Sambalpur Curfew Update: ଆଜି ସଂନ୍ଧ୍ୟାରେ ମିଳିବ ଇଣ୍ଟରନେଟ୍ ସେବା, ୯ ଦିନରୁ ଥିଲା ବନ୍ଦ
Advertisement
Article Detail0/zeeodisha/odisha1663300

Sambalpur Curfew Update: ଆଜି ସଂନ୍ଧ୍ୟାରେ ମିଳିବ ଇଣ୍ଟରନେଟ୍ ସେବା, ୯ ଦିନରୁ ଥିଲା ବନ୍ଦ

Sambalpur Curfew Update News In Odia: ସମ୍ବଲପୁରକୁ ଫେରୁଛି ଶାନ୍ତି (Sambalpur Curfew) । ସମ୍ବଲପୁରରେ ଆଜି ସନ୍ଧ୍ୟା ୬ଟା ସୁଦ୍ଧା ମୋବାଇଲ ଇଣ୍ଟରନେଟ୍ ସେବା ଉପଲବ୍ଧ ହେବ। ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଅନନ୍ୟା ଦାସ(Sambalpur Collector Ananya Das)।

ସୌଜନ୍ୟ- ସୋସିଆଲ ମିଡ଼ିଆ

Sambalpur Curfew Update News In Odia: ସମ୍ବଲପୁରକୁ ଫେରୁଛି ଶାନ୍ତି (Sambalpur Curfew) । ସମ୍ବଲପୁରରେ ଆଜି ସନ୍ଧ୍ୟା ୬ଟା ସୁଦ୍ଧା ମୋବାଇଲ ଇଣ୍ଟରନେଟ୍ ସେବା ଉପଲବ୍ଧ ହେବ। ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଅନନ୍ୟା ଦାସ(Sambalpur Collector Ananya Das)। ସେ କହିଛନ୍ତି, ସନ୍ଧ୍ୟା ୬ଟାରେ ମୋବାଇଲରେ ଇଣ୍ଟରନେଟ୍ (internet facility)ଆସିବ। ୯ଦିନ ପରେ ଜିଲ୍ଲାରେ ଇଣ୍ଟରନେଟ୍ ସେବା ସ୍ୱାଭାବିକ ହେବ ବୋଲି ଜଣାଯାଇଛି । ତେବେ ଏହାପୂର୍ବରୁ ବ୍ରଡବ୍ୟାଣ୍ଡ ଏବଂ ଲିଜଲାଇନ ସେବା ଉପଲବ୍ଧ କରାଯାଇଥିଲା ।

ଗତ ୧୩ ତାରିଖରୁ ଇଣ୍ଟନେଟ୍ ସେବା ବନ୍ଦ ଥିଲା। ସୂଚନାଯୋଗ୍ୟ, ଗତ ୧୨ ତାରିଖ ରାତିରେ ହନୁମାନ ଜୟନ୍ତୀ (Hanuman Jayanti) ପାଇଁ ବାଇକ ରାଲି ଶୋଭାଯାତ୍ରା ବେଳେ ସମ୍ବଲପୁର (Sambalpur) ସହରରେ ଦୁଇଗୋଷ୍ଠୀ ଭିତରେ ଗଣ୍ଡଗୋଳ ହୋଇଥିଲା। ପୁଲିସ୍‌ ଏହାକୁ ଅଟକାଇବାକୁ ଚେଷ୍ଟା କରିବାରୁ ଉତ୍ତ୍ୟକ୍ତ ଲୋକେ ପୋଲିସ ଉପରକୁ ପଥର ମାଡ଼ କରିଥିଲେ। ଏଥିରେ ଅତିରିକ୍ତ ଏସ୍ପି ଓ ଧନୁପାଲି ଆଇଆଇସିଙ୍କ ସମେତ ୧୦ଜଣ ପୋଲିସ କର୍ମଚାରୀ ଆହତ ହୋଇଥିଲେ। ଏହି ଘଟଣାପରଠୁ ସମ୍ବଲପୁରରେ ଉତ୍ତେଜନା ଲାଗି ରହିଥିଲା। ଉତ୍ତ୍ୟକ୍ତ ଲୋକମାନେ ଦୋକାନ ପୋଡ଼ାଜଳା କରିବା ସହ ଭଙ୍ଗାରୁଜା କରିଥିଲେ। ଏହାକୁ ଦୃଷ୍ଟିରେ ସମ୍ବଲପୁରରେ ଇଣ୍ଟରନେଟ୍ ସେବାକୁ  (Internet service) ବନ୍ଦ କରିଦିଆଯାଇଥିଲା। ଏଣେ ସାଂପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଇଦ୍ ଅବସରରେ ସହରରେ ଥିବା ୧୩ଟି ମସଜିଦ୍ ଭିତରେ ସୀମିତ ନମାଜ ପାଠ କରିବା ପାଇଁ ପ୍ରଶାସନର ପ୍ରସ୍ତାବକୁ ମୁସଲମାନ ସଂପ୍ରଦାୟ ପକ୍ଷରୁ ଗ୍ରହଣ କରାଯାଇଛି। ତଦନୁଯାୟୀ ଆଜି ଇଦ ଶାନ୍ତିଶୃଙ୍ଖଳାର ସହ ପାଳିତ ହୋଇଛି। ସମ୍ବଲପୁରରେ କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତି ଉପୁଜି ନଥିବା କୁହାଯାଉଛି।

