିପଦ ସଂଙ୍କେତ ଅତିକ୍ରମ କଲା ବୈତରଣୀ-ବଂଶଧାରା
Advertisement
Article Detail0/zeeodisha/odisha1807116

Odisha Flood Alert: ରାଜ୍ୟରେ ଆସିପାରେ ବନ୍ୟା! ବିପଦ ସଂଙ୍କେତ ଅତିକ୍ରମ କଲା ବୈତରଣୀ-ବଂଶଧାରା

Odisha Flood News: ରାଜ୍ୟରେ ସୃଷ୍ଟି ହୋଇପାରେ ବନ୍ୟା। କାରଣ ବଂଶଧାରା ଏବଂ ବୈତରଣୀ ନଦୀରେ ଜଳ ସ୍ତର ବିପଦ ସଙ୍କେତ ଅତିକ୍ରମ କରୁଥିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। 

 

Odisha Flood Alert: ରାଜ୍ୟରେ ଆସିପାରେ ବନ୍ୟା! ବିପଦ ସଂଙ୍କେତ ଅତିକ୍ରମ କଲା ବୈତରଣୀ-ବଂଶଧାରା

Odisha Flood Uadate: ରାଜ୍ୟରେ ଆସିପାରେ ବନ୍ୟା। କାରଣ ବିଭିନ୍ନ ନଦୀରେ ଜଳସ୍ତର ବିପଦ ସଂଙ୍କେତ ଅତିକ୍ରମ କରିସାରିଛି। ବଂଶଧାରା, ବୈତରଣୀ ନଦୀରେ ଜଳ ସ୍ତର ବିପଦ ସଙ୍କେତ ଅତିକ୍ରମ କରୁଥିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ନଦୀର ଉପର ମୁଣ୍ଡରେ ଲଗାତାର ଏବଂ ପ୍ରବଳ ବର୍ଷା ହେବା କାରଣକୁ ବଂଶଧାରା ଏବଂ ବୈତରଣୀ ନଦୀ ଫୁଲିବା ନଦୀର ନିମ୍ନ ଭାଗରେ ଅବସ୍ଥିତ ଅଞ୍ଚଳ ପାଇଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗଜପତି ଜିଲ୍ଲାରେ ବଂଶଧାରା ନଦୀର ଜଳ ସ୍ତର ବୁଧବାର ବିପଦ ସଙ୍କେତ ଅତିକ୍ରମ କରିସାରିଛି। 

ରିପୋର୍ଟ ଅନୁସାରେ ଗଜପତି ଜିଲ୍ଲାର (Gajapati District) କାଶୀନଗର (Kashinagar Area Gajapati) ଠାରେ ବଂଶଧାରା ନଦୀର ଜଳ ସ୍ତର (Bansadhara River Water Level) ୫୪.୯୦ ମିଟର ରହିଛି। ଯାହା ବିପଦ ସଂଙ୍କେତ ୫୪.୬୦ ମିଟର ଅତିକ୍ରମ କରିସାରିଛି। ନଦୀର ନିମ୍ନ ଅଞ୍ଚଳରେ ଜଳବନ୍ଦୀ ହେବାର ସମ୍ଭାବନାକୁ ନେଇ ସ୍ଥାନୀୟ ଲୋକ ଭୟଭୀତ ଅଛନ୍ତି। ପରିସ୍ଥିତିର ଜବାବରେ ଜିଲ୍ଲା ପ୍ରଶାସନ (Gajapati District Administration ) ଲୋକଙ୍କୁ ସତର୍କ ରହିବା ପାଇଁ କହିଦେଇଛି।

Also Read: Weather Update: ଗଭୀର ଅବପାତରେ ପ୍ରଭାବରେ ରାଜ୍ୟରେ ଆଉ ୨ ଦିନ ପ୍ରବଳ ବର୍ଷା, ୪ ଜିଲ୍ଲାରୁ ରେଡ଼ ୱାର୍ଣ୍ଣିଂ

