Advertisement

Suryabanshi Suraj

alt
କ୍ରୀଡ଼ା ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି ଯେ, ଓଡ଼ିଶା ପ୍ରାଦେଶିକ ସ୍ଥରରେ ଭଲ କରୁଛି ଆନ୍ତର୍ଜାତୀୟ ସ୍ତରରେ ପରିଚୟ ତିଆରି କରିବାକୁ ଆବଶ୍ୟକ ରହିଛି। ବିଭାଗ ଲକ୍ଷ୍ୟ ରଖିଛି ଯେତେବେଳେ ଓଡ଼ିଶା ଶତବାର୍ଷିକ ପୂରଣ କରିବ, ସେତେବେଳେ ଓଡ଼ିଶା ବିଶ୍ଵ କ୍ରୀଡ଼ା ଜଗତରେ କ୍ରୀଡ଼ା ରାଜଧାନୀ ଭାବେ ପରିଚିତ ହେବ। ଆଜିଠୁ ପ୍ରୋଗ୍ରାମ ମୋଡରେ ନୁହେଁ ପ୍ରୋଜେକ୍ଟ ମୋଡରେ ଯିବୁ। ବିଶ୍ଵ ଯୋଗ ଦିବସ କିଭଳି ବଡ଼ ଆକାରରେ ପାଳନ ହୋଇପାରିବ ସେ ବିଷୟରେ ଆଜି ଆଲୋଚନା ହୋଇଛି। ଭିତ୍ତିଭୂମି ଉନ୍ନତିର ଆହୁରି ଆବଶ୍ୟକତା ରହିଛି। ଭିତ୍ତିଭୂମି ପହଞ୍ଚିଛି କିନ୍ତୁ ଭଲ ଭାବେ ତୃଣମୂଳସ୍ଥରରେ ପହଞ୍ଚାଇବାକୁ ଚେଷ୍ଟା କରାଯିବ। ଆଗକୁ ପୁଙ୍ଖାନୁପୁଙ୍ଖ ଏହାର ସମୀକ୍ଷା ହେବ ବୋଲି କହୁଛନ୍ତି।
Jun 17,2024, 14:39 PM IST

Trending news