Govt Contractual Employees: ୩୦ ବର୍ଷ ଖଟିଲା ପରେ ବି ଭବିଷ୍ୟତ ଅନ୍ଧାର, କୋର୍ଟଙ୍କ ନିର୍ଦ୍ଦେଶକୁ ଦଳି ମକଚି ଦେଲେ ରାଜ୍ୟ ସରକାର
Advertisement
Article Detail0/zeeodisha/odisha1384076

Govt Contractual Employees: ୩୦ ବର୍ଷ ଖଟିଲା ପରେ ବି ଭବିଷ୍ୟତ ଅନ୍ଧାର, କୋର୍ଟଙ୍କ ନିର୍ଦ୍ଦେଶକୁ ଦଳି ମକଚି ଦେଲେ ରାଜ୍ୟ ସରକାର

Govt Contractual Employees: ଶପଥ ନେବାର ଛଅ ମାସ ପରେ ସାଂସଦ ଓ ବିଧାୟକମାନଙ୍କ ଭବିଷ୍ୟତ ସୁରକ୍ଷିତ ହୋଇଯାଏ। ୧୪ ପୁରୁଷ ପର୍ଯ୍ୟନ୍ତ ସେମାନଙ୍କୁ ପେନସନ ମିଳିଥାଏ! କିନ୍ତୁ ବିଧାୟକଙ୍କ ମାସିକ ଚା' ଖର୍ଚ୍ଚ ଭଳି ଦରମାରେ ଜଣେ ୩୦ ବର୍ଷ ଖଟିଲା ପରେ ନିଜ ଭବିଷ୍ୟତକୁ ଅସୁରକ୍ଷିତ ମନେ କରୁଛି। 

Govt Contractual Employees: ୩୦ ବର୍ଷ ଖଟିଲା ପରେ ବି ଭବିଷ୍ୟତ ଅନ୍ଧାର, କୋର୍ଟଙ୍କ ନିର୍ଦ୍ଦେଶକୁ ଦଳି ମକଚି ଦେଲେ ରାଜ୍ୟ ସରକାର

Govt Contractual Employees, ଯାଜପୁର: ଜିଲ୍ଲା ଜଳ ସଂପଦ ବିଭାଗ ଅଧିନରେ ୧୯୯୪ ମସିହାରୁ କାମ କରି ଆସୁଥିବା ୭୨ ଜଣ ଏନ୍‍ଏମ୍‍ଆର କର୍ମଚାରୀଙ୍କ ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇଯାଉଛି । ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା ଜିଲ୍ଲାର ୪ଟି ସବଡିଭିଜନରେ ଦୀର୍ଘ ବର୍ଷ ହେଲା ଏହି ଏନ୍‍ଏମ୍‍ଆର କର୍ମଚାରୀ ନିଜର ଦାୟିତ୍ୱ ସଂପାଦନ କରି ଆସୁଛନ୍ତି । ୩୦ ବର୍ଷର ସେବା ପରେ ମଧ୍ୟ ସେମାନଙ୍କ ଭବିଷ୍ୟତ ଅନ୍ଧାରରେ ରହିଛି । ଶପଥ ନେବାର ଛଅ ମାସ ପରେ ସାଂସଦ ଓ ବିଧାୟକମାନଙ୍କ ଭବିଷ୍ୟତ ସୁରକ୍ଷିତ ହୋଇଯାଏ। ୧୪ ପୁରୁଷ ପର୍ଯ୍ୟନ୍ତ ସେମାନଙ୍କୁ ପେନସନ ମିଳିଥାଏ! କିନ୍ତୁ ବିଧାୟକଙ୍କ ମାସିକ ଚା' ଖର୍ଚ୍ଚ ଭଳି ଦରମାରେ ଜଣେ ୩୦ ବର୍ଷ ଖଟିଲା ପରେ ନିଜ ଭବିଷ୍ୟତକୁ ଅସୁରକ୍ଷିତ ମନେ କରୁଛି। ଏପରିକି ଏନ୍‍ଏମ୍‍ଆର କର୍ମଚାରୀଙ୍କୁ ବିଭାଗ ସ୍ଥାୟୀ କରିବାକୁ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି ।