ପଡୋଶୀ ଆନ୍ଧ୍ର ପ୍ରଦେଶର (Andhra Pradesh) ଶ୍ରୀକାକୁଲମ ଜିଲ୍ଲାରେ (Srikakulam District) ଅବସ୍ଥିତ ଗୋଟା ବ୍ୟାରେଜ (Gotta Barrage) ଠାରେ ୧୭ ଫାଟକ ଦେଇ ବର୍ଷର ପ୍ରଥମ ବନ୍ୟା ଜଳ (Andhra Pradesh Released Flood Water) ଛଡ଼ାଯାଇଛି। ପ୍ରଭାବଶାଳୀ ଜଳ ପରିଚାଳନା ସୁନିଶ୍ଚିତ କରିବାକୁ ଯାଇ ଗଜପତି ଜିଲ୍ଲା ପ୍ରଶାସନ ପଡୋଶୀ ରାଜ୍ୟର ପରିସ୍ଥିତି ଉପରେ ସତର୍କ ନଜର ରଖିଛି।

ଅନ୍ୟପକ୍ଷରେ ଲଗାତାର ବର୍ଷା ହେତୁ (Continuous Rain in Odisha) ବୈତରଣୀ ନଦୀର ଜଳ ସ୍ତର (Baitarani River Water Level) ମଧ୍ୟ ବୃଦ୍ଧି ପାଇ ରାଜଘାଟ (Rajghat Area Odisha) ଠାରେ ବିପଦ ସଙ୍କେତ ଅତିକ୍ରମ କରିଛି। ୩୬.୩୬ ମିଟର ବିପଦ ସଙ୍କେତ ଅତିକ୍ରମ କରି ନଦୀର (Baitarani River) ଜଳ ସ୍ତର ଏବେ ୩୯.୧୪ ମିଟର ରହିଛି। ଉଭୟ ବଂଶଧାରା ଏବଂ ବୈତରଣୀ ନଦୀରେ ଜଳ ସ୍ତର ବିପଦ ସଙ୍କେତ ଅତିକ୍ରମ (Water Level Crossed Danger Mark in Bansadhara and Baitarani River) କରୁଥିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। 

Also Read: School closed: ପ୍ରବଳ ବର୍ଷା ଯୋଗୁଁ ୫ଟି ଜିଲ୍ଲାରେ ସ୍କୁଲ ଛୁଟି

ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଉତ୍ତର ପୂର୍ବ ବଙ୍ଗୋପ ସାଗର (North East Bay of Bengal) ଠାରେ ସୃଷ୍ଟି ଗଭୀର ଅବପାତ (Deep Depression) ପଶ୍ଚିମ-ଉତ୍ତର ପଶ୍ଚିମ ମୁହାଁ ହୋଇ ୨୪ ଘଣ୍ଟା ଭିତରେ ଗାଙ୍ଗେୟ ପଶ୍ଚିମବଙ୍ଗରେ ପହଁଞ୍ଚିବ। ଯାହା ଫଳରେ ଏହାର ପ୍ରଭାବରେ ଉତ୍ତର-ପଶ୍ଚିମ ଓଡ଼ିଶାରେ (North East Odisha) ବର୍ଷା ହେବା ନେଇ ସମ୍ଭାବନା ରହିଛି। ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼, ସମ୍ବଲପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ରେଡ଼ ୱାର୍ଣ୍ଣିଂ (IMD Released Red Alert for Heavy Rain) ଜାରି କରାଯାଇଛି। ସେହିଭଳି କନ୍ଧମାଳ, କଳାହାଣ୍ତି, ବୌଦ୍ଧ, ସୋନପୁର, ବଲାଙ୍ଗୀର, ନୂଆପଡ଼ା, ଅନୁଗୁଳ, ଦେବଗଡ଼, କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଗଭୀର ଅବପାତ ପ୍ରଭାବରେ ଓଡ଼ିଶା ଉପକୂଳରେ (Odisha Coast) ୫୦-୬୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ପ୍ରବଳ ବର୍ଷା କାରଣରୁ ତଳିଆ ଅଞ୍ଚଳରେ ବର୍ଷା ପାଣି ଜମିବା ସହ ସମ୍ବେଦନଶୀଳ ଅଞ୍ଚଳରେ ଭୂସ୍ଖଳନ ହେବାର ସମ୍ଭାବନା ରହିଛି। ଆଗଷ୍ଟ ୩ ତାରିଖ ବେଳକୁ ରାଜ୍ୟରେ ବର୍ଷାର ପ୍ରଭାବ କମିବ।