KIIT University Tragedy: ରାଜ୍ୟ ଏବଂ ଦେଶକୁ ବଦନାମ କରିଛି କିଟ୍ ବିଶ୍ୱବିଦ୍ୟାଳୟ । ଏଥିରେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ନାଁ ବି ସାମ୍ନାକୁ ଆସିଛି । ନେପାଳ ପ୍ରଧାନମନ୍ତ୍ରୀଙ୍କ ଟ୍ବିଟ୍ ପରେ ଏବେ ଚିନ୍ତାରେ ଭାରତର ବୈଦେଶିକ ମନ୍ତ୍ରଣାଳୟ। କିଟ୍ ଓ ଅଚ୍ୟୁତ ସାମନ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କ ଉପରେ ବଢ଼ିଲା ଚାପ। ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣା ଓ ପରେ ପରେ ଲାଗି ରହିଥିବା ବିବାଦକୁ ନେଇ ଏବେ ପୂରା ରାଜ୍ୟ ହଲଚଲ। ଏହାପରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି ମୃତ ନେପାଳୀ ଛାତ୍ରୀଙ୍କ ପରିବାର ବର୍ଗ।