ଯାଜପୁର ଜିଲ୍ଲା ଜଳ ସଂପଦ ବିଭାଗର ଏନ୍‍ଏମ୍‍ଆର କର୍ମଚାରୀମାନେ ପ୍ରୋଗ୍ରେସ ରେକର୍ଡ ପ୍ରସ୍ତୁତି, ନଦୀବନ୍ଧ ଜଗିବା, ତଦାରଖ କରିବା, ନଦୀବନ୍ଧ ମରାମତି କାର୍ଯ୍ୟ ତଦାରଖ କରିବା, ବନ୍ୟା ସମୟରେ ନଦୀବନ୍ଧ ଜଗିବା, ବର୍ଷା ସମୟରେ ଗଜ୍‍ ମାପିବା, ରିଭର ଗାର୍ଡ ଏମିତି ଅନେକ କାମ କରୁଛନ୍ତି । କେବଳ ଏତିକି ନୁହେଁ, ଅଧିକାଂଶ ସବ୍‍ ଡିଭିଜନ୍‍ ଓ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ କେବଳ ଏହି ଏନ୍‍ଏମ୍‍ଆର କର୍ମଚାରୀଙ୍କ ଯୋଗୁଁ ଚାଲିଛି । ଗୋଟିଏ ଗୋଟିଏ ଅଫିସରେ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀଙ୍କ ବ୍ୟତୀତ ଆଉ କୌଣସି ସ୍ଥାୟୀ ଚାକିରି କରିଥିବା କର୍ମଚାରୀ ନାହାନ୍ତି । ସବୁ କାମ ଏନ୍‍ଏମ୍‍ଆର କର୍ମଚାରୀ ହିଁ କରୁଛନ୍ତି ।

Also Read: Govt Contractual Employees: ଅବସରପ୍ରାପ୍ତଙ୍କୁ ଅବସର ଓ ସ୍ଥାୟୀଙ୍କୁ ମିଳିଲା ଉପହାର, ଠିକାଙ୍କୁ କଥା ଦେଇ ଠକିଦେଲେ ସରକାର

 

ଜଳସଂପଦ ବିଭାଗ ଏହାର ବାର୍ଷିକ ରିପୋର୍ଟ ହେଉ ଅବା ଅନ୍ୟ ସମୟରେ ଦାଖଲ କରିଥିବା ରିପୋର୍ଟରେ ସ୍ୱୀକାର କରିଛି ଯେ, ଯାଜପୁର ଜଳ ସଂପଦ ବିଭାଗ ଅଧିନରେ ଅଧିକ ନଦୀ ଓ କେନାଲ ଥିବାରୁ ଏଠାରେ ୱାର୍କ ଲୋଡ୍‍ ଅଧିକ ରହୁଛି । କର୍ମଚାରୀମାନେ ଖୁବ୍‍ ପରିଶ୍ରମ କରୁଛନ୍ତି । ଯାଜପୁର ଜଳସଂପଦ ବିଭାଗ ଅଧିନରେ ୪୫୯.୭୧୫ କିଲୋମିଟର କେନାଲ, ୮୦ ହଜାର ୯୩୦ ଏକର ଆୟକଟ୍‍ ଏରିଆ, ୪୮୮.୭୧୫ କିଲୋମିଟର ନଦୀବନ୍ଧ ରହିଛି । ଯହାକୁ ଏନ୍‍ଏମ୍‍ଆର କର୍ମଚାରୀମାନେ ସୁରକ୍ଷା ଦିଅନ୍ତି ।

ଦୀର୍ଘ ୨୬ ବର୍ଷ ଧରି ଏନ୍‍ଏମ୍‍ଆର କର୍ମଚାରୀମାନେ ନିରବଛିନ୍ନ ଭାବେ ସ୍ୱଳ୍ପ କିଛି ପାଉଣାରେ କାମ କରି ଆସୁଛନ୍ତି । ଏମିତିକି କିଛି କର୍ମଚାରୀ ଅବସର ମଧ୍ୟ ନେଇଗଲେଣି । ସେମାନଙ୍କୁ ନା ମିଳୁଛି ପେନସନ ସୁବିଧା ନା ଅଛି ଇପିଏଫ୍‍ ନା ମିଳିଛି ପୁରା ଦରମା । ଅଳ୍ପ କିଛି ଟଙ୍କ।ରେ ପିଲାଙ୍କ ପାଠପଢ଼ା, ପରିବାର ଖର୍ଚ୍ଚ, ସାମାଜିକ କାର୍ଯ୍ୟକ୍ରମ, ଚିକିତ୍ସା ଖର୍ଚ୍ଚ କରି ଅଣ୍ଟା ଭାଙ୍ଗିଗଲାଣି । ବିଭିନ୍ନ ସମୟରେ ପ୍ରିଶ୍ରୁତି ମିଳିଥିଲେ ବି ଆଜିଯାଏ ଚାକିରି ସ୍ଥାୟୀ ହୋଇନାହିଁ କି ପୂର୍ଣ୍ଣ ଦରମା ହୋଇପାରିନାହାଁନ୍ତି ।

