Severe Allegation On Kendrapara Marsaghai Police Station IIC । ଏ ହେଉଛନ୍ତି ସେହି ବିବାଦୀୟ ଥାନା ଅଧିକାରୀ ଜ୍ୟୋତିରଞ୍ଜନ ସାମନ୍ତରାୟ। ନିକଟରେ ସେ ପୁଣି ଡିଏସପି ପାହ୍ୟାକୁ ମଧ୍ଯ ପ୍ରମୋଶନ ହୋଇଛନ୍ତି। ଏ ବାବୁ ଙ୍କ ନାମରେ ଲମ୍ବିଛି ଅଭିଯୋଗର ଲମ୍ବା ଫର୍ଦ୍ଦ। ନିଜ ଥାନାର ଏସଆଇ ରମାକାନ୍ତ ବେହେରା ଙ୍କୁ ପ୍ରଥମେ ଦୁର୍ବ୍ୟବହାର ,ଗତ ଅପ୍ରେଲ ୧୪ରେ ବିନା ଏତଲାରେ ମଣିକୁଣ୍ଡା ଗ୍ରାମର ସାରଦା ପ୍ରସନ୍ନ ସ୍ବାଇଁ ଙ୍କୁ ଥାନାକୁ ଉଠାଇ ଆଣି କେବଳ ଅନ୍ତଃବସ୍ତ୍ର ପିନ୍ଧାଇ ହାଜତରେ ପୁରାଇ ଦେଇଥିଲେ । ସେହିପରି ଜଣେ ସଂପର୍କୀୟ ଭଉଣୀ ସହ ଥାନାକୁ ଆସିଥିଲେ ଦଳିତ ନେତା ମନୋରଞ୍ଜନ ଦଳାଇ ତାଙ୍କୁ ପାଇପରେ ନିର୍ଘାତ ପିଟିବା ପରେ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଚିକିତ୍ସିତ ହୋଇଥିଲେ ମନୋରଞ୍ଜନ, ଏତିକିରେ ମନ ବୁଝିନଥିଲା ବାବୁଙ୍କର । ପଦନ୍ନୋତି ପରେ ମାର୍ଶାଘାଇ ଥାନାର ଇନଚାର୍ଜ ରହି ଆଶ୍ରମ ବାଳିକୁଦା ଗ୍ରାମର ଆକାଶ ମିଶ୍ର ନାମକ ଜଣେ ଯୁବକ ଙ୍କୁ ମଧ୍ଯ ନିର୍ଘାତ ମାଡ ମାରି ପୁଣି ବିବାଦ କୁ ଆସିଥିଲେ ଜୋତିରଞ୍ଜନ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.