Also Read: Akshaya Tritiya 2023: ଅକ୍ଷୟ ତୃତୀୟାରେ ଭୁଲରେ ମଧ୍ଯ କରନ୍ତୁ ନାହିଁ ଏହିସବୁ କାମ, ନଚେତ୍ ମାଡ଼ି ବସିବ ଆର୍ଥିକ ସଙ୍କଟ!

Also Read: Akshaya Tritiya 2023: ଅକ୍ଷୟ ତୃତୀୟାରେ ରାଶି ଅନୁସାରେ କିଣନ୍ତୁ ଏହି ସବୁ ଜିନିଷ, ବର୍ଷିବ ଧନ...

Also Read: Akshaya Tritiya 2023: ଅକ୍ଷୟ ତୃତୀୟା ଦିନ ସୁନା କିଣି ନ ପାରିଲେ ,ଘରକୁ ଆଣନ୍ତୁ ଏହି ୫ଟି ଜିନିଷ, ଖୋଲିଯିବ ଆପଣଙ୍କ ଭାଗ୍ୟ

ତେବେ ଗତ ଶୁକ୍ରବାରଠାରୁ ସରକାର ସମସ୍ତ ଲିଜ୍‌ଲାଇନ୍ ଓ ବ୍ରଡ୍‌ବ୍ୟାଣ୍ଡ ଇଣ୍ଟର୍‌ନେଟ୍ ସେବାକୁ କଟକଣା ମୁକ୍ତ କରି ଦେଇଛନ୍ତି। ଅର୍ଥାତ୍ ଲିଜ୍‌ଲାଇନ୍ ଓ ବ୍ରଡ୍‌ବ୍ୟାଣ୍ଡ ସଂଯୋଗ ଥିବା‌ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ଶୁକ୍ରବାର ଠାରୁ ୨୪ ଘଣ୍ଟିଆ ଇଣ୍ଟର୍‌ନେଟ୍ ପାଇଛନ୍ତି। ହେଲେ ମୋବାଇଲ୍ ଇଣ୍ଟର୍‌ନେଟ୍ (Mobile Internet Services) ଏବେ ବି ବନ୍ଦ ରହିଛି। ଏଣେ ଶନିବାର ଇଦ୍‌-ଅଲ୍-ଫିତର (Eid-ul-Fitr)ଅବସରରେ ସମ୍ବଲପୁର ସହରରେ କର୍ଫ୍ୟୁ ୧୪ ଘଣ୍ଟା କୋହଳ ରହିବ (Sambalpur Curfew)। ଶୁକ୍ରବାର ୧୨ ଘଣ୍ଟା କର୍ଫ୍ୟୁ ଥିଲାବେଳେ ଶନିବାର ଇଦ୍‌ (eid)ପାଇଁ ଆଉ ୨ ଘଣ୍ଟା ଅଧିକ ‌କୋହଳ କରାଯାଇଛି। ଶନିବାର ସକାଳ ୫ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ ରହିବ ବୋଲି ସଦର ଉପଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନା ବିଜ୍ଞପ୍ତି ଜାରି କରିଛନ୍ତି।

Also Read:  Akshaya tritiya 2023: ଅକ୍ଷୟ ତୃତୀୟା ଦିନ କିଣନ୍ତୁ ନାହିଁ ଏହିସବୁ ଜିନିଷ; ମାଡ଼ି ବସିବ ସଙ୍କଟ, ହୋଇଯିବେ କାଙ୍ଗାଳ!

Also Read: MP Anubhav Mohanty: ଦଳ ପାଇଁ ଅଲୋଡ଼ା ଅନୁଭବ, ପଚାରୁନାହାଁନ୍ତି ସୁପ୍ରିମୋ !

Also Read: Shani Gochar 2023: ୩୦ ମାସ ପର୍ଯ୍ୟନ୍ତ ଏହି ୩ ରାଶିକୁ ମାଲାମାଲ କରିଦେବେ ଶନି ଦେବ, ଶଶ ରାଜଯୋଗ ଯୋଗୁଁ ବର୍ଷିବ ଧନ