Bjd Jana Sampark Padyatra: ଆଜିଠାରୁ Bjdର ଜନସମ୍ପର୍କ ପଦଯାତ୍ରା ଆରମ୍ଭ , ନବୀନ ଦେଲେ ଏପରି ଆହ୍ବାନ୍
Advertisement
Article Detail0/zeeodisha/odisha1377261

Bjd Jana Sampark Padyatra: ଆଜିଠାରୁ Bjdର ଜନସମ୍ପର୍କ ପଦଯାତ୍ରା ଆରମ୍ଭ , ନବୀନ ଦେଲେ ଏପରି ଆହ୍ବାନ୍

Bjd jana sampark padyatra:ଆଜିଠାରୁ ଜନସମ୍ପର୍କ ପଦଯାତ୍ରା ଆରମ୍ଭ କରିଛି ବିଜୁ ଜନତା ଦଳ( Bjd jana sampark padyatra) । ମାସେ ବ୍ୟାପି ହେବାକୁ ଥିବା ଏହି ପଦଯାତ୍ରା (padajatra)ର ଗୋଟିଏ ଉଦ୍ଦେଶ୍ୟ ଭୋଟରଙ୍କ ସହ ସମ୍ପର୍କକୁ ଆହୁରି ମଜବୁତ୍ କରିବା ଓ ଲୋକଙ୍କ ନିକଟତର ହେବା। ଭୁବନେଶ୍ବର(Bhubaneswar)ରେ ଏହି ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Odisha Chief ministerNaveen Patnaik)।

Bjd Jana Sampark Padyatra: ଆଜିଠାରୁ Bjdର ଜନସମ୍ପର୍କ ପଦଯାତ୍ରା ଆରମ୍ଭ , ନବୀନ ଦେଲେ ଏପରି ଆହ୍ବାନ୍

Bjd Jana Sampark Padyatra: ଆଜିଠାରୁ ଜନସମ୍ପର୍କ ପଦଯାତ୍ରା ଆରମ୍ଭ କରିଛି ବିଜୁ ଜନତା ଦଳ( Bjd jana sampark padyatra) । ମାସେ ବ୍ୟାପି ହେବାକୁ ଥିବା ଏହି ପଦଯାତ୍ରା (padajatra)ର ଗୋଟିଏ ଉଦ୍ଦେଶ୍ୟ ଭୋଟରଙ୍କ ସହ ସମ୍ପର୍କକୁ ଆହୁରି ମଜବୁତ୍ କରିବା ଓ ଲୋକଙ୍କ ନିକଟତର ହେବା। ଭୁବନେଶ୍ବର(Bhubaneswar)ରେ ଏହି ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Odisha Chief ministerNaveen Patnaik)।  ଭୁବନେଶ୍ବର ଏକାମ୍ର ନିର୍ବାଚନ ମଣ୍ଡଳୀର କାରଗିଲ ପଡିଆରେ ଆୟୋଜିତ ଏକ ବିରାଟ ସମାବେଶରେ ଯୋଗ ଦେଇ ସେ ଯାତ୍ରା ଆରମ୍ଭ କରିଥିଲେ । ନିଜେ ମଧ୍ୟ ଦୁଇ ପାଦ ଚାଲି କର୍ମୀ ଓ ନେତାଙ୍କୁ ଉତ୍ସାହିତ କରିଥିଲେ । ସେ କହିଥିଲେ ଏହି ପଦଯାତ୍ରା (padajatra)ରେ ସମସ୍ତେ ସହଯୋଗ କରନ୍ତୁ । ମୁଖ୍ୟତଃ 4ଟି ଦିଗକୁ ନେଇ ଦଳ ବେଶ୍ ଗୁରୁତ୍ବ ଦେଇଛି । 2024 ପୂର୍ଵରୁ ବିଜେଡିର କ୍ଷେତ୍ର ପ୍ରସ୍ତୁତ, ପ୍ରତିବର୍ଷ ତୁଳନାରେ ଏଥର ଜନ ସମ୍ପର୍କ ପଦଯାତ୍ରା(Bjd Pada jatra)କୁ ଅଧିକ ଗୁରୁତ୍ବ , ସଙ୍ଗଠନ ମଜଭୁତ କରିବା ପାଇଁ ପ୍ରୟାସ ଓ ସରକାରଙ୍କ ଯୋଜନାକୁ ନେଇ ଲୋକଙ୍କ ପାଖରେ ପହଞ୍ଚାଅ ବୋଲି ଆହ୍ବାନ ଦିଆଯାଇଛି ।