Also Read: BJD Observers List: ଜାଣନ୍ତୁ କେଉଁ ଜିଲ୍ଲାରେ କାହାକୁ ମିଳିଲା ଦାୟିତ୍ୱ, କାହାର କଟିଲା ପତା?

ଏନ୍‍ଏମ୍‍ଆର କର୍ମଚାରୀମାନେ କୁଶଳୀ ଶ୍ରମିକର କାମ କରୁଛନ୍ତି । ହେଲେ ଗଲା ୨୬ ବର୍ଷ ଧରି ସେମାନେ ଅଣକୁଶଳୀର ପାଉଣା ପାଉଛନ୍ତି । ଏପରିକି ୨୦୨୦ ମସିହା ସେପଟେମ୍ୱର ୧୮ ତାରିଖରେ ଇଠଷ୍ଟ୍ରିଆଲ୍‍ ଟ୍ରିବ୍ୟୁନାଲ୍‍ ଅର୍ଡର ଦେଇଥିଲେ, ସମସ୍ତ ୭୨ ଜଣ ଏନ୍‍ଏମ୍‍ଆର କର୍ମଚାରୀଙ୍କୁ ୱାର୍କ ଚାର୍ଜ କରିବା ଲାଗି । ହେଲେ ବର୍ଷେ ବିତି ଯାଇଥିଲେ ବି ରାଜ୍ୟ ସରକାର ଏନେଇ କୌଣସି ପଦକ୍ଷେପ ନେଇନାହାନ୍ତି । ସେହିପରି ପିଏଫ୍‍ ବା ଭବିଷ୍ୟନିଧି ପାଣ୍ଟି ଲାଗି ଅଂଶଧନ କାଟିବା ଲାଗି ୨୦୨୦ ନଭେମ୍ୱର ୨ ତାରିଖରେ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଆଜି ପର୍ଯ୍ୟନ୍ତ ତାହା ପାଳନ ହୋଇନାହିଁ । 

ଏନ୍‍ଏମ୍‍ଆରଙ୍କୁ ଜଳ ସଂପଦ ବିଭାଗର କର୍ମଚାରୀ ବୋଲି ରାଜ୍ୟ ଆଇନ ବିଭାଗ ଗ୍ରହଣ କରିବା ସହ ଅର୍ଥ ବିଭାଗକୁ ସୁପାରିଶ ମଧ୍ୟ କରିସାରିଛି । ଏହାସତ୍ତ୍ୱେ ଅର୍ଥ ବିଭାଗ ଏହାକୁ ମଞ୍ଜୁର କରିନାହିଁ । ପ୍ରାଚୀ ଡିଭିଜନରେ ସମାନ ଭାବେ ନିଯୁକ୍ତି ପାଇଥିବା ୧୮ ଜଣ ଏନ୍‍ଏମ୍‍ଆର କର୍ମଚାରୀଙ୍କୁ ସରକାର ସ୍ଥାୟୀ କର୍ମଚାରୀ କରିସାରିଛନ୍ତି । ହେଲେ ଅଧିକ ୱାର୍କ ଲୋଡ୍‍ ଥିବା ଯାଜପୁର ଜଳ ସଂପଦ ବିଭାଗ ଅଧିନରେ କାମ କରୁଥିବା ଏହି ୭୨ ଜଣ ଏନ୍‍ଏମ୍‍ଆର କର୍ମଚାରୀଙ୍କ ପ୍ରତି ସରକାରଙ୍କର କାହିଁକି ଏତେ ବିତୃଷ୍ଣା ଭାବ ଦେଖାଉଛନ୍ତି ? ଏଣୁ ରାଜ୍ୟ ସରକାର ଏନେଇ ତୁରନ୍ତ ପଦକ୍ଷେପ ନେବାକୁ କର୍ମଚାରୀମାନେ ଦାବି କରିଛନ୍ତି ।