Bulldozer: ଜ୍ୱାଇଁଙ୍କ ନା ଯୋଗୀ, ଯୌତୁକରେ ମିଳିଲା ବୁଲଡୋଜର
Advertisement
Article Detail0/zeeodisha/odisha1489874

Bulldozer: ଜ୍ୱାଇଁଙ୍କ ନା ଯୋଗୀ, ଯୌତୁକରେ ମିଳିଲା ବୁଲଡୋଜର

Bulldozer News: ଦେବ ଗ୍ରାମରେ ରହୁଥିବା ବିକାଶ ଓରଫ୍ ଯୋଗେନ୍ଦ୍ର ବାୟୁସେନାରେ ଅଛନ୍ତି। ଯୋଗେନ୍ଦ୍ରଙ୍କ ବିବାହ ତାଙ୍କ ପିତା ସ୍ୱାମୀଦ୍ଦିନ ଚକ୍ରବର୍ତ୍ତୀଙ୍କ ନିକଟସ୍ଥ ଅଞ୍ଚଳର ପରସରାମ ପ୍ରଜାପତିଙ୍କ ଝିଅ ନେହା ସହ ଠିକ କରିଥିଲେ। ପରସରାମ ପ୍ରଜାପତି ହେଉଛନ୍ତି ଜଣେ ପୂର୍ବତନ ସେନା କର୍ମଚାରୀ। ଯୋଗେନ୍ଦ୍ରଙ୍କୁ ବିବାହ କରିଥିବା ନେହା ସିଭିଲ ସର୍ଭିସ୍ ପାଇଁ ପ୍ରସ୍ତୁତ ହେଉଛନ୍ତି।

Bulldozer: ଜ୍ୱାଇଁଙ୍କ ନା ଯୋଗୀ, ଯୌତୁକରେ ମିଳିଲା ବୁଲଡୋଜର

Bulldozer Dowry in Wedding: ବିବାହରେ କନ୍ୟାପକ୍ଷରୁ ବରପକ୍ଷକୁ ଗାଡି ମୋଟର କିମ୍ବା ଟଙ୍କା ପଇସା ଦିଆଯାଉଥିବା କଥା ଶୁଣିଥିବେ। ହେଲେ କେବେ ଶୁଣିଛନ୍ତି ଯୌତୁକରେ ଜ୍ୱାଇଁକୁ ଶ୍ୱଶ୍ୱର ଘର ଲୋକ ବୁଲଡୋଜର ଦେବ କଥା। ଏକଥା ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଉଥିବେ। ହେଲେ ଏହା ସତ୍ୟ। ଉତ୍ତର ପ୍ରଦେଶ ହମୀରପୁର ଜିଲ୍ଲାରେ ଅନୁଷ୍ଠିତ ହୋଇଥିବା ବିବାହରେ ଶ୍ୱଶ୍ୱର ଘର ପକ୍ଷରୁ ଜ୍ୱାଇଁକୁ ଯୌତୁକରେ ବୁଲଡୋଜର ଦିଆଯାଇଛି। 

ନିକଟରେ ଉତ୍ତର ପ୍ରଦେଶ ହମୀରପୁର ଜିଲ୍ଲାର ସୁମେରପୁର ଥାନା ଅଧିନସ୍ଥ ଦେବ ଗ୍ରାମରେ ବିବାହ ଅନୁଷ୍ଠିତ ହୋଇଥିଲା। ଏଠାରେ ଅନୁଷ୍ଠିତ ହୋଇଥିବା ଏକ ବିବାହରେ ଜଣେ ପୂର୍ବତନ ସେନାବାହିନୀ କର୍ମଚାରୀ ତାଙ୍କ ଝିଅକୁ ବୁଲଡୋଜର ଉପହାରରେ ଦେଇଛନ୍ତି। ଏନେଇ ସେ କହିଛନ୍ତି, "ଯଦି କାର ଦିଆଯାଇଥାନ୍ତା, ତାହେଲେ ଏହା ଛିଡ଼ା ହୋଇ ରହିଥାନ୍ତା। ହେଲେ ବୁଲଡୋଜର ଜରିଆରେ ରୋଜଗାର କରିହେବ। ଏପରିକି ଝିଅକୁ ଜ୍ୱାଇଁ ପାଖରୁ ଟଙ୍କା ମାଗିବାକୁ ପଡ଼ିବ ନାହିଁ। ବୁଲଡୋଜର ଦୁଇ-ତିନି ଜଣ ଲୋକଙ୍କୁ ମଧ୍ୟ ଚାକିରି ଦେଇପାରିବବ। " ଗୋଟିଏ ବୁଲଡୋଜର ମୂଲ୍ୟ ହେଉଛି ପ୍ରାୟ ୩୦ ଲକ୍ଷ ଟଙ୍କା।