ସେପଟେ, ଏହି ପଦଯାତ୍ରାକୁ ନେଇ ଦଳ ଖୁବ୍ ଉତ୍ସାହିତ ରହିଛି । କାରଣ ପ୍ରତି ବର୍ଷ ଗାନ୍ଧୀ ଜୟନ୍ତୀ (gandhi jayanti)ଅବସରରେ ବିଜୁ ଜନତା ଦଳ(bjd) ପକ୍ଷରୁ ଏପରି ପଦଯାତ୍ରା (padajatra)ଆୟୋଜନ କରାଯାଇଥାଏ । ହେଲେ ଚଳିତ ବର୍ଷର ପଦଯାତ୍ରା ଅନେକ ଗୁରରୁତ୍ବ ବହନ କରୁଛି । କାରଣ ସାଧାରଣ ନିର୍ବାଚନ ଆଗକୁ ରହିଥିବା ବେଳେ ପ୍ରମୁଖ ବିରୋଧୀ ଭାବେ ବିଜେପି (bjp)କଡା ଟକ୍କର ଦେବାର ଆଶା କରାଯାଉଛି । କେନ୍ଦ୍ରୀୟ ନେତୃତ୍ବ ସହ ନେତା ଏବେ ଠାରୁ ଓଡିଶାରେ ଡେରା ପକାଇ ବିଭିନ୍ନ ସମସ୍ୟା ଓ ଭଷ୍ଟ୍ରାଚାର ପ୍ରସଙ୍ଗ ଉଠାଇ ସରକାରଙ୍କୁ ଅଣ ନିଶ୍ବାସ୍ବି କରିବା ପାଇଁ ଯୋଜନା କରିଛନ୍ତି । 

ବିଜେଡି (bjd)ର ସବୁ ଛୋଟବଡ ସମସ୍ୟାକୁ ରାଜ୍ୟ ସ୍ତରୀୟ ଆନ୍ଦୋଳନରେ ପରିଣତ କରୁଛି । ଏପରି ସ୍ଥଳେ ଯଦି ଲୋକଙ୍କ ସହ ସମ୍ପର୍କ ଦୁର୍ବଳ ହେବ ।  ତାହା ହେଲେ ଭୋଟ ପ୍ରତିଶତ କମିବାର ଯଥେଷ୍ଟ ଆଶଙ୍କା ରହିଛି । ତେଣୁ ଦଳ ଏହାକୁ ଅତି ଗୁରୁତର ସହ ନେଇଛି । ବିଜେଡିର ବରିଷ୍ଠ ନେତା କହିଛନ୍ତି ଏହା ନିୟମିତ କାର୍ଯ୍ୟକ୍ରମ । ହେଲେ ବିରୋଧୀଙ୍କ ମତ , ଏହା ପଛରେ ରାଜନୀତି ରହୁଛି । ଯଦି ଅଭିଯୋଗ ଆସୁଛି ତାହେଲେ ଏହାକୁ ସ୍ବାଗତ କରୁଛୁ ବୋଲି ଦଳ କହିଛି । ପଦଯାତ୍ରାକୁ ନେଇ ଏବେ ବେଶ ଚର୍ଚ୍ଚା । କାରଣ ବିଜେପି (bjp)ଓ କଂଗ୍ରେସ (congress)ନିଜ ଲୋକ ସମ୍ପର୍କ ବୃଦ୍ଧି କରିବା ପାଇଁ ଏହି ଯାତ୍ରାର ସାହାରା ନେଉଥିବା ବେଳେ ବିଜେଡି କିନ୍ତୁ ସଂଗଠନକୁ ଆହୁରି ମଦବୁତ୍ ଓ ଭୋଟରଙ୍କୁ ବାନ୍ଧି ରଖିବା ପାଇଁ ଏହା ଏକ ଯୋଜନା ବୋଲି କହୁଛି ।