ବସ୍ତାରେ ବାଲି ଶସ୍ତା, ପଠାରେ 144 ପ୍ରଶାସନ ଜାଲ ବାନ୍ଧିଛି
Advertisement
Article Detail0/zeeodisha/odisha1195171

ବସ୍ତାରେ ବାଲି ଶସ୍ତା, ପଠାରେ 144 ପ୍ରଶାସନ ଜାଲ ବାନ୍ଧିଛି

(ରିପୋର୍ଟ-ଦିଲ୍ଲୀପ ଦାସ )

ବାଲେଶ୍ଵର ଜିଲ୍ଳା ବସ୍ତା ବ୍ଲକ ରେ ଥିବା ଛଅଟି ଲିଜ ଦିଆ ଯାଇଥିବା ବାଲି ସୈରାତ ରେ ବେଆଇନ ବାଲି ଉତ୍ତୋଳନ କୁ ରୋକିବା ପାଇଁ ବାଲେଶ୍ଵର ଉପଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଆଜି  ବସ୍ତା ତହସିଲଦାର ୧୪୪ ଧାରା ଜାରି କଲେ। ମାଇକ ଲଗାଇ ପ୍ରଚାର କରିବା ସହିତ ନାଲି ପତାକା ପୋତିଲେ। ଆଇନ ଉଲଂଘନ କାରୀଙ୍କୁ କୋଠର ଦଣ୍ଡ ଦିଆଯିବାର ସୂଚନା ଦେଲେ।

ବସ୍ତାରେ ବାଲି ଶସ୍ତା, ପଠାରେ 144  ପ୍ରଶାସନ ଜାଲ ବାନ୍ଧିଛି

ବାଲେଶ୍ଵର ଜିଲ୍ଲାର ଜଳେଶ୍ଵର ଓ ବସ୍ତା ବ୍ଲକ ର ସୁବର୍ଣ୍ଣରେଖା ଏବଂ ଜଳକା ନଦୀ ଶଯ୍ୟା ରେ  ରହିଛି ବାଲି ଉତ୍ସ ଏଥି ମଧ୍ୟରୁ ଜଳେଶ୍ଵର ବ୍ଲକ ରେ ଥିବା ବାଇଶ ଟି ବାଲି ସୈରାତ ଏବେ ବିଭିନ୍ନ କାରଣ ଯୋଗୁଁ ବନ୍ଦ ରହିଥିବା ବେଳେ ବସ୍ତା ବ୍ଲକ ର ବେଣାପୁରା-୨,ଆମ୍ବ କୁଡୁଚି, ଧୀତପୁରା, କାଦ୍ରାୟା, ଦେଭୋଗ ଓ ପୁନସିତା  ଆଦି ଛଅ ଟି ବାଲି ସୈରାତ ଲିଜ ଦିଆ ଯାଇଛି। ଊଜ୍ତ ବାଲି ସୈରାତ ଗୁଡିକରୁ ଲିଜ ଧାରୀ ମାନେ ଲଘୁ ଖଣିଜପଦାର୍ଥ ଉତ୍ତୋଳନ ନିୟମକୁ ଉଲଂଘନ କରି ଦିନ ରାତି ମେସିନ ସହାୟତାରେ  ଆବଶ୍ୟକତାଠାରୁ ଅଧିକ ବାଲି ଉତ୍ତୋଳନ କରୁଥିବା ଅଭିଯୋଗ ବାରମ୍ବାର ପ୍ରଶାସନ ନିକଟରେ ହେଉ ଥିଲା। ମାତ୍ର ବାଲି ମାଫିଆ ଓ ପ୍ରଶାସନର ମଧୁଚନ୍ଦ୍ରିକା ରେ ବେଆଇନ ବାଲି ଉତ୍ତୋଳନ ଊପରେ କୌଣସି କାର୍ଯ୍ୟନୁଷ୍ଠାନ ହେଉ ନଥିବା ବେଳେ ନିକଟରେ କିଛି ସମାଜସେବୀ NGT କୋର୍ଟ ରେ  ନ୍ୟାୟ ପାଇଁ ଆବେଦନ କରିଥିଲେ।

 

ଫଳରେ କିଛି ଦିନ ଆଗରୁ ବାଲେଶ୍ଵର ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଙ୍କ ନିର୍ଦେଶରେ ସୁବର୍ଣ୍ଣରେଖା ନଦୀର ରାଜ ଘାଟ ନିକଟ ବସ୍ତା ବ୍ଲକ ବେଣାପୁରା-୨ ବାଲି ସୈରାତ ଊପରେ ପ୍ରଶାସନ ରାତି ଅଧିଆ ଚଢ଼ାଉ କରି ୧୭ ଟି ଡ଼ମ୍ପର,୪ ଟି ଜେସିବି ଜବତ କରିଥିଲେ। ଏବାବଦରେ ବହୁ ବାଦ ବିବାଦ ପରେ ଜବତ ହୋଇଥିବା ଗାଡ଼ି ଗୁଡିକ ଊପରେ ସାମାନ୍ୟ ଜରିମାନା କରି ପ୍ରଶାସନ ଚୁପ ବସିଥିବା ବେଳେ ଗଣମାଧ୍ୟମର ଚାପ ପରେ ଆଜି ଜିଲ୍ଳା ପ୍ରଶାସନ ତରଫରୁ ବସ୍ତା ବ୍ଲକ ର ଛଅ ଟି ଲିଜ ବାଲି ଖାଦାନ ଊପରେ ବସ୍ତା ତହସିଲଦାର ଓ ସିଂଗ୍ଲା ପୋଲିସ ୧୪୪ ଜାରି କରିଛନ୍ତି। ତେବେ ଲିଜ ଧାରୀ ମାନେ କୋଟି କୋଟି ଟଙ୍କା ସରକାରଙ୍କୁ ଟିକସ ଆକାରରେ ଦେଇଥିବା  ପ୍ରଶାସନ ବେଆଇନ ଖାଦାନ ଗୁଡିକରୁ ବାଲି ଚୋରୀ କରୁଥିବା ମାଫିଆଙ୍କ ଊପରେ କୌଣସି ଅଙ୍କୁଶ ନ ଲଗାଇ ଲିଜ ଖାଦାନ ର ଲିଜ ଧାରୀ ମାନଙ୍କ ଊପରେ ଦାଉ ସାଧିବା ସାଧାରଣରେ ଚର୍ଚା ବେଶ ଜୋର ଧରିଛି। ଏଠାରେ ସୂଚନା ଥାଉକି ସୁବର୍ଣ୍ଣରେଖା ନଦୀର ବାଲି ଊପରେ ସ୍ଥାନୀୟ ଅଞ୍ଚଳର ନିର୍ମାଣ ନିର୍ଭର କରୁଥିବା ବେଳେ ରାଜ୍ୟ ସରକାର ମଧ୍ୟ ବହୁ ରାଜସ୍ବ ପାଉଛନ୍ତି। ଏବାବଦରେ ସରକାର ଯତ୍ନଶୀଳ ହେବା ସମୟ ଆସିଛି।