ଦେବ ଗ୍ରାମରେ ରହୁଥିବା ବିକାଶ ଓରଫ୍ ଯୋଗେନ୍ଦ୍ର ବାୟୁସେନାରେ ଅଛନ୍ତି। ଯୋଗେନ୍ଦ୍ରଙ୍କ ବିବାହ ତାଙ୍କ ପିତା ସ୍ୱାମୀଦ୍ଦିନ ଚକ୍ରବର୍ତ୍ତୀଙ୍କ ନିକଟସ୍ଥ ଅଞ୍ଚଳର ପରସରାମ ପ୍ରଜାପତିଙ୍କ ଝିଅ ନେହା ସହ ଠିକ କରିଥିଲେ। ପରସରାମ ପ୍ରଜାପତି ହେଉଛନ୍ତି ଜଣେ ପୂର୍ବତନ ସେନା କର୍ମଚାରୀ। ଯୋଗେନ୍ଦ୍ରଙ୍କୁ ବିବାହ କରିଥିବା ନେହା ସିଭିଲ ସର୍ଭିସ୍ ପାଇଁ ପ୍ରସ୍ତୁତ ହେଉଛନ୍ତି।

ଗତ ୧୫ ତାରିଖରେ, ନେହା-ଯୋଗେନ୍ଦ୍ରଙ୍କ ବିବାହ ଶିବ ଲନ୍ ଗାର୍ଡେନ୍ ଗେଷ୍ଟ ହାଉସ ଠାରେ ଧୂମଧାମର ସହ ହୋଇଥିଲା। ଯେତେବେଳେ ବିବାହ ସରିଲା ସେତେବେଳେ କନ୍ୟାପିତା ଯୌତୁକରେ ଏକ ବୁଲଡୋଜର ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଥିଲେ। ବର ପିତା ସ୍ୱାମୀଦ୍ଦିନ ଚକ୍ରବର୍ତ୍ତୀ କହିଛନ୍ତି, 'ବୋହୂର ବାପା ଆମକୁ ବୁଲଡୋଜର ଦେବା ବିଷୟରେ କହିଥିଲେ। ଆମେ ମଧ୍ୟ ତାଙ୍କ କଥା ସହ ସହମତ ହେଲୁ। ଉପହାରରେ ବୁଲଡୋଜର ଦେଖି ବାହାଘରକୁ ଆସିଥିବା ବରଯାତ୍ରୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ସେମାନଙ୍କ ମଧ୍ୟରୁ ଆସିଥିବା ଅନେକ ବୁଲଡୋଜର ସହିତ ସେଲଫି ନେବାକୁ ଲାଗିଥିଲେ।

କନ୍ୟା ନେହା କହିଛନ୍ତି ଯେ ବୁଲଡୋଜର ଦେବା ପଛରେ ପିତାଙ୍କ ଯୁକ୍ତି ହେଉଛି ଯଦି ଏକ କାର ଯୌତୁକରେ ଦିଆଯାଏ, ତାହେଲେ ଏହା ଛିଡା ହୋଇ ରହିଥାନ୍ତା। ହେଲେ ବୁଲଡୋଜର ମାଧ୍ୟମରେ ରୋଜଗାର କରିହେବ। ମୁଁ ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତ ହେଉଛି। ମୋତେ ମଧ୍ୟ ମୋ ସ୍ୱାମୀଙ୍କ ଠାରୁ ଟଙ୍କା ମାଗିବାକୁ ପଡ଼ିବ ନାହିଁ। ଅନ୍ୟପଟେ ବର ଯୋଗେନ୍ଦ୍ର କହିଛନ୍ତି, ତାଙ୍କର ହେଉଛନ୍ତି ଜଣେ ପୂର୍ବତନ ସେନା କର୍ମଚାରୀ। ଜଣେ ସୈନିକ କେତେ ଦିନ ଘରେ ରହିପାରିବ? ସେ ଏ ବିଷୟରେ ସମ୍ପୂର୍ଣ୍ଣ ଅବଗତ ଅଛନ୍ତି। ସେଥିପାଇଁ ସେ ଯୌତୁକରେ କାର ବଦଳରେ ବୁଲଡୋଜର ଦେବା ଠିକ୍ ହେବ ବୋଲି ଭାବିଥିଲେ। ବୁଲଡୋଜର ଦୁଇ ତିନି ଜଣ ଲୋକଙ୍କୁ ରୋଜଗାର ଯୋଗାଇ ପାରିବ। ଯଦି ମୁଁ ଗୋଟିଏ କାର କିଣିଥା'ନ୍ତି, ତାହେଲେ ମୁଁ ଏହାକୁ ଚଳାଇବା ପାଇଁ ସମୟ କେଉଁଠୁ ପାଇଥାନ୍ତି?